VK Pandian ମେକର ହେଲେ ନା ବ୍ରେକର? କଣ କହୁଛି ସମୀକରଣ
Advertisement
Article Detail0/zeeodisha/odisha2285880

VK Pandian ମେକର ହେଲେ ନା ବ୍ରେକର? କଣ କହୁଛି ସମୀକରଣ

VK Pandian: ନିର୍ବାଚନ ରେ ଶୋଚନୀୟ ପରାଜୟ ଦେଖଲା ବିଜେଡି। ୨୪ ବର୍ଷର ଶାସନ ନିମିଷକେ ମଧ୍ୟରେ ଉଭେଇ ଗଲା। ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ନବୀନ ପଟ୍ଟନାୟକ । ଲୋକସଭା ରେ ଗୋଟିଏ ବି ସିଟ୍ ପାଇଲାନି ବିଜେଡି । ଯାହା ଫଳରେ ବିଜେଡି ସଂଗଠନ ହଠାତ୍ ଦୁର୍ବଳ ହୋଇପଡ଼ିଲା। 

 

VK Pandian ମେକର ହେଲେ ନା ବ୍ରେକର? କଣ କହୁଛି ସମୀକରଣ

VK Pandian: ଏବେ ଖୁବ ଚର୍ଚ୍ଚାରେ ଭିକେ ପାଣ୍ଡିଆନ। କିଛି ସମୟ ପୂର୍ବରୁ ନିଜ ସୋସିଆଲ ମିଡିଆରେ ୪ ମିନିଟରୁ ଅଧିକ ସମୟର ଏକ ଭିଡିଓ ସେୟାର କରିଛନ୍ତି ଭିକେ ପାଣ୍ଡିଆନ। ତେବେ ଏହି ଭିଡିଓ ରେ ସେ ସକ୍ରିୟ ରାଜନୀତିରୁ ଓହରିବା ନେଇ କହିଛନ୍ତି । ଏହାସହ ତାଙ୍କ ପାଇଁ ଦଳୀୟ କର୍ମୀଙ୍କୁ ହୋଇଥିବା କଷ୍ଟ ଓ ଓଡ଼ିଶାବାସୀଙ୍କୁ ବି ସେ କ୍ଷମା ପ୍ରାର୍ଥନା କରିଛନ୍ତି । ବିଜେଡିର ପରାଜୟ ପାଇଁ ହାତ ଯୋଡ଼ି କ୍ଷମା ମାଗିବା, ସହ ମହାପ୍ରଭୁଙ୍କ କୃପାରୁ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଥିଲି ଏବଂ ସଫଳ ହୋଇଛି ବୋଲି ସେ କହିଥିଲେ । ହେଲେ ଗତ ଛ ମାସ ତଳେ ଅଫିସର ଚାକିରୀ ଛାଡି ରାଜନୀତିକୁ ଆସିଥିବା ପାଣ୍ଡିଆନଙ୍କୁ ଶକ୍ତ ଧକ୍କା ଲାଗିଥିଲା ସେତେବେଳେ ଯେତେବେଳେ ୨୪ ବର୍ଷର ଗଡ ତାଙ୍କ ଆଖି ସାମ୍ନାରେ ଧୂଳିସାତ ହୋଇଥିଲା। 

ପୂରା ଓଡ଼ିଶାବାସୀ ଜାଣିଥିବେ ଯେ, ଭି କେ ପାଣ୍ଡିଆନ(Vk Pandian) ଜଣେ ବ୍ୟୁରୋକ୍ରାଟ ଅର୍ଥାତ୍ ଆଇଏଏସ ଅଫିସର ଥିଲେ। ହେଲେ କ୍ଷମତା ରେ ନଥାଇ ବି ସେ ବିଜେଡି ସହ କାମ କରୁଥିଲେ ଓ ନବୀନ ଙ୍କ ପାଖେ ପାଖେ ରହୁଥିଲେ। ଯାହାକୁ ନେଇ ବିରୋଧୀ ମାନେ ବି ଜୋରଦାର ଟାର୍ଗେଟ୍ କରିଥିଲେ ପରେ ଭିକେ ପାଣ୍ଡିଆନ ସ୍ୱଇଚ୍ଛାରେ ଅବସର ଗ୍ରହଣ କରି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ। ହେଲେ ବିଜେଡିରେ ଯୋଗଦେବା ପରେ ସତେ ଯେପରି ଅନ୍ୟ ତୁଙ୍ଗ ନେତା ସତେ ଯେମିତି ଲୁଚି ଯାଇଥିଲେ। ନା କେହି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରୁଥିଲେ ନା ନିଜ ସମସ୍ୟା କହିପାରୁଥିଲେ। ଅନେକ ବଡ଼ ବଡ଼ ନେତା କୋଣଠେସା ହୋଇ ରହିଗଲେ। ନିର୍ବାଚନ ସମୟରେ ସବୁଠୁ ଆଗରେ ରହୁଥିଲେ ଭିକେ ପାଣ୍ଡିଆନ। ଏତେବଡ଼ ସଂଗଠନର ମେକର ହେବାକୁ ଯାଇ ସମସ୍ତଙ୍କୁ ପଛରେ ଛାଡ଼ି ଏକଛତ୍ରବାଦୀ ଭାବେ ରାଜ୍ୟରେ ବୁଲିଲେ ପାଣ୍ଡିଆନ। 

