Delhi Metro: ପୁଣି ଭାଇରାଲ ହେଲା ଖୁଲମଖୁଲା କିସ୍ ସିନ୍
Advertisement
Article Detail0/zeeodisha/odisha1747106

Delhi Metro: ପୁଣି ଭାଇରାଲ ହେଲା ଖୁଲମଖୁଲା କିସ୍ ସିନ୍

ଅନେକ ସମୟରେ ମେଟ୍ରୋ ସିଟିର ଫଟୋ ଏବଂ ଭିଡିଓ ଭାଇରାଲ୍ (Video viral) ହେବାରେ ଲାଗିଛି । ଯାହା ମେଟ୍ରୋ ଯାତ୍ରୀଙ୍କୁ ମଧ୍ୟ ଖୁବ୍ ପ୍ରଭାବିତ କରିଥାଏ । କିଛି ଦିନ ତଳେ ମେଟ୍ରୋ ଗାର୍ଲଙ୍କ ବିକିନି ଭିଡିଓ ଏବଂ ତାହାର କିଛି ଦିନ ତଳେ ଆଉ ଏକ କିସ୍ ଭିଡିଓ ଭାଇରାଲ୍ ହୋଇଥିଲା । ସେହି ଦୃଶ୍ୟ କେବଳ ଦିଲ୍ଲୀ ନୁହେଁ ସମଗ୍ର ଦେଶ ସମେତ ବା

Delhi Metro: ପୁଣି ଭାଇରାଲ ହେଲା ଖୁଲମଖୁଲା କିସ୍ ସିନ୍

Delhi Metro Kissing Video: ଅନେକ ସମୟରେ ମେଟ୍ରୋ ସିଟିର ଫଟୋ ଏବଂ ଭିଡିଓ ଭାଇରାଲ୍ (Video viral) ହେବାରେ ଲାଗିଛି । ଯାହା ମେଟ୍ରୋ ଯାତ୍ରୀଙ୍କୁ ମଧ୍ୟ ଖୁବ୍ ପ୍ରଭାବିତ କରିଥାଏ । କିଛି ଦିନ ତଳେ ମେଟ୍ରୋ ଗାର୍ଲଙ୍କ ବିକିନି ଭିଡିଓ ଏବଂ ତାହାର କିଛି ଦିନ ତଳେ ଆଉ ଏକ କିସ୍ ଭିଡିଓ ଭାଇରାଲ୍ ହୋଇଥିଲା । ସେହି ଦୃଶ୍ୟ କେବଳ ଦିଲ୍ଲୀ ନୁହେଁ ସମଗ୍ର ଦେଶ ସମେତ ବାହାର ଦେଶରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଥିଲା । ପୂର୍ବ ଘଟଣା ପରେ ଡିଏମଆରସି (DMRC) ଅନେକ ସ୍କୋଆଡ୍ ମୁତୟନ କରିଥିବା ସୂଚନା ମିଳିଥିଲା। କିନ୍ତୁ ତାହା ସଫଳ ହେବା ପରିବର୍ତ୍ତେ ଏବେ ଆଉ ଏକ ଦୃଶ୍ୟ ଭାଇରାଲ୍ ହୋଇଛି । 

