Ayodhya Deepotsav 2023: ଏଥର ବେଶ ସ୍ୱତନ୍ତ୍ର ହେବ ଅଯୋଧ୍ୟା ଦୀପୋତ୍ସବ; ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1947813

Ayodhya Deepotsav 2023: ଏଥର ବେଶ ସ୍ୱତନ୍ତ୍ର ହେବ ଅଯୋଧ୍ୟା ଦୀପୋତ୍ସବ; ଜାଣନ୍ତୁ କାରଣ

Ayodhya Diwali Celebration 2023: ଚଳିତ ଦୀପାବଳି ଅବସରରେ ଅଯୋଧ୍ୟା ଠାରେ ଆୟୋଜିତ ହେଉଥିବା ଦୀପୋତ୍ସବ କାର୍ଯ୍ୟକ୍ରମ ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି। ଏଥର ଅଯୋଧ୍ୟା ଦୀପୋତ୍ସବରେ ସ୍ୱତନ୍ତ୍ର ଧରଣର ପ୍ରସ୍ତୁତି କରାଯାଉଛି।

Ayodhya Deepotsav 2023: ଏଥର ବେଶ ସ୍ୱତନ୍ତ୍ର ହେବ ଅଯୋଧ୍ୟା ଦୀପୋତ୍ସବ; ଜାଣନ୍ତୁ କାରଣ

UP CM Yogi Adityanath Instructions for Diwali 2023: ଚଳିତ ବର୍ଷ ରାଜ୍ୟର ପ୍ରମୁଖ ଧାର୍ମିକ ସହର ଅଯୋଧ୍ୟା ଠାରେ ଅନୁଷ୍ଠିତ ହେଉଥିବା ଥିବା ଦୀପୋତ୍ସବ ସମ୍ପର୍କରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ଅବସରରେ, ସେ ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜନ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାର ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଏହି ସମୟ ବେଶ ସମ୍ବେଦନଶୀଳ। ଆମକୁ ନିରନ୍ତର ସତର୍କ ରହିବାକୁ ହେବ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ପ୍ରତିବର୍ଷ ଭଳି ଏଥର ମଧ୍ୟ ନଭେମ୍ବର ୭ ତାରିଖରୁ ଆରମ୍ଭ ହୋଇଥିବା ଦୀପୋତ୍ସବ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ମଧ୍ୟରେ ଆୟୋଜିତ କରାଯାଉ। ଯାହା ଦ୍ୱାରା ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ଆବଶ୍ୟକୀୟ ପ୍ରୟାସ କରିଯିବା ଆବଶ୍ୟକ। ଉତ୍ତେଜନା କିମ୍ବା ବିବାଦ ସୃଷ୍ଟି କରୁଥିବା ଭଳି ବିବୃତ୍ତି ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଇନ ଶୃଙ୍ଖଳା ପରିସ୍ଥିତି ନଷ୍ଟ କରିବାକୁ ଚେଷ୍ଟା କରୁଥିବା ଅସାମାଜିକ ତତ୍ତ୍ୱ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

ଅଯୋଧ୍ୟା ଦୀପୋତ୍ସବ ନିଜର ମହାନତା ସହିତ ସୃଷ୍ଟି କରିଛି ପରିଚୟ
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଦୀପାବଳି ଅବସରରେ ଅଯୋଧ୍ୟା ଠାରେ ଆୟୋଜିତ ହେଉଥିବା ଦୀପୋତ୍ସବ କାର୍ଯ୍ୟକ୍ରମ ଏହାର ମହାନତା ପାଇଁ ସମଗ୍ର ବିଶ୍ୱରେ ସ୍ୱୀକୃତି ଲାଭ କରିଛି। ଏଭଳି ପରିସ୍ଥିତିରେ ସମାରୋହର ସମ୍ମାନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି କରାଯିବା ଆବଶ୍ୟର। ଗତ ୨୦୧୭ ପର ଠାରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ଦୀପୋତ୍ସବ ଏକ ନୂତନ ରେକର୍ଡ ସୃଷ୍ଟି କରୁଛି। ଚଳିତ ବର୍ଷର ଦୀପୋତ୍ସବରେ ୨୧ ଲକ୍ଷ ଦୀପ ସହିତ ଆଲୋକିତ ହୋଇଉଠିବ ଅଯୋଧ୍ୟା। ଏନେଇ ଦୀପ, ତେଲ, ବତୀ, ସ୍ଥାନ, ସ୍ୱେଚ୍ଛାସେବୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବା ଆବଶ୍ୟକ। 

