Titanic Tourist Submarine Missing: ଅକ୍ସିଜେନ ସରିବା ପୂର୍ବରୁ ଟାଇଟାନ ବୁଡ଼ା ଜାହାଜରେ ଥିବା ଲୋକଙ୍କ ଯାଇପାରେ ଜୀବନ; ଆଶଙ୍କା ପ୍ରକାଶ କଲେ ବିଶେଷଜ୍ଞ
Advertisement
Article Detail0/zeeodisha/odisha1749550

Titanic Tourist Submarine Missing: ଅକ୍ସିଜେନ ସରିବା ପୂର୍ବରୁ ଟାଇଟାନ ବୁଡ଼ା ଜାହାଜରେ ଥିବା ଲୋକଙ୍କ ଯାଇପାରେ ଜୀବନ; ଆଶଙ୍କା ପ୍ରକାଶ କଲେ ବିଶେଷଜ୍ଞ

Titanic Tourist Submarine: ଗତ ରବିବାର ଠାରୁ ଆଟଲାଣ୍ଟିକ୍ ମହାସାଗର ମଧ୍ୟରେ ବୁଡ଼ିଯାଇଛି 'ଟାଇଟାନ୍' ନାମକ ବୁଡ଼ାଜାହାଜ। ଯାହାକୁ ଟାଇଟାନିକ୍ ଜାହାଜର ଧ୍ୱଂସାବଶେଷ ଦେଖାଇବା କାର୍ଯ୍ୟରେ ବ୍ୟବହାର କରାଯାଉଥିଲା।

 

Titanic Tourist Submarine Missing:  ଅକ୍ସିଜେନ ସରିବା ପୂର୍ବରୁ ଟାଇଟାନ ବୁଡ଼ା ଜାହାଜରେ ଥିବା ଲୋକଙ୍କ ଯାଇପାରେ ଜୀବନ; ଆଶଙ୍କା ପ୍ରକାଶ କଲେ ବିଶେଷଜ୍ଞ

Titanic Tourist Submarine Missing Update: ପୁଣି ଥରେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଜଳ ଜାହାଜ ଟାଇଟାନିକ୍। ଆଟଲାଣ୍ଟିକ୍ ମହାସାଗର ମଧ୍ୟରେ ବୁଡ଼ି ରହିଥିବା ଏହି ଜାହାଜକୁ ଦେଖିବା ପାଇଁ ରବିବାର ଏକ ପର୍ଯ୍ୟଟନ ବୁଡ଼ାଜାହାଜ ୫ ଜଣ ଲୋକଙ୍କୁ ନେଇ ଯାତ୍ରା କରିଥିବା ଗତ ରବିବାର ଠାରୁ ନିଖୋଜ ହୋଇଯାଇଛି। ଏହି ବୁଡ଼ା ଜାହାଜ ଆଟଲାଣ୍ଟିକ୍ ମହାସାଗରର ସେହି ସ୍ଥାନକୁ ଯାତ୍ରା କରୁଥିଲା ଯେଉଁଠାରେ ଟାଇଟାନିକ ଜାହାଜ ବୁଡ଼ି ଯାଇଥିଲା।

ଆଟଲାଣ୍ଟିକ୍ ମହାସାଗରରେ (Atlantic Ocean) ବୁଡ଼ିଯାଇଥିବା ଟାଇଟାନିକ୍ ଜାହାଜର ଧ୍ୱଂସାବଶେଷ (Titanic Ship Wreck) ପର୍ଯ୍ୟଟକଙ୍କୁ ଦେଖାଉଥିବା ବୁଡ଼ାଜାହାଜ 'ଟାଇଟାନ୍' (Titan Submarine) ରବିବାର ଠାରୁ ନିଖୋଜ ହୋଇଯାଛି। ଏହି ବୁଡ଼ା ଜାହାଜର କୌଣସି ଖୋଜ ଖବର ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ। ହେଲେ ଆଟଲାଣ୍ଟିକ୍ ମହାସାଗରର ଗଭୀରତାରୁ କିଛି ସ୍ୱର ଶୁଣିବାକୁ ମିଳୁଛି। ଯାହା ଏହି ଜାହାଜରେ ଯାତ୍ରା କରୁଥିବା ସେହି ୫ ଜଣ ଲୋକଙ୍କ ଜୀବିତ ରହିବାର ଆଶାକୁ ବଞ୍ଚାଇ ରଖିଛି। ହେଲେ  ଯଥାଶୀଘ୍ର 'ଟାଇଟାନ୍' ନାମକ ସେହି ବୁଡ଼ାଜାହାଜକୁ ସମୁଦ୍ର ମଧ୍ୟରୁ ଖୋଜି ବାହାର କରିବା ଆବଶ୍ୟକ। କାରଣ ଏହି ଜାହାଜରେ ଆଉ ଅଳ୍ପ କିଛି ଘଣ୍ଟା ସମୟ ପାଇଁ ଅକ୍ସିଜେନ ବାକି ରହିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆମେରିକୀୟ ତଟରକ୍ଷକ ବଳ (United States Coast Guard) ପକ୍ଷରୁ ହୋଇଥିବା ଆକଳନ ଅନୁଯାୟୀ 'ଟାଇଟାନ୍' ପାଖରେ ଭାରତୀୟ ପ୍ରାମାଣିକ ସମୟ ଅନୁସାରେ ଜୁନ ୨୨ ତାରିଖ ଗୁରୁବାର ଅପରାହ୍ନ ୪:୪୮ ସମୟରେ ଜାହାଜରେ ରହିଥିବା ଲୋକଙ୍କ ପାଇଁ ଅକ୍ସିଜେନ ଶେଷ ହୋଇପାରେ।

