Shocking News In Odia: ବିବାହ ମଣ୍ଡପକୁ ଆସିନଥିଲେ କନ୍ୟା। ତେବେ ବିବାହର ଶୁଭଲଗ୍ନ ଗଡିଯାଉଥିବାରୁ ବର ବେଦିରୁ ଉଠି କନ୍ୟା ରହୁଥିବା ହୋଟେଲରେ ପହଞ୍ଚିଥିଲେ । ଏବଂ ସେଠାରେ କନ୍ୟାର ଦାବି ଶୁଣି ଚମକି ପଡିଥିଲେ ଉଭୟ ବର ଏବଂ କନ୍ୟାଘର ପକ୍ଷ । କନ୍ୟା ଆହୁରି ଅଧିକ ଯୌତୁକ ଟଙ୍କା ଦାବି କରିଥିଲେ । ତେବେ ଆପୋଷୋ ବୁଝାମଣା ପରେ ହିଁ ଦୁହିଁଙ୍କ ବିବାହ ଭାଙ୍ଗି ଯାଇଥିଲା।
Trending Photos
Shocking News In Odia: ସାଧାରଣତଃ ଆମେ ଦେଖିଛେ ଓ ଜାଣିଛେ ମଧ୍ୟ ବିବାହରେ ପୁଅଘର ଅର୍ଥାତ ବରପକ୍ଷ ଯୌତୁକ ଦାବି କରିଥାନ୍ତି । ଯୌତୁକ ପ୍ରଥା ବହୁ ପୁରାତନ କାଳରୁ ରହିଆସିଛି । ପୂର୍ବରୁ ଝିଅ ବିବାହ କଲେ ପୁଅ ଘରକୁ ଯୌତୁକ ବାବଦରେ ଗାଇ, ଛେଳି କୁକୁଡା ସାଇକେଲ ଓ ଶଗଡ଼ ନେଇ ଯାଉଥିଲେ । ହେଲେ ବାହାଘର ପ୍ରଥା ଓ ସମୟ ସହ ପାଦ ଦେଇ ଏବେ ଯୌତୁକ ଦାବିରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯେମିତିକି ଝିଅ ବିବାହ କରି ଗଲେ ଗାଡ଼ି, ଜମି ସହ ସୁନାଗହଣା ଓ ଫ୍ଲାଟ ନେଇ ଯାଉଛନ୍ତି ।ହେଲେ ଏମିତି ଏକ ଖବର ଯାହା ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ । ବର ପକ୍ଷ ମନ ମୁତାବକ ଯୌତୁକ ନଦେବାରୁ କନିଆ ବେଦିରୁ ଉଠି ବାହାଘର ଭାଙ୍ଗିଦେଇଛି।
ଏପରି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାରେ (Telengana) । ପ୍ରକତରେ ପରମ୍ପରା ରହିଛି ତେଲେଙ୍ଗାନାରେ ଥିବା ଏକ ଜନଜାତି ସଂପ୍ରଦାୟର । ଏହି ସଂପ୍ରଦାୟର ଲୋକଙ୍କର ଓଲଟା ପ୍ରଥା ରହିଛି । ଏଠାରେ ଝିଅଘର ବିବାହ ବେଳେ ପୁଅଘର ଠାରୁ ଯୌତୁକ ଆଣନ୍ତି। ପ୍ରଥା ଅନୁଯାୟୀ ଏଠାକାର ଏକ କନ୍ୟାପକ୍ଷ ବରପକ୍ଷକୁ ୨ ଲକ୍ଷ ଟଙ୍କା ଯୌତୁକ (Dowry Demand) ଆକାରରେ ଡିମାଣ୍ଡ କରିଥିଲେ । ଏବଂ ବରପକ୍ଷ ରାଜି ମଧ୍ୟ ହୋଇଯାଇଥିଲେ । ତେବେ ବିବାହ ଦିନ ବର ତାର ବାପଘର ଭଦ୍ରାଦ୍ରି କୋଠଗୁଡେମ ଦେଇ ବିବାହ ସ୍ଥଳରେ ପହଞ୍ଚିଥିଲେ ।
ହେଲେ ବିବାହ ମଣ୍ଡପକୁ (Marriage Mandap) ଆସିନଥିଲେ କନ୍ୟା। ତେବେ ବିବାହର ଶୁଭଲଗ୍ନ ଗଡିଯାଉଥିବାରୁ ବର ବେଦିରୁ ଉଠି କନ୍ୟା ରହୁଥିବା ହୋଟେଲରେ ପହଞ୍ଚିଥିଲେ । ଏବଂ ସେଠାରେ କନ୍ୟାର ଦାବି ଶୁଣି ଚମକି ପଡିଥିଲେ ଉଭୟ ବର ଏବଂ କନ୍ୟାଘର ପକ୍ଷ । କନ୍ୟା ଆହୁରି ଅଧିକ ଯୌତୁକ ଟଙ୍କା ଦାବି କରିଥିଲେ । ତେବେ ଆପୋଷୋ ବୁଝାମଣା ପରେ ହିଁ ଦୁହିଁଙ୍କ ବିବାହ ଭାଙ୍ଗି ଯାଇଥିଲା।
ଏବଂ କେହି କାହା ନାଁରେ ଅଭିଯୋଗ ମଧ୍ୟ କରିନଥିଲେ ।ହେଲେ ସବୁଠାରୁ ବଡ କଥା ହେଉଛି, ବାହାଘର ଭାଙ୍ଗିଯିବା ପରେ କନ୍ୟାପକ୍ଷ ବର ପକ୍ଷ ଘର ଲୋକଙ୍କୁ ନେଇଥିବା ଯୌତୁକ ଟଙ୍କା (Dowry Demand) ଫେରସ୍ତ କରି ଦେଇଥିଲେ । ହେଲେ ପ୍ରକୃତରେ ଯୌତୁକ ପାଇଁ ବିବାହ ଭାଙ୍ଗିଛି ନା ଅନ୍ୟ କିଛି କାରଣ ରହିଛି ତାର କୌଣସି ସଠିକ୍ ସୂଚନା ମିଳିପାରିନାହିଁ।
Also Read: Shocking News: ୭ ମାସର ଗର୍ଭବତୀ କରିଦେଲେ ଏହି ସାମାନ୍ୟ ଭୁଲ, ଜନ୍ମ ନେଲା ପଥର ଶିଶୁ
Also Read: Indian Navy: ଏଣିକି ନିୟମ ଅନୁସାରେ ଜାହାଜ ଉପରେ ମରାଯିବ ସାଲ୍ୟୁଟ, ଜାଣନ୍ତୁ କ'ଣ ଥିଲା ପୁରୁଣା ନିୟମ