Fire In Delhi Police Station: ଦିଲ୍ଲୀ ପୁଲିସ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ
Advertisement
Article Detail0/zeeodisha/odisha2272544

Fire In Delhi Police Station: ଦିଲ୍ଲୀ ପୁଲିସ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ

Fire In Delhi Police Station: ଅଗ୍ନିଶମ ବିଭାଗ କହିଛି ଯେ ଡିସିପି କାର୍ଯ୍ୟାଳୟରେ ନିଆଁ ବ୍ୟାପିବା ପୂର୍ବରୁ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା, କିନ୍ତୁ କାଶ୍ମୀର ଗେଟ୍ ମେଟ୍ରୋ ପୋଲିସ ଷ୍ଟେସନର ସମସ୍ତ ଦଲିଲ ଏବଂ ଜିନିଷ ପୋଡି ପାଉଁଶ ହୋଇଯାଇଛି। ପୋଲିସ ଷ୍ଟେସନ ଚାରିପାଖରେ କେବଳ ଜଳିଯାଇଥିବା ସାମଗ୍ରୀ ଦେଖିବାକୁ ମିଳିଛି।

Fire In Delhi Police Station: ଦିଲ୍ଲୀ ପୁଲିସ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ

Fire In Delhi Police Station: ଦିଲ୍ଲୀର ପୋଲିସ ଷ୍ଟେସନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡର ଘଟି ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ପାଇବା ମାତ୍ରେ ୧୨ ଟି ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ୨ ଘଣ୍ଟା କଠିନ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା। ରେକର୍ଡ ରୁମ, ଆଲମାରୀ, ଦରକାରୀ କାଗଜପତ୍ର ଇତ୍ୟାଦି ଅନେକ ଜିନିଷ ପୋଲିସ ଷ୍ଟେସନରେ ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ସୌଭାଗ୍ୟର ବିଷୟ ହେଉଛି ଏହି ଘଟଣାରେ କାହାର ଜୀବନହାନୀ ହୋଇନାହିଁ। 

ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧୨.୪୫ ସମୟରେ ଦିଲ୍ଲୀର କାଶ୍ମୀର ଗେଟ୍ ମେଟ୍ରୋ ପୋଲିସ ଷ୍ଟେସନରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହା ପରେ ୧୨ ଟି ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳକୁ ଯାଇ ନିଆଁକୁ ସଂପୂର୍ଣ୍ଣଭାବେ ଲିଭାଇବାରେ ସଫଳ ହୋଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଡିସିପି ମେଟ୍ରୋ କାର୍ଯ୍ୟାଳୟ ମଧ୍ୟ ସେହି ସ୍ଥାନରେ ଅଛି ଯେଉଁଠାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବିଭାଗ କହିଛି ଯେ ଡିସିପି କାର୍ଯ୍ୟାଳୟରେ ନିଆଁ ବ୍ୟାପିବା ପୂର୍ବରୁ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା, କିନ୍ତୁ କାଶ୍ମୀର ଗେଟ୍ ମେଟ୍ରୋ ପୋଲିସ ଷ୍ଟେସନର ସମସ୍ତ ଦଲିଲ ଏବଂ ଜିନିଷ ପୋଡି ପାଉଁଶ ହୋଇଯାଇଛି। ପୋଲିସ ଷ୍ଟେସନ ଚାରିପାଖରେ କେବଳ ଜଳିଯାଇଥିବା ସାମଗ୍ରୀ ଦେଖିବାକୁ ମିଳିଛି। ତେବେ କ୍ଷୟ- କ୍ଷତିର ସମ୍ପୂର୍ଣ୍ଣ ହିସାବ ଏଯାଏଁ ମିଳି ପାରିନାହିଁ। ତେବେ ପୋଲିସ ଷ୍ଟେସନରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।