ବ୍ୟାପକ ଅନିୟମିତତାରେ ବୁଡ଼ି ରହିଛନ୍ତି ସରକାର, କେବଳ ବୃକ୍ଷରୋପଣରେ ଦୁର୍ନିତୀ ହୋଇଛି ଏତିକି କୋଟି
Advertisement

ବ୍ୟାପକ ଅନିୟମିତତାରେ ବୁଡ଼ି ରହିଛନ୍ତି ସରକାର, କେବଳ ବୃକ୍ଷରୋପଣରେ ଦୁର୍ନିତୀ ହୋଇଛି ଏତିକି କୋଟି

ସହରାଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସମନ୍ଵୟ ନ ଥିବାରୁ ୩୯.୮୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ହୋଇଛି । ସହରାଞ୍ଚଳରେ ବୃକ୍ଷରୋପଣ ଓ ବାଡ଼ ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ପାଣ୍ଠି ଆବଣ୍ଟନରେ ଅନିୟମିତତାକୁ ଧରିଛନ୍ତି ସିଏଜି ।

ବ୍ୟାପକ ଅନିୟମିତତାରେ ବୁଡ଼ି ରହିଛନ୍ତି ସରକାର, କେବଳ ବୃକ୍ଷରୋପଣରେ ଦୁର୍ନିତୀ ହୋଇଛି ଏତିକି କୋଟି

ଭୁବନେଶ୍ୱର: ସରକାର (Odisha Government) ନିଜର ସଫଳତାର ମିଛ ଡେଙ୍ଗୁରା ପିଟୁଛନ୍ତି। ପୁଳାପୁଳା ଦୁର୍ନିତି ଉପରେ ସଫଳତାର ଚାଦର ଘୋଡ଼ାଇ ରଖୁଛନ୍ତି। କିନ୍ତୁ ଏହାର ଖୁଲାସା କରିଛନ୍ତି ମହାଲେଖାକାର ନିୟନ୍ତ୍ରକ ଓ ସମିକ୍ଷକ (CAG)। ସରକାରଙ୍କ ବୃକ୍ଷରୋପଣ (Plantation) କାର୍ଯ୍ୟକ୍ରମ ବିଫଳ ଓ ବ୍ୟାପକ ଅନିୟମିତତା ଧରିଲେ ସିଏଜି (CAG)। ୪୮୫ ବୃକ୍ଷରୋପଣ (Plantation) କାର୍ଯ୍ୟକ୍ରମରୁ ୧୯୧ଟି ସଫଳ ହୋଇନାହିଁ । ଯାହା ଦ୍ୱାରା ବିଭାଗ ୧୩.୧୭କୋଟି ଟଙ୍କା କ୍ଷତି ସହିଛି । ଏମିତିକି ବୃକ୍ଷରୋପଣ (Plantation) କାର୍ଯ୍ୟକ୍ରମରେ କାହାର କାହା ସହିତ ସମନ୍ୱୟ ରହୁନ ଥିଲା। ପୁଲା ପୂଳା  ତ୍ରୁଟି ପାଇଁ କୋଟି କୋଟି ଟଙ୍କା ବ୍ୟୟ ପରେ ମଧ୍ୟ କୌଣସି ଲାଭ ହୋଇନଥିବା ତ୍ରୁଟିକୁ ଧରିଛନ୍ତି ମହଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ। ୩ବର୍ଷ ଭିତରେ ରାଜ୍ୟ ସରକାର ଯାହା ବି ବୃକ୍ଷରୋପଣ କରିଛନ୍ତି ସବୁ ଦୁର୍ନୀତି ବୋଲି ଅଭିଯୋଗ କରିଛି ବିରୋଧି। ସେପଟେ ଶାସକ ଦଳ କହୁଛି କମିଟିରେ ଆଲୋଚନା ହେବାପରେ ଜଣା ପଡ଼ିବ।

ସହରାଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସମନ୍ଵୟ ନ ଥିବାରୁ ୩୯.୮୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ହୋଇଛି । ସହରାଞ୍ଚଳରେ ବୃକ୍ଷରୋପଣ ଓ ବାଡ଼ ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ପାଣ୍ଠି ଆବଣ୍ଟନରେ ଅନିୟମିତତାକୁ ଧରିଛନ୍ତି ସିଏଜି । CAG ୧୪.୮୨ କୋଟି ଟଙ୍କାର ଅନିୟମିତତାକୁ ଧରିଛନ୍ତି ।  କେଉଁଠି ବୃକ୍ଷରୋପଣ କରାଯିବ ତାହା ଠିକ ଭାବେ ଚିହ୍ନଟ କରା ନ ଯାଇ ବୃକ୍ଷରୋପଣ ହେଉଥିବାରୁ ସରକାରଙ୍କ ଏହି କାର୍ଯ୍ୟକ୍ରମ ବିଫଳ ହୋଇଥିବା କହିଛନ୍ତି ସିଏଜି। ଫୁଟପାତରେ ବୃକ୍ଷରୋପଣ, ଟ୍ରେଞ୍ଚ ଗୁଡିକୁ ଢାଲୁ ସହ ପ୍ରପେଣ୍ଡକୁଲାର ଭାବେ ଖୋଳା ଯାଇ ନଥିଲା । ଯେଉଁଥି ପାଇଁ ୬୮.୩୬ କୋଟି ଟଙ୍କା ଅକାରଣରେ ଖର୍ଚ୍ଚ ହୋଇଛି । ବିଭିନ୍ନ ଉପାଦାନ ପାଇଁ ଜଙ୍ଗଲ ବିଭାଗ ବ୍ୟୟ ନିୟମକୁ ଉଲଂଘନ କରି ଅଧିକ ଟଙ୍କା ଖର୍ଚ୍ଚ କରିଛି । ଯେଉଁଥି ପାଇଁ ୯୯ ଲକ୍ଷ ଟଙ୍କା କ୍ଷତି ହୋଇଛି। ଯାହାକୁ ଏବେ ବିରୋଧୀ ଘୋର ନିନ୍ଦା କରୁଛନ୍ତି।

ପ୍ରଥମ ଭାଗରେ ଆର୍ଥିକ କ୍ଷେତ୍ର ବାବଦରେ ଦର୍ଶାଯାଇଛି। ଯଦିଓ ଚାରି ବର୍ଷରେ ବୃକ୍ଷରୋପଣ 39% ବଢ଼ିଛି। ହେଲେ ୪୮୫ବୃକ୍ଷ ରୋପଣ କାର୍ଯ୍ୟକ୍ରମରୁ ୧୯୧ଟି ସଫଳ ହୋଇନାହିଁ। ୧୩.୧୭ କୋଟି ନିଷ୍ଫଳ ହୋଇଛି। ସହରାଞ୍ଚଳ ରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ରେ ତାରତମ୍ୟ ନଥିବାରୁ ୩୯.୮୦କୋଟି ଅତିରିକ୍ତ ବ୍ୟୟ ହୋଇଛି।ବୃକ୍ଷ ରୋପଣ କାର୍ଯ୍ୟ କ୍ରମରେ ବାଡ଼ ନିର୍ମାଣରେ ପାଣ୍ଠିର ଅନିୟମିତ ଆବଣ୍ଟନରେ ୪୦.୮୨ ଅଧିକ ବ୍ୟୟ ହୋଇଛି। ସେପଟେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି କହିଛନ୍ତି ତାହା ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି କମିଟି ରେ ଆଲୋଚନା କରିବା ପରେ ନିଷ୍ପତ୍ତି ନେଇ ତାକୁ ତଦନ୍ତ କରାଯିବ ବୋଲି ଶାସକ ଦଳ କହିଚି।

ମନରେଗା ଅଧୀନରେ ଯେଉଁ ବୃକ୍ଷରୋପଣ କରାଯାଉଥିଲା ସେଥିରେ ବନ ଖଣ୍ଡ ଅଧିକାରୀ ଓ ଜିଲ୍ଲା ଗ୍ରାମ ଉନ୍ନୟନ  ସଂସ୍ଥା ମଧ୍ଯ ରେ କୋନଶୀ ସମନ୍ୱୟ ରହୁନ ଥିଲା ଡି ଏଫ ଓ କିମ୍ବା ବିଭାଗ ପାଖରେ ଜବ କାର୍ଡଧାରୀ ଙ୍କ ସର୍ବନିମ୍ନ ସୁଚନା ମଧ୍ଯ ନ ଥିଲା ।