Turkmenistan President:ତୁର୍କମେନିସ୍ତାନର ରାଷ୍ଟ୍ରପତି ଯିଏ କ୍ୟାଲେଣ୍ଡରରେ ମାସର ନାମ ବଦଳାଇ ଦେଇଥିଲେ
Advertisement
Article Detail0/zeeodisha/odisha2120208

Turkmenistan President:ତୁର୍କମେନିସ୍ତାନର ରାଷ୍ଟ୍ରପତି ଯିଏ କ୍ୟାଲେଣ୍ଡରରେ ମାସର ନାମ ବଦଳାଇ ଦେଇଥିଲେ

ୱିଲିୟମ୍ ସେକ୍ସପିଅର୍ ତାଙ୍କ ନାଟକ ରୋମିଓ ଏବଂ ଜୁଲିଏଟ୍ ରେ ଏକଥା ଲେଖିଥିଲେ । କୁହାଯାଏ ଯେ ଯଦି ଆପଣ ଗୋଲାପକୁ ଅନ୍ୟ କୌଣସି ନାମ ଦିଅନ୍ତି, ତେବେ ବି ଗୋଲାପ,ଗୋଲାପ ରହିବ ।  ଏହାର ସୁଗନ୍ଧରେ କୌଣସି ପରିବର୍ତ୍ତନ ଆସିବ ନାହିଁ । କିନ୍ତୁ ଯେତେବେଳେ ଆମେ ଇତିହାସର ପୃଷ୍ଠା ଓଲଟାଉ ସେତେବେଳେ ଦେଖୁ ଯେ,ଅନେକ ସମୟରେ ଶାସକ ମାନେ

SOCIAL MEDIA

Turkmenistan President:

ୱିଲିୟମ୍ ସେକ୍ସପିଅର୍ ତାଙ୍କ ନାଟକ ରୋମିଓ ଏବଂ ଜୁଲିଏଟ୍ ରେ ଏକଥା ଲେଖିଥିଲେ । କୁହାଯାଏ ଯେ ଯଦି ଆପଣ ଗୋଲାପକୁ ଅନ୍ୟ କୌଣସି ନାମ ଦିଅନ୍ତି, ତେବେ ବି ଗୋଲାପ,ଗୋଲାପ ରହିବ ।  ଏହାର ସୁଗନ୍ଧରେ କୌଣସି ପରିବର୍ତ୍ତନ ଆସିବ ନାହିଁ । କିନ୍ତୁ ଯେତେବେଳେ ଆମେ ଇତିହାସର ପୃଷ୍ଠା ଓଲଟାଉ ସେତେବେଳେ ଦେଖୁ ଯେ,ଅନେକ ସମୟରେ ଶାସକ ମାନେ ରାଜନୈତିକ ଉଦ୍ଦେଶ୍ୟ ପାଇଁ ହେଉ କି ନଜ ମହିମା ମଣ୍ଡନ ପାଇଁ ସ୍ଥାନଠାରୁ ଦେଶର ନାମ ପରିବର୍ତ୍ତନ କରିଛନ୍ତି । ମାତ୍ର ୩୦ ବର୍ଷ ପରେ ସେହିଭଳି ଜଣେ ପାଗଳ ଶାସକ ତୁର୍କିମେନିସ୍ତାନକୁ ନିଜ କବଜାକୁ ନେଇଥିଲେ,ଯାହାଙ୍କ ମୁଣ୍ଡରେ ନାମ ବଦଳାଇବାର ନିଶା ଏମିତି ସବାର ଥିଲା ଯେ, ସେ କ୍ୟାଲେଣ୍ଡରର ମାସ ମାନଙ୍କ ନାମ ବି ବଦଳାଇ ଦେଇଥିଲେ । ମାସଙ୍କ ନାମଠାରୁ ସଡ଼କ,ବ୍ରିଜ୍ ସବୁର ନାମ ବଦଳାଇ ଏହି ବ୍ୟକ୍ତି ନିଜକୁ ଦେଶର ଆଜିବନ ରାଷ୍ଟ୍ରପତି ଭାବେ ଘୋଷଣା କରିଥିଲା । ସେହି ବ୍ୟକ୍ତିର ନାମ ଥିଲା ସପରମୁରାତ ନିୟାଜୋଭ୍ ।

