Top 10 News Headlines: ସକାଳର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1863799

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

ଚୁଟକିରେ ଜାଣି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

ସୌଜନ୍ୟ- ସୋସିଆଲ ମିଡି଼ଆ

୧-ଜି୨୦ରେ ଆଫ୍ରିକୀୟ ୟୁନିୟନ: ଜି-୨୦ ଏଣିକି ଜି ୨୧ ଭାବେ ପରିଚିତ ହେବ। ଏଥିରେ ଆଫ୍ରିକୀୟ ୟୁନିୟନ ସ୍ତାୟୀ ସଦସ୍ୟ ଭାବେ ଯୋଗ ଦେଇଛି। ଏହାଦ୍ୱାରା ଆଫ୍ରିକାର ୫୫ଟି ଦେଶ ଏବେ ଜି-୨୦ର ସଦସ୍ୟ ହୋଇପାରିଛନ୍ତି। ଏବେ ପର୍ଯ୍ୟନ୍ତ ଆର୍ଜଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ୍‍, କାନାଡ଼ା, ଚୀନ, ଇଣ୍ଡୋନେସିଆ, ଇଟାଲି, ଜାପାନ, ଦକ୍ଷିଣ କୋରିଆ, ମରକ୍କା, ଋଷ, ସାଉଦି ଆରବ, ଦକ୍ଷଣି ଆଫ୍ରିକା, ୟୁକେ, ତୁର୍କୀ, ଆମେରିକା ଓ ୟୁରୋପୀୟ ୟୁନିଅନ୍‍ ପ୍ରମୁଖ ଦେଶ ଜି-୨୦ର ସଦସ୍ୟ ଥିଲେ। ଏହି ରାଷ୍ଟ୍ରସବୁ ବିଶ୍ୱ ଜନସଂଖ୍ୟାର ଦୁଇ ତୃତୀୟାଂଶ ଗ୍ରହଣ କରୁଥିବା ବେଳେ, ସେମାନେ ବିଶ୍ୱ ଜିଡିପିର ୮୫ ପ୍ରତିଶତ ଯୋଗଦାନ ବହନ କରନ୍ତି।

୨-ଆରମ୍ଭ ହେଲା ବିଶ୍ୱ ଜୈବ ଇନ୍ଧନ ମେଣ୍ଟ: ଜି-୨୦ ଶିଖର ସମ୍ମିଳନୀର ଦେଶମାନେ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଗଠନ କରିଛନ୍ତ। ପେଟ୍ରୋଲରେ ଇଥାନଲ ମିଶ୍ରଣ ପରି- ଜୈବ ପେଟ୍ରୋଲର ମିଶ୍ରଣରୁ ଏହି ମେଣ୍ଟରେ ଗୁରୁତ୍ୱ ଦିଆଯାଇଛି। ଭାରତ ସବୁ ଦେଶକୁ ୨୦ ପ୍ରତିଶତ ଯାଏ ଇଥାନଲ ମିଶ୍ରଣ ଉପରେ ଗୁରୁତ୍ୱାରୋପ କରିଛି। ଏହା ପେଟ୍ରୋଲ ଉପରେ ନିର୍ଭରଶୀଳତାକୁ କମ୍‍ କରିବା ସହ ପ୍ରଦୂଷଣ କମ୍‍ କରିବ। ଏହାଦ୍ୱାରା ମୁଦ୍ରାସ୍ଫୀତି ହ୍ରାସ ହେବ ବୋଲି ଅନୁମାନ କରାଯାଉଛି। 

୩-ଦିଲ୍ଲୀ ଘୋଷଣାନାମା ଗୃହୀତ: ସର୍ବସମ୍ମତିକ୍ର୍ରମେ ଦିଲ୍ଲୀ ଘୋଷଣାନାମା ଗୃହୀତ ହୋଇଛି। ଏଥିରେ ଋଷ ଏବଂ ଚୀନ୍‍କୁ ମନାଇବାରେ ଆୟୋଜକ ଭାରତ ସଫଳ ହୋଇଥିବା କୁହାଯାଇଛି। ଏହା ଏକ ବିଶାଳ କୂଟ ନୀତିକ ବିଜୟ। ଜି-୨୦ ସେରପା ଏଥିଲାଗି ଜ-୨୦ ଦେଶମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିରେ ୮୩ଟି ପାରା ରହିଛି। ୨୦୩୦ ସୁଦ୍ଧା ଏହି ସଂକଳ୍ପକୁ ହାସଲ କରିବା ଦିଗରେ ସବୁ ରାଷ୍ଟ୍ର ପ୍ରଯତ୍ନ ହେବେ ବୋଲି ଏଠାରେ କୁହାଯାଇଛି। 