ବ୍ୟାପକ ଭାବରେ ଚାଲିଛି ସର୍ଚ୍ଚ ଅପରେସନ୍ 
'ଟାଇଟାନ୍' ନାମକ ଏହି ବୁଡ଼ାଜାହାଜକୁ (Titan Submarine Rescue Operation) ଆଟଲାଣ୍ଟିକ୍ ମହାସାଗର ମଧ୍ୟରୁ ଖୋଜି ବାହାର କରିବା ପାଇଁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଚାଲିଛି। ଯେଉଁଥିରେ ଆମେରିକା ନୌସେନାର (United States Navy) CURV21 ରୋବଟ୍ ମଧ୍ୟ ସାମିଲ ହୋଇଛି। ପ୍ରାୟ ୨୪ ହଜାର ବର୍ଗ କିଲୋମିଟର ବିସ୍ତୃତ ଅଞ୍ଚଳରେ ବୁଡ଼ାଜାହାଜ ଖୋଜା ଚାଲିଛି। ଗୁରୁବାର ସର୍ଚ୍ଚ ଅପରେସନ ସମୟରେ ଅଧିକ ଡଙ୍ଗା ଏବଂ ଅଣ୍ଡର ୱାଟର ଭେହିକିଲ ମଧ୍ୟ ସାମିଲ ହୋଇଛି। କ୍ୟାମେରା ସହିତ ସଜ୍ଜିତ ରିମୋଟ ନିୟନ୍ତ୍ରିତ ଯାନ ଦିନସାରା ସମୁଦ୍ରର ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛି।

ଆମେରିକୀୟ ତଟରକ୍ଷକ ବଳ କ୍ୟାପଟେନ ଜାମି ଫ୍ରେଡେରିକ୍ ବୁଧବାର କହିଛନ୍ତି ଯେ ଗଭୀର ସମୁଦ୍ର ଭିତରୁ ଶୁଣାଯାଇଥିବା ଶବ୍ଦକୁ ବିଶ୍ଳେଷଣ କରାଯାଉଛି। ଯଦିଓ କ୍ୟାପଟେନ କହିଛନ୍ତି ଯେ ଉଦ୍ଧାର ଅଭିଯାନ କାର୍ଯ୍ୟକାରୀ ହେବା ପର ଠାରୁ ଆମକୁ କୌଣସି ସଫଳତା ମିଳି। ହେଲେ ଆମେ ଆଶା ଛାଡିଦେବା ଠିକ୍ ନୁହେଁ।

ଚ୍ୟାଲେଞ୍ଜିଂ ହୋଇପଡ଼ିଛି ଉଦ୍ଧାର ଅଭିଯାନ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କ୍ୟାପଟେନ ଜାମି ଫ୍ରେଡେରିକ୍ ଙ୍କ କହିବା ଅନୁଯାୟୀ ଗୋଟିଏ ପଟେ ଆଟଲାଣ୍ଟିକ୍ ମହାସାଗରରେ ସର୍ଚ୍ଚ ଅପରେସନ ଜାରି ରହିଛି। ହେଲେ ଅନ୍ୟପଟେ ଏହି କାର୍ଯ୍ୟ ଚାଲିଥିବା କିଛି ସମସ୍ୟାର ସାମ୍ନା କରିବାକୁ ପଡୁଛି। ପ୍ରଥମ କଥା ହେଉଛି ବୁଡ଼ାଜାହାଜ 'ଟାଇଟାନ୍' କେଉଁଠାରେ ହଜିଯାଇଛି ତାହାର କୌଣସି ଖୋଜ ଖବର ଏ ପର୍ଯ୍ୟନ୍ତ ମିଳିନାହିଁ। ଦ୍ୱିତୀୟରେ ଆଟଲାଣ୍ଟିକ୍ ମହାସାଗରର ଯେଉଁ ସ୍ଥାନରେ 'ଟାଇଟନ' ନିଖୋଜ ହୋଇଯାଇଛି ସେହି ଆମେରିକା ଉପକୂଳଠାରୁ ବହୁତ ଦୂରରେ ଅବସ୍ଥିତ। ଏହା ବ୍ୟତୀତ ଉଦ୍ଧାର ଅଭିଯାନକୁ କାର୍ଯ୍ୟକାରୀ କରିବା ପାଇଁ ଅନେକ ଦେଶର ଏଜେନ୍ସି ସହିତ ସମନ୍ୱୟ ରକ୍ଷା କରିବାକୁ ପଡୁଛି।

Also Read: Titanic Tourist Submarine: ଟାଇଟାନିକ ଧ୍ୱଂସାବଶେଷ ଦେଖିବାକୁ ବୁଡ଼ାଜାହାଜ ନେଇ ଯାଇଥିବା ଲୋକ ନିଖୋଜ; ୯୬ ଘଣ୍ଟା ବାକି ଅଛି ଅକ୍ସିଜେନ