Supreme Court: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଦିନ ଏକ ବଡ ପଦକ୍ଷେପ ନେଇଛନ୍ତି । ଲିଙ୍ଗଗତ ବୌଷମ୍ୟକୁ ଚିରସ୍ଥାୟୀ କରୁଥିବା ଶବ୍ଦର ବ୍ୟବହାର ଉପରେ କୋର୍ଟ ନିଷେଧ ଲଗାଇଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ହ୍ୟାଣ୍ଡବୁକ୍ ଉନ୍ମୋଚିତ ହୋଇଛି ।
Trending Photos
Supreme Court Banned Gender Stereotypes Wording: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ଦିନ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଲିଙ୍ଗଗତ ବୌଷମ୍ୟକୁ (Gender Stereotypes) ଚିରସ୍ଥାୟୀ କରୁଥିବା ଶବ୍ଦର ବ୍ୟବହାର ଉପରେ ସୁପ୍ରିମ୍ କୋର୍ଟ ନିଷେଧ ଲଗାଇଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ହ୍ୟାଣ୍ଡବୁକ୍ ଉନ୍ମୋଚିତ ହୋଇଛି । ହ୍ୟାଣ୍ଡବୁକ୍ ଉନ୍ମୋଚନ ହେବାପରେ ଭାରତର ପ୍ରଧାନ ବିଚାରପତି (ସିଜିଆଇ) ଡି.ୱାଇ ଚନ୍ଦ୍ରଚୁଡ୍ (DY Chandrachud) କହିଛନ୍ତି, “ଏହି ହ୍ୟାଣ୍ଡବୁକ୍ ମାଧ୍ୟମରେ କେଉଁ ଶବ୍ଦଗୁଡ଼ିକ ଷ୍ଟେରେଓଟିପିକାଲ୍ ଓ ସେଗୁଡିକରୁ କିପରି ଦୂରେଇ ରହିବ ତାହା ଜାଣିବାରେ ସାହାଯ୍ୟ କରିବ । ଏହି ହ୍ୟାଣ୍ଡବୁକ୍ ରେ ସେହି ଆପତ୍ତିଜନକ ଶବ୍ଦର ଏକ ତାଲିକା ଅଛି । ଏହା ସହିତ, ସେମାନଙ୍କ ସ୍ଥାନରେ ବ୍ୟବହୃତ ଶବ୍ଦଗୁଡ଼ିକୁ ମଧ୍ୟ କୁହାଯାଇଛି ।
କହିରଖୁଛୁ ଯେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ୫ ଜଣିଆ ବିଚାରପତିଙ୍କ ଏକ ଖଣ୍ଡପୀଠ ବୁଧବାର ଦିନ ଧାରା ୩୭୦ ରଦ୍ଦକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ଶୁଣାଣି ଆରମ୍ଭ କରିଛି । ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟ ଏକ ହ୍ୟାଣ୍ଡବୁକ୍ ଲଞ୍ଚ କରିଛନ୍ତି, ଯେଉଁଥିରେ ଶବ୍ଦଗୁଡ଼ିକ ତାଲିକାଭୁକ୍ତ ହୋଇଛି ଯାହା ଆଇନଗତ ଭାବେ ବ୍ୟବହାର ହୋଇପାରିବ ନାହିଁ ।
