UPI Atm: ଖେଳ ବଦଳାଇବ ଏହି ଏଟିଏମ୍‍ ମେସିନ୍‍, ଜାଣନ୍ତୁ କେମିତି ହେବ ଭବିଷ୍ୟତର କାରବାର
Advertisement

UPI Atm: ଖେଳ ବଦଳାଇବ ଏହି ଏଟିଏମ୍‍ ମେସିନ୍‍, ଜାଣନ୍ତୁ କେମିତି ହେବ ଭବିଷ୍ୟତର କାରବାର

ବଦଳିଯିବ ଏଟିଏମ୍‍ର ରୂପ। ଟଙ୍କା ଉଠାଇବାକୁ ଦରକାର ପଡ଼ିବନି ଏଟିଏମ୍‍ କାର୍ଡ। କେବଳ ମୋବାଇଲ୍‍ ଫୋନ୍‍କୁ ନେଇ ଆପଣ ଏଟିଏମ୍‍ ମେସିନ୍‍ରୁ ଟଙ୍କା ଉଠାଇପାରିବେ। ଅର୍ଥାତ୍‍ ଆଗକୁ ଦେଶର ଏଟିଏମ୍‍ କାରବାରରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। 

UPI Atm: ଖେଳ ବଦଳାଇବ ଏହି ଏଟିଏମ୍‍ ମେସିନ୍‍, ଜାଣନ୍ତୁ କେମିତି ହେବ ଭବିଷ୍ୟତର କାରବାର

UPI Atm: ଭୁବନେଶ୍ୱର: ବଦଳିଯିବ ଏଟିଏମ୍‍ର ରୂପ। ଟଙ୍କା ଉଠାଇବାକୁ ଦରକାର ପଡ଼ିବନି ଏଟିଏମ୍‍ କାର୍ଡ। କେବଳ ମୋବାଇଲ୍‍ ଫୋନ୍‍କୁ ନେଇ ଆପଣ ଏଟିଏମ୍‍ ମେସିନ୍‍ରୁ ଟଙ୍କା ଉଠାଇପାରିବେ। ଅର୍ଥାତ୍‍ ଆଗକୁ ଦେଶର ଏଟିଏମ୍‍ କାରବାରରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି।  ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ୍‍ ଫିନ୍‍ଟେକ୍‍ ଫେଷ୍ଟିଭାଲ୍‍ରେ ଏହିପରି ଏକ ମେସିନ୍‍ ପ୍ରଦର୍ଶନ କରାଯାଇଛି। ସାମିଆଲ୍‍ ମିଡିଆରେ ମଧ୍ୟ ଏହି ମେସିନ୍‍କୁ ନେଇ ଏକ ଭିଡିଓ ପୋଷ୍ଟ କରାଯାଇଛି। ଖାଲି ଯେ ସାଧାରଣ ଲୋକ ତା’ ନୁହେଁ, ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋୟଲ, ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ମେସିନ୍‍କୁ ନେଇ ଅନେକ ଉତ୍ସାହିତ ଅଛନ୍ତି। ସେମାନେ ତାଙ୍କ 'ଏକ୍ସ' (Twitter) ଆକାଉଣ୍ଟରେ ଏହି ମେସିନ୍‍ରୁ କିପରି ଟଙ୍କା ଉଠାଯାଉଛି ତାହାର ଏକ ଭିଡିଓ ଶେୟାର କରିଛନ୍ତି। 

ଏହି ମେସିନ୍‍ ଦେଖିବାକୁ ତ ସାଧାରଣ ଏଟିଏମ୍‍ ମେସିନ୍‍ଭଳି କିନ୍ତୁ ଏଥିରେ କୌଣସି ଏଟିଏମ୍‍ କାର୍ଡ ଆାବଶ୍ୟକତା ନାହିୋ। ଏହି ମେସିନ୍‍ କ୍ୟୁଆର୍‍ କୋଡରେ ପରିଚାଳିତ ହୋଇଥାଏ। ସାଧାରଣ ମେସିନ୍‍ ଭଳି ଏଥିରେ ଆପଣଙ୍କ ଆାବଶ୍ୟକ ପରିମାଣ  ବିଷୟରେ ସୂଚନା ଦେଲେ ମେସିନ୍‍ ରେ ଏକ କ୍ୟୁଆର୍‍ କୋଡ୍‍ ଦେଖାଯାଇଥାଏ। ଏହି କ୍ୟୁ ଆର୍‍ କୋଡ୍‍କୁ ଆପଣଙ୍କ ଫୋନ୍‍ରେ ସ୍କନ୍‍ କରି ୟୁପିଆଇ ପିନ୍‍ ଦେଲେ ନଗତ ଟଙ୍କା ସେହି ଏଟିଏମ୍‍ରୁ ପ୍ରାପ୍ତ କରିହୁଏ। ପୂର୍ବରୁ କେବଳ ଏସ୍‍ବିଆଇ ୟୋନୋ ଆପ୍‍ ମାଧ୍ୟମରେ ଏହି ବ୍ୟବସ୍ଥାକୁ ସକ୍ଷମ କରାଇଥିଲା। କିନ୍ତୁ ଏବେ ଯେ କୌଣସି ବ୍ୟାଙ୍କ ବା ଯେକୌଣସି ୟୁପିଆଇ ଆପ୍‍ ଦ୍ୱାରା ଟଙ୍କା ଉଠାଇହେବ। 

ଏହି ୟୁପିଆଇ ସକ୍ଷମ ଏଟିଏମ୍‍ ଆାସନ୍ତା ସମୟରେ ଏଟିଏମ୍‍ ମେସିନ୍‍ର ବିକଳ୍ପ ହେବ। ଅର୍ଥାତ୍‍ ଦେଶରେ ଥିବା ଅଢ଼େଇ ଲକ୍ଷରୁ ଅଧିକ ଏଟିଏମ୍‍ ମେସିନ୍‍ କ୍ରମଶଃ ପୁରୁଣା ହୋଇଯିବେ। ଏ ମେସିନ୍‍ ଏକ ଗେମ୍‍ ଚଞ୍ଜର ହେବ ବେଲି ଆଶା କରାଯାଇଛି। 'ହିଟାଚି' ପକ୍ଷରୁ ଏମିତି ଏଟିଏମ୍‍ ନିର୍ମାଣ କରାଯାଇଛି। ନ୍ୟାସ୍‍ନାଲ୍‍ ପେମେଣ୍ଟ କର୍ପୋରେସନ୍‍ ସହ ମିଶି ହିଟାଚି ଏମିତି, ମେସିନ୍‍ ବଜାରରେ ଆରମ୍ଭ କରିବ ବୋଲି ଆଶା କରାଯାଉଛି।

Also Read: ଆଜି CRUT ପକ୍ଷରୁ ମାଗଣା ଇ-ବସ ଯାତ୍ରା, ଜାଣନ୍ତୁ କେଉଁ ରୁଟରେ ମିଳିବ ସେବା

Also Read: Weather Update: ଆଜି ବି ପ୍ରବଳ ବର୍ଷିବ! ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Also Read: Relationship Tips: ପ୍ରଥମ ଥର ଶାରୀରିକ ସମ୍ପର୍କ ଗଢୁଛନ୍ତି କି? ଧ୍ୟାନ ଦିଅନ୍ତୁ ଏସବୁ ଟିପ୍ସ ଉପରେ...