Road Accident: ପୋଲ ତଳକୁ ଖସିଲା ଟ୍ରାକ୍ଟର, ଘଟଣାସ୍ଥଳରେ ୨୧ ମୃତ
Advertisement
Article Detail0/zeeodisha/odisha1653899

Road Accident: ପୋଲ ତଳକୁ ଖସିଲା ଟ୍ରାକ୍ଟର, ଘଟଣାସ୍ଥଳରେ ୨୧ ମୃତ

Road Accident News In Odia: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା(Road Accident ) । ଆଖି ପିଛୁଳାକେ ଚାଲିଗଲା ୨୦ରୁ ଅଧିକ ଜୀବନ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ୨୦ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।  ଉତ୍ତରପ୍ରଦେଶ (Uttar Pradesh)ଶାହାଜାନପୁରରେ (shahjahanpur) ଏକ ଟ୍ରାକ୍ଟର ପୋଲରୁ ତଳକୁ ଖସି ପଡିବାରୁ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident News In Odia: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା(Road Accident ) । ଆଖି ପିଛୁଳାକେ ଚାଲିଗଲା ୨୦ରୁ ଅଧିକ ଜୀବନ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ୨୦ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।  ଉତ୍ତରପ୍ରଦେଶ (Uttar Pradesh)ଶାହାଜାନପୁରରେ (shahjahanpur) ଏକ ଟ୍ରାକ୍ଟର ପୋଲରୁ ତଳକୁ ଖସି ପଡିବାରୁ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଡାଲାରେ ଲୋକେ ଯାତ୍ରା କରୁଥିଲେ। ତେବେ, ଭାରସାମ୍ୟ ହରାଇ ଟ୍ରାକ୍ଟରଟି ପୋଲରୁ ଖସି ପଡିଥିଲା । ଏବେ ସୁଧା ଶିଶୁ ଓ ମହିଳାଙ୍କୁ ମିଶାଇ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କିଛି ଗୁରୁତର ମଧ୍ୟ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରାଯାଇଛି । ସେମାନଙ୍କ ମଧ୍ୟରୁ  କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଟ୍ରାକ୍ଟର ଡାଲାରେ ପ୍ରାୟ ୪୦ରୁ ଅଧିକ ଲୋକେ ଯାତ୍ରା କରୁଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ,ଶାହାଜାନପୁରର (Road Accident In shahjahanpur)ତିଲିହର ଥାନା ଅନ୍ତର୍ଗତ ବିରାସିଙ୍ଗା ନିକଟରେ ଦୁର୍ଘଟଣା ଘଟିଛି (Road Accident In Uttar Pradesh ) । ସ୍ଥାନୀୟ ଅଞ୍ଚଳରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ସ୍ଥାନୀୟ ଗର୍ବା ନଦୀରୁ ଜଳ ନେବା ଲାଗି ଲୋକେ ଟ୍ରାକ୍ଟରରେ ଆସିଥିଲେ।  ଏହି ସମୟରେ ଟ୍ରାକ୍ଟରଟି ଭାସସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲା (tractor trolley falls into river in UPs Shahjahanpur)।  ଏହି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ପରେ ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା। ମୃତଦେହ ଗୁଡିକ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ମେଡିକାଲରୁ ପଠାଯାଇଛି । ହେଲେ ଏପର୍ଯ୍ୟନ୍ତ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। 

Also Read : Crime News: ଜନ୍ମଦିନରେ ଅତି ଶ୍ରଦ୍ଧାରେ କେକ୍ ଖୁଆଇଲା ପ୍ରେମିକ, ପରେ ପ୍ରେମିକାର ନେଇଗଲା ଜୀବନ

Also Read : TaroRoot Benefits: ସାରୁ ରୁ ଶରୀରରକୁ ମିଳିଥାଏ ଏହିସବୁ ଜବରଦସ୍ତ ଫାଇଦା

ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଏସପି ଆନନ୍ଦ କୁମାର କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ଏକ ଧାର୍ମିକ କାର୍ଯ୍ୟର ଆୟୋଜନ କରାଯାଇଥିଲା। ପୂଜାରେ ଲାଗିବାକୁ ଥିବା ଜଳ ପାଇଁ ଗ୍ରାମବାସୀ ୨ଟି ଟାକ୍ଟର ଯୋଗେ ନଦୀକୁ ଜଳ ନେବାକୁ ଆସିଥିଲେ। ତେବେ,୨ଜଣ ଟ୍ରାକ୍ଟର ଡ୍ରାଇଭର ନିଜ ଭିତରେ ପ୍ରତିଯୋଗିତା କରି ଗାଡିର ସ୍ପିଡ୍ ବଢାଇଥିଲେ। ଫଳରେ ପୋଲ ନିକଟରେ ନିୟନ୍ତ୍ରଣ ହରାଇ ଗୋଟିଏ ଟ୍ରାକ୍ଟର ପୋଲ ତଳକୁ ଖସି ପଡିଥିଲା (tractor trolley falls into river in UPs Shahjahanpur)।ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟରେ ୪୨ ଲୋକେ ବସିଥିବା ନେଇ ସୂଚନା ଦେଇଛନ୍ତି ଏସପି । ତେବେ, ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନି ।  ସେପଟେ, ଏହି ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଆହତଙ୍କୁ ତ୍ବରିତ ଚିକିତ୍ସା ଯୋଗାଇ ଦେବକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । 

ସେପେଟେ ଆଜି ସକାଳେ ମଧ୍ୟ ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ (Maharashtra bus Accident) ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଘାଟିକୁ ବସ ଓଲଟି ପଡ଼ିବା ଫଳରେ ୧୩ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ପ୍ରାୟ ୨୫ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ କହିଛନ୍ତି ରାଇଗଡ଼ ଏସପି। ସୂଚନା ଅନୁଯାୟୀ, ଏହି ଭୟଙ୍କର ସଡ଼କ ଦୁର୍ଘଟଣା ପୁରୁଣା ମୁମ୍ବାଇ-ପୁଣେ ରାଜପଥରେ ଘଟିଛି। ଦୁର୍ଘଟଣାଗ୍ରସ୍ତ ବସ୍ ପୁଣେରୁ ମୁମ୍ବାଇକୁ (Mumbai) ଆସୁଥିଲା। ଏହି ସମୟରେ ବସ୍ ନିୟନ୍ତ୍ରଣ ହରାଇ ୨୦୦ ଫୁଟ ଗଭୀର ଘାଟିରେ ଖସି ପଡି଼ଥିଲା। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ଖାପୋଲିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ରେ ସମୁଦାୟ ୪୦-୪୫ ଜଣ ଯାତ୍ରୀ ଥିଲେ। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।