ହ୍ୟାଣ୍ଡବୁକ୍ ରେ କୁହାଯାଇଛି ଯେ, ଅଫାୟର ବଦଳରେ ବିବାହ ବାହାରେ ସମ୍ପର୍କ, ଫ୍ରଷ୍ଟିଚ୍ୟୁଡ୍/ ହୁକରଙ୍କ ସ୍ଥାନରେ ସେକ୍ସ ୱାର୍କର, ଅନୱେଡ୍ ମଦର ବଦଳରେ କେବଳ ମାଆ, ଚାଇଲ୍ଡ ଫ୍ରଷ୍ଟିଚ୍ୟୁଡ୍ ସ୍ଥାନରେ ଏକ ଚୋରା ଚାଲାଣକାରୀ ଆଣିଥିବା ଶିଶୁ, ବାଷ୍ଟାର୍ଡଙ୍କ ସ୍ଥାନରେ ଏପରି ପିଲା ଯାହାର ପିତାମାତା ବିବାହ କରିନାହାଁନ୍ତି, ଇଭ-ଟିଜିଂ ସ୍ଥାନରେ ଷ୍ଟ୍ରିଟ୍ ସେକ୍ସୁଆଲ ହେରେସମେଣ୍ଚ, ହାଉସ ୱାଇଫ୍ ସ୍ଥାନରେ ହୋମ ମେକର, ମିଷ୍ଟ୍ରେସ୍ ସ୍ଥାନରେ ସେହି ମହିଳାଙ୍କ ସହ ଜଣେ ପୁରୁଷ ବିବାହ ବାହାରେ ରୋମାଣ୍ଟିକ କିମ୍ବା ଯୈନ ସମ୍ପର୍କ ରଖିଛନ୍ତି ବ୍ୟବହାର କରାଯିବ ।
ଏଠାରେ କ୍ଲିକ୍ ଦେଖନ୍ତୁ ସୁପ୍ରିମ କୋର୍ଟ ଜାରି କରିଥିବା ହ୍ୟାଣ୍ଡବୁକ୍ଏ
ହା ବ୍ୟତୀତ ପ୍ରୋବୋକ୍ଟିଭ କ୍ଲୋଥିଙ୍ଗ/ଡ୍ରେସ୍ ସ୍ଥାନରେ କ୍ଲୋଥିଙ୍ଗ/ଡ୍ରେସ୍ ବ୍ୟବହାର, ଇଫେମିନେଟ ସ୍ଥାନରେ ଲିଙ୍ଗ ନିରପେକ୍ଷ ଶବ୍ଦ ବ୍ୟବହାର, ବିଶ୍ୱସ୍ତ ପତ୍ନୀ / ଉତ୍ତମ ପତ୍ନୀ / ଆଜ୍ଞାକାରୀ ପତ୍ନୀ, ସ୍ଥାନରେ ଭାରତୀୟ ମହିଳା / ପାଶ୍ଚାତ୍ୟ ମହିଳା, ନାରୀର ସ୍ଥାନ ବାକ୍ୟାଂଶ କିମ୍ବା ଶବ୍ଦ ବ୍ୟବହାର କରାଯିବା ଉଚିତ୍ ।
ଏହା ବ୍ୟତୀତ, ହ୍ୟାଣ୍ଡବୁକ୍ ମଧ୍ୟ ମହିଳାଙ୍କ ଗୁଣ ବିଷୟରେ କିଛି ସାଧାରଣ ଭୁଲ ଧାରଣାକୁ ତାଲିକାଭୁକ୍ତ କରିଛି ଓ ଖଣ୍ଡନ କରିଛି । ମହିଳାମାନଙ୍କର ଅତ୍ୟଧିକ ଭାବପ୍ରବଣ, ନିର୍ଣ୍ଣାୟକ ଓ ଅଯୌକ୍ତିକ ଦୃଷ୍ଟିକୋଣ । ସୁପ୍ରିମକୋର୍ଟ କହିଛନ୍ତି, “ଜଣେ ବ୍ୟକ୍ତିର ଲିଙ୍କ ତାଙ୍କ ଯୁକ୍ତିଯୁକ୍ତ ଚିନ୍ତାଧାରା ଉପରେ ପ୍ରଭାବ ପକାଇବ ନାହିଁ । ଅବିବାହିତ ମହିଳାମାନେ ସେମାନଙ୍କ ଜୀବନ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ନାହିଁ, ଏହା ମଧ୍ୟ ଏକ ରକ୍ଷଣଶୀଳ ଚିନ୍ତାଧାରା । ଯେତେବେଳେ ସତ୍ୟ ହେଉଛି ବିବାହ ଜଣେ ବ୍ୟକ୍ତିର ନିଷ୍ପତ୍ତି ନେବା କ୍ଷମତାକୁ ପ୍ରଭାବିତ କରେ ନାହିଁ ।
ଏହା ବି ପଢ଼ନ୍ତୁ: ହୋମୱାର୍କ କରିବାକୁ କହିଲା ମା', ପୋଲିସ ଷ୍ଟେସନରେ ପହଞ୍ଚିଗଲା ପିଲା! କହିଲା- 'ମୋତେ ଅନାଥ ଆଶ୍ରମରେ ଛାଡ଼ିଦିଅ'
ଏହା ବି ପଢ଼ନ୍ତୁ: Foods To Increase Stamina: ଏହି ଘରୋଇ ଜିନିଷ ଖାଇ ବଢ଼ାଇପାରିବେ ନିଜର ଷ୍ଟାମିନା, ସୁଖମୟ ରହିବ ଆପଣଙ୍କ ଦାମ୍ପତ୍ୟ ଜୀବନ