Top 10 News: ନଜର ପକାନ୍ତୁ କ’ଣ ରହିଛି ଆଜି ଦିନର ମହତ୍ତ୍ୱ ଓ ଆଜିର ୧୦ଟି ବଡ଼ ଖବର...
Advertisement
Article Detail0/zeeodisha/odisha1928406

Top 10 News: ନଜର ପକାନ୍ତୁ କ’ଣ ରହିଛି ଆଜି ଦିନର ମହତ୍ତ୍ୱ ଓ ଆଜିର ୧୦ଟି ବଡ଼ ଖବର...

Top 10 News: ଇତିହାସ ପୃଷ୍ଠାରେ ଆଜିର ଦିନଟି ବିଶେଷ ମହତ୍ତ୍ୱ ରକ୍ଷା କରୁଛି। ୧୯୭୫ର ଆଜିର ଦିନରେ ବେଠି ପ୍ରଥାକୁ ଉଚ୍ଛଦ କରିବା ପାଇଁ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣିଥିଲେ। ଯାହାକୁ ତା’ ପରଦିନ କାର୍ଯ୍ୟକାରୀ କରାଯାଇଥିଲା।  ସେହିପରି ୧୯୮୪ର ଆଜିର ଦିନରେ କୋଲକତାରେ ପ୍ରଥମ ମୋଟ୍ରୋ ଚଳାଚଳ ଆରମ୍ଭ କରିଥିଲା। 

Top 10 News: ନଜର ପକାନ୍ତୁ କ’ଣ ରହିଛି ଆଜି ଦିନର ମହତ୍ତ୍ୱ ଓ ଆଜିର ୧୦ଟି ବଡ଼ ଖବର...

Top 10 News: ଇତିହାସ ପୃଷ୍ଠାରେ ଆଜିର ଦିନଟି ବିଶେଷ ମହତ୍ତ୍ୱ ରକ୍ଷା କରୁଛି। ୧୯୭୫ର ଆଜିର ଦିନରେ ବେଠି ପ୍ରଥାକୁ ଉଚ୍ଛଦ କରିବା ପାଇଁ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣିଥିଲେ। ଯାହାକୁ ତା’ ପରଦିନ କାର୍ଯ୍ୟକାରୀ କରାଯାଇଥିଲା।  ସେହିପରି ୧୯୮୪ର ଆଜିର ଦିନରେ କୋଲକତାରେ ପ୍ରଥମ ମୋଟ୍ରୋ ଚଳାଚଳ ଆରମ୍ଭ କରିଥିଲା। ପ୍ରଥମ ଟେଲିଗ୍ରାଫ୍‍ ଲାଇନ୍‍ ଭାରତରେ ଆଜିର ଦିନରେ ୧୮୫୧ ମସିହାରେ ଆରମ୍ଭ ହୋଇଥିଲା। ଯାହା କଲିକତାରୁ ଡାଇମଣ୍ଡ ହାରବରକୁ ସଂଯୋଗ କରୁଥିଲା। ୨୦୧୩ରେ ଗାୟକ ମାନ୍ନା ଦେ’ଙ୍କ ପରଲୋକ ସାରା ଭାରତର ସଙ୍ଗୀତପ୍ରେମୀଙ୍କୁ ଶୋକାକୂଳ ପରିବେଶ ଭିତରକୁ ଠେଲିଦେଇଥିଲା।

1.ଆଜି ବିଜୟା ଦଶମୀ : ଆଜି ସାରା ଦେଶରେ ବିଜୟା ଦଶମୀ ପର୍ବ ବା ଦଶହରା ପାଳନ କରାଯାଉଛି। ଅସତ୍ୟ ଉପରେ ସତ୍ୟର ବିଜୟ ତଥା ନାରୀ ଶକ୍ତିକୁ ନେଇ ଉତ୍ସବ ପାଳନର ଏହାର ଏକ ବିଶେଷ ଗୁରୁତ୍ୱ ରହିଛି। ବିଭିନ୍ନ ଶକ୍ତି ପୀଠ ଓ ପୂଜା ପଣ୍ଡାଲ୍‍ରେ ଏହି ଉତ୍ସବ ଆଜି ପାଳନ କରାଯାଉଛି। ଆଜି ସନ୍ଧ୍ୟାରେ ବିଶେଷ ଆକର୍ଷଣ ଭାବେ ବିଭିନ୍ନ ପୂଜା ମଣ୍ଡପରେ ରାବଣ ପୋଡ଼ି ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।

