UP Exam Result 2023: ରେକର୍ଡ ସୃଷ୍ଟି କଲା ଗାଜିଆବାଦ ଜେଲ, ବୋର୍ଡ ପରୀକ୍ଷାରେ ପାସ କଲେ ୧୦୪ କଏଦୀ
Advertisement

UP Exam Result 2023: ରେକର୍ଡ ସୃଷ୍ଟି କଲା ଗାଜିଆବାଦ ଜେଲ, ବୋର୍ଡ ପରୀକ୍ଷାରେ ପାସ କଲେ ୧୦୪ କଏଦୀ

UPMSP Exam Result: ଚଳିତ ବର୍ଷ  ହାଇସ୍କୁଲ ପରୀକ୍ଷା ଦେଇଥିବା ୬୨ ଜଣ କଏଦୀ ମଧ୍ୟରୁ ୫୯ ଜଣ ପରୀକ୍ଷାରେ ପାସ କରିଥିବା ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳ ୟୁପି ବୋର୍ଡ ଅଫିସିଆଲ ୱେବସାଇଟ ପକ୍ଷରୁ ଉପଲବ୍ଧ ରହିଛି। 

UP Exam Result 2023: ରେକର୍ଡ ସୃଷ୍ଟି କଲା ଗାଜିଆବାଦ ଜେଲ, ବୋର୍ଡ ପରୀକ୍ଷାରେ ପାସ କଲେ ୧୦୪ କଏଦୀ

 

UP Board Exam Result 2023: ଗତକାଲି ପ୍ରକାଶ ପାଇଥିଲା ଉତ୍ତର ପ୍ରଦେଶ ଶିକ୍ଷା ବୋର୍ଡ଼ ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଏହି ପରୀକ୍ଷାରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କର ଅଭିଭାବକ ଏବଂ ବିଦ୍ୟାଳୟ ପାଇଁ ଆଣିଛନ୍ତି ଗର୍ବ ଗୌରବ। ପ୍ରାୟ ସମସ୍ତ ପରୀକ୍ଷାର୍ଥୀ ରେକର୍ଡ ସଂଖ୍ୟକ ମାର୍କ ହାସଲ କରିଛନ୍ତି। ପରୀକ୍ଷା ଫଳ ପ୍ରକାଶ ସମୟରେ ଉତ୍ତର ପ୍ରଦେଶର ଏକ କାରାଗାରରୁ ଆସିଛି ଆଶ୍ଚର୍ଯ୍ୟଜନକ ଖବର। ଏନେଇ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ବିଭିନ୍ନ କାରଗାରରେ ରହୁଥିବା ୧୦୪ ଜଣ କଏଦୀ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ହାଇସ୍କୁଲ ପରୀକ୍ଷା ଦେଇଥିବା ୬୨ ଜଣ କଏଦୀ ମଧ୍ୟରୁ ୫୯ ଜଣ ପରୀକ୍ଷାରେ ପାସ କରିଥିବା ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ଉତ୍ତର ପ୍ରଦେଶ ଶିକ୍ଷା ବୋର୍ଡ ରାଜ୍ୟର ହରଦୋଇ ଜିଲ୍ଲାରେ ଅବସ୍ଥିତ କାରାଗାରରେ ରହୁଥିବା ୯ ଜଣ କଏଦୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ଗାଜିଆବାଦ ଜିଲ୍ଲାରେ ଅବସ୍ଥିତ କାରାଗାରରେ ରହୁଥିବା ସମସ୍ତ ୮ ଜଣ ଅନ୍ତେବାସୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। 

ଉତ୍ତର ପ୍ରଦେଶ ଶିକ୍ଷା ବୋର୍ଡ଼ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୬୫ ଜଣ କଏଦୀ ମଧ୍ୟରୁ ୪୫ ଜଣ ପାସ୍ ହୋଇଥିବା ଘୋଷଣା କରାଯାଇଛି। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ୧୩ ଜଣ କଏଦୀ ଗାଜିଆବାଦ କାରାଗାରାର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯଦି ଲକ୍ଷ୍ନୌ କାରାଗାର କଥା କୁହାଯାଏ, ତାହେଲେ ୮ ଜଣ କଏଦୀ ମଧ୍ୟରୁ ୬ ଜଣ ପାସ୍ କରିଛନ୍ତି।

