Barcode System: ବାର୍ କୋଡ୍ ମାଧ୍ୟମରେ ହେବ ଅଳିଆ ଆବର୍ଜନ ସଂଗ୍ରହ; ଚମକି ଉଠିବ ବାବା ବିଶ୍ୱନାଥଙ୍କ ନଗରୀ
Advertisement
Article Detail0/zeeodisha/odisha1854315

Barcode System: ବାର୍ କୋଡ୍ ମାଧ୍ୟମରେ ହେବ ଅଳିଆ ଆବର୍ଜନ ସଂଗ୍ରହ; ଚମକି ଉଠିବ ବାବା ବିଶ୍ୱନାଥଙ୍କ ନଗରୀ

Barcode System for Cleanliness: ଏଣିକି ବାରକୋଡ ମାଧ୍ୟମରେ ସଂଗ୍ରହ କରାଯିବ ଅଳିଆ ଆବର୍ଜନ ସଂଗ୍ରହ। ସହରରେ ପରିଷ୍କାର ପରିଚ୍ଛନତା ବଜାୟ ରଖିବାକୁ ନିଗର ନିଗମ ପକ୍ଷରୁ ନିଆଯାଇଛି ଏପରି ନିଷ୍ପତ୍ତି।

 

Barcode System: ବାର୍ କୋଡ୍ ମାଧ୍ୟମରେ ହେବ ଅଳିଆ ଆବର୍ଜନ ସଂଗ୍ରହ; ଚମକି ଉଠିବ ବାବା ବିଶ୍ୱନାଥଙ୍କ ନଗରୀ

Garbage Collection through Barcode: ବାବା ବିଶ୍ୱନାଥ ସହରକୁ ଅଧିକ ପରିଷ୍କାର ପରିଚ୍ଛନ ରଖିବା ପାଇଁ ବାରାଣାସୀ ନଗର ନିଗମ ପକ୍ଷରୁ ନିଆଯାଇଛି ଏକ ସ୍ୱତନ୍ତ୍ର ପଦକ୍ଷେପ। ଚଳିତ ମାସରୁ ଏହି ପଦକ୍ଷେପ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେବ। ବାର୍ କୋଡ୍ ସ୍କାନ୍ କରିବା ପରେ ବାରାଣାସୀ ମ୍ୟୁନିସିପାଲ କର୍ପୋରେସନ ଆବର୍ଜନା ଭ୍ୟାନ୍ ଅଳିଆ ସଂଗ୍ରହ କରିବ। ଅଳିଆ ସଂଗ୍ରହ କରାଯାଉ ନାହିଁ ବୋଲି ବାରଣାସୀ ନଗର ନିଗମ ପାଖକୁ ଅନେକ ଅଭିଯୋଗ ଆସୁଥିଲା। ସହରର ପ୍ରାୟ ୨ ଲକ୍ଷରୁ ଅଧିକ ଘରେ ବାର୍ କୋଡ୍ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି ବାରଣାସୀ ନଗର ନିଗମ। ବର୍ତ୍ତମାନ ୪ ଲକ୍ଷ ଘରୁ ଅଳିଆ ସଂଗ୍ରହ କରାଯାଇଛି।

