Sachin Pilot Love Story: ଫାରକୁ ଅବ୍ବଦୁଲାଙ୍କ ଝିଅଙ୍କୁ ଭଲ ପାଇବସିଥିଲେ ସଚିନ୍, ନାଟକୀୟ ଢଙ୍ଗରେ ହୋଇଥିଲା ବାହାଘର
Advertisement
Article Detail0/zeeodisha/odisha1571512

Sachin Pilot Love Story: ଫାରକୁ ଅବ୍ବଦୁଲାଙ୍କ ଝିଅଙ୍କୁ ଭଲ ପାଇବସିଥିଲେ ସଚିନ୍, ନାଟକୀୟ ଢଙ୍ଗରେ ହୋଇଥିଲା ବାହାଘର

Sachin Pilot Love Story In Odia News: ଆଜି ପ୍ରେମୀଯୁଗଳ ମାନେ ପାଳୁଛନ୍ତି ପ୍ରେମ ଦିବସ ବା ଭାଲେଣ୍ଟାଇନ୍ସ ଡେ । ହେଲେ କେବେ ଭାବିଛନ୍ତି ରାଜନୀତିର ସର୍ବଦା ଚର୍ଚ୍ଚାରେ ରହୁଥିବା ସଚିନ ପାଇଲଟଙ୍କ ଲଭ ଷ୍ଟୋରି କେମିତି ଥିଲା । ସବୁଠାରୁ ବଡ଼ କଥା ହେଲା ସଚିନ ପାଇଲଟଙ୍କୁ ବିବାହ କରିଥିବା ଯୁବତୀ ଫାରକୁ ଅବ୍ବଦୁଲାଙ୍କ ଝିଅ । ତାଙ୍କ ନାଁ ହେଉଛି ସାରା ଅବଦ୍ଦୁଲା।

Sachin Pilot Love Story: ଫାରକୁ ଅବ୍ବଦୁଲାଙ୍କ ଝିଅଙ୍କୁ ଭଲ ପାଇବସିଥିଲେ ସଚିନ୍, ନାଟକୀୟ ଢଙ୍ଗରେ ହୋଇଥିଲା ବାହାଘର

Sachin Pilot Love Story In Odia News: ସଚିନ ପାଇଲଟ ଦେଶର ଜଣେ ଜଣାଶୁଣା ରାଜନେତା ଅଟନ୍ତି। ସଚିନ ପାଇଲଟ ଜଣେ ରାଜନୀତି କ୍ଷେତ୍ରରେ ଚର୍ଚ୍ଚିତ ଚେହେରା । ବର୍ତ୍ତମାନ ସେ ରାଜସ୍ଥାନର ଟଙ୍କ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଅଟନ୍ତି। ସେ ରାଜସ୍ଥାନ ସରକାରରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି। ଏହା ବ୍ୟତୀତ ସେ ୧୫ ତମ ଲୋକସଭାରେ କେନ୍ଦ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମଧ୍ୟ ରହିଛନ୍ତି। କେବଳ ଏତିକି ନୁହେଁ ସଚିନ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ମଧ୍ୟ ରହିଛନ୍ତି। ତେବେ ପରେ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇଥିଲା। ଆସନ୍ତୁ ଜାଣିବା ସଚିନ୍ ପାଇଲଟଙ୍କ ଅଧ୍ୟୟନରୁ ତାଙ୍କ ପ୍ରେମ କାହାଣୀ ପର୍ଯ୍ୟନ୍ତ କିଛି ଏମିତି କଥା ଯାହା କେବେ ଆପଣ ଜାଣିନଥିବେ।

୪୩ ବର୍ଷୀୟ ସଚିନ ପାଇଲଟ (Sachin Pilot) ଦିଲ୍ଲୀର ବାୟୁସେନା ବାଲ ଭାରତୀ ବିଦ୍ୟାଳୟରେ ତାଙ୍କର ପ୍ରାଥମିକ ଶିକ୍ଷା କରିଥିଲେ। ଏହା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ବିବିସିଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେଣ୍ଟ ଷ୍ଟିଫେନ୍ କଲେଜରୁ ଅଧ୍ୟୟନ ସମାପ୍ତ କରିବା ପରେ ସେ ଗୁରୁଗାଓଁରେ ଅବସ୍ଥିତ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଅଢେଇରୁ ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ତେବେ ଏହା ପରେ ସେ ଅଧିକ ଅଧ୍ୟୟନ ପାଇଁ ବିଦେଶ ଯାଇଥିଲେ।

