Top 10 News Headlines: ଆସନ୍ତାକାଲି ହେବ ପ୍ରାଣ ପ୍ରତିଷ୍ଠା; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2071068

Top 10 News Headlines: ଆସନ୍ତାକାଲି ହେବ ପ୍ରାଣ ପ୍ରତିଷ୍ଠା; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।   

 Top 10 News Headlines: ଆସନ୍ତାକାଲି ହେବ ପ୍ରାଣ ପ୍ରତିଷ୍ଠା; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 21 January 2024 | Evening   

1.Ayodhya Ram Mandir Pran Pratishtha Ceremony: ଜାନୁଆରୀ ୨୨ ତାରିଖ ସୋମବାର ଅଯୋଧ୍ୟା ରାମ ମନ୍ଦିରରେ ଅନୁଷ୍ଠିତ ହେବ ପ୍ରାଣ ପ୍ରତିଷ୍ଠା ସମାରୋହ। ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଯୋଧ୍ୟା ଠାରେ ଆୟୋଜିତ ହେଉଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ସମଗ୍ର ଦେଶ ରାମ ଭକ୍ତିରେ ଲୀନ ହୋଇଯାଇଛି। ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ତାଙ୍କ ଜନ୍ମସ୍ଥାନ ଅଯୋଧ୍ୟା ଠାରେ ଆୟୋଜିତ ହେଉଛି। ହେଲେ ଏହି ଭଗବାନଙ୍କ ପାଇଁ ସମଗ୍ର ଦେଶ ରାମମୟ ହୋଇଉଠିଛି। ଆସନ୍ତାକାଲି ଭଗବାନ ଶ୍ରୀରାମ ତାଙ୍କ ଭବ୍ୟ ମନ୍ଦିରରେ ବିରାଜମାନ କରିବେ। 

2.Security Arrangements for Pran Pratishtha Ceremony Ayodhya: ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିରରେ ଅନୁଷ୍ଠିତ ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହ। ଏହି କାର୍ଯ୍ୟକ୍ରମ ଲାଗି ଅଯୋଧ୍ୟା ସହରରେ ମଜବୁତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଯୋଧ୍ୟା ସୀମାକୁ ସିଲ୍ କରାଯାଇଛି। ଅଯୋଧ୍ୟା ପ୍ରବେଶ ପଥରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ନିକଟରେ ପାର୍କିଂ ହୋଇଥିବା ଗାଡିକୁ ନିୟମ ଅନୁଯାୟୀ ଯାଞ୍ଚ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ସମସ୍ତ ନିମନ୍ତ୍ରିତ ସଦସ୍ୟଙ୍କ QR Code Scan କରାଯିବ। 

3.DGCA Response on Afghanistan Plane Crash: ଜାନୁଆରୀ ୨୦ ତାରିଖ ଶନିବାର ରାତିରେ ଆଫଗାନିସ୍ତାନ ଠାରେ ହୋଇଥିବା ବିମାନ ଦୁର୍ଘଟଣାରେ ପ୍ରତିକ୍ରିୟା ରଖିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ଏନେଇ କୁହାଯାଇଛି ଯେ ଆଫଗାନିସ୍ତାନ ଠାରେ ଯେଉଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ଭାରତୀୟ ନୁହେଁ। ଏକଥା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ଏହି ବିମାନ ଆଫଗାନିସ୍ତାନର ବାଦାଖଶାନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁ ବିମାନ ଋଷିଆ ରାଜଧାନୀ ମସ୍କୋ ଅଭିମୁଖେ ଯାତ୍ରା କରୁଥିଲା। ଦୁର୍ଘଟଣାଗ୍ରସ୍ତ ବିମାନ ମରୋକ୍କୋ ବିମାନ ବୋଲି ଜଣାପଡିଛି।

4.Ayodhya Ram Mandir Pran Pratishtha Live Telecast: ଆସନ୍ତାକାଲି ଅଯୋଧ୍ୟା ରାମ ମନ୍ଦିରରେ ଆୟୋଜିତ ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହ। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ସମଗ୍ର ଦେଶରେ କରିବା ପାଇଁ ପ୍ରସ୍ତୁତି ଚାଲିଛି। ପ୍ରାଣ ପ୍ରତିଷ୍ଠା ସମାରୋହର ସିଧା ପ୍ରସାରଣ କରିବା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲନାଡୁରେ କ୍ଷମତାସୀନ ଡିଏମକେ ସରକାର ବିରୋଧରେ ବର୍ଷିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ତାମିଲନାଡୁ ସରକାର ଜାନୁୟାରୀ ୨୨ ତାରିଖରେ ଆୟୋଜିତ ହେଉଥିବା ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

