Summer Solstice: ୧୨ ଘଣ୍ଟା ବଦଳରେ ୧୪ ଘଣ୍ଟା ଦିନ: କାରଣ କଣ ?
Advertisement
Article Detail0/zeeodisha/odisha1747362

Summer Solstice: ୧୨ ଘଣ୍ଟା ବଦଳରେ ୧୪ ଘଣ୍ଟା ଦିନ: କାରଣ କଣ ?

  ଆମ ଦେଶ ଭାରତ ଆଜି ଗ୍ରୀଷ୍ମକାଳୀନ ଉତ୍ସବ ପାଳନ କରୁଛି । ଇଂରାଜୀ ଭାଷାରେ ଏହାକୁ ଗ୍ରୀଷ୍ମ ସୋଲଷ୍ଟାଇସ୍ ଡେ (Solstice day) କୁହାଯାଏ । ବର୍ଷକ ୩୬୫ ଦିନ ମଧ୍ୟରୁ ଆଜି ୨୧ ଜୁନ ( 21 June) ହେଉଛି ସବୁଠାରୁ ଲମ୍ୱା ଦିନ । ଦିଲ୍ଲୀ ତଥା ଉତ୍ତର ଭାରତରେ ସୂର୍ଯ୍ୟ ସାଧାରଣତଃ ଶୀଘ୍ର ଉଦୟ ହୋଇ ବିଳମ୍ୱରେ ଅସ୍ତ ଯିବା କଥା ଆପଣ ନିଶ୍ଚେ

Summer Solstice: ୧୨ ଘଣ୍ଟା ବଦଳରେ ୧୪ ଘଣ୍ଟା ଦିନ: କାରଣ କଣ ?

Summer Solstice:  ଆମ ଦେଶ ଭାରତ ଆଜି ଗ୍ରୀଷ୍ମକାଳୀନ ଉତ୍ସବ ପାଳନ କରୁଛି । ଇଂରାଜୀ ଭାଷାରେ ଏହାକୁ ଗ୍ରୀଷ୍ମ ସୋଲଷ୍ଟାଇସ୍ ଡେ (Solstice day) କୁହାଯାଏ । ବର୍ଷକ ୩୬୫ ଦିନ ମଧ୍ୟରୁ ଆଜି ୨୧ ଜୁନ ( 21 June) ହେଉଛି ସବୁଠାରୁ ଲମ୍ୱା ଦିନ । ଦିଲ୍ଲୀ ତଥା ଉତ୍ତର ଭାରତରେ ସୂର୍ଯ୍ୟ ସାଧାରଣତଃ ଶୀଘ୍ର ଉଦୟ ହୋଇ ବିଳମ୍ୱରେ ଅସ୍ତ ଯିବା କଥା ଆପଣ ନିଶ୍ଚେ ଶୁଣିଥିବେ । ଆଜି ଦିଲ୍ଲୀ ଏବଂ ଉତ୍ତର ଭାରତରେ ଦିନ ସାଧାରଣତଃ ୧୨ ଘଣ୍ଟା ପରିବର୍ତ୍ତେ ୧୪ ଘଣ୍ଟା ଆପଣ ଅନୁଭବ କରିବେ । ସାଧାରଣ ଦିନ ଗୁଡିକରେ ଯେତେବେଳେ ଦିନ ରାତି ସମାନ ହୋଇଥାଏ ସେତେବେଳେ ଦିନ ୧୨ ଘଣ୍ଟା ଓ ରାତି (night) ୧୨ ଘଣ୍ଟା ବୋଲି ହିସାବକୁ ନିଆଯାଇଥାଏ । ଡିସେମ୍ବର ୨୧ ତାରିଖ ପରେ, ରାତି ଛୋଟ ହେବା ସହିତ ଦିନ ଧିରେ ଧିରେ ଅଧିକ ହେବା ଆରମ୍ଭ ହୋଇଥାଏ । ଆଜି ଦିନର ସମୟ ରାତି ଅପେକ୍ଷା ଅଧିକ ହୋଇଥିବା ସମୟରେ ଆଜିଠାରୁ ଧିରେ ଧିରେ ଦିନ ଛୋଟ ହେବା ଆରମ୍ଭ କରେ ଏବଂ ରାତିର ସମୟ ଧିରେ ଧିରେ ବୃଦ୍ଧି ପାଇଥାଏ । ଆଜି ରାଜଧାନୀ ଦିଲ୍ଲୀରେ ଦିନର ସମୁଦାୟ ସମୟ ୧୩ ଘଣ୍ଟା ୫୮ ମିନିଟ ହେବ । ଅର୍ଥାତ୍ ସକାଳ  ୫ଟା୨୩ରେ ସୂର୍ଯ୍ୟୋଦୟ ଏବଂ ସନ୍ଧ୍ୟା ୭ଟା୨୧ରେ ସୂର୍ଯ୍ୟାସ୍ତ ହେବ ।

