ଘର ମାଲିକଙ୍କ ପାଇଁ ଲକ୍ଷ୍ମଣ ରେଖା ଟାଣିଲେ ସରକାର, ଭଡ଼ାଟିଆଙ୍କ ବିନା ଅନୁମତିରେ ଘରେ No Entry..
Advertisement
Article Detail0/zeeodisha/odisha2026616

ଘର ମାଲିକଙ୍କ ପାଇଁ ଲକ୍ଷ୍ମଣ ରେଖା ଟାଣିଲେ ସରକାର, ଭଡ଼ାଟିଆଙ୍କ ବିନା ଅନୁମତିରେ ଘରେ No Entry..

Tenant Right in India: ଠିକ୍ ସମୟରେ ଭଡା ଦେବା ପରେ ମଧ୍ୟ ଯଦି ଆପଣ ଘରମାଲିକଙ୍କ ମନମାନିର ଶିକାର ହେଉଛନ୍ତି, ତେବେ ଆପଣ ନିଜ ଏହିସବୁ ଅଧିକାର ବିଷୟରେ ଜାଣି ରଖିବା ଉଚିତ୍। ଯଦି ଜମି ମାଲିକ ଆପଣଙ୍କୁ ଘରୁ ବାହାର କରିଦେବାକୁ ବାରମ୍ବାର ଧମକ ଦିଅନ୍ତି...

ଘର ମାଲିକଙ୍କ ପାଇଁ ଲକ୍ଷ୍ମଣ ରେଖା ଟାଣିଲେ ସରକାର, ଭଡ଼ାଟିଆଙ୍କ ବିନା ଅନୁମତିରେ ଘରେ No Entry..

Tenant Right in India: ଠିକ୍ ସମୟରେ ଭଡା ଦେବା ପରେ ମଧ୍ୟ ଯଦି ଆପଣ ଘରମାଲିକଙ୍କ ମନମାନିର ଶିକାର ହେଉଛନ୍ତି, ତେବେ ଆପଣ ନିଜ ଏହିସବୁ ଅଧିକାର ବିଷୟରେ ଜାଣି ରଖିବା ଉଚିତ୍। ଯଦି ଜମି ମାଲିକ ଆପଣଙ୍କୁ ଘରୁ ବାହାର କରିଦେବାକୁ ବାରମ୍ବାର ଧମକ ଦିଅନ୍ତି, ଯେତେବେଳେ ଆପଣଙ୍କ ଘରକୁ କେହି ଅତିଥି ଆସନ୍ତି ସେ ନେଇ ଯଦି ଘର ମାଲିକ ଅସନ୍ତୋଷ ଦେଖାନ୍ତି, ଯେତେବେଳେ ସେ ଆପଣଙ୍କ ବିନା ଅନୁମତିରେ ଆପଣଙ୍କ ରୁମ୍ ଭିତରକୁ ପ୍ରବେଶ କରନ୍ତି, ତେବେ ଆପଣ ତାଙ୍କର ଏହି ଅନଧିକାର ଅନୁପ୍ରବେଶ ଉପରେ ରୋକ୍ ଲଗାଇ ପାରିବେ। ଜଣେ ଭଡ଼ାଟିଆ ଭାବରେ ଏହା ଆପଣଙ୍କ ଅଧିକାର ଅଟେ।

ଭଡ଼ାଟିଆଙ୍କ ଅଧିକାର କ’ଣ?

ଯେପର୍ଯ୍ୟନ୍ତ ଆପଣ ନିଜ ରୁମ୍ ପାଇଁ ଭଡ଼ା ଦେଉଛନ୍ତି, ସେପର୍ଯ୍ୟନ୍ତ ଆପଣ ସେହି ଫ୍ଲାଟର ମାଲିକ ଅଟନ୍ତି। ଭାରତରେ ଭଡ଼ାଟିଆମାନଙ୍କ ପାଇଁ ଅଧିକାର ସୁନିଶ୍ଚିତ କରାଯାଇଛି। ପ୍ରଥମେ ତ ଭଡ଼ାରେ କୌଣସି ଘର ନେବା ପୂର୍ବରୁ, ଏକ ଚୁକ୍ତି(Rent Agriment) କରିନେବା ଉଚିତ୍। ଭଡ଼ା ଚୁକ୍ତି ବିନା, ଆପଣ ଅସୁବିଧାରେ ପଡ଼ିପାରନ୍ତି। ଥରେ ରେଣ୍ଟ ଏଗ୍ରିମେଣ୍ଟ ହୋଇଗଲା ପରେ, ଘର ମାଲିକ ଭଡ଼ାଟିଆଙ୍କ ବିନା ଅନୁମତିରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ। ଆପଣଙ୍କ ସମ୍ମତି ବିନା ଘର ମାଲିକ ଆପଣଙ୍କ ରୁମରେ ପ୍ରବେଶ କରିପାରିବେ ନାହିଁ। ଭଡ଼ାଟିଆଙ୍କ ଅନୁମତି ପରେ ସେ ଫ୍ଲାଟରେ ପ୍ରବେଶ କରିପାରିବେ।