୪ ଦେଶ ଏବଂ ୨୪ ପ୍ରଦେଶରେ ମଞ୍ଚସ୍ଥ ହେବ ରାମଲୀଳା
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୀପୋତ୍ସବ ଆମର ସନାତନ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ୧୪ ବର୍ଷ ବନବାସରେ ରହିବା ପରେ ପ୍ରଭୁ ଶ୍ରୀରାମ, ମାତା ସୀତା ଏବଂ ଲକ୍ଷ୍ମଣଙ୍କ ଅଯୋଧ୍ୟା ଫେରିବାର ପବିତ୍ର ସ୍ମୃତିର ସ୍ୱରୂପ ହେଉଛି ଦୀପାବଳି। ଅଯୋଧ୍ୟା ଦୀପୋତ୍ସବରେ ଭଗବାନ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ, ଭାରତ ମିଳାପ, ଶ୍ରୀରାମଙ୍କ ରାଜ୍ୟଭିଷେକ ଭଳି ଘଟଣାର ପ୍ରତୀକାତ୍ମକ ଚିତ୍ରଣ କରାଯିବ। ଏହି ଅବସରରେ ସରୟୁ ନଦୀ କୂଳରେ ଆରତୀ ମଧ୍ୟ ପରିବେଷଣ କରାଯିବ। ବିଶ୍ୱର ୪ ଦେଶ ଏବଂ ୨୪ ପ୍ରଦେଶର ରାମଲୀଳା ମଞ୍ଚସ୍ଥ ହେବେ। ଏହି ଘଟଣା ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଏହାର ମହାନତାରେ କୌଣସି ଅଭାବ ନ ରହିବା ଆବଶ୍ୟକ। ଦୀପୋତ୍ସବ ଦେଖିବାକୁ ବହୁ ସଂଖ୍ୟାରେ ଭକ୍ତ ଅଂଶଗ୍ରହଣ କରିବେ। 

ଦୀପାବଳି ଅବସରରେ ସଜ୍ଜିତ ହେବ ସମସ୍ତ ମଠ ମନ୍ଦିର,  ଦୀପୋତ୍ସବ କାର୍ଯ୍ୟକ୍ରମର ହେବ ସିଧା ପ୍ରସାରଣ 
ମୁଖ୍ୟ ସମାରୋହ ବ୍ୟତୀତ ଅଯୋଧ୍ୟା ସହରର ସମସ୍ତ ଧାର୍ମିକ ସ୍ଥାନ, ମଠ ମନ୍ଦିର ଦୀପାବଳି ଅବସରରେ ସଜ୍ଜିତ ହେବ। ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହିବେ। ଏଭଳି ପରିସ୍ଥିତିରେ ମଜବୁତ ସୁରକ୍ଷା ବ୍ୟବସ୍ଥା ରହିବା ଆବଶ୍ୟକ। କୌଣସି କ୍ଷେତ୍ରରେ ଯେପରି ତ୍ରୁଟି ନ ରୁହେ ସେଥିପାଇଁ ଧ୍ୟାନ ଦେବା ଆବଶ୍ୟକ। ଏହି ସମାରୋହ ଅଯୋଧ୍ୟା ଜିଲ୍ଲାର ବିଭିନ୍ନ ସ୍ଥାନରେ ସିଧା ପ୍ରସାରଣ କରାଯିବ। ଯାହା ଦ୍ୱାରା ଅଧିକରୁ ଅଧିକ ଲୋକ ଦୀପୋତ୍ସବରେ ଯୋଗ ଦେଇ ପାରିବେ। ମୁଖ୍ୟ କାର୍ଯ୍ୟ ସମାପ୍ତ ହେବା ପରେ ସଠିକ୍ ଯୋଜନା କରାଯିବା ଉଚିତ। ଯାହା ଦ୍ୱାରା ଲୋକେ ସହଜରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ। ମହିଳା, ଶିଶୁ ଏବଂ ବିଦେଶୀ କଳାକାରଙ୍କୁ ନିରାପଦରେ ସେମାନଙ୍କ ଘରକୁ ନେବା ପାଇଁ ବ୍ୟବସ୍ଥା ରହିବା ଆବଶ୍ୟକ। ଦୌଡାଦୌଡ଼ି କରିବା ଭଳି ପରିସ୍ଥିତି ଯେପରି ନ ଉପୁଜେ ସେଥିପାଇଁ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯିବ। ମନ୍ଦିରରେ ଭିଡ଼ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ୨୪ ଘଣ୍ଟିଆ ପୋଲିସ୍ ଫୋର୍ସ ନିୟୋଜିତ କରାଯିବ।

ହନୁମାନ ଜୟନ୍ତୀ ସମ୍ବନ୍ଧରେ ବିଶେଷ ବ୍ୟବସ୍ଥା
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ନଭେମ୍ବର ୧୧ ତାରିଖ ହେଉଛି ପବିତ୍ର ହନୁମାନ ଜୟନ୍ତୀ ଉତ୍ସବ। ସମସ୍ତ ହନୁମାନ ଭକ୍ତ ହନୁମାନ ଜୟନ୍ତୀ ପର୍ବକୁ ଧୂମଧାମର ସହ ପାଳନ କରିବେ। ଏହି ପରିପ୍ରେକ୍ଷୀରେ ସେ କାଶୀ ଠାରେ ସଙ୍କଟମୋଚନ ଏବଂ ଅଯୋଧ୍ୟା ସ୍ଥିତ ହନୁମାନଗଢିକୁ ସଜାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସମ୍ପୃକ୍ତ ମନ୍ଦିରରେ ଲୋକଙ୍କ ଗତିବିଧି ପାଇଁ ସୁଗମ ବ୍ୟବସ୍ଥା ହେବା ଆବଶ୍ୟକ। ଯାହା ଦ୍ୱାରା କେହି ଯିବା ଆସିବା କରିବାରେ କୌଣସି ସମସ୍ୟାର ସାମ୍ନା କରିବେ ନାହିଁ।