Amarnath Yatra: ସାବଧାନତାର ସହ କରନ୍ତୁ ଅମରନାଥ ଯାତ୍ରା: ଏପର୍ଯ୍ୟନ୍ତ ଗଲାଣି ୩୦ ଜୀବନ
Advertisement

Amarnath Yatra: ସାବଧାନତାର ସହ କରନ୍ତୁ ଅମରନାଥ ଯାତ୍ରା: ଏପର୍ଯ୍ୟନ୍ତ ଗଲାଣି ୩୦ ଜୀବନ

Amarnath Yatra: ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଉଭୟ ମାର୍ଗରେ ଅନେକ ବ୍ୟବସ୍ଥା କରିଛି ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ । ଶ୍ରଦ୍ଧାଳୁଙ୍କ ପାଇଁ ଦୁଇଟି ଡାକ୍ତରଖାନା ମଧ୍ୟ ନିର୍ମାଣ କରାଯାଇଛି । ଉକ୍ତ ଡାକ୍ତରଖାନାରେ ଆଇସିୟୁ ସୁବିଧା ମଧ୍ୟ ରହିଛି । ଭକ୍ତଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ହେଲେ ସେମାନେ ଏହି ଡାକ୍ତରଖାନାରେ ଚିକିତ୍ସିତ ହୋଇଥାନ୍ତି ।

Amarnath Yatra: ସାବଧାନତାର ସହ କରନ୍ତୁ ଅମରନାଥ ଯାତ୍ରା: ଏପର୍ଯ୍ୟନ୍ତ ଗଲାଣି ୩୦ ଜୀବନ

Amarnath Yatra: ବର୍ତ୍ତମାନ ଦେଶର କୋଣ ଅନୁକୋଣରୁ ଅନେକ ଶ୍ରଦ୍ଧାଳୁ (Devotees) ବାବା ଅମରନାଥ ଧାମକୁ ଯାଇ ବାବାଙ୍କ ଦର୍ଶନ କରୁଛନ୍ତି । ଅନେକ ବ୍ୟକ୍ତି ଆଗକୁ ଅମରନାଥ ଯାତ୍ରା କରିବା ପାଇଁ ଯୋଜନା (Plan) ମଧ୍ୟ କରିଛନ୍ତି । ଅମରନାଥ ଯାତ୍ରା ମାର୍ଗରେ ୫୦ରୁ ଅଧିକ ସ୍ଥାନରେ ସ୍ଥାନରେ ଅକ୍ସିଜେନ ବୁଥ (Oxygen booth), ଚିକିତ୍ସା ସହାୟତା କେନ୍ଦ୍ର ଏବଂ ଜରୁରୀକାଳୀନ ସହାୟତା କେନ୍ଦ୍ର (Emergency Assistance Center)ର ସୁବିଧା ରହିଛି । ତଥାପି ପ୍ରତିଦିନ କିଛି ଦୁସମ୍ୱାଦ ମଧ୍ୟ ସାମ୍ନାକୁ ଆସୁଛି । କିଛି ଶ୍ରଦ୍ଧାଳୁ ଆହତ ହୋଇଥିବାବେଳେ ଲଗାତାର କିଛି ଭକ୍ତଙ୍କର ମୃତ୍ୟୁ ବରଣ ଖବର (Death case) ମଧ୍ୟ ସାମ୍ନାକୁ ଆସୁଛି । ଯାତ୍ରା ଆରମ୍ଭର ୧୮ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ୩୦ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଅଧିକାଂଶ ଭକ୍ତଙ୍କର ମୃତ୍ୟୁର କାରଣ ହୃଦଘାତ ବୋଲି ଜଣାପଡିଛି । ଅମରନାଥ ମାର୍ଗରେ ଯାତ୍ରା କରିବା ଖୁବ କଠିନ ବୋଲି ଡାକ୍ତରମାନେ ମତ ଦିଅନ୍ତି । ହଠାତ ତାପମାତ୍ରା (temperature) କମିବା ଏବଂ ପାର୍ବତ୍ୟଞ୍ଚଳ ହୋଇଥିବାରୁ ଅମ୍ଳଜାନର ଅଭାବ କାରଣରୁ ଏସବୁ ସମସ୍ୟା ଉପୁଜୁଥିବା ମତ ପ୍ରକାଶ ପାଉଛି ।