ବିଦେଶରେ ଅଧ୍ୟୟନ ସମୟରେ ସଚିନ୍ ପାଇଲଟ୍ ସାରା ଅବଦୁଲ୍ଲାଙ୍କୁ (sarah abdullah) ଭେଟିଥିଲେ ଏବଂ ପରେ ଧୀରେ ଧୀରେ ସେମାନେ ବନ୍ଧୁତା  ସ୍ଥାପନ କରିଥିଲେଏହି ବନ୍ଧୁତା ପୁଣି ଧୀରେ ଧୀରେ ପ୍ରେମରେ ପରିଣତ ହୋଇସାରିଥିଲା । ବାସ୍ତବରେ, ସାରା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ଝିଅ ଏବଂ ଓମାର ଅବଦୁଲ୍ଲାଙ୍କ ଭଉଣୀ ।  ଯେତେବେଳେ ସଚିନ ପାଇଲଟ ଅଧ୍ୟୟନ ସମାପ୍ତ କରିବା ପରେ ବିଦେଶରୁ ଭାରତ ଫେରିଥିଲେ, ସେତେବେଳେ ସାରା ଏବଂ ତାଙ୍କ ପ୍ରେମ ମଧ୍ୟ କମି ନଥିଲା। ଉଭୟ ଦୀର୍ଘ ବର୍ଷ ଧରି ପରସ୍ପର ସହ କଥା ହୋଇଥିଲେ ଏବଂ ତା’ପରେ ସେମାନେ ନିଜ ନିଜ ପରିବାରକୁ ଏହା ବିଷୟରେ ଜଣାଇବାକୁ ସ୍ଥିର କଲେ । କିନ୍ତୁ ଏଠାରେ ସମସ୍ୟା ଉପୁଜିଥିଲା ଧର୍ମକୁ ନେଇ କାରଣ ସଚିନ ଥିଲେ ହିନ୍ଦୁ ଓ ସାରା ଥିଲେ ମୁସଲିମ୍। ହେଲେ ସମୟ ସହିତ ତାଳ ଦେଇ ଫାରକୁ ଅବ୍ବଦୁଲା ଏହି ବିବାହ ପାଇଁ ରାଜି ହୋଇଥିଲେ। 

ଯେତେବେଳେ ସଚିନ ପାଇଲଟ ରାଜନୀତି (Sachin Pilot Political Carrer) କ୍ଷେତ୍ରରେ ପାଦ ଦେଇଥିଲେ, ସେତେବେଳେ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ବାସ୍ତବରେ ତାଙ୍କ ପିତା ରାଜେଶ ପାଇଲଟଙ୍କ ମୃତ୍ୟୁ ପରେ ପରିସ୍ଥିତି ଏପରି ହେଲା ଯେ ତାଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ହିଁ ପଡିଲା। କୁହାଯାଏ ଯେ ଯେତେବେଳେ ସଚିନ ସାଂସଦ ହୋଇଥିଲେ, ସେତେବେଳେ ଅବଦୁଲ୍ଲା ପରିବାର ସଚିନ ଏବଂ ସାରାଙ୍କ ସମ୍ପର୍କକୁ ଗ୍ରହଣ କରିଥିଲେ।

Also Read: Valentines Day ରେ Jio ଦେଉଛି ବମ୍ପର ଅଫର୍: ପାଇପାରିବେ ମାଗଣା ଇଣ୍ଟରନେଟ୍, ମ୍ୟାକଡୋନାଲ୍ଡର ଫୁଡ୍ ସହିତ ଅନେକ କିଛି

Also Read: Indian Railway History: ୫୬ ବର୍ଷ ଧରି ବିନା ଶୌଚାଳୟରେ ଚାଲିଥିଲା ଟ୍ରେନ, ଗୋଟିଏ ଚିଠି ପାଇଁ ହୋଇଥିଲା ବଡ ପରିବର୍ତ୍ତନ