2.ଭଷାଣୀ ପାଇଁ ଟ୍ରାଫିକ୍‍ ବ୍ୟବସ୍ଥା: ଆସନ୍ତା କାଲି ଭଷାଣୀ ଉତ୍ସବକୁ ସୁରୁଖୁର କରିବା ଲାଗି କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍‍ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଆସନ୍ତା କାଲି ସକାଳ ୮ଟାରୁ ଏହି ନିୟମ ବଳବତ୍ତର ହେବ। ଯେଉଁ ରାସ୍ତାରେ ମେଢ଼ ଯାଉଛି ସେହି ରାସ୍ତାରେ କୌଣସି ଗାଡ଼ି ଚଳାଚଳ ହେବ ନାହିଁ ବୋଲି ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି।  ବିକଳ୍ପ ରାସ୍ତାରେ ଗାଡ଼ି ଚଳାଚଳ କରିବ।

3.ବାତ୍ୟା ଘନୀଭୂତ: ଉତ୍ତର ବଙ୍ଗୋପସାଗରରେ ବାତ୍ୟ ‘ହମୁନ୍‍’ ଅଧିକ ଘନୀଭୂତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହା ଉତ୍ତର ଉତ୍ତରପୂର୍ବ ଆଡ଼କୁ ଗତିକରି ବାଂଲାଦେଶ ପାର କରିବ। ଖେପୁପଡ଼ ଓ ଚାଟାଗଙ୍ଗ ମଧ୍ୟବର୍ତ୍ତୀ ସ୍ଥାନରେ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

4.ବିଦେଶକୁ ଭାରତୀୟଙ୍କ ପସନ୍ଦ: ବିଶ୍ୱର ବିଭିନ୍ନ ଦନୀ ରାଷ୍ଟ୍ରରେ ବାସକରିବାକୁ ଭାରତର ଲୋକେ ବିଶେଷ ପସନ୍ଦ କରୁଛନ୍ତି। ଅର୍ଥନୀତିକ ସହଯୋଗ ଓ ବିକାଶ ସଂଗଠନ ( OECD) ସଂଯୁକ୍ତ ରାଷ୍ଟ୍ରଗୁଡ଼ିକରେ ଭାରତୀୟଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ଓଇସିଡି ପ୍ରକାଶ କରିଛି। ୨୦୨୧ ମସିହାରେ ୧ ଲକ୍ଷ ୩୦ ହଜାର ଭାରତୀୟ ଏହି ରାଷ୍ଟ୍ରମାନଙ୍କରେ ନାଗରିକତ୍ୱ ନେଇଥିବା କୁହାଯାଇଛି। ଏହି ଦେଶମାନଙ୍କ ଭିତରେ ଆମେରିକା, କାନାଡ଼ା ଓ ଅଷ୍ଟ୍ରେଲିଆ ଭଳି ଦେଶ ରହିଛନ୍ତି।

5.ପାଣ୍ଡିଆନ୍‍ଙ୍କ ଇସ୍ତଫା: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟରେ ୫-ଟି ସଚିବ ଭାବେ ପରିଚିତ ଭି. କାର୍ତ୍ତିକେୟ ପାଣ୍ଡିଆନ୍‍ଙ୍କ ସ୍ୱଚ୍ଛାକୃତ ଅବସର ଅନୁରୋଧକୁ ସରକାର ଗ୍ରହଣ କରିଛନ୍ତି। ମମାତ୍ର ତିନିଦିନ ମଧ୍ୟରେ କୌଣସି ବିବାଦ ବିନା ତାଙ୍କର ଏହି ଆବେଦନକୁ ଗ୍ରହଣ କରାଯାଇଛି। ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି।

6.ରାଜନୀତିକୁ ଆସିପାରନ୍ତି ପାଣ୍ଡିଆନ: ଇସ୍ତଫା ଗ୍ରହଣ ପରେ ଶ୍ରୀ ପାଣ୍ଡିଆନ୍‍ ରାଜ୍ୟ ରାଜନୀତିରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିବା ସମ୍ଭାବନା ବଢ଼ିଛି। ନିକଟରେ ସେ ୧୪୭ ନିର୍ବାଚନ ମଣ୍ଡଳୀ ବୁଲି ଲୋକଙ୍କ ସହ କଥା ହୋଇଥିଲେ। ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସିଧାସଳଖ ପ୍ରତିଶୃତି ଦେବା ସହ ଆଲୋଚନା କରିଥିଲେ। ଯାହାକୁ ନେଇ ରାଜନୀତିକ ତମ୍ବୀତୋଫାନ ହୋଇଥିଲା। ଗତକାଲି ହଠାତ୍‍ ତାଙ୍କ ଇସ୍ତଫା ସମ୍ପର୍କରେ ଖବର ଆସିବା ପରେ ରାଜ୍ୟ ରାଜନୀତି ସକ୍ରିୟ ହୋଇଛି।