ଏସିଆ ସମେତ ଋଷ, ଉତ୍ତର ଆମେରିକା (North America), ୟୁରୋପ, ଆଫ୍ରିକାର ଅର୍ଦ୍ଧେକ ସ୍ଥାନରେ ଏହା ଅନୁଭବ ହୋଇଥାଏ । ବୈଜ୍ଞାନିକଙ୍କ ମତରେ, ଯେତେବେଳେ ସୂର୍ଯ୍ୟ କିରଣ ସିଧାସଳଖ କ୍ୟାନସରର ଟ୍ରପିକ୍ ଉପରେ ପଡ଼େ, ସେତେବେଳେ ଏପରି ସ୍ଥିତି ହୋଇଥାଏ । ଆଉ ଏକ କଥା ଜାଣିରଖନ୍ତୁ ଯେ, ପୂର୍ବ ଦିନ ଗୁଡିକ ଅପେକ୍ଷା ଆଜି ପୃଥିବୀ ସୂର୍ଯ୍ୟଙ୍କଠାରୁ ୩୦ ପ୍ରତିଶତ ଅଧିକ ଶକ୍ତି ପାଇବ ।

ନିଜ କକ୍ଷ ଚାରିପଟେ ପୃଥିବୀ ଘୁରିବାକୁ ୨୪ ଘଣ୍ଟା ସମୟ ଲାଗିଥାଏ । ସେହି କାରଣରୁ ଦିନ ରାତି ହୋଇଥାଏ । ସୂର୍ଯ୍ୟ ଗୋଟିଏ ଘୃର୍ଣ୍ଣନ ସମ୍ପୂର୍ଣ୍ଣ କରିବା ପାଇଁ ୩୬୫ ଦିନ ନେଇଥାଏ । ଯଦି ପୃଥିବୀର ଗୋଟିଏ ପାର୍ଶ୍ୱରେ ସୂର୍ଯ୍ୟ କିରଣ ପଡେ ତାହା ଦିନ ହୋଇଥାଏ । ସମାନ ସମୟରେ ଅନ୍ୟ ପାର୍ଶ୍ୱରେ ସୂର୍ଯ୍ୟ କିରଣ ନପଡିବା ଦ୍ୱାରା ସେଠାରେ ରାତି ହୋଇଥାଏ । ଯେହେତୁ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରି ବୁଲୁଛି, ତେଣୁ ମାର୍ଚ୍ଚରୁ ସେପ୍ଟେମ୍ବର ମାସ ମଧ୍ୟରେ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ଅର୍ଥାତ୍ ଉତ୍ତର ଗୋଲାର୍ଦ୍ଧର ଅଂଶ ସୂର୍ଯ୍ୟଙ୍କ ପ୍ରତ୍ୟକ୍ଷ କିରଣର ସମ୍ମୁଖୀନ ହେବାକୁ ପଡିବ, ତେବେ ଏଠାରେ ଦିନର ମାତ୍ରା ଅଧିକ ରହିବା ସ୍ୱାଭାବିକ । ବାକି ସମୟ ପାଇଁ, ସୂର୍ଯ୍ୟ କିରଣ ସିଧାସଳଖ ଦକ୍ଷିଣ ଗୋଲାର୍ଦ୍ଧରେ ପଡିଥାଏ । ତେଣୁ ଗ୍ରୀଷ୍ମ, ଶୀତ, ବର୍ଷା ପରି ଋତୁ ଗୁଡିକ ଆମକୁ ଅନୁଭୁତ ହୋଇଥାଏ । ଜୁନ ୨୦,୨୧,୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଅଧିକ ସୂର୍ଯ୍ୟ କିରଣ ପଡିଥାଏ । କାରଣ ଏହି ସମୟରେ ପୃଥିବୀ ସୂର୍ଯ୍ୟଙ୍କ ନିକଟତର ହୋଇଥାଏ । ଅନେକ ଦେଶରେ ଏହି ପ୍ରକ୍ରିୟାକୁ ଗ୍ରୀଷ୍ମ ସଲଷ୍ଟାଇସ୍ କୁହାଯାଏ । ତେବେ ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ସମୟରେ ଡିସେମ୍ୱର ୨୧,୨୨,୨୩ ତାରିଖରେ ଏହି ଦିନ ପଡିଥାଏ ।

