Ramayan: ରାବଣ ଚରିତ୍ର ପଡ଼ିଲା ମହଙ୍ଗା, ଲୋକଙ୍କ ଘୃଣା ଠାରୁ ଆରମ୍ଭ କରି ମନ୍ଦିରରେ ପ୍ରବେଶ ନିଷେଧ ପର୍ଯ୍ୟନ୍ତ ସହିଲେ ଅଭିନେତା!
Advertisement
Article Detail0/zeeodisha/odisha1684489

Ramayan: ରାବଣ ଚରିତ୍ର ପଡ଼ିଲା ମହଙ୍ଗା, ଲୋକଙ୍କ ଘୃଣା ଠାରୁ ଆରମ୍ଭ କରି ମନ୍ଦିରରେ ପ୍ରବେଶ ନିଷେଧ ପର୍ଯ୍ୟନ୍ତ ସହିଲେ ଅଭିନେତା!

Ramayan Serial Ravan:  ଗୋଟିଏ ପଟେ ଶ୍ରୀରାମ ଏବଂ ମାତା ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଭିନେତ୍ରୀଙ୍କୁ ପୂଜା କରୁଥିବା ବେଳେ ଅନ୍ୟପଟେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଲୋକଙ୍କ ଦ୍ୱାରା ଘୃଣାର ଶୀକାର ହୋଇଥିଲେ।

Ramayan: ରାବଣ ଚରିତ୍ର ପଡ଼ିଲା ମହଙ୍ଗା, ଲୋକଙ୍କ ଘୃଣା ଠାରୁ ଆରମ୍ଭ କରି ମନ୍ଦିରରେ ପ୍ରବେଶ ନିଷେଧ ପର୍ଯ୍ୟନ୍ତ ସହିଲେ ଅଭିନେତା!
Ramayan Actor Arvind Trivedi: ଯେତେବେଳେ ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକ ଟେଲିଭିଜନ ମାଧ୍ୟମରେ ପ୍ରସାରିତ ହେଲା, ସେତେବେଳେ ଲୋକ ଏକ ପ୍ରକାର ପାଗଳ ହୋଇ ଯାଇଥିଲେ। କୁହାଯାଏ ଯେ, ରାମାୟଣ ଧାରାବାହିକ ପ୍ରସାରିତ ହେବା ସମୟରେ ରାସ୍ତାରେ ନୀରବତା ମାଡ଼ି ଆସୁଥିଲା। ଲୋକେ ଟିଭି ଦେଖିରେ ଧୂପ କାଠି ଦେଖାଇ ପୂଜାପାଠ କରୁଥିଲେ। ହେଲେ ତଥାପି ଲୋକେ ରାମାୟଣ ଧାରାବାହିକରେ ଭଗବାନ ଶ୍ରୀରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏବଂ ମାତା ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିଆଙ୍କୁ ଆଜି ମଧ୍ୟ ପୂଜା କରିଥାନ୍ତି। ଗୋଟିଏ ପଟେ ଶ୍ରୀରାମ ଏବଂ ମାତା ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଭିନେତ୍ରୀଙ୍କୁ ପୂଜା କରୁଥିବା ବେଳେ ଅନ୍ୟପଟେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଲୋକଙ୍କ ଦ୍ୱାରା ଘୃଣାର ଶୀକାର ହୋଇଥିଲେ।
 
ବାସ୍ତବ ଜୀବନରେ ଲୋକଙ୍କ ଘୃଣାର ସାମ୍ନା କରିଥିଲେ 'ରାବଣ'!
ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକରେ ରାବଣର ଚରିତ୍ରରେ ଅଭିନୟ କରିଥିଲେ ଅଭିନେତା ଅରବିନ୍ଦ ତ୍ରିବେଦୀ। ଅଭିନେତା ଜଣଙ୍କ ନିଜର ଏକ ସାକ୍ଷାତକାରରେ କହିଥିଲେ ଯେ ରାବଣ ଚରିତ୍ରରେ ଅଭିନୟ କରିବା ହେତୁ ତାଙ୍କୁ ଲୋକଙ୍କ ଠାରୁ ଅନେକ ଘୃଣାର ସାମ୍ନା କରିବାକୁ ପଡ଼ିଥିଲା। ଏକ କାହାଣୀ ସମ୍ପର୍କରେ ଜଣାଇ ଅଭିନେତା ଅରବିନ୍ଦ ତ୍ରିବେଦୀ କହିଥିଲେ ଯେ, ୧୯୯୪ ମସିହାରେ ଥରେ ସେ ଧର୍ମନଗରୀ ଅଯୋଧ୍ୟାସ୍ଥିତ ହନୁମାନଗଢି ଠାର ବିରଜମାନ କରୁଥିବା ସଙ୍କଟ ମୋଚନଙ୍କ ଦର୍ଶନ କରିବାକୁ ଆସିଥିଲେ। ହେଲେ ମନ୍ଦିରର ମୁଖ୍ୟ ପୂଜକ ତାଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ କରିବାକୁ ଅଟକାଇଥିଲେ। ସେତେବେଳର ସମୟରେ ଆସିଥିବା ଖବର ଅନୁଯାୟୀ ପୁରୋହିତ କହିଥିଲେ ଯେ ରାମାୟଣ ଧାରାବାହିକରେ ଅଭିନୟ କରିଥିବା ଅରବିନ୍ଦ ତ୍ରୀବେଦୀ ଭଗବାନ ଶ୍ରୀରାମଙ୍କୁ ଅନେକ ଥର ଅପମାନିତ କରିଥିଲେ।
 
