Road Accident: ଶବଦାହ କରି ଫେରୁଥିଲେ, ହେଲେ ଧକ୍କା ଦେଲା ଟ୍ରକ୍ ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ
Advertisement
Article Detail0/zeeodisha/odisha1705196

Road Accident: ଶବଦାହ କରି ଫେରୁଥିଲେ, ହେଲେ ଧକ୍କା ଦେଲା ଟ୍ରକ୍ ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ

Road Accident News In Odia: ବାଟର ଛକି ବସି ଥିଲା ଜମ । କିଛି କ୍ଷଣ ମଧ୍ୟରେ ଓଲଟପାଲଟ ହୋଇଗଲା ସବୁକିଛି । ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ତିନିଜଣଙ୍କର(Road Accident) ମୃତ୍ୟୁ ହୋଇଥିବା ବେଳେ ଆଉ ତିନି ଜଣ ଆହତ ହୋଇଛନ୍ତି ।  ପରିବାରର ଜଣେ ସଦସ୍ୟ ଶେଷକୃତ୍ୟ ସାରି ଘରକୁ ଫେରିବା ବାଟରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ତେବେ, ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଢନ୍ତୁ ଏହି ରିପୋର୍ଟ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident News In Odia: ବାଟର ଛକି ବସି ଥିଲା ଜମ । ଅକାଳରେ ନେଇଗଲା ତିନି ଜୀବନ । କିଛି କ୍ଷଣ ମଧ୍ୟରେ ଓଲଟପାଲଟ ହୋଇଗଲା ସବୁକିଛି । ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ତିନିଜଣଙ୍କର(Road Accident) ମୃତ୍ୟୁ ହୋଇଥିବା ବେଳେ ଆଉ ତିନି ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଛି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି । ପରିବାରର ଜଣେ ସଦସ୍ୟ ଶେଷକୃତ୍ୟ ସାରି ଘରକୁ ଫେରିବା ବାଟରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ତେବେ, ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି।  ମୃତକଙ୍କ ମଧ୍ୟରେ ମାଆ-ପୁଅ ଥିବା ବେଳେ ଜଣେ ତାଙ୍କର ସମ୍ପର୍କୀୟ ରହିଛନ୍ତି । ରାଜସ୍ଥାନ ଜୟପୁରର(road accident in Jaipur) ଚାକସୁ ତହସିଲ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ରାଜସ୍ଥାନର ଚାକସୁ ତହସିଲ ଅଞ୍ଚଳର ଏକ ପରିବାରର ରବିବାର ସକାଳେ ନିଜ ପରିବାର ସଦସ୍ୟ ଜଣଙ୍କର ଶେଷ କୃତ୍ୟ ହରିଦ୍ବାରରେ ସମ୍ପନ୍ନ କରି କାରରେ ଫେରୁଥିଲ । ପରିବାର ଜଣେ ସଦସ୍ୟକୁ ହରାଇଥିବାରୁ ଦୁଖଃରେ ଭାଙ୍ଗି ପଡିଥିଲେ ପରିବାର ଓ ବନ୍ଧୁ ବାନ୍ଧବ । ଏହି ସମୟରେ କାରରେ ବସି ଘରକୁ ଫେରିବା ସମୟରେ ସମସ୍ତ କାନ୍ଦୁଥିଲେ । ଘରକୁ ପହଞ୍ଚିବାର ଆଉ ବାସ କିଛି ସମୟ ଥିଲା , ଏହି ସମୟରେ ସାମ୍ନା ପଟୁ ଏକ ଟ୍ରକ ଆସି କାରକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଆଖି ବୁଜି ଦେଇଥିଲେ ତିନି ଜଣ। ଏବଂ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରିଛି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି। ସେପଟେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ତିନି ଜଣଙ୍କ ମୃତଦେହ ଉଦ୍ଧାର କରି ପୋଲିସ୍ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଶରୀରର ଅଧିକାଂଶ ଅଂଶ ରାସ୍ତାରେ ଖଣ୍ତ ବିଖଣ୍ତିତ ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ମୃତକ ତିନି ଜଣ ହେଲେ,ସୁନୀତ ଓ ସୁନୀତାଙ୍କ ପୁଅ ଗୋଲୁ ଏବଂ ତାଙ୍କ ଭିଣେଇ ସୀତାରାମ । ତେବେ, କାରରେ ୬ ଜଣ ସଦସ୍ୟ ଥିବା ଜଣାପଡିଛି ।

ଏହାବି ପଢନ୍ତୁ:  Archana Nag Honey Trap Case: ଫସିଗଲେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି, ଯେଉଁଠି ଦେଖିବ ପୋଲିସ୍ ସେଇଠି କରିବ ଗିରଫ

ଏହାବି ପଢନ୍ତୁ: Shukra Gochar 2023: ଦୀର୍ଘ ଦଶନ୍ଧି ପରେ ପଡ଼ୁଛି ଏହି ମହାସଂଯୋଗ, ଆଜିଠୁ ଖୋଲିଲା ଏହି ତିନି ରାଶିର ଭାଗ୍ୟ, ବର୍ଷିବ ଟଙ୍କା!

ନିକଟରେ ଏଭଳି ଏକ ଦୁର୍ଘଟଣା ଛତିଶଗଡର ବାଲୋଦା ବଜାର ଜିଲ୍ଲାରେ ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇଥିବା କୁହାଯାଉଛି । ସୂଚନାନୁସାରେ, ଏହି ଦୁର୍ଘଟଣା ଜିଲ୍ଲାର ଖରା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ପାରିବାରିକ କାର୍ଯ୍ୟରେ ଯୋଗଦେବା ପରେ ସମସ୍ତେ ପିକଅପ୍ ଭ୍ୟାନରେ ଘରକୁ ଫେରୁଥିଲେ । ଏହି ସମୟରେ ଟ୍ରକ ଏବଂ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ପାଞ୍ଚ ଜଣ ମହିଳା ଅଛନ୍ତି ବୋଲି କୁହାଯାଉଛି । ଯାହାଙ୍କ ନାମ ଧନେଶ୍ୱରୀ, ପ୍ରଭା, ଧନେଶ୍ୱରୀଙ୍କ ମାଆ ଘନଶ୍ୟାମ, ଶାନ୍ତି ଏବଂ ହେମା ବୋଲି କୁହାଯାଉଛି । ପୋଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।