7.ପାକିସ୍ତାନକୁ ହରାଇଲା ବାଂଲାଦେଶ: ବିଶ୍ୱକପ୍‍ କ୍ରିକେଟ୍‍ ରେ ଆଫଗାନିସ୍ତାନ ପାକିସ୍ତାନକୁ ହରାଇଛି। ୮ ଓ୍ୱିକେଟ୍‍ରେ ପାକିସ୍ତାନକୁ ପରାସ୍ତ କରିଛି ଆଫଗାନିସ୍ତାନ। ଗତକାଲି ଏହି ମ୍ୟାଚ ଖେଳାଯାଇଥିଲା। ଏଥିରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୮୨ ରନ୍‍ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାରନ ୨୮୬ ରନ୍‍ ସଂଗ୍ରହ କରି ସମସ୍ତଙ୍କୁ ଚକିତ କରିଥିଲା।

8.ପୁଣି ଫେରିଲା ହିଜାବ: କର୍ଣ୍ଣାଟକରେ ପୁଣିଥରେ ହିଜାବ ଫେରିଛି। ସ୍କୁଲ୍‍ କଲେଜଗ୍‍ ପରୀକ୍ଷା ସମୟରେ ମୁସ୍‍ଲିମ୍‍ ଝିଅମାନେ ହିଜାବ ପିନ୍ଧି ଯାଇପାରିବେ ବୋଲି ସରକାର ନିୟମ କରିଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଧ ରାମୟା ଏହି ନିଷ୍ପତ୍ତି ନେଇଛନ୍ତି। ୨୦୨୧ରେ ଏହି ପରି ହିଜାବ ପିନ୍ଧାକୁ ନେଇ ଉତ୍ତେଜନା ହୋଇଥିଲା। ପରେ ହିଜାବ ପିନ୍ଧିବା ଉପରେ ସରକାର ପ୍ରତିବନ୍ଧକ ଲଗାଇଥିଲେ।

9.ତେଲ ନଥିବାରୁ ୭୭ ବିମାନ ବାତିଲ: ପାକିସ୍ତାନ ଆାନ୍ତର୍ଜାତିକ ବିମାନ ( ପିଆଇଏ)ଉଡ଼ାଣ ପାଇଁ ଇନ୍ଧନର ଅଭାବ ଦେଖାଦାଇଛି। ପାକିସ୍ତାନ ସରକାର ତୈଳ ଯୋଗାଣରେ ସମର୍ଥ ହୋଇ ନଥିବାରୁ ୭୭ଟି ବିମାନ ଉଡ଼ାଣ ବାତିଲ କରାଯାଇଛି। ପିଆଇଏ ଏବେ ୭୫୦ ବିଲିୟନ ଟଙ୍କା କ୍ଷତିରେ ରହିଛି।

10.ଇଣ୍ଡିଆନ ପାନୋରାମାରେ ଓଡ଼ିଆ ଫିଲ୍ମ: ୫୪ତମ ଭାରତୀୟ-ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‍ ବା ଇଣ୍ଡିଆନ୍‍ ପାନୋରାମା ୨୦୨୩ରେ ଓଡ଼ିଆ ଫିଲ୍ମ ‘ଦି’ ସି ଆଣ୍ଡ ସେଭେନ୍‍ ଭିଲେଜେସ୍‍’ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି।  ଅଣ ଫିଚର ଫିଲ୍ମ ବର୍ଗରେ ଏହି ଫିଲ୍ମ ପ୍ରଦର୍ଶନ ହେବ। ହିମାଂଶୁ ଖଟୁଆଙ୍କ ଦ୍‍ୱାରା ଏହି ଫିଲ୍ମ ନିର୍ଦ୍ଦେଶିତ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ଗାଁ ବାସିନ୍ଦାଙ୍କ ବାବଦରେ ଏହି ଫିଲ୍ମ ନିର୍ମାଣ ହୋଇଛି।

Also Read: Cyclone Hamoon: ପାରାଦ୍ୱୀପ ଡପ୍ଲର ରାଡ଼ାରରେ ଦୃଶ୍ୟମାନ ବାତ୍ୟା "ହାମୁନ"ର ଆଖି, '୧୨ଘଣ୍ଟା ମଧ୍ୟରେ ଭୀଷଣବାତ୍ୟା' !