5.US Strike on Houthi Rebels: କିଛି ଦିନ ପୂର୍ବେ ଆଡେନ ଉପସାଗରରେ ଦେଶର ନୌସେନା ଜାହାଜ ଉପରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣର ପ୍ରତିଶୋଧ ନେଇଛି ଆମେରିକା। ଏହି ଆକ୍ରମଣ ୟମେନ ଠାରେ
ସକ୍ରିୟ ରହିଥିବା ହୁଥି ବିଦ୍ରୋହୀଙ୍କ ଦ୍ୱାରା ହୋଇଥିଲା। ହୁଥି ବିଦ୍ରୋହୀଙ୍କ ଦ୍ୱାରା ହୋଇଥିବା ଆକ୍ରମଣ ପାଲଟା ଜବାବ ଦିଆଯାଇଥିବା ନେଇ ଆମେରିକୀୟ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହା ପୂର୍ବରୁ ଗତ ୧୯ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ବାହିନୀ ଲାଲ ସାଗରରେ ଦେଶର ବାଣିଜ୍ୟକ ସ୍ୱାର୍ଥରେ କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ହୁଥି ବିଦ୍ରୋହୀଙ୍କ ବିରୋଧରେ ଜବରଦସ୍ତ ଆକ୍ରମଣ କରିଥିଲେ।  ଆମେରିକୀୟ ଜାହାଜ ଉପରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ହୁଥି ବିଦ୍ରୋହୀ। ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଇସ୍ରାଏଲ ବିରୋଧରେ ଯୁଦ୍ଧ ଲଢୁଥିବା ହମାସ ଗୋଷ୍ଠୀକୁ ସମର୍ଥନ କରିବାକୁ ଯାଇ ଭବିଷ୍ୟତରେ ଆହୁରି ଅଧିକ ଆକ୍ରମଣ କରିବାକୁ ଧମକ ଦେଇଥିଲେ ହୁଥି ବିଦ୍ରୋହୀ। ଏହି ଧମକର ଜବାବ ଏବେ ଆମେରିକା ନିଜର ସମ୍ପୂର୍ଣ୍ଣ କ୍ଷମତାରେ ଦେବା ଆରମ୍ଭ କରିଛି ଆମେରିକା। 

6.Weather Forecast Today: ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରୀ। ଯାହାର ଫଳ ସ୍ୱରୂପ ପ୍ରବଳ ଥଣ୍ଡା ଅନୁଭୂବ ହେବା ସହ ଘନ କୁହୁଡ଼ି ହେଉଛି। ଜାନୁଆରୀ ୨୧ ତାରିଖ ରବିବାର ସକାଳେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ କୁହୁଡି ହୋଇଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଲୋକେ ବେଶ ଚିନ୍ତିତ ହୋଇଉଠିଛନ୍ତି। ବେଶ କିଛି ଦିନ ଧରି ଜାରି ରହିଥିବା ଶୀତ ଲହରୀରୁ କେବେ ମିଳିବ ମୁକ୍ତି ସେ ବିଷୟରେ ଚିନ୍ତା କରୁଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଏବେ ଶୀତ ଲହରୀ ହ୍ରାସ ପାଇବା ଭଳି କୌଣସି ସମ୍ଭାବନା ନାହିଁ। 

7.Pangolins Rescued during Smuggling in Odisha: ବିରଳ ବଜ୍ରକାପ୍ତା ଚୋରାଚାଲାଣ କରିବା ସମୟରେ ବନବିଭାଗ ହାତରେ ଧରାପଡିଛି ଚୋରା ଚାଲାଣକାରୀ। ପ୍ରାୟ ୧୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ବିକ୍ରି କରିବା ନେଇ ହୋଇଥିଲା ଡିଲ୍। ହେଲେ ବନବିଭାଗ ପକ୍ଷରୁ ହୋଇଥିବା କାର୍ଯ୍ୟାନୁଷ୍ଠାନ କାରଣରୁ ବଜ୍ରକାପ୍ତା ଚୋରାଚାଲାଣ ବିଫଳ ହୋଇଥିଲା। ଉଦ୍ଧାର ହୋଇଥିବା ବଜ୍ରକାପ୍ତାର ଓଜନ ପାୟ ୧୦ କେଜି ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଉଦ୍ଧାର ହୋଇଥିବା ବଜ୍ରକାପ୍ତାକୁ ସୁରକ୍ଷିତ ଭାବରେ ଜଙ୍ଗଲରେ ଛାଡିଛି ବନ ବିଭାଗ।