୪-ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ: ବିଜେଡି ନେତାଙ୍କୁ ସୌମ୍ୟଙ୍କ କଡ଼ା ଜବାବ ଦେଇଛନ୍ତି ସୌମ୍ୟ। ଖବରକାଗଜରେ ସମ୍ପାଦକୀୟ ଲେଖିଥିବାରୁ ବିଜେଡି ନେତାମାନେ ତାଙ୍କୁ ସମାଲୋଚନା କରିବା ସହ ଦଳରୁ ବାହାରିଯିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ତାଙ୍କ ମନ୍ତବ୍ୟକୁବିରୋଧ ବି କରିଛନ୍ତି। ଗତ କିଛିଦିନ ହେଲା ଜଣେ ପରେ ଜଣେ ନେତା ସୌମ୍ୟଙ୍କ ଏହି ସମ୍ପାଦକୀୟକୁ ନେଇ ଟିପ୍ପଣୀ ଦେଉଛନ୍ତି। ପ୍ରଥମରେ ଅରୁଣ ସାହୁ, ପରେ ଅତନୁ ସବ୍ୟସାଚୀଙ୍କ ପରେ ଗତକାଲି ମନ୍ତ୍ରୀ ପ୍ରତାପ କେଶରୀ ଦେଓ ସୌମ୍ୟଙ୍କୁ ସମାଲେଚନା କରିଥିଲେ। ଏହାର ଜବାବରେ ସୌମ୍ୟ କହିଛନ୍ତି ବିଜେଡି କାହାର ପୈତୃକ ସମ୍ପତ୍ତି ନୁହେଁ। ସେ ଯାହା କହୁଛନ୍ତି ତାହା ଦଳର ଶୁଭାକଂକ୍ଷା ରକ୍ଷା କରେ। 

୫-ଯୋଗଦେଲେନି ନବୀନ: ଜି-୨୦ ରାଷ୍ଟ୍ରମୁଖ୍ୟଙ୍କ ଉଦ୍ଦଶ୍ୟରେ ଆୟାଜିତ ନୈଶ୍ୟଭୋଜିରେ  ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନାହାନ୍ତି। ତାଙ୍କ ସହ ଅନ୍ୟ ଛଅ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇ ନାହାନ୍ତି। ଯୋଗ ଦେଇ ନଥିବା ଏହି ଛଅ ରାଜ୍ୟ ହେଲେ, ଛତିଶଗଡ଼, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ କେରଳ। ଏହି ମୁଖ୍ୟମନ୍ତ୍ରୀମାନେ ଯୋଗ ନଦେଇପାରିବାର କାରଣ ଉଲ୍ଳେଖ କରିଥିବାବେଳେ  ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏ ନେଇ କିଛି କାରଣ ସ୍ପଷ୍ଟ କରାଯାଇ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ପୁଣିଥରେ ତାଙ୍କ ଅସୁସ୍ଥତାକୁ ନେଇ ରାଜନୀତିକ ଚର୍ଚ୍ଚା ସୃଷ୍ଟି କରିଛି। କଂଗ୍ରେସ ପକ୍ଷରୁ ଏହି ଅଭିଯେଗ କରାଯାଇଛି। 

୬-ଗିରଫ ପୂର୍ବରୁ ସତର୍କ ରୁହ: ଓଡ଼ିଶା ହାଇକୋର୍ଟ ପୁଲିସର ଅଣ ଜରୁରୀ ଗିରଫକୁ ବାରଣ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ବିଶେଷକରି ଆଇପିସିର ଧାରା ୪୯୮ଏ ଅନୁଯାୟୀ ଯେମିତି ନିୟମିତ ଭାବେ ଲୋକଙ୍କୁ ଗିରଫ କରାଯାଉଛି ସେଥିରୁ ବିରତ ରହିବାକୁ କୁହାଯାଇଚି। ପୁଣି ଏପରି ମାମାଲାରେ କଏଦ ରଖିବା ଲାଗି ମାଜିଷ୍ଟ୍ରଟ୍‍ଙ୍କ ଆଦେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି ହାଇକୋର୍ଟ। ପୁଲିସ ଯେତେବେଳେ କାହାକୁ ଗିରଫ କରୁଛି ତାହାର ସମ୍ପୂର୍ଣ୍ଣ କାରଣ ଲିଖିତ ଭାବେ ଜାଣିଲା ପରେ ଯାଇ କଏଦ ରଖିବାର ଆଦେଶ ଦେବେକୁ କୁହାଯାଇଛି।  

