Billionaires: ଦ୍ରୁତ ଗତିରେ ବଢ଼ୁଛି ଅରବପତିଙ୍କ ସଂଖ୍ୟା, ଭାରତରେ ୨୭୧
Advertisement

Billionaires: ଦ୍ରୁତ ଗତିରେ ବଢ଼ୁଛି ଅରବପତିଙ୍କ ସଂଖ୍ୟା, ଭାରତରେ ୨୭୧

Billionaires: ଭାରତରେ ଦ୍ରୁତଗତିରେ ଅରବପତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ବର୍ଷରେ ଏ ଦେଶରେ ୯୪ଜଣ ନୂଆ ଅରବପତି ସୃଷ୍ଟି ହୋଇଛନ୍ତି। ଭାରତର ରୂପାନ୍ତରଣ ତଥା ନୂଆ ଅର୍ଥନୀତି ଓ ରାଜନୀତିକ ବ୍ୟବସ୍ଥା ଏଥିଲାଗି ସହାୟକ ହେଉଛି। ଆମେରିକାକୁ ଛାଡ଼ିଦେଲେ ବିଶ୍ୱର କୌଣସି ରାଷ୍ଟ୍ର ଏହି ଅରବପତିଙ୍କ ସଂଖ୍ୟା ବୃଦ୍ଧିରେ ଭାରତ ସହ ସମକକ୍ଷ ନୁହଁନ୍ତି।

Billionaires: ଦ୍ରୁତ ଗତିରେ ବଢ଼ୁଛି ଅରବପତିଙ୍କ ସଂଖ୍ୟା, ଭାରତରେ ୨୭୧

Billionaires: ଭାରତରେ ଦ୍ରୁତଗତିରେ ଅରବପତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ବର୍ଷରେ ଏ ଦେଶରେ ୯୪ଜଣ ନୂଆ ଅରବପତି ସୃଷ୍ଟି ହୋଇଛନ୍ତି। ଭାରତର ରୂପାନ୍ତରଣ ତଥା ନୂଆ ଅର୍ଥନୀତି ଓ ରାଜନୀତିକ ବ୍ୟବସ୍ଥା ଏଥିଲାଗି ସହାୟକ ହେଉଛି। ଆମେରିକାକୁ ଛାଡ଼ିଦେଲେ ବିଶ୍ୱର କୌଣସି ରାଷ୍ଟ୍ର ଏହି ଅରବପତିଙ୍କ ସଂଖ୍ୟା ବୃଦ୍ଧିରେ ଭାରତ ସହ ସମକକ୍ଷ ନୁହଁନ୍ତି। ୨୦୨୪ ହୁରନ୍‍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। 
ଏବେ ଭାରତରେ ସମୁଦାୟ ୨୭୧ ଜଣ ଅରବପତି ରହିଛନ୍ତି। ଏ ସମସ୍ତ ଅରବପତିଙ୍କ ସମ୍ପତ୍ତିକୁ ଯଦି ଏକାଠି କରାଯାଏ ତେବେ ତାହା ୧ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଯାହା ସମୁଦାୟ ସମ୍ପତ୍ତିର ୭ ପ୍ରତିଶତ ବୋଲି ଇଣ୍ଡିଆନ୍‍ ଏକ୍ସପ୍ରେସ ଏକ ରିପୋର୍ଟରେ ଦର୍ଶାଇଛି। 
ଯେଉଁ ବ୍ୟବସାୟ ଅର୍ଥ ଠୁଳ କରିବାରେ ଠିକ ସାବ୍ୟସ୍ତ ହୋଇଛନ୍ତି ସେ ଭିତରେ ରହିଛି ଫାର୍ମାସ୍ୟୁଟିକାଲ ଶିଳ୍ପ, ଅଟୋ ମୋବାଇଲ୍‍ ଓ ଗାଡ଼ିର ବିଭିନ୍ନ ଅଂଶ ତିଆରି କରୁଥିବା ଶିଳ୍ପ ଏବଂ ତରସାୟନ ଶିଳ୍ପ।  ଭାରତରେ ଫାର୍ମାସ୍ୟୁଟିକାଲ ଶିଳ୍ପରୁ ୩୯ ଜଣ ଅରବପତି ଥିବା ବେଳେ ଏହି ତାଲିକାରେ ଅଟୋମୋବାଇଲ ଶିଳ୍ପରୁ ୨୭ଜଣ ଏବଂ ରସାୟନ ଶିଳ୍ପରୁ ୨୪ଜଣ ଅରବପତି ରହିଛନ୍ତି। 
ବମ୍ବେ ଏହି କ୍ରମରେ ସର୍ବାଧିକ ଅରବପତିଙ୍କୁ ଧାରଣ କରିଥିବା ସହର ହୋଇଛି। ନ୍ୟୁୟର୍କ, ଲଣ୍ଡନ ପରେ ମୁମ୍ବାଇ ସର୍ବାଧିକ ଅରବପତିଙ୍କ ସହର ଭାବେ ପରିଚିତ ହୋଇଛି। ଏହା ତଳକୁ ରହିଛନ୍ତି ବେଜିଂ, ସାଙ୍ଘାଇ, ସେନ୍‍ଝେନ, ହଂକଂ, ମସ୍କୋ। ନୂଆଦିଲ୍ଲୀରେ ଏବେ ୫୭ଜଣ ଅରବପତି ରହୁଛନ୍ତି। ୨୦୨୩ ମସିହାରେ ଏହା ୧୮ ଥିଲା। ଅର୍ଥାତ୍‍ ନୂଆଦିଲ୍ଲୀ ଟପ୍‍ ୧୦ ଅରବପତିଙ୍କ ସହରରେ ସାମିଲ୍‍ ହୋଇଛି।  ଏହା ତଳକୁ ରହିଛି ସାନ୍‍ ଫ୍ରାନ୍‍ସିସ୍କୋ। 
ଏଲନ୍‍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବୋଲି ହୁରୁନ୍‍ ରିପୋର୍ଟରେ କୁହାଯାଇଛି। ଚତୁର୍ଥ ଥର ପାଇଁ ସେ ଏହି ରେକର୍ଡ ରକ୍ଷା କରିଛନ୍ତି। ଏହାଙ୍କ ପରେ ରହିଛନ୍ତି ଆମାଜନ୍‍ ପ୍ରତିଷ୍ଠାତା ଜେଫ ବେଜୋସ୍‍।