Top 10 News Headlines: ଅପରାହ୍ଣର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1878715

Top 10 News Headlines: ଅପରାହ୍ଣର ୧୦ ପ୍ରମୁଖ ଖବର

Top 10 News Headlines: ଅପରାହ୍ଣର ୧୦ ପ୍ରମୁଖ ଖବର

Top 10 News Headlines: ଅପରାହ୍ଣର ୧୦ ପ୍ରମୁଖ ଖବର

Top 10 News Headlines:

1. ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଛି ମହିଳା ସଂରକ୍ଷଣ ବିଲ୍‌ । କେନ୍ଦ୍ର ସରକାର ଏହି ବିଲ୍‌ର ନାଁ ନାରୀ ଶକ୍ତି ବନ୍ଦନ ଅଧିନିୟମ ରଖିଛନ୍ତି। ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍‌ ଆଜି ଲୋକସଭାରେ ଆଗତ କରିଛନ୍ତି କେନ୍ଦ୍ର ସରକାର। ଆଜି ପବିତ୍ର ଗଣେଶ ଚତୁର୍ଥୀରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ନୂଆ ବିଲଡିଂରେ ହୋଇଥିଲା । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌କୁ ଆଗତ କରିଛନ୍ତି। ମହିଳାଙ୍କୁ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ସଂରକ୍ଷଣ ଦେବା ପାଇଁ ଏହି ବିଲ୍‌ରେ ବ୍ୟବସ୍ଥା ହୋଇଥିବା  ସୂଚନା ମିଳିଛି ।

2. ଭୁବନେଶ୍ୱର: ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ-ଓଡିଶା ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆଗାମୀ ୨ ଦିନ ଯାଏଁ ଉତ୍ତର ଓଡିଶା-ଦକ୍ଷିଣ ଝାଡ଼ଖଣ୍ଡ ମଧ୍ୟ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (Rain) ଲାଗି ରହିଛି । ତେବେ ଆସନ୍ତା ୨୧ ତାରିଖ ଯାଏଁ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ (Bhubaneswar Meteorological Centre) ଆକଳନ କରାଯାଇଛି ।

3. ଗଞ୍ଜାମ; ଶେରଗଡ଼ରେ ମାଆ ଓ ଦୁଇ ଛୁଆଁଙ୍କ ମୃତ୍ୟୁ ଘଟଣାରେ ଏବେ ଏକ ନୂଆ ଟ୍ବିଷ୍ଟ ଆସିଛି (Food Poisoning Case)। ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ମୃତ ସାବିତ୍ରୀଙ୍କ ମାଆ ଓ ଭାଇ ସ୍ବାମୀ ପ୍ରଶାନ୍ତ ଡାକୁଆଙ୍କୁ ନାଁରେ ଶେରଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଝିଅ ଓ ଦୁଇ ନାତିଙ୍କ ହତ୍ୟା ପାଇଁ ଜ୍ବାଇଁ ପ୍ରଶାନ୍ତ କୁମାର ଡାକୁଆ ଦାୟୀ ବୋଲି ସାବିତ୍ରୀଙ୍କ ମାଆ ଅଭିଯୋଗ କରିଛନ୍ତି । ଏପରିକି ଜାଣିଶୁଣି ସେ ତିନି ଜଣଙ୍କୁ ଖାଦ୍ୟରେ ବିଷ ଦେଇଥିବା ସେ ଅଭିଯୋଗ କରିଛନ୍ତି ।

4. ସମ୍ୱଲପୁର: ଆସନ୍ତାକାଲି ନୂଆଁଖାଇ (Nuakhai 2023)। ଏନେଇ ଚଳଚଞ୍ଚଳ ପଶ୍ଚିମ ଓଡି଼ଶା । ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।   ଆସନ୍ତାକାଲି ନୂଆଁଖାଇ ଅବସରରେ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ (Samleswari) ଠାରେ ଲାଗି ହେବ ନବାନ୍ନ।  ଆସନ୍ତାକାଲି ଦିନ ୧୦ଟା ୨୭ ମିନିଟରୁ ୧୦ ଟା ୪୨ ମିନିଟ ମଧ୍ୟରେ (Lagna For Offeri Navanna) ମା ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି  କରାଯିବ ବୋଲି ନୀତି ନିର୍ଘଣ୍ଟ ହୋଇଛି।  ମା’ଙ୍କ ନିକଟରେ ପିଠାମିଠା, ଖିରି ପ୍ରଭୃତି ବ୍ୟାଞ୍ଜନ ଭୋଗ ଲାଗିଥାଏ। ପରେ ସେହି ଭୋଗ ଶ୍ରଦ୍ଧାଳୁ ପାଇ ସୌଭାଗ୍ୟ ଅର୍ଜନ କରିଥାନ୍ତି। ତା ପରେ ସମସ୍ତେ ନିଜ ନିଜ ଘରେ ନୂଆଁଧାନକୁ ପୂଜା କରି ନୂଆଁଖାଇ ପାଳନ କରିଥାଆନ୍ତି। ସମସ୍ତେ କାଲି ନୂଆ ଖାଇବେ ନୂଆ ପିନ୍ଧିବେ।

5. ଭୁବନେଶ୍ୱର; ଆଜି ପବିତ୍ର ଗଣେଶ ଚତୁର୍ଥୀ ରାଜଧାନୀ ସମେତ ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଗଜାନନଙ୍କ ପୂଜା କରାଯାଇଛି । ଭୁବନେଶ୍ୱରରେ ୧୦୦ ମଣ୍ଡପରେ ବିରାଜିଛନ୍ତି ବିଘ୍ନରାଜ । ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି ।
ସ୍କ୍ରବ୍ ଟାଇଫସରେ ଲାଗିପାରିନି ଲଗାମ: ସୁନ୍ଦରଗଡ଼ରେ ଆଜି ପୁଣି ୧୦ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୯୩କୁ ବୃଦ୍ଧି