ବର୍ତ୍ତମାନ ଆସିଥିବା ଦୃଶ୍ୟରୁ ସ୍ପଷ୍ଟ ଅନୁମାନ କରାଯାଇପାରୁଛି ଯେ, ଆଜିର ଯୁବପିଢୀ କିପରି ନୀତି ନୈତିକତାକୁ ଭୁଲି ସର୍ବସାଧାରଣ ସ୍ଥାନ (Public place)ରେ ଖୁଲମଖୁଲା ପ୍ରେମରେ ମସଗୁଲ ହୋଇ ଚୁମ୍ୱନ ଆଦାନ ପ୍ରଦାନ କରିବା ସହ ଅଶ୍ଳିଳ ଆଳିଙ୍ଗନ କରୁଛନ୍ତି । ଏହି ଦୃଶ୍ୟ ମେଟ୍ରୋନ ଅନ୍ୟ ଯାତ୍ରୀଙ୍କ ଉପରେ ମଧ୍ୟ କୁ ପ୍ରଭାବ ପକାଇଛି । କିଛି ବ୍ୟକ୍ତି ଏହି ଦୃଶ୍ୟକୁ ନିଜ ମୋବାଇଲ୍ କ୍ୟାମେରା (Mobile camera)ରେ କଏଦ କରି ସୋସିଆଲ ମିଡିଆ (Social media)ରେ ଅପଲୋଡ କରିଛନ୍ତି । ଯାହାଦ୍ୱାରା ଏହା ଅଧିକ ଭାଇରାଲ ହେବାରେ ଲାଗିଛି । ପୋଷ୍ଟ ହୋଇଥିବା ଦୃଶ୍ୟରେ ଏହା ମଧ୍ୟ ଲେଖାଯାଇଛି ଯେ, ଏହି ଘଟଣା ଜୁନ୍ ୧୭ ତାରିଖ ଦିନର । ଏଥିସହ ଏହାମଧ୍ୟ ଲେଖାଯାଇଛି ଯେ, ଏହି ମେଟ୍ରୋ ନମ୍ୱର T2C14 ହଳଦିଆ ଲାଇନ (Yellow line)ରେ ହୁଡା ସିଟି ସେଣ୍ଟର (huda city centre)କୁ ଯାତ୍ରା କରୁଥିଲା । ଦିଲ୍ଲୀ ମେଟ୍ରୋ ଅଧିକାରୀଙ୍କ ନିକଟରେ ଏହି ଖବର ପହଞ୍ଚିଥିଲା । ଦୁଇ ଦିନ ପରେ ଏହି ଖବରର ଉତ୍ତର ଦେଇ କହିଥିଲେ ଯେ, ଡିଏମଆରସି ଏହି ଘଟଣା ପାଇଁ ଦୁଃଖିତ ଅନୁଭବ କରୁଛି । ଏହା ମଧ୍ୟ କହିଥିଲେ ଯେ, ଏହି ଘଟଣା ପରେ ସେମାନେ ସିଟି ସେଣ୍ଟର ଷ୍ଟେସନ ମଧ୍ୟ ଚେକ୍ କରିଥିଲେ । କିନ୍ତୁ ସେତେବେଳକୁ ଉକ୍ତ ଯାତ୍ରୀ ଫେରାର୍ ହୋଇଯାଇଥିଲେ ।

ଦେଖନ୍ତୁ ଭିଡିଓ- 

ଟ୍ୱିଟରରେ ବିଳମ୍ୱରେ ରିପ୍ଲେ ପାଇଥିବାରୁ ବ୍ୟବହାରକାରୀମାନେ ପ୍ରତିକ୍ରିୟା ଦେଇଛନ୍ତି । ସେମାନେ କହିଛନ୍ତି, ମେଟ୍ରୋ ବିଭାଗର ବିଳମ୍ବିତ ଉତ୍ତର ନିରାଶାଜନକ ଏବଂ ଚିନ୍ତାଜନକ । କିଛି ଯାତ୍ରୀ ଏପରି ଲେଖିଥିଲେ ଯେ, ଚୋରୀ କରିବା ପରେ କଣ ଚୋର ପୋଲିସ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତା ନା କଣ ? ସେହି ପରି ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, କିସ୍ କରିବା ପ୍ରେମୀଯୁଗଳ , ଷ୍ଟେଶନରେ ବୋଧେ ଦୁଇ ଦିନ ପର୍ଯ୍ୟନ୍ତ ପୋଲିସ ଆସିବାକୁ ଅପେକ୍ଷା କରିଥାନ୍ତେ । ଅନ୍ୟ କିଛି ବ୍ୟକ୍ତି ଲେଖିଛନ୍ତି ଯେ, ମେଟ୍ରୋରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାନଯିବାରୁ ବାରମ୍ୱାର ଏପରି ଦୃଶ୍ୟ ସାମ୍ନାକୁ ଆସୁଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ । ଏଥିସହ ଅନ୍ୟଜଣେ ବ୍ୟକ୍ତି ଏପରି ଘଟଣା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସେ ଲେଖିଛନ୍ତି ମେଟ୍ରୋରେ ଅନେକ ବ୍ୟକ୍ତି ପରିବାର ସହ ଯାତ୍ରା କରୁଛନ୍ତି । ତେଣୁ ଏହି ଘଟଣା ସେମାନଙ୍କ ଉପରେ କୁ ପ୍ରଭାବ ପକାଇବ । ସୋସିଆଲ ମିଡିଆରେ ଏହାକୁ ଅଧିକ ସେୟାର କରି ଉକ୍ତ ବ୍ୟକ୍ତିଙ୍କ ପରିବାର ନିକଟରେ ଭିଡିଓ ପହଞ୍ଚାଇବା ପାଇଁ ମଧ୍ୟ ଜଣେ ସୋସିଆଲ ମିଡିଆ ୟୁଜର ଦାବି କରିଛନ୍ତି । ଏପରି କମେଣ୍ଟ ଦେଖିବା ପରେ ଅନେକ ଲୋକ ଏହାକୁ ସେୟାର ମଧ୍ୟ କରୁଛନ୍ତି ।

Also read- ଜାଣିଲେ ହେବେ ଆଶ୍ଚର୍ଯ୍ୟ ! ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ବିରାଟ ନେଇଛନ୍ତି ଏତେ ଟଙ୍କା..