ୟୁପି ବୋର୍ଡ ଫଳାଫଳ: ଏସଏମଏସ ଦ୍ୱାରା କରନ୍ତୁ ପରୀକ୍ଷା ଫଳ ଯାଞ୍ଚ 
ୟୁପି ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିବା ଜଣେ ପରୀକ୍ଷାର୍ଥୀ ୫୬୨୬୩ ନମ୍ବର କୁ ଏସଏମଏସ ପଠାଇ ପରୀକ୍ଷା ଫଳାଫଳ ଯାଞ୍ଚ କରିପାରିବେ। ଏନେଇ ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ ସେମାନଙ୍କ ଶ୍ରେଣୀ ଦ୍ୱାରା ପ୍ରଦାନ କରାଯାଇଥିବା ୧୦ ନମ୍ବର ବିଶିଷ୍ଟ ରୋଲ୍ ନମ୍ବର ମୋବାଇଲ ମେସେଜ୍ ବକ୍ସ ମାଧ୍ୟମରେ ପଠାଇବାକୁ ହେବ। ଉଦାହରଣ ସ୍ୱରୂପ “UP10” <ସ୍ପେସ୍> ଆପଣଙ୍କର ୧୦ ଅଙ୍କ ବିଶିଷ୍ଟ ରୋଲ୍ ନମ୍ବର ଟାଇପ୍ କରନ୍ତୁ ଏବଂ ଏହାକୁ 56263 ନମ୍ବର କୁ ପଠାନ୍ତୁ। ଏଥିପାଇଁ ଛାତ୍ରମାନଙ୍କୁ ଏସଏମଏସ ଦେୟ ଦେବାକୁ ହେବ।

ବିଦ୍ୟାଳୟରୁ ପାଆନ୍ତୁ ମାର୍କସିଟ୍ 
ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳ ୟୁପି ବୋର୍ଡ ଅଫିସିଆଲ ୱେବସାଇଟ ଠାରେ ଉପଲବ୍ଧ ରହିଛି। ବୋର୍ଡ ୱେବସାଇଟ ପକ୍ଷରୁ ଅନ୍-ଲଇନ ମାଧ୍ୟମରେ ଉପଲବ୍ଧ ମାର୍କସିଟ୍ ଆଧାରରେ ଛାତ୍ରଛାତ୍ରୀ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ହେଲେ ମୂଳ ମାର୍କସିଟ୍ କେବଳ ସେମାନଙ୍କ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ।

UPMSP UP ବୋର୍ଡ ଦଶମ, ଦ୍ୱାଦଶ ଫଳାଫଳ ୨୦୨୩- ୱେବସାଇଟ୍ ନୋଟ୍ କରିନିଅନ୍ତୁ

  • upresults.nic.in
  • upmsp.edu.in
  • results.upmsp.edu.in
  • upmspresults.up.nic.in
  • results.gov.in
  • results.nic.in

ୟୁପି ବୋର୍ଡ ଦଶମ ଦ୍ୱାଦଶ ପରୀକ୍ଷା ଫଳାଫଳ କିପରି କରିବେ ଯାଞ୍ଚ 

  • ସର୍ବପ୍ରଥମେ, ୟୁପି ବୋର୍ଡ ଫଳାଫଳ ଦେଖିବାକୁ ଅଫିସିଆଲ୍ ୱେବସାଇଟ୍ upresults.nic.in ପରିଦର୍ଶନ କରନ୍ତୁ।
  • ଏହା ପରେ ୟୁପି ବୋର୍ଡ କ୍ଲାସ୍ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଫଳାଫଳ ନାମକ ଏକ ଲିଙ୍କ୍ ଦିଆଯାଇଛି।
  • ସେହି ଲିଙ୍କରେ ପରୀକ୍ଷାର୍ଥୀ କ୍ଲିକ୍ କରନ୍ତୁ, ଯେଉଁ ଶ୍ରେଣୀର ପରୀକ୍ଷା ଫଳାଫଳ ଦେଖିବାକୁ ଚାହୁଁଛନ୍ତି।
  • ଏହା ବ୍ୟତୀତ, ଯେତେବେଳେ ଏକ ନୂତନ ପୃଷ୍ଠା ଖୋଲିବ, ଏହା ଉପରେ ଆପଣଙ୍କର ବିବରଣୀ ପୂରଣ କରନ୍ତୁ।
  • ୟୁପି ବୋର୍ଡ ଫଳାଫଳ ସହିତ ଜଡିତ ବିବରଣୀ ପୂରଣ କରନ୍ତୁ ଏବଂ ଦାଖଲ ବିକଳ୍ପ ଚୟନ କରନ୍ତୁ।
  • ଏହା କରିବା ପରେ, ୟୁପି ବୋର୍ଡ ପରୀକ୍ଷା ଫଳାଫଳ କମ୍ପ୍ୟୁଟର ସ୍କ୍ରିନ ଉପରେ ଆପଣଙ୍କୁ ଦେଖାଯିବ।
  • ୟୁପି ବୋର୍ଡ ଫଳାଫଳ ଯାଞ୍ଚ କରିବା ପରେ, ଏହାକୁ ଡାଉନଲୋଡ୍ କରନ୍ତୁ ଏବଂ ଏହା ପରେ ଆପଣ ପ୍ରିଣ୍ଟଆଉଟ୍ ମଧ୍ୟ ବାହାର କରିପାରିବେ।