ଆଗକୁ ବଢିବା ଆଗରୁ ଆସନ୍ତୁ ତୁର୍କମେନିସ୍ତାନ ବାବଦରେ କିଛି ଜାଣିବା କାଜାଖସ୍ତାନ, ଉଜବେକିସ୍ତାନ, ଆଫଗାନିସ୍ତାନ ଏବଂ ଇରାନ ପରି ପଡ଼ୋଶୀମାନଙ୍କ ଦ୍ୱାରା ଏହା  ଘେରି ହୋଇ ରହିଛି। ଏହାର କାସପିନ୍ ସାଗରକୁ ପ୍ରବେଶ ଅଛି ଏବଂ ଏହାର ଜନସଂଖ୍ୟା 5.6 ନିୟୁତ । ଏହାର ରାଜଧାନୀ ହେଉଛି ଆସଗାବତ୍ । ବୃହତ ଗ୍ୟାସ ଭଣ୍ଡାର ପାଇଁ ଜଣାଶୁଣା । ତୁର୍କମେନିସ୍ତାନ ପ୍ରତିବର୍ଷ ପ୍ରାୟ 70 ବିଲିୟନ ଘନ ମିଟର ପ୍ରାକୃତିକ ଗ୍ୟାସ ଉତ୍ପାଦନ କରିଥାଏ ଏବଂ ଏହାର ରପ୍ତାନୀର ପ୍ରାୟ ଦୁଇ ତୃତୀୟାଂଶ ଋଷକୁ ଯାଇଥାଏ। ଯଦିଓ ଏହି ଦେଶ ଗ୍ୟାସ ଭଣ୍ଡାରରେ ଭରପୂର,ତଥାପି ଅଧିକାଂଶ ଜନସଂଖ୍ୟା ଗରିବ  ।

ସପରମୁରାତ ନିୟାଜୋଭ୍ଙ୍କ ପିଲାଦିନ ଏବଂ ରାଜନୀତିରେ ପ୍ରବେଶ

ନିୟାଜୋଭଙ୍କ ପିଲାଦିନ ବହୁତ ଦଃଖରେ ଅତିବାହିତ ହୋଇଥିଲା । ସେ 19 ଫେବୃଆରୀ 1940 ରେ କିପଚାକ୍ ର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। ତା’ପରେ ଭୟଙ୍କର ଆଶଗାବତ ଭୂକମ୍ପରେ ପରିବାରର ଅବଶିଷ୍ଟ ସଦସ୍ୟ ମଧ୍ୟ ନିହତ ହୋଇଥିଲେ। ଏହା ପରେ ନିୟାଜୋଭଙ୍କ ପିଲାଦିନ ଏକ ଅନାଥ ଆଶ୍ରମରେ ଅତିବାହିତ ହୋଇଥିଲା ।  1967 ରେ ବୈଦ୍ୟୁତିକ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ।

 1991 ରେ, ଏହା ଋଷଠାରୁ ଅଲଗା ହୋଇ ଏକ ସ୍ୱାଧୀନ ଦେଶ ହେଲା। କିନ୍ତୁ ସ୍ୱାଧୀନତା ପରେ ମଧ୍ୟ ଏହି ଦେଶ ନିଜ ଏକଛତ୍ରବାଦୀ ଶାସକମାନଙ୍କଠାରୁ ମୁକ୍ତ ହୋଇପାରିଲା ନାହିଁ । ନିୟାଜୋଭ ପ୍ରଥମେ ସୋଭିଏତ ଋଷ ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ ଥିଲେ, କିନ୍ତୁ ସୋଭିଏତ୍ ୟୁନିଅନର ବିଘଟନ ସହିତ ସେ ତୁର୍କମେନିସ୍ତାନର ସ୍ୱାଧିନତା ଘୋଷଣା କରିଥିଲେ । ଏହା ସହିତ ନିଜକୁ ନିଜେ ରାଷ୍ଟ୍ରପତି ପଦରେ ନିଯୁକ୍ତ କରିଥିଲେ । ଗୋଟିଏ ବର୍ଷ ମଧ୍ୟରେ ସେ ରାଷ୍ଟ୍ରପତି ନିର୍ବାଚନ କରି ଜିତିଲେ। କରାଣ ମୈଦାନରେ ସେ ଏକମାତ୍ର ପ୍ରାର୍ଥୀ ଥିଲେ। ଏହିପରି ଏକ ମହାନ ଉତ୍ସବ ପାଳନ କରିବାକୁ ସେ ନିଜକୁ “ତୁର୍କମେନବାଶି” ଘୋଷଣା କରିଥିଲେ  । ଯାହାର ଅର୍ଥ ହେଉଛି - “ସମସ୍ତ ତୁର୍କମେନିସ୍ତାନର ନେତା” ।

