Top 10 News Headlines: ଦିନଯାକର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1883469

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines: ଦିନଯାକର ୧୦ ବଡ଼ ଖବର
Top 10 News Headlines
1. ଭାରତ ଏକନମ୍ବର ( No1 Team in ODI): ଏକଦିବସୀୟ କ୍ରିକେଟରେ ଭାରତ ଏକ ନମ୍ବର ଦେଶ ଭାବେ ମାନ୍ୟତା ଅର୍ଜନ କରିଛି। ଆଜି ଅଷ୍ଟ୍ରେଲିଆ ବିରୁଦ୍ଧରେ ସିରିଜ୍‍ର ପ୍ରଥମ ମ୍ୟାଚ୍‍ ଜିତିବା ପରେ ଭାରତ ଏହି ଟାଇଟଲ୍‍ ହାସଲ କରିଛି। ମୋହାଲି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରଲିଆ ପ୍ରଥମେ ବ୍ୟାଟିଂ କରିଥିଲା। ଏହା ୨୬୫ ରନ୍‍ରେ ସୀମିତ ରହିଥିଲା। ଭାରତ ୫ ଓ୍ୱିକେଟ୍‍ ବିନିମୟରେ ଏହି ଲକ୍ଷ୍ୟ ହାସଲ କରି ଥିଲା। 
 
2. ପ୍ରଜ୍ଞାନ ସହ ସମ୍ପର୍କ କରିପାରୁନି ଇସ୍ରୋ ( ISRO to try more on Chandrayaan3): ଆଜି ଚନ୍ଦ୍ରପୃଷ୍ଠରେ ସକାଳ ହେବ ପରେ ଇସ୍ରୋ ପକ୍ଷରୁ ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର ବିକ୍ରମ ସହ ସଂଯୋଗ କରିବା ଉଦ୍ୟମ ବିଫଳ ହୋଇଛି। ହେଲେ ଏହି ଦିଗରେ ବାରମ୍ବାର ପ୍ରଚେଷ୍ଟା କରାଯିବ ବୋଳି ଇସ୍ରୋ କହିଛି। ଭାରତର ଚନ୍ଦ୍ରାୟନ ମିଶନରେ ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମ ଅବତରଣ କରିଛି। ବିକ୍ରମ୍‍ ଲ୍ୟାଣ୍ଡର ସହ ସଂଯୁକ୍ତ ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଭ୍ରମଣ କରି ପୃଥିବୀକୁ ଅନେକ ତଥ୍ୟ ପ୍ରଦାନ କରିଛି। ତେବେ ଚନ୍ଦ୍ରରେ ଅନ୍ଧକାର ଆସିବାରୁ ଏହାକୁ ୧୪ ଦିନ ଧରି ସ୍ଲିପ୍‍ ମୋଡ୍ ରେ ରଖାଯାଇଥିଲା। ଆଜି ଏହାକୁ ଜାଗ୍ରତ କରିବାର ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିବା ଜଣାପଡ଼ିଛି। 
 
