T20 world cup semifinal: ଆରମ୍ଭରୁ ବିପର୍ଯ୍ୟୟ: ଚାଲିଲାନି ରାହୁଲ, ସୂର୍ଯ୍ୟଙ୍କ ବ୍ୟାଟ
Advertisement
Article Detail0/zeeodisha/odisha1434671

T20 world cup semifinal: ଆରମ୍ଭରୁ ବିପର୍ଯ୍ୟୟ: ଚାଲିଲାନି ରାହୁଲ, ସୂର୍ଯ୍ୟଙ୍କ ବ୍ୟାଟ

ଟସ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ଇଂଲଣ୍ଡ। ଭାରତର ଓପନିଂ ଯୋଡ଼ି ପୁଣି ଥରେ ଫେଲ ମାରିଛନ୍ତି। ରାହୁଲ ୫ ରନ କରି ଆଉଟ ହୋଇ ପାଭିଲିୟନ ଫେରିଥିଲେ। 

T20 world cup semifinal: ଆରମ୍ଭରୁ ବିପର୍ଯ୍ୟୟ: ଚାଲିଲାନି ରାହୁଲ, ସୂର୍ଯ୍ୟଙ୍କ ବ୍ୟାଟ

T20 world cup semifinal: ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ (Second Semifinal) ମ୍ୟାଚ ଆଜି ଆଡ଼ିଲେଡ଼ରେ (Adelaide) ଖେଳାଯାଉଛି। ଭାରତ (India) ବିପକ୍ଷରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ (England)। ଭାରତ (India) ପକ୍ଷରୁ ରୋହିତ (Rohit Sharma) ଓ କେଏଲ ରାହୁଲ (KL Rahul) ପାଳି ଆରମ୍ଭ କରିଥିଲେ। ସେମିଫାଇନାଲେରେ ମଧ୍ୟ ଫେଲ ମାରିଛନ୍ତି ଏହି ଓପନିଂ ଯୋଡ଼ି। କେଏଲ ରାହୁଲ (KL Rahul) ଓ ରୋହିତ ଶର୍ମା (Rohit Sharma) ଦମଦାର ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଭାରତୀୟ ଓପନର୍ (Opener) କେ.ଏଲ୍ ରାହୁଲ (KL Rahul) ପୁଣିଥରେ ଟି-୨୦ ବିଶ୍ୱକପ୍‌ର ବଡ଼ ମ୍ୟାଚ୍‌ରେ ଫ୍ଲପ୍‌ ହୋଇଥିଲେ। ବଡ ଦଳ ବିପକ୍ଷରେ ସେ ଟିମ୍ ଇଣ୍ଡିଆକୁ ଏକ ଦମଦାର ଆରମ୍ଭ ଦେବାରେ ବିଫଳ ହୋଇଥିଲେ। ଇଂଲଣ୍ଡ (England) ବିପକ୍ଷରେ ଗୋଟିଏ ଦମଦାର ଚୌକା ସହିତ ପାଳି ଆରମ୍ଭ କରିଥିବା ରାହୁଲ (Rahul) କିନ୍ତୁ ପରବର୍ତ୍ତି ମୂହୁର୍ତ୍ତରେ ୫ ରନ କରି ଆଉଟ ହୋଇଥିଲେ। ଦ୍ୱିତୀୟ ଓଭରର ଚତୁର୍ଥ ବଲରେ କ୍ରିସ ଭୋକସଙ୍କ ବଲରେ ଆଉଟ ହୋଇ ପାଭିଲିୟନ ଫେରିଥିଲେ ରାହୁଲ। ପୁଣି ଥରେ ଫେଲ ମାରିଥିଲେ ରାହୁଲ। 

ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ରାହୁଲ ଖରାପ ଫର୍ମ ସହ ସଂଘର୍ଷ କରୁଥିଲେ। ଯଦିଓ ସେ ଗତ ଦୁଇଟି ମ୍ୟାଚ୍‌ରେ ଏକ ଶକ୍ତିଶାଳୀ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ବାଂଲାଦେଶ ଏବଂ ଜିମ୍ବାୱେ ବିପକ୍ଷରେ ଅର୍ଦ୍ଧଶତକ ଖେଳିଥିଲେ, ଏହା ପରେ ସେ ଫର୍ମକୁ ଫେରିଥିବା ପରି ମନେ ହେଉଥିଲା। କିନ୍ତୁ ତାଙ୍କ ବ୍ୟାଟରୁ ସେଭଳି ଏକ ବଡ଼ ସ୍କୋର ବାହାରିପାରିନଥିଲା। ପୁଣି ଥରେ ଟି-୨୦ ବିଶ୍ୱକପ୍‌ର ଶ୍ରେଷ୍ଠ ୮ଟି ଦଳ ବିପକ୍ଷରେ ସେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। 

ଟି୨୦ ବିଶ୍ୱକପରେ ୮ଟି ଦଳ ବିପକ୍ଷରେ କେଏଲ ରାହୁଲ ସେଭଳି କିଛି ରେକର୍ଡ ସୃଷ୍ଚି କରିପାରିନାହାନ୍ତି। ଆଡ଼ିଲେଡରେ ଇଂଲଣ୍ଡ ବିପକ୍ଷରେ ମାତ୍ର ୫ ରନ କରି ପାଭିଲିୟନ ଫେରିଥିଲେ ସେ। ସେ ମାତ୍ର ୫ ମିନିଟ କ୍ରିଜରେ ରହି ପାଭିଲିୟନ ଫେରିଥିଲେ। ମେଲବୋର୍ଣ୍ଣରେ ମଧ୍ୟ ପାକିସ୍ତାନ ବିପକ୍ଷରେ ମାତ୍ର ୪ ରନ କରି ବିଫଳ ହୋଇଥିଲେ। ସେହିପରି ରୋହିତ ଶର୍ମା ମଧ୍ୟ ବିଫଳ ହୋଇଥିଲେ। ୨୮ ବଲରେ ମାତ୍ର ୨୭ ରନ କରି ଫେଲ ମାରିଥିଲେ ରୋହିତ। ସେପଟେ ଦମଦାର ପ୍ରଦର୍ଶନ କରି ଆସୁଥିବା ସୂର୍ଯ୍ୟକୁମାର ମଧ୍ୟ ବିଫଳ ହୋଇଥିଲେ। ସେ ମାତ୍ର ୧୪ ରନ କରି ପାଭିଲିୟନ ଫେରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ମୈଦାନରେ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ଖେଳ ଜାରି ରଖିଥିଲେ।