Police SI Beating News: ନାବାଳିକାଙ୍କ ଘରେ ରାତି ଅଧିଆ ପଶିଗଲେ ପୋଲିସ SI, ଜାଣିବା ପରେ ନିର୍ଘାତ ପିଟିଲେ ଲୋକେ
Advertisement
Article Detail0/zeeodisha/odisha1878815

Police SI Beating News: ନାବାଳିକାଙ୍କ ଘରେ ରାତି ଅଧିଆ ପଶିଗଲେ ପୋଲିସ SI, ଜାଣିବା ପରେ ନିର୍ଘାତ ପିଟିଲେ ଲୋକେ

Agra SI Viral News: ନିଶାସକ୍ତ ଅବସ୍ଥାରେ ଜଣେ ୧୬ ବର୍ଷୀୟ ବାଳିକାଙ୍କ ଘରେ ରାତିରେ ପଶି ଯାଇଥିବା ଜଣେ  ପୋଲିସ ସବ୍ ଇନ୍ସପେକ୍ଟର ଙ୍କୁ ଲୋକେ ଖୁଣ୍ଟରେ ବାନ୍ଧିବା ସହ ନିସ୍ତୁକ ମାଡ଼ ମାରିଛନ୍ତି।

 

Police SI Beating News: ନାବାଳିକାଙ୍କ ଘରେ ରାତି ଅଧିଆ ପଶିଗଲେ ପୋଲିସ SI, ଜାଣିବା ପରେ ନିର୍ଘାତ ପିଟିଲେ ଲୋକେ

Agra Police SI Viral Video: ପୋଲିସ ଜନସାଧାରଣଙ୍କ ରକ୍ଷକ ବୋଲି ବିବେଚନା କରାଯାଏ। ଯେତେବେଳେ ସାଧାରଣ ଲୋକେ କୌଣସି ସଙ୍କଟର ସାମ୍ନା କରନ୍ତି, ତାହେଲେ ସେମାନେ ନ୍ୟାୟ ପାଇଁ ପୋଲିସ ପାଖରେ ପହଞ୍ଚଥାନ୍ତି। ହେଲେ ଯଦି ପୋଲିସ ନିଜର କର୍ତ୍ତବ୍ୟ ଭୁଲି ଯାଏ ତାହେଲେ କ'ଣ କରାଯାଇ ପାରିବ। ସଦ୍ୟ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଜଣେ ପୋଲିସ ସବି ଇନସପେକ୍ଟର ଜଣେ ୧୬ ବର୍ଷର ଝିଅକୁ ହଇରଣ କରିବା ସହ ଜୋର ଜବରଦସ୍ତ କରୁଥିଲେ। ଯଦି ସେ ତାଙ୍କ କଥା ନ ମାନେ ତାହେଲେ ସେହି ଝିଅର ବାପାକୁ ଜେଲ ପଠାଇଦେବାକୁ ଧମକ ମଧ୍ୟ ଦେଇଥିଲେ। ଦିନେ ରାତିରେ ପୋଲିସ ଏସଆଇ ଜଣଙ୍କ ରାତିରେ ସେହି ଝିଅର ଘରେ ପହଞ୍ଚିଯାଇଥିଲେ। ହେଲେ ଆଖପାଖର ଲୋକେ ତାଙ୍କୁ ଘେରିଯାଇ ଏକ ଖୁଣ୍ଟରେ ବାନ୍ଧି ଦେବା ସହ ନିର୍ଘାତ ପିଟିଥିଲେ। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ କମିଶନର ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି।

ଉତ୍ତର ପ୍ରଦେଶ (Uttar Pradesh) ଆଗ୍ରା ଜିଲ୍ଲାରେ (Agra District) ଘଟିଯାଇଛି ଏଭଳି ଘଟଣା। ରାଜ୍ୟ ପୋଲିସ ବିଭାଗରେ (Uttar Pradesh Police) କାର୍ଯ୍ୟରତ ସନ୍ଦୀପ କୁମାର ନାମକ ଜଣେ ସବ ଇନ୍ସପେକ୍ଟର (Uttar Pradesh Police Sub Inspector) ଜଣେ ୧୬ ବର୍ଷର ବାଳିକାକୁ ଖାକି ୟୁନିଫର୍ମ ଧମକ ଦେଇ ହଇରାଣ କରୁଥିଲେ। ନିଜର ଇଚ୍ଛା ପୂରଣ କରିବା ପାଇଁ ସେ ତାଙ୍କୁ ବ୍ଲାକମେଲିଂ କରୁଥିଲେ। ଯଦି ସେ ତାଙ୍କ କଥା ରାଜି ନ ହୁଏ, ତାହେଲେ ସେହି ବାଳିକାର ବାପାଙ୍କୁ ଜେକୁ ପଠାଇବାକୁ ଧମକ ଦେଉଥିଲେ। ପୋଲିସ ଅଧିକାରୀଙ୍କ କଥା ଶୁଣିବା ପରେ ସେହି ବାଳିକା ଜଣଙ୍କ ଚୁପ୍ ହୋଇଯାଉଥିଲା।