3. ତୁଟିପାରିଲାନି ବର୍ଷା-ଅନୁଭବ ବିବାଦ ( Anubhab Vs Barsha): ଓଲିଉଡ୍‍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଭିତରେ ବିବାଦ ତୁଟିପାରି ନାହିଁ। ଫ୍ୟାମିଲି କୋର୍ଟଙ୍କ ପକ୍ଷରୁ ଦୁଇଜଣଙ୍କ ପକ୍ଷରୁ ଦାୟର ମାମଲାକୁ ଖାରଜ କରାଯାଇଛି। ଅନୁଭବ ଛାଡ଼ପତ୍ର ଆବେଦନ କରାଯାଇଥିଲାବେଳେ ବର୍ଷାଙକ୍ ପକ୍ଷରୁ ଏକାଠି ରହିବା ପାଇଁ ଆଦେଶ ଅପେକ୍ଷା କରାଯାଇଥିଲା। ୨୦୨୦ ମସିହାରୁ ଅନୁଭବ ଏବଂ ବର୍ଷାଙ୍କ ଭିତରେ ବିବାଦ ଲାଗି ରହିଥିଲା ଏବଂ ଏହି ମାମଲା ପରିବାର କୋର୍ଟରେ ବିଚାରାଧୀନ ଥିଲା। ହାଇକୋର୍ଟଙ୍କ ଆଦେଶ କ୍ରମେ ଏବେ ପରିବାର କୋର୍ଟ ତାଙ୍କ ଆବେଦନ ଶୁଣାଣି କରିଥିଲେ। ଏହାପରେ ଅନୁଭବଙ୍କ ଆବେଦନକୁ ଖାରଜ କରିଛନ୍ତି। ଏହାସହ ବର୍ଷାଙ୍କ ଆବେଦନକୁ ମଧ୍ୟ ଖାରଜ ରାଯାଇଛି। ’କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏବେ ଉଭୟ ଏକାଠି ରହିବାର ସମ୍ଭାବନା ରହୁନାହିଁ। ଆମେ କୋର୍ଟଙ୍କ ଏହି ଆଦେଶକୁ ପୁଙ୍ଖାନୁପୁଙ୍ଖ ପଢ଼ିଲାପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର।  ଅପରପକ୍ଷେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ମଧ୍ୟ ଏହି ଆଦେଶକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଯାହା ନିଷ୍ପତ୍ତି ନେବେ ତାହାକୁ ଆବେ ମାନିବୁ। ନ୍ୟାୟ ସବୁବେଳେ ଜିତିବା ଆବଶ୍ୟକ। ଏବଂ ଏହାଠୁ ବଡ଼ ଆଉ କେହି ନୁହନ୍ତି ବୋଲି ସେ କହିଛନ୍ତି।
 
4. ଶାନ୍ତିଲତା ବାରିକ ଗୁରୁତର ( Singer Shantilata Barik):  ପ୍ରଖ୍ୟାତ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର ଅସୁସ୍ଥ ରହିଛନ୍ତି। ତାଙ୍କୁ ଚିକିତ୍ସା ଲାଗି ଭୁବନେଶ୍ୱରରର ଏକ ଘରୋଇ ହସ୍‍ପିଟାଲ୍‍ରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। 
 
5. ପ୍ରଥମ ଅତିରିକ୍ତ ବଜେଟ୍‍ (supplementary Budget): ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‍ ଉପସ୍ଥାପନ କରିଛନ୍ତି । ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ସନ୍ଧ୍ୟାରେ ଏହି ବଜେଟ୍‍ ଉପସ୍ଥାପନ କରାଯାଇଛି। ଏହି ଅତିରିକ୍ତ ବଜେଟ୍‍ ପରିମାଣ ରହିଛି ୨୮ ହଜାର ୨୦୦ କୋଟି ଟଙ୍କା। - ଏହି ବଜେଟ୍‍ ସମ୍ପର୍କରେ ୨୮ ଓ ୩୦ ତାରିଖରେ ଆଲୋଚନା ହେବ। ଅକ୍ଟୋବର ୩ ତାରିଖରେ ଖର୍ଚ୍ଚଦାବି ସମ୍ପର୍କିତ ବିଲ୍‍ ବିଧାନସଭାରେ ଗ୍ରହଣ ପାଇଁ ଭୋଟ୍‍ ଗ୍ରହଣ କରାଯିବ। ଅତିରିକ୍ତ ବଜେଟ୍‍ ଗୃହୀତ ହେଲେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସମୁଦାୟ ବ୍ୟୟ  ଅଟକଳ ୨ ଲକ୍ଷ ୩୦ ହଜାର କୋଟିରେ ପହଞ୍ଚିବ।
 