ଅମରନାଥ ଯାତ୍ରା କରିବାକୁ ମୁଖ୍ୟତଃ ଦୁଇଟି ମାର୍ଗ ରହିଛି । ଉଭୟ ବାଲ୍ଟାଲ ଏବଂ ପହଲଗାମ ରୁଟ ପଟେ ଅମରନାଥ ଯାତ୍ରା କରିଥାନ୍ତି ଭକ୍ତ । ଉଭୟ ମାର୍ଗରେ ଯାତ୍ରା କରିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁବ୍ କଷ୍ଟକର । ସ୍ୱାସ୍ଥ୍ୟ ବିଭାଗ ୨ଯାକ ରାସ୍ତାରେ ଶ୍ରଦ୍ଧାଳୁ ତଥା ଦୂର ଦୁରାନ୍ତରୁ ଆସିଥିବା ଯାତ୍ରୀଙ୍କ ପାଇଁ ଅନେକ ବ୍ୟବସ୍ଥା କରିଛି । କିନ୍ତୁ ମୁଖ୍ୟତଃ ଦୁଇ ତିନୋଟି ସ୍ଥାନରେ ଯାତ୍ରୀଙ୍କୁ ଅଧିକ ଅସୁବିଧା ହେଉଛି । ଅମରନାଥ ମାର୍ଗରେ ଡ୍ୟୁଟି କରିଥିବା ଡାକ୍ତର ବିନୋଦ ଖଜୁରିଆ କହିଛନ୍ତି ଯେ, ଏହି ହୃଦଘାତର ମୁଖ୍ୟ କାରଣ ହେଉଛି ଏହା ଯେ ଲମ୍ୱା ରାସ୍ତା ଚାଲିବାର ଅଭ୍ୟାସ ଲୋକମାନଙ୍କର ନାହିଁ। ଅନେକ ଲୋକ ହେଲିକପ୍ଟର ଯୋଗେ ଦର୍ଶନ କରିବାକୁ ଚାହୁଁଛନ୍ତି । ଅନେକ ଯାତ୍ରୀ ଅନ୍ୟ ସ୍ଥାନ ମାନଙ୍କରୁ ଆସିଥିବାରୁ ସେମାନେ ଅମରନାଥ ପାର୍ବତ୍ୟଞ୍ଚଳର ପାଣିପାଗ ଏବଂ ପରିବେଶ ସହିତ ନିଜକୁ ଖାପ ଖୁଆଇବାରେ ସକ୍ଷମ ହୁଅନ୍ତି ନାହିଁ । ଯେଉଁଥିପାଇଁ କିଛି ବ୍ୟକ୍ତି ହୃଦଘାତର ଶିକାର ହେଉଛନ୍ତି । ଡାକ୍ତର ଏକଥା ମଧ୍ୟ କହିଛନ୍ତି ଯେ, ଅମରନାଥ ଦର୍ଶନ ପାଇଁ ଅତି କମରେ ୧୫ ଦିନ ପୂର୍ବରୁ ଯାତ୍ରା କରିବା ଉଚିତ । କିଛି ବ୍ୟକ୍ତି ଶୀଘ୍ର ଯାତ୍ରା ସମାପ୍ତ କରିବା ପାଇଁ ଚେଷ୍ଟା କରି ଅସୁସ୍ଥ ହେଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି ।

DRDO ପକ୍ଷରୁ ଦୁଇଟି ଡାକ୍ତରଖାନା ମଧ୍ୟ ନିର୍ମାଣ କରାଯାଇଛି । ଉକ୍ତ ଡାକ୍ତରଖାନା ଗୁଡିକରେ ଆଇସିୟୁ ବେଡ୍ ମଧ୍ୟ ରହିଛି । ଅନେକ ଭକ୍ତଙ୍କୁ ଅସୁବିଧା କ୍ଷେତ୍ରରେ ଉଦ୍ଧାର ମଧ୍ୟ କରାଯାଉଛି । ଜମ୍ମୁର ସରକାରୀ ମେଡିକାଲ କଲେଜ, ହୃଦ୍‌ ରୋଗ ବିଭାଗର ଡାକ୍ତର ସୁଶୀଲ ଶର୍ମା କହିଛନ୍ତି ଯେ, ପାହାଡ଼ିଆ ଅଞ୍ଚଳରେ ଅମ୍ଳଜାନର ଏବ ସୌଭାବିକ ପ୍ରକ୍ରିୟା । ଅମରନାଥରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ଯାତ୍ରା କରିବା ସମୟରେ ଶ୍ରଦ୍ଧାଳୁଙ୍କ ହୃଦୟରେ ସର୍ବାଧିକ ଚାପ ରହିଛି । ଅନେକ ସମୟରେ ଘୋଡା ଉପରେ ଯାତ୍ରା କରୁଥିବା ଲୋକମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତେଣୁ ତରତର ନହୋଇ ଧିରେ ଧିରେ ଯାତ୍ରା କରିବା ଉଚିତ ବୋଲି ଡାକ୍ତର ପରାମର୍ଶ ଦେଉଛନ୍ତି । ପ୍ରଥମେ ଅଞ୍ଚଳର ପାଣିପାଗ ସହିତ ନିଜକୁ ଖାପ ଖୁଆଇବାକୁ ପଡିବ ଏବଂ ପରେ ଯାତ୍ରା କଲେ ବେଶି ଅସୁବିଧା ହେବନି ବୋଲି ଡାକ୍ତର କହିଛନ୍ତି ।