 ଭଡ଼ା ଚୁକ୍ତିରେ ଲିଖିତ ଆକାରରେ ସମସ୍ତ ସର୍ତ୍ତ ରହିବା ଜରୁରୀ। ଯଦି ଏଥିରେ ସମସ୍ତ ସର୍ତ୍ତ ଲେଖା ନାହିଁ ତେବେ ଟେନେନସି ଆକ୍ଟ ୨୦୨୧ ଲାଗୁ କରାଯିବ। ପ୍ରାୟତଃ ଭଡ଼ା ଘରେ ଭଙ୍ଗା ଭଙ୍ଗିକୁ ନେଇ ଜମିଦାର ଏବଂ ଭଡ଼ାଟିଆଙ୍କ ମଧ୍ୟରେ ବିବାଦ ଦେଖାଦେଇଥାଏ।  କ୍ଷୟକ୍ଷତିର ମରାମତି କିଏ ପାଇବ ସେନେଇ ବିବାଦ ଲାଗି ରହେ। ତେବେ ଭଡ଼ା ଘରେ ଭଙ୍ଗା ଭଙ୍ଗି ହେଲେ ବା ଘର ସହ ଜଡ଼ିତ କୌଣସି ବଡ଼ କ୍ଷୟକ୍ଷତିର ମରାମତି କରିବା ଘର ମାଲିକଙ୍କ ଦାୟିତ୍ୱ ଅଟେ। ଯଦି କ୍ଷତି ଭଡ଼ାଟିଙ୍କ ଦ୍ୱାରା ହୋଇଥାଏ, ତେବେ ତାଙ୍କୁ ଏହାର ମରାମତି କରିବାକୁ ପଡିବ।

ଯିବା ଆସିବା ଉପରେ ପ୍ରତିବନ୍ଧକ:

ଅନେକ ଘର ମାଲିକ ଭଡ଼ାଟିଆଙ୍କ ଯିବାଆସିବା ଉପରେ ପ୍ରତିବନ୍ଧକ ଲଗାନ୍ତି। ରାତିରେ ଘରକୁ ଫେରିବା ସମୟ ସ୍ଥିର କରିଥାନ୍ତି। ତେବେ ଆପଣ ଜାଣି ରଖନ୍ତୁ ଯେ ସମୟାନୁବର୍ତ୍ତୀତା ବିଷୟରେ କୌଣସି ନିୟମ ନାହିଁ ।ପାର୍କିଂକୁ ନେଇ ଅନେକ ସମୟରେ ବିବାଦ ମଧ୍ୟ ଦେଖିବାକୁ ମିଳିଥାଏ। ସମୟ ଏବଂ ପାର୍କିଂ ସମ୍ବନ୍ଧୀୟ ବିଷୟ କେବଳ ପାରସ୍ପରିକ ସହମତି ଦ୍ୱାରା ସମାଧାନ ହୋଇପାରିବ। ଅନେକ ଥର, ଗୃହପାଳିତ ପଶୁମାନଙ୍କୁ ରଖିବାକୁ ନେଇ ମଧ୍ୟ ବିବାଦ ଦେଖା ଦେଇଥାଏ , ଏହା ଘର ମାଲିକଙ୍କ ଉପରେ ନିର୍ଭର କରେ କି ସେ ଗୃହପାଳିତ ପଶୁମାନଙ୍କୁ ଘରେ ରଖିବାକୁ ସମ୍ମତି ଦେବେ କି ନାହିଁ।

ଘର ବାହାର କରିବା ନିୟମ:

ଯଦି ଘର ମାଲିକ ଆପଣଙ୍କୁ ବାରମ୍ବାର ଘର ଖାଲି କରିବାକୁ ଧମକ ଦେଉଛନ୍ତି, ଏ ବିଷୟରେ ମଧ୍ୟ ନିୟମ ରହିଛି। ଜମି ମାଲିକ ଆପଣଙ୍କୁ ଭଡା ଚୁକ୍ତିରେ ଧାର୍ଯ୍ୟ ସର୍ତ୍ତାବଳୀ ବିରୁଦ୍ଧରେ ଯାଇ ଘର ଖାଲି କରିବା ପାଇଁ ଧମକ ଦେଇପାରିବେ ନାହିଁ। ଘର ଖାଲି କରିବାର ନିୟମ ଭଡା ଚୁକ୍ତିରେ ସ୍ଥିର ହୋଇଥାଏ। ଘର ଖାଲି କରିବା ପୂର୍ବରୁ ଘର ମାଲିକଙ୍କୁ ଏକ ମାସର ବିଜ୍ଞପ୍ତି ଦେବାକୁ ପଡିବ। ଘର ଖାଲି କରିବା ପୂର୍ବରୁ ଭଡ଼ାଟିଆ ତାଙ୍କ ଅଗ୍ରୀମ ଜମା ଫେରସ୍ତ କିମ୍ବା ଭଡା ଠିକ୍ କରିବାକୁ ଦାବି କରିବାର ଅଧିକାର ରହିଛି। ଯଦି ଭଡ଼ାଟିଆ ମରିଯାଏ, ତାଙ୍କ ପରିବାର କିମ୍ବା ଆଇନଗତ ଉତ୍ତରାଧିକାରୀମାନେ ସମାନ ଅଧିକାର ସହିତ ଘରେ ରହିପାରିବେ।

Also Read: SCB Medical: ‘SCB ରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ, ପ୍ରତିବାଦ କରିବାରୁ ପୋଲିସର ମାଡ଼’