US Court sentenced Russian Stowaway: ଦେଶର ଲସ ଆଞ୍ଜେଲସ୍ ଠାରେ ଆସି ପହଞ୍ଚିଥିବା ଜଣେ ଋଷୀୟ ନାଗରିକଙ୍କ କାରାଦଣ୍ଡର ଦଣ୍ଡିତ କରିଛନ୍ତି ଆମେରିକୀୟ ଅଦାଲତ।
Trending Photos
US Court sentenced 5 years imprisonment to Russian Stowaway: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଯାହା ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ସଦ୍ୟ ଆମେରିକୀୟ କୋର୍ଟ ଜଣେ ଋଷୀୟ ନାଗରିକଙ୍କୁ ୫ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଆମେରିକା ଆସି ଜେଲ ଦଣ୍ଡ ପାଇଥିବା ଋଷୀୟ ନାଗରିକଙ୍କ ଅପରାଧ କ'ଣ ତାହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନିକଟରେ ଜଣେ ଋଷୀୟ ନାଗରିକ ବିନା ଟିକେଟ୍ ବିନା ପାସପୋର୍ଟ ବିନା ଭିସା ସହାୟତାରେ ୭ ହଜାର କିଲୋମିଟର ଯାତ୍ରା କରି ଆମେରିକାର ଲସ୍ ଆଞ୍ଜେଲସ ଠାରେ ପହଞ୍ଚି ଯାଇଥିଲେ। ପାସପୋର୍ଟ-ଭିସା ବିନା ଆମେରିକା ଠାରେ ଆସି ପହଞ୍ଚିଥିବା ଋଷୀୟ ନାଗରିକଙ୍କୁ ସ୍ଥାନୀୟ ଅଦାଲତ ୫ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ହେଲେ ବିନା ପାସପୋର୍ଟ-ଭିସା ସହୟତାରେ ଋଷୀୟ ନାଗରିକ ଜଣଙ୍କ କିପରି ଆମେରିକାରେ ପହଞ୍ଚିଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି।
ପାସପୋର୍ଟ-ଭିସା ବିନା ଆମେରିକାର ପହଞ୍ଚିଥିଲେ ଋଷୀୟ ନାଗରିକ
ବିନା ପାସପୋର୍ଟ-ଭିସା ସହୟତାରେ ଦେଶରେ ପହଞ୍ଚିଥିବା ଋଷୀୟ ନାଗରିକଙ୍କୁ "ଷ୍ଟୋୱେ" (Stowaway) ବୋଲି ଘୋଷଣା କରିଛନ୍ତି। ଯାହାର ଅର୍ଥ ହେଉଛି ଜଣେ ବ୍ୟକ୍ତି ଯିଏ ଜାହାଜ କିମ୍ବା ବିମାନରେ ଟଙ୍କା ନ ଦେଇ ଗୁପ୍ତରେ ଅନ୍ୟ ଦେଶରେ ପହଞ୍ଚିଯାଏ। ପାସପୋର୍ଟ-ଭିସା ବିନା ଆମେରିକାରେ ପହଞ୍ଚିଥିବା ଋଷୀୟ ନାଗରିକ ଜଣଙ୍କ କିପରି ଅନୁସନ୍ଧାନକାରୀ ସଂସ୍ଥାକୁ ଭୂଆଁ ବୁଲାଇଥିଲେ ତାହାର କାହାଣୀ ମଧ୍ୟ ଆକର୍ଷଣୀୟ।