୭-କ୍ୟାପିଟାଲ୍‍ ହସ୍‍ପିଟାଲ୍‍ରେ ଟ୍ରମା କେୟାର: ଦୁର୍ଘଟଣା ପରବର୍ତ୍ତୀ ସମୟରେ ତତ୍‍କ୍ଷଣାତ୍‍ ସେବା ସୋଗାଇବାକୁ କ୍ୟାପିଟାଲ୍‍ ହସ୍‍ପିଟାଲ୍‍ ପକ୍ଷରୁ ନୂତନ ଟ୍ରମା କେୟା କେନ୍ଦ୍ର ଆରମ୍ଭ କରାଯିବ। ଏଥିଲାଗି ଏକ ନୂତନ କୋଠା ପୂର୍ତ୍ତ ବିଭାଗ କରୁଛି। ଏହାର ନାଁ ରହିଛି ଟ୍ରମା କେୟାର ସେଣ୍ଚର ଆଣ୍ଡ୍‌ ସର୍ଜରୀ କମ୍ପ୍ଲେକ୍ସ। ଏହାର ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ଶେଷ ହେବ।  ପରେ ଟ୍ରମା କେୟାର କାର୍ଯ୍ୟକ୍ଷମ ହେବ।

୮-ଅନନ୍ତ ମହାପାତ୍ରଙ୍କୁ ଗୁରୁକେଳୁଚରଣ ସ୍ମୃତି ପୁରସ୍କାର: ଥିଏଟର କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ଲାଗି ଅନନ୍ତ ମହାପାତ୍ରଙ୍କୁ ଗୁରୁ କେଳୁଚରଣ ସ୍ମୃତି ପୁରସ୍କାରରେ ସମ୍ମାନୀତ କରାଯାଇଛି। ୨୯ତମ ଗୁରୁ କେଳୁଚରଣ ମହାପାତ୍ର ସ୍ମୃତି ଉତ୍ସବର ଶେଷ ଦିନରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ବରୂପ ଅନନ୍ତଙ୍କୁ ୧ ଲକ୍ଷ ଟଙ୍କା, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା। 

୯-ପ୍ରଥମରୁ ଦ୍ୱାଦଶ ଯାଏ ବାଂଲାକୁ ଗୁରୁତ୍ୱ:  ପଶ୍ଚିମବଙ୍ଗ ପକ୍ଷରୁ ରାଜ୍ୟ ଶିକ୍ଷାନୀତି ଘୋଷଣା ସହ ଗେଜେଟ୍‍ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅନୁସାରେ ଏଣିକି ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଲାଗି ସେମିଷ୍ଟାର ପରୀକ୍ଷା ବ୍ୟବସ୍ଥା କରାଯାଇଛି। ଏହି ବିଜ୍ଞପ୍ତିରେ ଏକ ବର୍ଷର ପ୍ରାକ୍‍ ପ୍ରାଥମିକ, ୪ ବର୍ଷର ପ୍ରାଥମିକ ପରେ ପଞ୍ଚମରୁ ଅଷ୍ଟମ ଯାଏ ଏକ ପର୍ଯ୍ୟାୟ ରହିଛି। ନବମ-ଦଶମରେ ବୋର୍ଡ ପରୀକ୍ଷା ସହ ଏକାଦଶ ଓ ଦ୍ୱାଦଶରେ ସେମିଷ୍ଟାର ପରୀକ୍ଷା କରାଯିବ। ପ୍ରଥମ ଶ୍ରେଣୀରୁ ବାଂଲା ଶିକ୍ଷା ପ୍ରତି ଏହି ନୀତିରେ ସରକାର ଗୁରୁତ୍ୱ ଦେଇଛନ୍ତି। 

୧୦-ଚନ୍ଦ୍ରବାବୁ ନାଇଡ଼ୁ ଗିରଫ: ଆନ୍ଧ୍ର ପ୍ରଦେଶରେ ବିରୋଧି ଦଳ ତେଲୁଗୁ ଦେଶମ ପାର୍ଟି ନେତା ଚନ୍ଦ୍ରବାବୁ ନାଇଡୁଙ୍କୁ  ୩୭୧ କୋଟି ଟଙ୍କା ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ବିରୋଧି ଦଳ ନେତା ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫଦାରୀକୁ ନେଇ ଉଠିଛି ପ୍ରଶ୍ନ। ରାଜ୍ୟରେ କ୍ଷମତାସୀନ YSRC ସରକାର ଉଚିତ ପ୍ରକ୍ରିୟା ଅନୁସରଣ କରୁନାହାଁନ୍ତି ବୋଲି ବିରୋଧି ଅଭିଯୋଗ କରିଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ ଶନିବାର ସକାଳେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲା। ଦଳର ନେତାଙ୍କ ଗିରଫଦାରୀକୁ ବିରୋଧ କରି ଟିଡିପି କର୍ମୀ ସମଗ୍ର ରାଜ୍ୟରେ ବିରୋଧ ପ୍ରଦର୍ଶନ କରିଛନ୍ତି।