ସିଟିଂ ଏମଏଲଏ ସିଟିଂ(Seating MLA MP) ସାଂସଦଙ୍କୁ ବସାଇ ମନଇଚ୍ଛା ଟିକେଟ ବି ବଣ୍ଟାଯାଇଥିଲା। ପରେ ନିର୍ବାଚନ ଫଳାଫଳ ପରେ ସବୁକିଛି ଭୁଷୁଡି ପଡ଼ିଥିଲା। ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖିବା କଥା ବି ବିରୋଧୀ ଅନେକ ଥର ସାମ୍ନାକୁ ଆଣିଛନ୍ତି । ପରେ ପରେ ନବୀନଙ୍କ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଭାଇରାଲ ଭିଡିଓ ପାଣ୍ଡିଆନଙ୍କୁ ବିପଦରେ ପକାଇଥିଲା। ନିର୍ବାଚନ ରେ ଶୋଚନୀୟ ପରାଜୟ ଦେଖଲା ବିଜେଡି। ୨୪ ବର୍ଷର ଶାସନ ନିମିଷକେ ମଧ୍ୟରେ ଉଭେଇ ଗଲା। ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ନବୀନ ପଟ୍ଟନାୟକ । ଲୋକସଭା ରେ ଗୋଟିଏ ବି ସିଟ୍ ପାଇଲାନି ବିଜେଡି । ଯାହା ଫଳରେ ବିଜେଡି ସଂଗଠନ ହଠାତ୍ ଦୁର୍ବଳ ହୋଇପଡ଼ିଲା। 

ହେଲେ ସବୁଠୁ ବଡ଼ କଥା ହେଲା, ପାଣ୍ଡିଆନ ଜୁନ୍ ୪ ତାରିଖରୁ ଆଉ ଓଡ଼ିଶାରେ ଦେଖା ନଥିଲେ। କୁହାଯାଉଥିଲା ଯେ, ପାଣ୍ଡିଆନ ଦିଲ୍ଲୀରେ ଅଛନ୍ତି। ପାଣ୍ଡିଆନ ମଧ୍ୟ ମେ ୧୦ ତାରିଖରେ କ୍ୟାମ୍ପେନ ସମୟରେ କହିଥିଲେ ଯେ, ନବୀନ ପଟ୍ଟନାୟକ(Naveen Patnaik) ପୁଣିଥରେ ସରକାର ଗଢିବେ । ନଚେତ୍ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି, ହେଲେ ଆଜିର ଭିଡିଓ ରେ ପାଣ୍ଡିଆନ ପରିସ୍କାର ଭାବେ ନକହିଥିଲେ ବି ସକ୍ରିୟ ରାଜନୀତିରୁ ଓହରିଥିବା ସେ କହିଛନ୍ତି। ଯେତେବେଳେ ବିଜେଡି ଗଡ଼ ଭୁଷୁଡିଲା ସେତେବେଳେ ରାଜ୍ୟବାସୀ ଗୋଟିଏ ଚର୍ଚ୍ଚା ଲାଗିରହିଥିଲା ଯେ, ପାଣ୍ଡିଆନଙ୍କ କାରଣରୁ ବିଜେଡି ତା ସତ୍ତା ହରାଇଲା। ଆଉ ଆଜିର ଏ ଭିଡିଓ ପାଣ୍ଡିଆନଙ୍କ ଉପରେ ପ୍ରଶ୍ନ ଉଠାଇଦେଲା ଯେ, ପାଣ୍ଡିଆନ ମେକର ନା ବ୍ରେକର?

Video: VK Pandian: କଥା ଦେଇ କଥା ରଖିଲେ, ସକ୍ରିୟ ରାଜନୀତି ଛାଡ଼ିଲେ ପାଣ୍ଡିଆନ୍