6. ନିର୍ବାଚନ ପାଇଁ ଯୋଜନା (Schemes for Election): ଆଗକୁ ନିର୍ବାଚନ ଆଉ ମାତ୍ର ୭ ମାସ ସମୟ ବାକି ଥିବାରୁ ରାଜ୍ୟ ସରକାର ଅନେକ ଜନ ମଙ୍ଗଳ ତଥା ଭେଟ୍‍ ଆକର୍ଷଣକାରୀ ଯୋଜନାକୁ ଲାଗୁ କରିବା ଲାଗି ଯାଉଛନ୍ତି। ଏହି ଯୋଜନା ଗୁଡ଼ିକ ଲାଗି  ଆବଶ୍ୟକ ଖର୍ଚ୍ଚ ଏହି ଅତିରିକ୍ତ ବଜେଟ୍‍  ପୂରଣ କରିବ ବୋଲି ଆଶା କରାଯାଇଛି।  ଏହି ବଜେଟରେ ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି ଟଙ୍କା, ବିପର୍ଯ୍ଯୟ ପ୍ରଶମନ ପାଇଁ ୪୬୯୮ କୋଟି, ଲକ୍ଷ୍ମୀ ଯୋଜନା ପାଇଁ ୫୫୬ କୋଟି ଟଙ୍କା, ପଂଚାୟତି ରାଜ ଓ ପାନୀୟ ଜଳ ପାଇଁ ୪୦୮୩ କୋଟି ଟଙ୍କା, ସ୍ୱାସ୍ଥ୍ଯ ସେବା ଓ ଭିତ୍ତିଭୂମି ବିକାଶ ପାଇଁ -୧୩୨୭ କୋଟି, ଗଣଶିକ୍ଷା ଓ ବିଦ୍ଯାଳୟ ପାଇଁ ୨୮୮୨ କୋଟି, ମୁଖ୍ଯମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ-୧୧୦ କୋଟି, ସମ୍ବାଦିକ କଲ୍ଯାଣ ପାଣ୍ଠି ପାଇଁ ଅତିରିକ୍ତ ୧୦ କୋଟି, ଓଡ଼ିଶା ମେଟ୍ରୋ ଯୋଜନା ପାଇଁ ୨୧୦ କୋଟି, ଗ୍ରାମ୍ଯ ଉନ୍ନୟନ ପାଇଁ ୮୯୭ କୋଟି, ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ୧୩୫୫ କୋଟି, ମିଶନ ଶକ୍ତି ପାଇଁ ୭୮କୋଟି, କୃଷି ଓ ଆନୁସାଂଗିକ, ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। 
 
7. ଋଣ ଭାର Percapita Loan): ରାଜ୍ୟରେ ମୁଣ୍ଡପିଛା ଋଣ ଭାର ୧୯ ହଜାର୧୭୧ ଟଙ୍କା ରହିଛି। ସେହିପରି ୨୦୨୩ ଜୁଲାଇ ସୁଦ୍ଧା ରାଜ୍ୟର ମୋଟ ଋଣଭାର ୮୮୪୮୭କୋଟି ଟଙ୍କା  ଥିବା ଅର୍ଥମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ଏହି ଋଣଭାର ରାଜ୍ୟର ମୋଟ ସାମଗ୍ରିକ ଘରୋଇ ଉତ୍ପାଦ(ଜିଡିପି)ର ୧୦.୦୩% ବୋଲି ସେ କହିଛନ୍ତି।
 
