SpiceJet: ସ୍ପାଇସ ଜେଟ ନାଁରେ ସାଘାଂତିକ ଅଭିଯୋଗ ଆଣିଲେ ଯାତ୍ରୀ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha1525005

SpiceJet: ସ୍ପାଇସ ଜେଟ ନାଁରେ ସାଘାଂତିକ ଅଭିଯୋଗ ଆଣିଲେ ଯାତ୍ରୀ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

SpiceJet Locked People: ସ୍ପାଇସ ଜେଟ ନାଁରେ ସାଘାତିକ ଅଭିଯୋଗ ଆଣିଛନ୍ତି ଯାତ୍ରୀ । ଦିଲ୍ଲୀ ବିମାନ ବନ୍ଦରରେ ଥିବା ବୋଡିଂ ଗେଟ୍ ଏବଂ ବାଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସ୍ପାଇସ୍ ଜେଟର କର୍ମଚାରୀ ଅଟକାଇ ଥିବା ଅଭିଯୋଗ ହୋଇଛି। ସେପଟେ,ବିମାନଟି ବିଳମ୍ବ ଥିବା ନେଇ ଯାତ୍ରୀମାନଙ୍କୁ ଏରୋବ୍ରିଜରେ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଥିଲା। ଯାତ୍ରୀମାନେ ସେଠାରେ ପ୍ରାୟ ଏକ ଘଣ୍ଟା ଧରି ଅଟକି ରହିଥିଲେ।

SpiceJet: ସ୍ପାଇସ ଜେଟ ନାଁରେ ସାଘାଂତିକ ଅଭିଯୋଗ ଆଣିଲେ ଯାତ୍ରୀ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

SpiceJet Locked People: ସ୍ପାଇସ ଜେଟ ନାଁରେ ସାଘାତିକ ଅଭିଯୋଗ ଆଣିଛନ୍ତି ଯାତ୍ରୀ । ଦିଲ୍ଲୀ ବିମାନ ବନ୍ଦରରେ ଥିବା ବୋଡିଂ ଗେଟ୍ ଏବଂ ବାଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସ୍ପାଇସ୍ ଜେଟର କର୍ମଚାରୀ ଅଟକାଇ ଥିବା ଅଭିଯୋଗ ହୋଇଛି।  ସେପଟେ,ବିମାନଟି ବିଳମ୍ବ ଥିବା ନେଇ ଯାତ୍ରୀମାନଙ୍କୁ ଏରୋବ୍ରିଜରେ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଥିଲା। ଯାତ୍ରୀମାନେ ସେଠାରେ ପ୍ରାୟ ଏକ ଘଣ୍ଟା ଧରି ଅଟକି ରହିଥିଲେ। ଟ୍ରାଭେଲ ଭ୍ଲଗର୍ ସୌମିଲ ଅଗ୍ରୱାଲ (Travel vlogger Saumil Agarwal) ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଏହି ଅଭିଯୋଗ କରିଛନ୍ତି। ତାଙ୍କ କହିବାନୁସାରେ, ଯେତେବେଳେ ଦିଲ୍ଲୀ-ବେଙ୍ଗାଲୁରୁ ବିମାନ ଏସଜି ୮୧୩୩ (Delhi-Bengaluru flight SG 8133)ର ଯାତ୍ରୀମାନେ ବୋର୍ଡିଂ ଗେଟ୍ ଖୋଲିବାକୁ କହିଥିଲେ ଯାହାଫଳରେ ସେମାନେ ଅପେକ୍ଷା ସ୍ଥାନକୁ ଫେରି ବିଶ୍ରାମ ନେଇପାରିବେ,ଅଧିକାରୀମାନେ ମନା କରିଦେଇଥିଲେ। ଏହା ପରେ ସମସ୍ତ ଅଧିକାରୀ ସେଠାରୁ ପଳାଇ ଯାଇଥିଲେ। ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ୍ ୩ରେ ଦେଖିବାକୁ ମିଳିଛି। 