ଋଷୀୟ ନାଗରିକଙ୍କୁ ମିଲିଲା କାରାଦଣ୍ଡ
ଆପଣଙ୍କୁ କହିରଖୁଛୁ ଯେ ଋଷୀୟ ନାଗରିକ ଡେନମାର୍କ ରାଜଧାନୀ କୋପେନହେଗନ ଠାରେ ଏକ ବିମାନରେ ଚଢିଥିଲେ। ବିନା ଟିକେଟ ସହାୟତାରେ ସେ ଆମେରିକା ଲସ ଏଞ୍ଜେଲସ ଠାରେ ଆସି ପହଞ୍ଚିଥିଲେ। ତାଙ୍କ ପାଖରେ ବିମାନ ଟିକେଟ, ଭିସା କିମ୍ବା ପାସପୋର୍ଟ କିଛି ମଧ୍ୟ ନଥିଲା। କୌଣସି ଦସ୍ତାବିଜ ବିନା ଆମେରିକାରେ ଆସି ପହଞ୍ଚିଥିବା ଋଷୀୟ ନାଗରିକଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି ୪୬ ବର୍ଷୀୟ ସର୍ଗି ଭ୍ଲାଡିମିରୋଭିଚ୍। ଆମେରିକା କୋର୍ଟ ତାଙ୍କୁ ୫ ବର୍ଷର କାରଦଣ୍ଡରେ ଦଣ୍ଡିତ କରିଛନ୍ତି।
ଅନୁସନ୍ଧାନକାରୀ ସଂସ୍ଥାକୁ ମଧ୍ୟ ଭୂଆଁ ବୁଲାଇଥିଲେ ଋଷୀୟ ନାଗରିକ
ପାସପୋର୍ଟ-ଭିସା ବିନା ଋଷୀୟ ନାଗରିକ ସର୍ଗେଇ ଭ୍ଲାଡିମିରୋଭିଚ୍ ଗତ ବର୍ଷ ନଭେମ୍ବର ମାସରେ ଆମେରିକାର ପହଞ୍ଚିଥିଲେ। ଯିଏ କଷ୍ଟମ୍ସ ଏବଂ ସୀମା ସୁରକ୍ଷା ଯାଞ୍ଚ ପଏଣ୍ଟ ଠାରେ ଧରା ପଡ଼ିଥିଲେ।ହେଲେ ସର୍ଗି ଭ୍ଲାଡିମିରୋଭିଚ୍ ଅନୁସନ୍ଧାନକାରୀ ସଂସ୍ଥାକୁ ଭୂଆଁ ବୁଲାଇଥିଲେ। ସେ ତାଙ୍କ ପାସପୋର୍ଟ ବିମାନରେ ଛାଡି ଦେଇଥିବାର କହିଥିଲେ। ହେଲେ ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା ସେତେବେଳେ ଜଣାପଡିଥିଲା ଯେ ତାଙ୍କ ନାମ ଡେନମାର୍କ ଠାରୁ ଆମେରିକା ଆସିଥିବା ଲୋକଙ୍କ ତାଲିକାରେ ନାହିଁ। ଯଦିଓ ର୍ଗି ଭ୍ଲାଡିମିରୋଭିଚ୍ ପାସପୋର୍ଟ କିମ୍ବା ବିନା ଆମେରିକାରେ ଆସି ପହଞ୍ଚି ଯାଇଥିଲେ ହେଲେ ତାଙ୍କ ପାଖରେ ୨ ଦେଶର ପାସପୋର୍ଟ ରହିଥିଲା। ତାଙ୍କ ପାଖରୁ ଋଷିଆ ଏବଂ ଇସ୍ରାଏଲ ପାସପୋର୍ଟ ମିଳିଥିଲା। ହେଲେ ବିନା କୌଣସି ବୈଧ ଦସ୍ତାବିଜ ସହୟତାରେ ବେଆଇନ ଭାବରେ ଆମେରିକାରେ ଆସି ପହଞ୍ଚିଥିବାରୁ ଆମେରିକା କୋର୍ଟ ତାଙ୍କୁ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଯଦିଓ ତାଙ୍କ ପାଖରେ ୨ ଦେଶର ପାସପୋର୍ଟ ରହିଥିଲା ହେଲେ ତାହା ଆମେରିକାରେ କାମ କରିନଥିଲା।