Shocking News: ଚୋରି କରିବା ପରେ ଚୋର କଲେ ଏପରି କାରନାମା, ଶୁଣିଲେ ଉଡ଼ିଯିବ ହୋସ
Advertisement
Article Detail0/zeeodisha/odisha1631418

Shocking News: ଚୋରି କରିବା ପରେ ଚୋର କଲେ ଏପରି କାରନାମା, ଶୁଣିଲେ ଉଡ଼ିଯିବ ହୋସ

Meerut Loot Case: ଉତ୍ତର ପ୍ରଦେଶ ମେରଠ ଜିଲ୍ଲାର ନୌଚନ୍ଦୀ ଥାନା ଅଞ୍ଚଳରେ ଅବସ୍ଥିତ ନନ୍ଦନ ସିନେମା ନିକଟରେ ଥିବା ଅମ୍ବିକା ଜୁଏଲର୍ସ ନାମକ ଦୋକାନରେ ହୋଇଛି। ଅମ୍ବିକା ଜୁଏଲର୍ସ ମାଲିକ ତାଙ୍କ ଦୋକାନରେ ଚୋରି ହୋଇଥିବା କଥା ଜାଣି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। 

Shocking News: ଚୋରି କରିବା ପରେ ଚୋର କଲେ ଏପରି କାରନାମା, ଶୁଣିଲେ ଉଡ଼ିଯିବ ହୋସ

Meerut Theft Case: ସଦ୍ୟ ଉତ୍ତର ପ୍ରଦେଶ ମେରଠ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଜବ ଧରଣର ଚୋରି ମାମଲା। ଯେଉଁଠି ଚୋରି କରିବା ପରେ ଚୋର ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ଚୋରି ଘଟଣା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହା ସତ୍ୟ। ମେରଠ ଜିଲ୍ଲାରେ ସୁଡ଼ଙ୍ଗ ଗ୍ୟାଙ୍ଗ ଅଳଙ୍କାର ଦୋକାନରେ ପ୍ରବେଶ କରି ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଚୋରି କରିନେଇଛି। ଏହି ଗ୍ୟାଙ୍ଗ ରାତିରେ ଡ୍ରେନ ଯିବା ରାସ୍ତାରେ ଏକ ସୁଡଙ୍ଗ ତିଆରି କରିବା ପରେ ଅଳଙ୍କାର ଦୋକାନରେ କଳାକନା ବୁଲାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ତାତି ଉଠିଛନ୍ତି। ଯେତେବେଳେ ପୋଲିସ ବିରୋଧରେ ନାରାବାଜି କରଗଲା,  ସେତେବେଳେ ମାମଲା ଆହୁରି ଗୁରୁତର ହୋଇଇଠିଲା।

ଏଭଳି ଚୋରି ଉତ୍ତର ପ୍ରଦେଶ (Uttar Pradesh) ମେରଠ ଜିଲ୍ଲାର (Meerut District) ନୌଚନ୍ଦୀ ଥାନା ଅଞ୍ଚଳରେ (Nauchandi Police Station) ଅବସ୍ଥିତ ନନ୍ଦନ ସିନେମା ନିକଟରେ ଥିବା ଅମ୍ବିକା ଜୁଏଲର୍ସ ନାମକ ଦୋକାନରେ ହୋଇଛି। ଅମ୍ବିକା ଜୁଏଲର୍ସ ମାଲିକ ପୀୟୁଷ ଗର୍ଗ ତାଙ୍କ ଦୋକାନରେ ଚୋରି ହୋଇଥିବା କଥା ଜାଣି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ଏହି ଦୋକାନରୁ ସମସ୍ତ ଅଳଙ୍କାର ଚୋରି ହୋଇଯାଇଛି। ଯେତେବେଳେ ପୋଲିସ ଏହାର ଅନୁସନ୍ଧାନ କଲା, ସେତେବେଳେ ଜାଣିବାକୁ ପାଇଲା ଯେ ଚୋର ଦୋକାନ ଭିତରେ ପଶିବା ପାଇଁ ଗ୍ୟାସ୍ କଟର ଆଣିଥିଲେ। ହେଲେ ସେମାନେ ଏଥିରେ ସଫଳତା ପାଇ ନଥିଲେ। ଚୋର ଏକ ସୁଡଙ୍ଗ ତିଆରି କରି ଚୋରି କରିବାକୁ ଆସିଥିବା ଚୋର ସେମାନଙ୍କ ସହିତ ଦୋକାନରେ ଲାଗିଥିବା ସିସିଟିଭି ମଧ୍ୟ ଉଠାଇ ନେଇଥିଲେ। କେବଳ ସେତିକି ନୁହେଁ ଚୋର ଦୋକାନର ହିସାବ ଖାତାରେ ଏପରି ଜିନିଷ ଲେଖିଥିଲେ, ଯାହାକୁ ଆପଣ ପଢିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 

Also Read: Shocking News: ଚୋରି କରିବା ପରେ ମଧ୍ୟ ଇଜ୍ଜତ ରଖିଲେ ଚୋର, ଜାଣନ୍ତୁ କ'ଣ କଲେ?

ଦୋକାନରୁ କଳା କନା ବୁଲାଇବା ପରେ ହିସାବ ଖାତାରେ ଲେଖିଛନ୍ତି, "ଭାଇ ଦୁଃଖର ସହ କହୁଛୁ ଯେ ଚୋରି କରିବାକୁ ଆମେ ବାଧ୍ୟ। ଆମକୁ କ୍ଷମା କରିଦେବ। ଆପଣଙ୍କ ଦୋକାନର ଚଟାଣ ବହୁତ ମଜବୁତ। " ଏହି ଚୋରି ଘଟଣାକୁ ନେଇ ସୁନା ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ସେମାନେ ପୋଲିସ୍ ବିରୋଧରେ ନାରାବାଜି କରିବାକୁ ପଛେଇ ନାହାଁନ୍ତି। ମେରଠ ଜୁଏଲର୍ସ ସଙ୍ଗଠନ ସାଧାରଣ ସମ୍ପାଦକ ବିଜୟ ଆନନ୍ଦ ଅଗ୍ରୱାଲ କହିଛନ୍ତି ଯେ ସ୍ଥାନୀୟ ଅଞ୍ଚଳ ଅଳଙ୍କାର ଦୋକାନରୁ ଚୋରି ହେବାର ଏହା ହେଉଛି ଚତୁର୍ଥ ଘଟଣା। ଏହାପୂର୍ବରୁ କୁମ୍ବଲକର ଏବଂ ପରତାପୁର ଅଞ୍ଚଳରେ ଚୋରି ଘଟଣା ଘଟିସାରିଛି।