8. ପ୍ରମିଳା ହେଲେ ପ୍ରଥମ ମହିଳା ବାଚସ୍ପତି ( 1st Woman speaker): ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ପୁରୁଖା ନେତ୍ରୀ ତଥା ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରମିଳା ମଲ୍ଲିକ ଦାୟିତ୍ୱ ଗ୍ରହଣ କରିଛନ୍ତି। ସାରା ଦେଶ ମହିଳାଙ୍କ ନେତୃତ୍ୱକୁ ନେଇ ଅନେକ ଆଶା ଓ ସମ୍ଭାବନା ସାଉଁଟୁଥିବା ବେଳେ ଓଡ଼ିଶା ବିଧାନସଭାର ଏହି ନିଷ୍ପତ୍ତି ନିଶ୍ଚିତଭାବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ବିଭିନ୍ନ ସମୟରେ ବିରୋଧୀଙକ୍ ହଟ୍ଟଗୋଳକୁ ରୋକିବାରେ ବିଫଳ ହୋଇ ଅତୀତରେ ଅନେକ ବାଚସ୍ପତିଙ୍କୁ ଗଢହ କାର୍ଯ୍ୟକୁ ମୁଲତବୀ କରିବାକୁ ପଡ଼ିଛି। ଏପରିକି ସରକାରୀ କାର୍ଯ୍ୟ ଦିବସ ପରେ ସମୟ ପୂର୍ବରୁ ବି ବାଚସ୍ପତିଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି। ଏହିକ୍ରମରେ ପ୍ରମିଳାଙ୍କ ଆଗରେ ଗୃହକୁ ସୁରୁଖୁରରେ ଚଳାଇବା ଏକ ଆହ୍ୱାନ ସଦୃଶ ହେବ। 
 
9. ଆସନ୍ତା କାଲି ବିରୋଧୀ ଘେରିବେ ( Opposition prepared): ବାଚସ୍ପତିଙ୍କ ଶପଥ ଗ୍ରହଣ, ସର୍ବଦଳୀୟ ବୈଠକ ଏବଂ ଅତିରିକ୍ତ ବଜେଟ୍‍ ଉପସ୍ଥାପନ ଭଳି କାର୍ଯ୍ୟ ଆଜି ବିଧାନସଭାରେ ବେଶ୍‍ ସୁରୁଖୁରୁରେ ହୋଇଛି। ତେବେ ଆସନ୍ତା କାଲିଠାରୁ ଗୃହରେ ଆଲୋଚନା ସରଗରମ ରହିବ ବୋଲି ଆଶା କରାଯାଉଛି। ଉଭୟ ବିରୋଧୀ ବିଜେପି ଏବଂ କଂଗ୍ରେସ ଏଥିପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ଶିକ୍ଷକଙ୍କ ସମସ୍ୟା ସମେତ, ୫ଟି ସଚିବଙ୍କ ଜିଲ୍ଲାଗସ୍ତ, ଉଜୁଡ଼ା ସ୍ୱାସ୍ଥ୍ୟ ବ୍ୟବସ୍ଥା ସହ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ଗୃହରେ ସରକାରଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଇବାକୁ ବିରୋଧୀ ଚିନ୍ତା କରିଛନ୍ତି। ହେଲା ଆଲାଚନା ଲାଗି ମାତ୍ର ୭ ଦିନ ରହିଛି। ଏଥିରୁ ତିନିଦିନ ବଜେଟ୍‍ ଆଲୋଚନା ପାଇଁ ସ୍ଥିର ରହିଛି। 
 
10. ଏନ୍‍ଡିଏ ପାଇଲା ଅଧିକ ଶକ୍ତି ( NDA Becomes more strength): କର୍ଣ୍ଣାଟକରେ ପ୍ରମୁଖ ବିରୋଧୀ ଦଳ ଭାବେ ମାନ୍ୟତା ଅର୍ଜନ କରିଥିବା ଜନତା ଦଳ (ଏସ୍‍) ବିଜେପି ସହ ହାତ ମିଳାଇଛି। ଏହାଦ୍ୱାରା ଏନ୍‍ଡିଏକୁ ଅଧିକ ଶକ୍ତି ମିଳିଛି। ଆସନ୍ତା ଲୋକସଭା ନିର୍ବାଚନରେ ଦୁଇ ଦଳ ମିଶି ଲଢି଼ବେ ବୋଲି ସୂଚନା ମିଳିଛି। ଆଜି ନୂଆଦିଲ୍ଲୀଠାରେ କୁମାରାସ୍ୱାମୀ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ପରେ ଏ ବିଷୟ ସ୍ପଷ୍ଟ ହୋଇଛି। ଏନ୍‍ଡିଏରେ ଯୋଗଦାନ ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ଉପସ୍ଥିତ ଥିଲେ।