Telangana: ଯେତେବେଳେ ସାଂସଦଙ୍କୁ ଆକ୍ରମଣ କରାଯାଇଥିଲା ସେତେବେଳେ ସେ ନିଜ ସମର୍ଥକଙ୍କ ସହ ପ୍ରଚାର କରୁଥିଲେ । ସେ କିଛି ବୁଝିବା ପୂର୍ବରୁ ଭିଡ଼ ଭିତରୁ ଆସି ଜଣେ ଯୁବକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ।
Trending Photos
Medak MP Kotha Prabhakar Reddy stabbed: ସୋମବାର ଦିନ ତେଲେଙ୍ଗାନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ନିର୍ବାଚନ ପ୍ରଚାର ସମୟରେ ଶାସକ ବିଆରଏସର ଜଣେ ସାଂସଦ କୋଥା ପ୍ରଭାକର ରେଡ୍ଡୀଙ୍କ ପେଟରେ ଜଣେ ବ୍ୟକ୍ତି ଛୁରୀ ଭୁସିଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସିଦ୍ଧଦୀପ ଜିଲ୍ଲାର ଦୌଲତାବାଦ୍ ମଣ୍ଡଳର ସୁରମ୍ପଲ୍ଲୀ ଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ଜଣେ ଅଜଣା ବ୍ୟକ୍ତି ଆସି ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ।
ଏହି ଘଟଣା ପରେ କୋଥାଙ୍କୁ ସିକନ୍ଦରାବାଦ ହସ୍ପିଟାଲ ନିଆଯାଇଥିଲା । କୋଥା ତେଲେଙ୍ଗାନାର ମେଡାକ ଆସନରୁ ଜଣେ ସାଂସଦ । ସେ ବିପଦ ବାହାରେଥିବା ପୋଲିସ କହିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସାଂସଦ ନିଜ ପେଟର ଆଘାତରେ ହାତ ରଖିଥିବାର ଦେଖିବାକୁ ମିଳୁଛି । ସାଂସଦଙ୍କ ପେଟରେ ଆଘାତ ଲାଗିବା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ସେ ନିରାପଦରେ ଥିବା ପରେ ପୋଲିସ କହିଛି । ଏହା ସହିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି କୁହାଯାଉଛି ।
#WATCH | Telangana: BRS MP Kotha Prabhakar Reddy was stabbed in the stomach by an unidentified person during his campaign in Siddipet.
MP Kotha Prabhakar Reddy is safe. The incident took place in Surampally village of the Daulatabad mandal. He has been shifted to Gajwel. The… pic.twitter.com/MI0BvbFxDJ
— ANI (@ANI) October 30, 2023
ସିଦ୍ଧଦୀ ପୋଲିସ କମିଶନର ଏନ ଶ୍ୱେତା କହିଛନ୍ତି, 'ସାଂସଦ କୋଥା ପ୍ରଭାକର ରେଡ୍ଡୀ ସୁରକ୍ଷିତ ଅଛନ୍ତି । ଏହି ଘଟଣା ଦୌଲାତାବାଦ ମଣ୍ଡଳର ସୁରମ୍ପାଲୀ ଗ୍ରାମରେ ଘଟିଛି । ତାଙ୍କୁ ଗଜୱେଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ଜେଲରେ ଅଛନ୍ତି, ଆମେ ଘଟଣାର ତଦନ୍ତ କରୁଛୁ । ଅନ୍ୟପକ୍ଷରେ ବିଆରଏସ ଅଭିଯୋଗ କରିଛି ଯେ 'କଂଗ୍ରେସ ସମର୍ଥକ' ସାଂସଦ ପ୍ରଭାକର ରେଡ୍ଡୀଙ୍କ ଉପରେ ଆକ୍ରମଣ କରିଛନ୍ତି ।
କହିରଖୁଛୁ ଯେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ନଭେମ୍ବର ୩୦ ରେ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସହିତ ରାଜ୍ୟରେ ଭୋଟ୍ ଗଣନା ଓ ଫଳାଫଳ ଡିସେମ୍ବର ୩ ରେ ଘୋଷଣା ହେବ ।