ଦିନଟି ୨୪ ଘଣ୍ଟା ପରିବର୍ତ୍ତେ ୨୫ ଘଣ୍ଟା ହେବ କି?
କମ୍ ଶକ୍ତି କାରଣରୁ ପୃଥିବୀର ଘୂର୍ଣ୍ଣନ ବେଗ କମିଯାଇଥାଏ । ଦିନ ଗୁଡ଼ିକ ଅଧିକ ବଡ଼ ହୋଇଥାଏ । ପ୍ରତ୍ୟେକ ଶତାବ୍ଦୀରେ ଦିନ ୩ ମିଲି ସେକେଣ୍ଡ ବୃଦ୍ଧି ପାଇଥାଏ । ଏହା ଆପଣଙ୍କୁ କମ୍ ଲାଗୁଥାଇପାରେ କିନ୍ତୁ ୧୦ ନିୟୁତ ବର୍ଷ ପରେ ଦିନ ୧ ଘଣ୍ଟା ବୃଦ୍ଧି ପାଇବ । ଏହାର ଅର୍ଥ ଦିନ ରାତି ମିଶି ୨୪ ଘଣ୍ଟା ପରିବର୍ତ୍ତେ, ୨୫ ଘଣ୍ଟା ହୋଇଯାଇପାରେ । ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ୪ ଶହ ନିୟୁତ ବର୍ଷ ପୂର୍ବରୁ ପୃଥିବୀ ଛଅ ଘଣ୍ଟା ମଧ୍ୟରେ ନିଜ ଅକ୍ଷରେ ଥରୁଟିଏ ଘୂରିବାରେ ସକ୍ଷମ ହେଉଥିଲା । ତା’ପରେ ୩୫୦ ନିୟୁତ ବର୍ଷ ପୂର୍ବେ ଏହା ୨୩ ଘଣ୍ଟା ଲାଗୁଥିଲା । ବର୍ତ୍ତମାନ ଏହା ପରିବର୍ତ୍ତନ ହୋଇ ୨୪ ଘଣ୍ଟା ସମୟ ଲାଗୁଛି । ବୈଜ୍ଞାନିକ ମାନେ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଆକଳନ କରିଛନ୍ତି ଯେ, ଏ ପର୍ଯ୍ୟନ୍ତ ପୃଥିବୀ ଇତିହାସର ସବୁଠୁ ଲମ୍ୱା ଦିନ ୧୯୧୨ ମସିହାରେ ଆସିଥିଲା । ଉକ୍ତ ବର୍ଷରେ ଗ୍ରୀଷ୍ମ ଉତ୍ତର ଗୋଲାର୍ଦ୍ଧରେ ସୂର୍ଯ୍ୟ କିରଣ ଅଧିକ ରହିଥିଲା । ଏଥିସହ ବର୍ଷର ସବୁଠୁ ଅଧିକ ବଡ଼ ରାତି ମଧ୍ୟ ସମାନ ବର୍ଷ ଦେଖିବାକୁ ମିଳିଥିଲା ।

Also read- ପୁଣି ଭାଇରାଲ ହେଲା ଖୁଲମଖୁଲା କିସ୍ ସିନ୍