6. ସୁନ୍ଦରଗଡ଼: ପୁଣି ବଢିଲା ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ୧୧ ଜଣ ଚିହ୍ନଟ ହୋଇଥିବାବେଳେ ସୋମବାର ଦିନ ୩ ଜଣ ଚିହ୍ନଟ ହୋଇଛନ୍ତି । ଆଜି ପୁଣି ୧୦ଜଣ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସିଛି । ବର୍ତ୍ତମାନ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩ରେ ପହଞ୍ଚିଛି। ପୂର୍ବରୁ ୧୪ ତାରିଖରେ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୩୦ ଚିହ୍ନଟ ହୋଇଥିଲା।। ଗତ ଜାନୁଆରି ମାସରେ ମାତ୍ର ୪ଜଣ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ଏହା ବୃଦ୍ଧି ପାଇ ୧୮୩ରେ ପହଞ୍ଚିଛି। ଆଶା, ଅଙ୍ଗନବାଡ଼ିକର୍ମୀଙ୍କ ଜରିଆରେ ଲୋକଙ୍କୁ ସଚେତନ କରାଯାଉଥିବା ସୂଚନା ରହିଛି ।

7.  ରାଉରକେଲା: ପୁରୀରୁ ରାଉରକେଲା ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ଆସନ୍ତା ୨୦ ତାରିଖରେ ଟ୍ରାଏଲ ରନ୍‌ ହେବାକୁ ଯାଉଛି । ସୂଚନା ମୁତାବକ ସକାଳ ୫ଟା ସମୟରେ ପୁରୀ ଷ୍ଟେସନରୁ ଯାତ୍ରା ଆରମ୍ଭ ହୋଇ ଅପରାହ୍ନ ୧୨ଟା ୪୫ ମିନିଟ୍‌ରେ ରାଉରକେଲାରେ ଷ୍ଟେସନରେ ପହଞ୍ଚିବ। ପୁଣି ଅପରାହ୍ନ ୨ଟା ୧୦ ମିନିଟ୍‌ରେ ରାଉରକେଲା‌ ଷ୍ଟେସନ ଛାଡିବା ପରେ ରାତି ୯ଟା ୪୦ ମିନିଟ୍‌ରେ ପୁରୀ ଷ୍ଟେସନରେ ପହଞ୍ଚିବ। ଟ୍ରାଏଲ ରନ୍‌ ସମୟରେ ଟ୍ରେନର ବେଗ ଘଣ୍ଟା ପ୍ରତି ହାରାହାରି ୬୩.୩୩ କିମିରୁ ୬୫.୧୬ କିମି ରହିବା ନେଇ ସୂଚନା ମିଳିଛି ।

8. କଟକ: ଗଣେଶ ଚତୁର୍ଥୀରେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୨ ଗୁରୁତର ହୋଇଛନ୍ତି । ସମସ୍ତ ଛାତ୍ର ନରାଜରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟର ବୋଲି ସୂଚନା ମିଳିଛି । ଏକ ଟ୍ରାକ୍ଟର ସାହାଯ୍ୟରେ ଗଣେଶ ପୂଜା ପାଇଁ ମୂର୍ତ୍ତି ନେଉଥିବା ସମୟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ।

9.  ଭୁବନେଶ୍ୱର: ବିଶ୍ୱକର୍ମା ମୂର୍ତ୍ତି ଭସାଣି ସମୟରେ କୁଆଖାଇ ନଦୀରେ ଅଘଟଣ । ପାଣିରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକଙ୍କ ନାମ ପ୍ରଫୁଲ୍ଲ ବିଶ୍ୱାଳ। ସେ ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ । ସେ ପାଇପ୍ ମିସ୍ତ୍ରୀ ଭାବରେ କାମ କରୁଥିଲେ। 

10. ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଆଜି ଏକାଦଶ ଦିନରେ ପହଞ୍ଚିଛି (Teacher Strike)। ଏବଂ ସମୁହ ଛୁଟି ଷଷ୍ଠ ଦିନରେ ପହଞ୍ଚିଛି। ଯାହା ଫଳରେ ରାଜ୍ୟରେ ସରକାରୀ ସ୍କୁଲରେ ପ୍ରାଥମିକ ଶିକ୍ଷା ସମ୍ପୂର୍ଣ ଠପ ହୋଇ ପଡିଛି (Primary school Teacher Strike)  । ଶିକ୍ଷକ ମାନେ ଯଦି ତାଙ୍କର ସଠିକ ପ୍ରାପ୍ୟ ନ ପାଇବେ । ତେବେ ସେମାନେ ସୁସ୍ଥ ମାନସିକତା ସହିତ କିପରି ଶିକ୍ଷାଦାନ କରିବେ ? ସାଧାରଣ ଦିନ ମଜୁରିଆ ଦିନକୁ ୫୦୦ ଟଙ୍କା ପାଉଛି କିଛି ଶିକ୍ଷକ ଅଛନ୍ତି ଯେଉଁମାନେ ଆଜିର ଦିନରେ ମଧ୍ୟ ମାସକୁ ୭୫୦୦ ଟଙ୍କାରେ ଦିନକୁ ୨୫୦ ଟଙ୍କାରେ ଶିକ୍ଷାଦାନ କରୁଛନ୍ତି।

Also Read- Hibiscus Flower: ଆପଣଙ୍କ ବାଡିରେ ଫୁଟୁଥିବା ମନ୍ଦାର ଫୁଲ ୪ଟି ରୋଗ ପାଇଁ ଖୁବ ପ୍ରଭାବଶାଳୀ