8. ED Interrogated Jharkhand CM Hemant Soren Today: ଜମି ମାଲିକାନାକୁ ବେଆଇନ ଭାବେ ପରିବର୍ତ୍ତନ କରିବା ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ ଇଡ଼ି ଟିମ୍ ପହଞ୍ଚିବା ପରେ ଜେରା ଆରମ୍ଭ ହୋଇଥିଲା। ଏନେଇ ମିଳିଥିବା ଖବର ଅନୁଯାୟୀ ଇଡି ଟିମ୍ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରାୟ ୭ ଘଣ୍ଟା ଧରି ଜେରା କରିଥିଲା।  ରାତି ଆଠଟା ପରେ ଇଡି ଟିମ୍ ମୁଖ୍ୟମନ୍ତ୍ରୀ ବାସଭବନ ଛାଡିଥିଲା। ଇଡି ଟିମ୍ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ ପଚାରିଥିଲା। ବିଭିନ୍ନ ଦିଗରୁ ତାଙ୍କ ଠାରୁ ସୂଚନା ମାଗିଥିଲେ। କୁହାଯାଉଛି ଯେ ଆଗାମୀ କିଛି ଦିନ ମଧ୍ୟରେ ଇଡି ଟିମ୍ ପୁନର୍ବାର ମୁଖ୍ୟମନ୍ତ୍ରୀ ହେମନ୍ତ ହେମନ୍ତ ସୋରେନଙ୍କୁ ଆଉ ଥରେ ଜେରା କରିପାରେ।

9.Ayodhya Ram Mandir Pran Pratishtha: ଜାନୁଆରୀ ୨୨ ତାରିଖ ସୋମବାର ଅଯୋଧ୍ୟା ରାମ ମନ୍ଦିରରେ ଆୟୋଜିତ ହେଉଥିବା ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ କେନ୍ଦ୍ର ସରକାର ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ଅଧା ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ  ଅପରାହ୍ନ ସାଢେ ଦୁଇଟା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା କରାଯାଇଛି। ଏନେଇ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ଅନ୍ୟପଟେ ଦିଲ୍ଲୀ ଏମ୍ସ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏନେଇ କୁହାଯାଇଛି ଯେ ଜାନୁଆରୀ ୨୨ ତାରିଖ ଅପରାହ୍ନ ସାଢେ ଦୁଇଟା ପର୍ଯ୍ୟନ୍ତ OPD ଠାରେ ସୁବିଧା ଉପଲବ୍ଧ ହେବ ନାହିଁ। ଏହି ସମୟ ମଧ୍ୟରେ ଆପଣ ପରୀକ୍ଷା ଏବଂ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ହେବେ। ତଥାପି ସମସ୍ତ ପ୍ରକାର ଜରୁରୀକାଳୀନ ସେବା ଜାରି ରହିବ।

10. Garuda and Jatayu: ରାମାୟଣରେ ପ୍ରଭୁ ଶ୍ରୀରାମଙ୍କୁ ସହଯୋଗ କରିଥିବା ଉଭୟ ଗରୁଡ ଏବଂ ଜଟାୟୁ ପକ୍ଷୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ମାତା ସୀତାଙ୍କୁ ଅପହରଣ କରିବା ସମୟରେ ଏକ ଜଟାୟୁ ପକ୍ଷୀ ଏହାର ପ୍ରତିବାଦ କରିଥିଲା। ସେହିପରି ଯେତେବେଳେ ପ୍ରଭୁ ଶ୍ରୀରାମ ନାଗଫାସରେ ପଡିଥିଲେ ସେତେବେଳେ ଗରୁଡ ପ୍ରଭୁଙ୍କୁ ନାଗଫାସରୁ ମୁକୁଳାଇଥିଲେ। ପୂରାଣରେ ବର୍ଣ୍ଣିତ ଥିବା କଥାକୁ ହିନ୍ଦୁ ଧର୍ମର ଲୋକେ ବିଶ୍ୱାସ କରିଥାନ୍ତି। ସେଥିପାଇଁ ଗରୁଡ ଏବଂ ଜଟାୟୁ ପକ୍ଷୀଙ୍କ ମଧ୍ୟ ସ୍ୱତନ୍ତ୍ରତା ରହିଛି। ବର୍ତ୍ତମାନ ରାଜସ୍ଥାନର ଜୋଡ୍ ବିଡ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ସେଠାରେ ଗରୁଡ ଏବଂ ଜଟାୟୁଙ୍କ ସମେତ ବିଭିନ୍ନ ପକ୍ଷୀ ଦେଖିବାକୁ ମିଳୁଛି। ପ୍ରଥମ ଥର ଏତେ ସଂଖ୍ୟକ ପକ୍ଷୀ ଆସିଥିବାରୁ ପକ୍ଷୀପ୍ରେମୀଙ୍କୁ ଏହା ଖୁସି ଦେଇଛି।