ଯଦି ରିପୋର୍ଟ ଉପରେ ନଜର ପକାଯାଏ, ଟିଭି ଅଭିନେତା ଟିଭି ଅଭିନେତା ଅରବିନ୍ଦ ତ୍ରିବେଦୀ ମନ୍ଦିର ପୂଜକଙ୍କୁ ବହୁତ ମନାଇବା ପାଇଁ ଚେଷ୍ଟା କରିଥିଲେ ଏବଂ ନିବେଦନ ମଧ୍ୟ କରିଥିଲେ। ହେଲେ ମନ୍ଦିରର ପୂଜକ ଜଣଙ୍କ ତାଙ୍କ କଥାରେ ରାଜି ହୋଇନଥିଲେ। କୁହାଯାଏ ଯେ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କୁ ମନ୍ଦିର ପରିଦର୍ଶନ ନକରି ଫେରିବାକୁ ପଡିଥିଲା। ଖବର ଅନୁଯାୟୀ ଅରବିନ୍ଦ ତ୍ରିବେଦୀ ଟିଭି ଧାରବାହିକରେ ଯେଉଁ ଚରିତ୍ରରେ ଅଭିନୟ କରନ୍ତୁ ନାଁ କାହିଁକି, ହେଲେ ବାସ୍ତବ ଜୀବନରେ ରାବଣ ଅରବିନ୍ଦସ ତ୍ରିବେଦୀ ଭଗବାନା ଶ୍ରୀରାମଙ୍କ ଜଣେ ଭକ୍ତ ଥିଲେ। ସେ ତାଙ୍କ ଘରର କାନ୍ଥରେ ରାମାୟଣ ଗ୍ରନ୍ଥର ଦୋହା ଏବଂ ଚୌପାଇ ଲେଖିଥିଲେ।
 
ଅଭିନେତା ଅରବିନ୍ଦ ତ୍ରିବେଦୀ ୧୯୩୮ ମସିହା ନଭେମ୍ବର ୮ ତାରିଖରେ ଇନ୍ଦୋର ଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନେତା ଅରବିନ୍ଦ ତ୍ରିବେଦୀ ରାଜନୀତିରେ ମଧ୍ୟ ସକ୍ରିୟ ରହିଥିଲେ। ସେ ଟେଲିଭିଜନ ଧାରାବାହିକ ରାମାୟଣ କାହାଣୀରେ ରାବଣ ଭୂମିକାରେ ଅଭିନୟ କରିବା ପରେ ଘରେ ଘରେ ପରିଚିତ ହୋଇଯାଇଥିଲେ। ୧୯୯୧ ମସିହାରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ଅରବିନ୍ଦ ତ୍ରିବେଦୀ ବିଜେପି ଗୁଜୁରାଟର ସାବରକଣ୍ଠା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ।
 
ରାମାନନ୍ଦ ସାଗରଙ୍କ ଟେଲିଭିଜନ ଧାରାବାହିକ ରାମାୟଣ ବ୍ୟତୀତ ବହୁଚର୍ଚ୍ଚିତ ବିକ୍ରମ ବେତାଳ କାହାଣୀ ଏବଂ ଅନ୍ୟାନ୍ୟ ଟିଭି ଧାରାବାହିକରେ ଅଭିନୟ କରିଥିଲେ। ଫିଲ୍ମ ଦେଶ ରେ ଜୋୟା ଦାଦା ପରଦେଶ ଜୋୟା, ଯେଉଁଥିରେ ସେ ଦାଦାଜୀ (ଜେଜେବାପା) ଭାବରେ ଅଭିନୟ କରିଥିଲେ। ଯେଉଁ ଚଳଚ୍ଚିତ୍ର ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିଥିଲେ। ତାଙ୍କୁ ଏହି ଭୂମିକା ପାଇଁ ମନେ ରଖାଯାଇଛି। ଅରବିନ୍ଦ ତ୍ରିବେଦୀ ହିନ୍ଦୀ ଏବଂ ଗୁଜରାଟୀ ସମେତ ପ୍ରାୟ ୩୦୦ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ଅନେକ ସାମାଜିକ ଏବଂ ପୁରାଣ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
 
ଗତ ୨୦୦୨ ମସିହାରେ ତାଙ୍କୁ ସେଣ୍ଟ୍ରାଲ ବୋର୍ଡ ଫର ଫିଲ୍ମ ସାର୍ଟିଫିକେସନ୍ (Central Board of Film Certification) ସଂସ୍ଥାର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ନାମିତ କରାଯାଇଥିଲା। ଅରବିନ୍ଦ ତ୍ରିବେଦୀ ୨୦୦୨, ୨୦ ଜୁଲାଇରୁ ୨୦୦୩, ଅକ୍ଟୋବର ୧୬ ପର୍ଯ୍ୟନ୍ତ ସିବିଏଫସି (CBFC) ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ଗତ ୨୦୨୧ ଅକ୍ଟୋବର ୬ ତାରିଖରେ ତାଙ୍କୁ ହୃଦଘାତ ହୋଇଥିଲା। ସେ ମୁମ୍ବାଇର କାଣ୍ଡିଭାଲି ନିବାସରେ ମୃତ୍ୟୁ ବରଣ କରିଥିଲେ।