Advertisement
Article Detail0/zeeodisha/odisha2284110
Zee OdishaOdisha TrendingVK Pandian: ପାଣ୍ଡିଆନଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, ଇଡ଼ିରେ ହେଲା ଅଭିଯୋଗ !

VK Pandian: ପାଣ୍ଡିଆନଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, ଇଡ଼ିରେ ହେଲା ଅଭିଯୋଗ !

ଏଭଳି ସ୍ଥିତିରେ ଇଡ଼ିରେ ପାଣ୍ଡିଆନଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦିଲ୍ଲୀ ଇଡ଼ି କାର୍ଯ୍ୟାଳୟରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି  । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

VK Pandian: ପାଣ୍ଡିଆନଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, ଇଡ଼ିରେ ହେଲା ଅଭିଯୋଗ !

ନିର୍ଦ୍ଦେଶାଳୟ ବା ଇଡ଼ିରେ ଅଭିଯୋଗ। ଅଭିଯୋଗ କରିଛି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ଅଭିଯୋଗ ହୋଇଥିବାର ସୂଚନା ରହିଛି। ତେବେ ପାଣ୍ଡିଆନ ଯେତେବେଳେ କ୍ଷମତାଶାଳୀ ରହିଥିଲେ ସେତେବେଳେ ତାଙ୍କ ବିରୋଧରେ କେହି ମୁହଁ ଖୋଲିବାକୁ ସାହସ କରୁନଥିଲେ। ତେବେ କ୍ଷମତାରୁ ହଟିବା ପରେ ପାଣ୍ଡିଆନଙ୍କ ବିରୋଧରେ ଚାରିଆଡେ ବିରୋଧାଭାଷ ବଢିବାରେ ଲାଗିଛି। ଏପରିକି ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କୁ ଘୋର ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି। ସେପଟେ ପାଣ୍ଡିଆନଙ୍କୁ ନେଇ ଦଳୀୟ ମହଲରେ ମଧ୍ୟ ବିରୋଧ ଜୋର ହେଉଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଇଡ଼ିରେ ପାଣ୍ଡିଆନଙ୍କ ବିରୋଧରେ ଅଭିଯୋଗ କରାଯାଇଛି  । ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦିଲ୍ଲୀ ଇଡ଼ି କାର୍ଯ୍ୟାଳୟରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି  । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଗଲାଣି  ।

ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି ପଣ୍ଡିଆନ୍ କ୍ଷମତାର ଅପବ୍ୟବହାର କରି ଓଡ଼ିଶାର ଶାସନ ବ୍ୟବସ୍ଥାକୁ କବଜା କରି ବ୍ୟାପକ ଦୁର୍ନୀତି କରିଛନ୍ତି । ଖଣି, ନଗର ଉନ୍ନୟନ, ଅବକାରୀ, ରାଜସ୍ବ ତଥା ଅନେକ ବିଭାଗରେ ସେ ତାଙ୍କ ସହଯୋଗୀଙ୍କ ସହ ବ୍ୟାପକ ଅର୍ଥ ଦୁର୍ନୀତି କରିଛନ୍ତି । କେବଳ ସେତିକି ନୁହେଁ କୋଟି କୋଟି ଲୋକଙ୍କ ଆସ୍ଥାର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ କରିଛନ୍ତି । ଅର୍ପଣ ରଥ ଆଳରେ ମହାପ୍ରଭୁଙ୍କୁ ବୁଲାଇ ଭିକ ପାଣ୍ତିଆନ ମଗାଇଥିବା ସେ କହିଛନ୍ତି । ଏହାର ଯିଏ ପ୍ରତିବାଦ କଲା ତାକୁ ମିଛ ମାମଲାରେ ହଇରାଣ କରାଯାଇଥିଲା । ତେବେ ମହାପ୍ରଭୁ କାହାରି ଗର୍ବ ରଖି ନାହାନ୍ତି। ପାଣ୍ଡିଆନଙ୍କୁ ମହାପ୍ରଭୁ କ୍ଷମତାଚ୍ୟୁତ କରିଛନ୍ତି।

ସେପଟେ ପାଣ୍ଡିଆନଙ୍କୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ମନ୍ଦିରର ଜଣେ ସେବାୟତ। ନିଜର ନା ଗୋପନ ରଖି କହିଛନ୍ତି କି ଶ୍ରୀମନ୍ଦିରକୁ ଖେଳଘର ଭାବୁଥିଲା ବିଜେଡି ସରକାର ? ନା ମହାପ୍ରଭୁ ଥିଲେ ତାଙ୍କ ପାଇଁ ଖେଳନା ? କାହିଁକି ପାଣ୍ଡିଆନଙ୍କ ପାଇଁ ବିଳମ୍ବ ହେଉଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ? ଶ୍ରୀମନ୍ଦିରକୁ ପାଣ୍ଡିଆନ ଯିବାବେଳେ କାଳେ ୧୦ ମିନିଟ ଘୁଞ୍ଚିଯାଉଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳ ଆଳତି । ଅବକାଶନୀତିରେ ବି କରାଯାଉଥିଲା ବିଳମ୍ବ ।ବିଜେଡି ନେତା ପାଣ୍ଡିଆନ୍ ଶ୍ରୀମନ୍ଦିରକୁ ଯିବା ସମୟରେ ଏମିତି ହେଉଥିବା ସେ କହିଛନ୍ତି।

Add Zee News as a Preferred Source
About the Author