ତା’ପରେ 1992 ଆସିଲା। ଏହି ବର୍ଷ ନିୟାଜୋଭ ତାଙ୍କ ଶାସନକୁ 10 ବର୍ଷକୁ ବୃଦ୍ଧି କରିଥିଲେ ଏବଂ 1999 ରେ ନିଜକୁ “ଆଜୀବନ ରାଷ୍ଟ୍ରପତି” ଘୋଷଣା କରିଥିଲେ। ତାଙ୍କ ଶାସନ କାଳରେ ନିୟାଜୋଭ,ଶିଳ୍ପ ଉପରେ ବିଶେଷ ଦୃଷ୍ଟି ଦେଇଥିଲେ । ନିଜ ଦେଶରେ ସେ ମୃତ୍ୟୁଦଣ୍ଡକୁ ରଦ୍ଦ କରିଦେଇଥିଲେ । ଏହା ସହିତ ତୁର୍କମେନିସ୍ତାନକୁ ଯୁଦ୍ଧରୁ ଦୂରେଇ ରଖିବାକୁ ଅନୁମତି ଦେଇଥିଲେ।

ଦେଶରେ ସବୁକିଛି ତାଙ୍କ ନାମରେ

ବାକି ଏକଛତ୍ରବାଦୀ ଶାସକଙ୍କ ଭଳି ସେ ମଧ୍ୟ ଚାହୁଁଥିଲେ ଯେ, ଜନତା ସର୍ବତ୍ର ତାଙ୍କ ଉପସ୍ଥିତିକୁ ଅନୁଭବ କରୁ । ତେଣୁ ସେ ବିମାନବନ୍ଦରଠାରୁ  ବ୍ରିଜ୍,କଲେଜ୍ ଓ ହସ୍ପିଟାଲ ସବୁକିଛିକୁ ନିଜ ନାମରେ ନାମିତ କରିବାକୁ ଲାଗିଥିଲେ । କେବଳେ ଏତିକି ନୁହେଁ ସେ କ୍ୟାଲେଣ୍ଡରର ମାସ ଗୁଡିକର ନାମ ମଧ୍ୟ ବଦଳାଇ ଦେଇଥିଲେ । ପ୍ରତି ମାସର ନାମ ତାଙ୍କ ନାମରେ କିମ୍ବା ତାଙ୍କ ପ୍ରିୟ ଲୋକଙ୍କ ନାମରେ ନାମିତ ହୋଇଥିଲା । ଦେଶରେ ସ୍ୱାଧିନ ମିଡିଆ ନଥିଲା । ତେଣୁ ରାଷ୍ଟ୍ରପତି ନିଜ ମନଇଛା କାମ କରୁଥିଲେ ।

କିସ୍ ଠାରୁ ଇଣ୍ଟରନେଟ୍ ସବୁ ବ୍ୟାନ୍

କେବଳ କ୍ୟାଲେଣ୍ଡରର ମାସର ନାମ ବଦଳାଇ ସନ୍ତୁଷ୍ଟ ନଥିଲେ ନୟାଜୋଭ୍ । ସେ ଚୁମ୍ବନ ଓ ଇଣ୍ଟରନେଟ୍ ଉପରେ ମଧ୍ୟ ବ୍ୟାନ୍ ଲଗାଇଥିଲେ ।  କୁକୁରମାନଙ୍କର ନାମ ମଧ୍ୟ ପ୍ରତିବନ୍ଧକ ତାଲିକାରେ ଥିଲା, କାରଣ ନିୟାଜୋଭ ବିଶ୍ୱାସ କରୁଥିଲେ ଯେ କୁକୁରମାନେ ଦୁର୍ଗନ୍ଧ କରନ୍ତି ।  ଅପେରା ଏବଂ ସର୍କସ ଠାରୁ ଆରମ୍ଭ କରି ଲମ୍ବା କେଶ ଏବଂ ଦାଢୀ  ଉପରେ ବି ବ୍ୟାନ୍ ଲାଗିଥିଲା । ଟିଭିରେ ମହିଳାଙ୍କ ମେକ୍ ଅପକୁ ମଧ୍ୟ ସେ ପ୍ରତିବନ୍ଧିତ କରିଥିଲେ । 2୦ ବର୍ଷରୁ ଅଧିକ ଶାସନ କରିବା ପରେ ତାଙ୍କର ୨୦୦୬ରେ ନିଧନ ହୋଇଥିଲା ।