ପାଣି ପିଇବାକୁ ମଧ୍ୟ ପାଇଲେ ନାହିଁ ଯାତ୍ରୀ :ଟ୍ରାଭେଲ ଭ୍ଲଗର୍ ସୌମିଲ ଅଗ୍ରୱାଲ, ତାଙ୍କ ଭ୍ଲଗରେ କହିଛନ୍ତି ଯେ ବରିଷ୍ଠ ନାଗରିକମାନେ ଏରୋ ବ୍ଲିଜରେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଛିଡା ହୋଇଥିଲେ । ପରେ ସେଠାରେ ଗେଟରେ ତାଲା ପକାଇ ଚାଲିଯାଇଥିଲେ ସ୍ପାଇସ ଜେଟ ବିମାନର କର୍ମଚାରୀ । ଏପରିକି ଯାତ୍ରୀମାନେ ପିଇବା ପାଇଁ ପାଣି ମାଗିଥିଲେ ମଧ୍ୟ ତାଙ୍କୁ ପାଣି ମଧ୍ୟ ମିଳି ନ ଥିଲା । ଦିର୍ଘ ସମୟ ପରେ ଗେଟ ଖୋଲାଯାଇଥିଲା କିନ୍ତୁ ଯାତ୍ରୀଙ୍କୁ ପାଣି ପିଇବା ପାଇଁ ଦିଆଯାଇ ନଥିଲା। ଯାତ୍ରୀମାନେ ବିମାନ ଅଧିକାରୀ ଏବଂ ସୁରକ୍ଷା କର୍ମୀଙ୍କ ସହ ଯୁକ୍ତିତର୍କ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଅଧିକାରୀମାନେ ଲୋକଙ୍କ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହୋଇନଥିଲେ।

Also Read: Makar Sankranti: ମକର ସଂକ୍ରାନ୍ତିରୁ ଏହି ୫ ରାଶିର ବ୍ୟକ୍ତି ହେବେ ମାଲାମାଲ୍‌ ,ମିଳିବ ଅଜସ୍ର ସଫଳତା !

 

 
 
 
 

 
 
 
 
 
 
 
 
 
 
 

A post shared by Soumil Agarwal | Travel (@soumilvlogs)

ବିମାନ ସଫା କରାଯାଉଥିଲା : ସ୍ପାଇସଜେଟର ମୁଖପାତ୍ର ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ , ଖରାପ ପାଗ ଯୋଗୁଁ ବିମାନ ଉଡ଼ାଣ ବିଳମ୍ବ ହୋଇଛି ଏବଂ ଯାତ୍ରୀମାନଙ୍କୁ ଏରୋବ୍ରିଜରେ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଥିଲା ।  କାରଣ ସେମାନଙ୍କ ଚେକିଂ ଶେଷ ହୋଇଥିଲା। ସ୍ପାଇସଜେଟର ମୁଖପାତ୍ର କହିଛନ୍ତି, "ହାରାହାରି, ବୋଇଙ୍ଗ ବିମାନ ପାଇଁ ଦିଲ୍ଲୀ ବିମାନବନ୍ଦରରେ ଟର୍ନାରାଉଣ୍ଡ ସମୟ ୪୦-୪୫ ମିନିଟ ହୋଇଥିବାବେଳେ ଏହି ନିର୍ଦ୍ଦିଷ୍ଟ ବିମାନରେ ଟର୍ନାରାଉଣ୍ଡ ସମୟ ହାରାହାରି ଟର୍ଣ୍ଣାରାଉଣ୍ଡ ସମୟ ଠାରୁ ୨୦ ମିନିଟ ଅଧିକ ଥିଲା। ଯେହେତୁ ଯାତ୍ରୀଙ୍କ ଚେକିଂ ଶେଷ ହୋଇଥିଲା , ତେଣୁ ତାଙ୍କୁ ଏରୋବ୍ରିଜରେ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଥିଲା। "

ପାନୀୟ ଜଳ ପ୍ରଦାନ କରାଯାଇଥିଲା:ସେପଟେ ଯାତ୍ରୀଙ୍କୁ ପିଇବା ପାଣି ଯୋଗାଇ ଦିଆ ନ ଯିବା ଘଟଣା ନେଇ ମୁହଁ ଖୋଲିଛନ୍ତି ସ୍ପାଇସଜେଟର ମୁଖପାତ୍ର । ସେ କହିଛନ୍ତି ଯେ ବିମାନ ଦ୍ୱାର ଏବଂ ଏରୋବ୍ରିଜ୍ ପାସେଞ୍ଜର ତଳ ମହଲାରେ ଥିବା ସମସ୍ତ ଯାତ୍ରୀଙ୍କୁ ପାଣି ଦିଆଯାଇଥିଲା। ଭିଡିଓଟି ବୋର୍ଡିଂ ଗେଟ୍ ବାହାରେ ସୁଟିଂ କରାଯାଇଥିଲା ଯେଉଁଥିରେ ସୀମିତ ପ୍ରବେଶ ଥିଲା ।