ବାରାଣାସୀ ନଗର ନିଗମ ପକ୍ଷରୁ କାର୍ଯ୍ୟକାରୀ ହେବ ସ୍ୱତନ୍ତ୍ର ଅଭିଯାନ
ଏନେଇ ବାରାଣାସୀ ମ୍ୟୁନିସିପାଲ କର୍ପୋରେସନ କମିଶନର (Varanasi Municipal Corporation Commissioner) କହିଛନ୍ତି ଯେ ଅଳିଆ ଆଜର୍ବନା ସଂଗ୍ରହ ପାଇଁ ସହରର (Garbage Collection in Varanasi City) ମୁଖ୍ୟ ରାସ୍ତାରେ ନିର୍ମିତ ଘରେ ପ୍ରଥମେ କ୍ୟୁଆର କୋଡ୍ ସ୍ଥାପନ (QR Code Installation in Varanasi City) କରାଯିବ। ପ୍ରତ୍ୟେକ ଘରୁ ଅଳିଆ ସଂଗ୍ରହ ପ୍ରକ୍ରିୟାରେ ଏହି ବ୍ୟବସ୍ଥା ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁକୁ ପୃଥକ କରିବାରେ ସହାୟକ ହେବ। ଚଳିତ ବର୍ଷ ହୋଇଥିବା ସ୍ୱଚ୍ଛତା ସର୍ବେକ୍ଷଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। ସର୍ବେକ୍ଷଣରେ ଉନ୍ନତ ସଂଖ୍ୟା ପାଇଁ ଶୁଖିଲା ଏବଂ ଓଦା ଆବର୍ଜନାକୁ ପୃଥକ ଭାବରେ ନିଆଯିବା ଜରୁରୀ। ବାରାଣାସୀ ନଗର ନିଗମ (Varanasi Municipal Corporation) ବିଶ୍ୱାସ କରୁଛି କ୍ୟୁଆର କୋଡ୍ ବ୍ୟବସ୍ଥା ଦ୍ୱାରା ଦୈନିକ (QR Code System for Garbage Collection) ରେକର୍ଡ ଉପଲବ୍ଧ ହେବ। ଅଳିଆ ଆଜର୍ବନା ସଂଗ୍ରହ ପାଇଁ ଲୋକଙ୍କ ପକ୍ଷରୁ କରାଯାଉଥିବା ଅଭିଯୋଗ ମଧ୍ୟ ସମାଧାନ ହେବ। କାରଣ ନଗର ନିଗମ କର୍ମଚାରୀ (Varanasi Municipal Corporation Cleaning Staff) ଆଳିଆ ଆବର୍ଜନା ସଂଗ୍ରହ କରିବାକୁ ସେମାନଙ୍କ ଅଞ୍ଚଳକୁ ନିୟମିତ ଆସୁନାହାଁନ୍ତି।

ଇନ୍ଦୋର ଏବଂ ସୁରଟ ଠାରେ ପୂର୍ବରୁ କାର୍ଯ୍ୟକାରୀ ହୋଇସାରିଛି ବାର୍ କୋଡ୍ ସିଷ୍ଟମ୍ 
ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ଦୁଇ ପ୍ରମୁଖ ସହର ସୁରଟ (Surat) ଏବଂ ଇନ୍ଦୋର (Indore) ଠାରେ ଅଳିଆ ସଂଗ୍ରହ ପାଇଁ ବାର୍ କୋଡ୍ ବ୍ୟବସ୍ଥା (Barcode System for Garbage Collection) ଲାଗୁ କରାଯାଇଛି। ଏ ସମ୍ପର୍କରେ ବାରାଣାସୀ ମେୟର ସୁରଟ ଗସ୍ତ କରି ଏହି ବ୍ୟବସ୍ଥା କିପରି କାର୍ଯ୍ୟକାରୀ ହେଉଛି ତାହାର ଅନୁଧ୍ୟାନ କରିଥିଲେ। ବାରାଣାସୀ ସହରରେ ଅଳିଆ ଆବର୍ଜନ ସଂଗ୍ରହ ପାଇଁ କ୍ୟୁଆର କୋଡ୍ ସ୍ଥାପନ କରିବାର ଯୋଜନା ଉପରେ ୨ ବର୍ଷ ପୂର୍ବେ କାମ କରାଯାଇଥିଲା। ହେଲେ କିଛି କାରଣରୁ ଏହାକୁ କାର୍ଯ୍ୟକାରୀ କରାଯାଇ ପାରିଲା ନାହିଁ। ବାରଣାସୀ ନଗର ନିଗମ ଦ୍ୱାରା ପରିଚାଳିତ କେତେକ ଅଳିଆ ସଂଗ୍ରହକାରୀ ଗାଡ଼ିରେ କ୍ୟୁଆର କୋଡ୍ ମଧ୍ୟ ସ୍ଥାପନ କରାଯାଇଥିଲା। ହେଲେ ବୈଷୟିକ କାରଣରୁ ଏହାକୁ ବ୍ୟବହାର କରିବାରେ ବିଭିନ୍ନ ଅସୁବିଧା ଉପୁଜିଥିଲା।