ଏକ ତରଫା ପ୍ରେମର କରୁଣ ପରିଣତି, ଛାତ୍ରୀଙ୍କୁ ପୋଡି ମାରିଦେଲେ ଯୁବକ
Advertisement
Article Detail0/zeeodisha/odisha1272414

ଏକ ତରଫା ପ୍ରେମର କରୁଣ ପରିଣତି, ଛାତ୍ରୀଙ୍କୁ ପୋଡି ମାରିଦେଲେ ଯୁବକ

ଦୟାନିଧି ଛାତ୍ରୀଙ୍କୁ ପାଇଖାନା ଭିତରେ ମୁଁହରେ ଲୁଗା ଦେଇ ପ୍ରଥମ ତାଙ୍କ ମଥାର ବାଳ କାଟିଦେବା ସହିତ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଜ୍ୟୋଷ୍ନା ଚିତ୍କାର କରିବାରୁ ପଡ଼ୋଶୀମାନେ ଆସି ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ଜ୍ୟୋଷ୍ନାଙ୍କର ମୃତ୍ୟୁ ଘଟିସାରିଥିଲା। ହତ୍ୟା କରିଥିବା ଯୁବକକୁ ଗ୍ରାମବାସୀମାନେ କାବୁ କରି ଖଇରା ପୋଲିସ ଖବର ଦେଇଥିଲେ ।

ଏକ ତରଫା ପ୍ରେମର କରୁଣ ପରିଣତି, ଛାତ୍ରୀଙ୍କୁ ପୋଡି ମାରିଦେଲେ ଯୁବକ

ସୋର: ପ୍ରେମର କରୁଣ ପରିଣତି। ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ କିରୋସିନ ଢାଳି ଜିଅନ୍ତା ପୋଡ଼ିଦେଲେ ଯୁବକ । ପ୍ରେମ ନିବେଦନରୁ ବିଫଳ ହେବାରୁ ଜିଅନ୍ତା ଜାଲିଦେଲା ସମ୍ପର୍କୀୟ ଦାଦା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବାରିଙ୍ଗିଆ ଗ୍ରାମରେ ।

ଘଟଣା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ଖଇରା ଥାନା ବାରିଙ୍ଗିଆ ଗ୍ରାମରେ ଜ୍ୟୋଷ୍ନାରାଣୀ ଜେନା ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି। ସେହି ଗ୍ରାମର ଦୟାନିଧି ଜେନା ଘରକୁ ଟିଉସନ ପାଇଁ ଜ୍ୟୋଷ୍ନା ଯାଉଥିଲେ । ସେଠି ଜ୍ୟୋତ୍ସ୍ନାଙ୍କୁ ଏକତରଫା ଭାବେ ପ୍ରେମ କରୁଥିଲେ ଦୟାନିଧି। ଦୟାନିଧିଙ୍କ ପ୍ରସ୍ତାବକୁ ସିଧାସଳଖ ଭାବେ ଜ୍ୟୋଷ୍ନା ପ୍ରତ୍ୟାଖ୍ୟାନ କରିଥିଲେ । ଏଥିରେ ରାଗ ପଞ୍ଚମ ଉଠିଯାଇଥିଲା ଦୟାନିଧିଙ୍କର। ସୁଯୋଗକୁ ଅପେକ୍ଷା କରିଥିଲେ ସେ । ଆଜି ଜ୍ୟୋଷ୍ନା ସକାଳ ସମୟରେ ଗ୍ରାମର ଏକ ଦୋକାନରୁ କିଛି ସାମଗ୍ରୀ ଆଣିବାକୁ ଯାଇଥିବା ବେଳେ ଆଗରୁ ଯୋଜନାବଦ୍ଧ ଭାବେ ଜଗିଥିଲା ଦୟାନିଧି। ଜ୍ୟୋଷ୍ନାଙ୍କର ପାଟିରେ କପଡା ଦେଇ ଟେକିନେଇ ଯାଇଥିଲା ପାଇଖାନା ଘରକୁ । ଦୟାନିଧି ଛାତ୍ରୀଙ୍କୁ ପାଇଖାନା ଭିତରେ ମୁଁହରେ ଲୁଗା ଦେଇ ପ୍ରଥମ ତାଙ୍କ ମଥାର ବାଳ କାଟିଦେବା ସହିତ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଜ୍ୟୋଷ୍ନା ଚିତ୍କାର କରିବାରୁ ପଡ଼ୋଶୀମାନେ ଆସି ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ଜ୍ୟୋଷ୍ନାଙ୍କର ମୃତ୍ୟୁ ଘଟିସାରିଥିଲା। ହତ୍ୟା କରିଥିବା ଯୁବକକୁ ଗ୍ରାମବାସୀମାନେ କାବୁ କରି ଖଇରା ପୋଲିସ ଖବର ଦେଇଥିଲେ ।

ଏହି ଘଟଣାକୁ ନେଇ ଗ୍ରାମରେ ଉତେଜନା ଲାଗିରହିଥିବା ବେଳେ ଦୋଷୀକୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ଏ ବିଷୟରେ ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ରଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ଦୟାନିଧୀଙ୍କୁ ଅଟକ ରଖିଥିବା ସୂଚନା ଦେଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ଘଟଣା କଣ ହେଇଛି । ନିରୀହ ଛାତ୍ରୀ ସିନା ଚାଲିଗଲା ହେଲେ କେବେ ତାଙ୍କ ପରିବାର କୁ ମିଳୁଛି ନ୍ୟାୟ ଦେଖିବାକୁ ବାକି ରହିଲା।