Beating Viral Video: ଚୋରି କରିବା ପଡ଼ିଲା ମହଙ୍ଗା, ଚୋରକୁ ନିର୍ଘାତ ପିଟିଲେ ଦୋକାନୀ
Advertisement
Article Detail0/zeeodisha/odisha1811739

Beating Viral Video: ଚୋରି କରିବା ପଡ଼ିଲା ମହଙ୍ଗା, ଚୋରକୁ ନିର୍ଘାତ ପିଟିଲେ ଦୋକାନୀ

US Store Loot News: ଦୋକାନ ମଧ୍ୟରୁ ଚୋରି କରିବା ଚୋର ପାଇଁ ମହଙ୍ଗା ପଡ଼ିଛି। ଏଭଳି ଏକ ଘଟଣାଲର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି।

Beating Viral Video: ଚୋରି କରିବା ପଡ଼ିଲା ମହଙ୍ଗା, ଚୋରକୁ ନିର୍ଘାତ ପିଟିଲେ ଦୋକାନୀ

US Store Loot Viral Video: ସଦ୍ୟ ଯୁକ୍ତରାଷ୍ଟ୍ର ଆମେରିକାର କାର୍ଲିଫର୍ଣ୍ଣିଆ ଅଞ୍ଚଳର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କୁ ବାଡ଼ିରେ ନିର୍ଘାତ ପିଟୁଥିବାର ଦେଖିବାକୁ ମିଳୁଛି।  ଏହି ଘଟଣା ଦୋକାନୀ ଏବଂ ଗ୍ରାହକ ବେଶରେ ଆସିଥିବା ଜଣେ ଚୋର ସହ ଜଡ଼ିତ। ଏହି ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ଖୁବ ଭାଇରାଲ ହେଉଛି। ଯାହାକୁ ନେଇ ଏବେ ବହୁ ଚର୍ଚ୍ଚା ଜାରି ରହିଛି।

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଏହି ଭାଇରାଲ୍ ଭିଡିଓ କାଲିଫର୍ଣ୍ଣିଆ ସ୍ଥିତ (California Viral Video) ଏକ ୭-୧୧ ଷ୍ଟୋର (California 7-11 Store) ସହ ଜଡ଼ିତ। ଯେଉଁଠାରେ ଗ୍ରାହକ ବେଶରେ ଆସିଥିବା ଜଣେ ଚୋର ଏକ ଛୁରୀ ସାହାର୍ଯ୍ୟରେ ଦୋକାନଙ୍କ ଉପରେ ଆକ୍ରମଣ କରି ଦୋକାନ ଲୁଟ୍ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଛୁରୀରେ ଦୋକାନୀଙ୍କ ଉପରେ ଆକ୍ରମଣ କରିବା ଚୋର ପାଇଁ ପାଇଁ ଭାରୀ ପଡ଼ିଯାଇଥିଲା। ଦୋକାନୀ ଚୋରକୁ ମାଡ଼ି ବସି ନିର୍ଘାତ ପିଟିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆ (California 7-11 Store Viral Video) ମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି।

ହତିଆର ବଳରେ ଦୋକାନ ଲୁଟ କରିବାକୁ ଚେଷ୍ଟା କରୁଥିଲା ଚୋର
ଏନେଇ ମିଳିଥିବା ଖବର ମୁତାବକ ଜଣେ ମୁଖା ପିନ୍ଧା ଚୋର ହତିଆର ବଳରେ ଦୋକାନ ଲୁଟ କରିବାକୁ ଚେଷ୍ଟା କରିଥିଲା। ସେ ଦୋକାନର ସାମଗ୍ରୀକୁ ଏକ ବଡ ଟୋକେଇ ମଧ୍ୟରେ ଭର୍ତ୍ତି କରିବାକୁ ଚେଷ୍ଟା କରୁଛି। ଏହା ସହିତ ସେ ବାରମ୍ବାର ଶିଖ ଦୋକାନୀଙ୍କୁ ନିଜେ ଆଣିଥିବା ଅସ୍ତ୍ର ଦେଖାଇ ଧମକାଉଛି। ଲୁଟ୍ କରିବା ସମୟରେ ମୁଖାପିନ୍ଧା ଚୋର ଦୋକାନରୁ ନେଇଥିବା ସାମଗ୍ରୀକୁ ଫୋପଡା ପିଙ୍ଗା କରୁଥିବାର ଦେଖିବାକୁ ମିଳୁଛି। ଏହି ଘଟଣା ଦେଖିବା ପରେ ଦୋକାନୀ ଚୋରକୁ ଜିନିଷ ପତ୍ର ପିଙ୍ଗା ଫୋପଡା ନକରିବାକୁ ବାରମ୍ବାର ଅନୁରୋଧ କରୁଛନ୍ତି। ହେଲେ ଚୋର ତାଙ୍କ କଥା ଶୁଣୁ ନାହିଁ।

ହଠାତ ଚୋରକୁ ଜବାବ ଦେଇଥିଲେ ଦୋକାନୀ
ମନ ଇଚ୍ଛା ବିଭିନ୍ନ ଜିନିଷ ଲୁଟିବା ପରେ ଚୋର ଦୋକାନର କବାଟ ଆଡ଼କୁ ଯାଉଛି। ହେଲେ ସେ ଜାଣିପାରି ନ ଥିଲା ଯେ ତା' ଉପରେ ପାଲଟା ଆକ୍ରମଣ ହୋଇପାରେ। ଚୋର କବାଟ ଦେଇ ବାହାରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ଦୋକାନ ମାଲିକ ମୁଖା ପିନ୍ଧା ଚୋର ଉପରେ ହଠାତ ଆକ୍ରମଣ କରିଥିଲେ। ପୁରା ଘଟଣାକ୍ରମକୁ ଭାଇରାଲ ହୋଇଥିବା ଭିଡିଓ ଦର୍ଶାଉଛି। ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ସାହସ ଦେଖାଇ ଚୋରକୁ ଧରି ପକାଉଛନ୍ତି। ଏହା ପରେ ଶିଖ ଦୋକାନୀ ଧରା ପଡ଼ିଥିବା ଚୋରକୁ ନିର୍ଘାତ ପିଟୁଛନ୍ତି। 

ମାଡ଼ ଖାଉଥିବା ଚୋର ଛାଡି଼ ଦେବା ପାଇଁ ନେହୁରା ହେଉଛି। ମାଡ଼ ଖାଇବା ସମୟରେ ଚୋର ଚିତ୍କାର କରିବାରେ ଲାଗିଛି। ମାତ୍ର ମାଡ଼ ମାରୁଥିବା ଶିଖ ଦୋକାନୀଙ୍କୁ କିଛି ଫରକ ପଡୁନାହିଁ। ଦୋକାନୀଙ୍କ ମାଡ଼ରେ ତୋର ଦରମରା ହୋଇଯାଉଛି। ଏହି ଭାଇରାଲ୍ ଭିଡିଓ ଦେଖିବା ପରେ ସୋସିଆଲ ମିଡ଼ିଆ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।