ପୋଲିସ ଅଧିକାରୀଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ 
ପୋଲିସ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ଗ୍ରାମବାସୀ ସନ୍ଦେହ କରିଥିଲେ। ରାତିରେ ଯେତେବେଳେ ଗ୍ରାମବାସୀ ଜାଣିବାକୁ ପାଇଲେ ଯେ ମଦ୍ୟପ ସବ୍ ଇନ୍ସପେକ୍ଟର ସନ୍ଦୀପ କୁମାର ସେହି ଝିଅକୁ ହଇରାଣ କରୁଛନ୍ତି, ସେମାନେ ତାଙ୍କୁ ଧରି ନେଇ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ତାଙ୍କ ୟୁନିଫର୍ମ କାଢି ଦେଇ ତାଙ୍କୁ ନିର୍ଘାତ ମାଡ଼ ମାରିଥିଲେ। ଯେତେବେଳେ ଆଗ୍ରା ପୋଲିସ (Agra Police) ପାଖରେ ଖବର ପାହଞ୍ଚିଲା, ସେତେବେଳେ ଏସପି  (Agra Police SP) ନେତୃତ୍ୱରେ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ମଦ୍ୟପ ସବ୍ ଇନ୍ସପେକ୍ଟର ଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ପୀଡ଼ିତା ଜଣଙ୍କ ଏକ ଭିଡ଼ିଓ ମାଧ୍ୟମରେ ନିଜର ଅସୁବିଧା ସମ୍ପର୍କରେ କହିଛନ୍ତି। ନାବାଳିକାଙ୍କ କହିବା ଅନୁଯାୟୀ ସବ୍ ଇନ୍ସପେକ୍ଟର ସନ୍ଦୀପ କୁମାର ତାଙ୍କୁ ଗତ ଏକ ମାସ ଧରି ଲଗାତାର ହଇରାଣ କରୁଥିଲେ। ଏପରିକି ସେ ତାଙ୍କୁ ଧମକ ଦେଉଥିଲେ ଯେ ଯଦି ସେ ତାଙ୍କ କଥା ରାଜି ନ ହୁଏ, ତାହେଲେ ମିଛ ମାମଲା ଦାଖଲ କରି ତାଙ୍କ ବାପାଙ୍କୁ ଜେଲ ପଠାଇଦେବେ। ଏହି ଭୟ କାରଣରୁ ସେ ତାଙ୍କ ନିର୍ଯ୍ୟାତନା ସାମ୍ନାରେ ପାଟି ଖୋଲି ପାରୁନଥିଲେ। ଭୟର ସୁଯୋଗ ନେଇ ସବ୍ ଇନ୍ସପେକ୍ଟର ଜଣଙ୍କ ତାଙ୍କୁ ଅନେକ ସମୟରେ ହଇରାଣ କରୁଥିଲେ। ରାତିରେ ସେ ତାଙ୍କୁ ଧମକ ଦେଇ ଜୋର ଜବରଦସ୍ତ କରୁଥିଲେ।

ଘଟଣା ପରେ ସବ୍ ଇନ୍ସପେକ୍ଟର ନିଲମ୍ବିତ, ବିଭାଗୀୟ ତଦନ୍ତ ଆରମ୍ଭ 
ଏହି ଘଟଣା ବିଷୟରେ ଜାଣିବା ପରେ ଆଗ୍ରା ପୋଲିସ କମିଶନର (Agra Police Commissioner) ଡକ୍ଟର ପ୍ରୀତିନ୍ଦର ସିଂହ ସବ୍ ଇନ୍ସପେକ୍ଟର ସନ୍ଦୀପ କୁମାରଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତୁରନ୍ତ ତାଙ୍କୁ ନିଲମ୍ବନ କରି ସମଗ୍ର ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୀଡିତା ଜଣଙ୍କ ପୋଲିସ କମିଶନର (Agra Police Commissionerate) ଙ୍କ ଠାରୁ ନ୍ୟାୟ ଦାବି କରିଛନ୍ତି।