ହୃଦରୋଗ ବିଶେଷଜ୍ଞ ଡକ୍ଟର ନୀରଜ ଶର୍ମାଙ୍କ କହିବାନୁସାରେ ଯାତ୍ରୀମାନେ ଯାତ୍ରା କରୁଥିବା ରାସ୍ତାରେ ଅନେକ ଗ୍ଲେସିୟର ରହିଛି । ଶ୍ରଦ୍ଧାଳୁମାନେ ଉକ୍ତ ଗ୍ଲେସିୟର ଉପରେ ଚାଲୁଛନ୍ତି । ଅନେକ ସ୍ଥାନରେ ପାହାଡିଆ ରାସ୍ତା ସିଧା ରହିଛି ତେଣୁ ଲୋକେ ଉକ୍ତ ମାର୍ଗରେ ଚାଲିବାକୁ ଅଭ୍ୟସ୍ତ ନୁହନ୍ତି । ଯେତେବେଳେ ତାପମାତ୍ରା ଅଧିକ କମିଯାଏ ସେତେବେଳେ ଯାତ୍ରୀଙ୍କୁ ଅନେକ ଅସୁବିଧା ସାମ୍ନା କରିବାକୁ ପଡେ । ଅମ୍ଳଯାନ କମିବା ମଧ୍ୟ ହୃଦଘାତର ଏକ କାରଣ ପାଲଟିଥାଏ । ମେଡିକାଲ ସାର୍ଟିଫିକେଟରେ ସ୍ୱାସ୍ଥ୍ୟ ସଠିକ ହେଲେ ମଧ୍ୟ ଯଦି ଭକ୍ତମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନନିଅନ୍ତି ତେବେ ଅନେକ ଅସୁବିଧା ଦେଖିବାକୁ ମିଳିବ । ତେଣୁ ଯାତ୍ରା ପୂର୍ବରୁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବା ଉଚିତ ।  ଡାକ୍ତର ଆହୁରୀ ପରାମର୍ଶ ଦେଇଛନ୍ତି ଯେ, ଯଦି କେହି ଅମରନାଥ ଯାତ୍ରା କରିବାକୁ ଇଚ୍ଛୁକ ଏବଂ ଯାତ୍ରା ପାଇଁ ଯୋଜନା କରିସାରିଛନ୍ତି ତେବେ ଯାତ୍ରା ଆରମ୍ଭ କରିବାର ୧୫ ଦିନ ପୂର୍ବରୁ ବ୍ୟାୟାମ କରିବା ଉଚିତ । ରକ୍ତଚାପ, ମଧୁମେହ, ଇସିଜି ସବୁକିଛି ଡାକ୍ତରଙ୍କ ପାଖରୁ ଚେକଅପ୍ କରାଇନେବା ଆବଶ୍ୟକ । ଏଥିସହ ଯାତ୍ରା ସମୟରେ ନିଜ ଶରୀରକୁ ଉସୁମ ରଖିବାକୁ ଆବଶ୍ୟକିୟ ପୋଷାକ ମଧ୍ୟ ସାଥିରେ ନେବା ଉଚିତ । ଯାତ୍ରା କରିବା ସମୟରେ ଫାଷ୍ଟଫୁଡ ଖାଦ୍ୟ ଖାଇବାଠାରୁ ନିଜକୁ ଦୂରେଇ ରଖନ୍ତୁ ।

Also Read- Pakistan ଯିବାକୁ ଚାହୁଁଥିଲା ସଚିନ୍: ସୀମା ହାଇଦର୍ ଏହି କାରଣରୁ ବଦଳାଇ ଥିଲା ଯୋଜନା