VSSUT student Death Case: 'ଭିସୁଟ୍‌ ଛାତ୍ରୀଙ୍କ ମୃତ୍ୟୁରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅର ହାତ ରହିଛି '
Advertisement
Article Detail0/zeeodisha/odisha1594732

VSSUT student Death Case: 'ଭିସୁଟ୍‌ ଛାତ୍ରୀଙ୍କ ମୃତ୍ୟୁରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅର ହାତ ରହିଛି '

(ସମ୍ବଲପୁର , ଅଜୟ କୁମାର ନାଥ) Chinmayi Priyadarshini Sahu Death Case: ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ (Chinmayi Priyadarshini Sahu Death Case)ମୃତ୍ୟୁ ଘଟଣା ଏବେ ରହସ୍ୟଘେରରେ। ସେ ପାଓ୍ବାର ଚ୍ୟାନେଲକୁ ଡେଇଁ  ଜୀବନ ହାରିଥିବା କୁହାଯାଇଥିବା ବେଳେ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।  ଝିଅକୁ କେହି ହତ୍ୟା କରି ପାଓ୍ବାର ଚ୍ୟାନେଲକୁ ଠେଲି ଦେଇଥିବା ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । କିନ୍ତୁ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଚ ହୋଇ ନାହିଁ । ସେପଟେ, ଏହି ଘଟଣା ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର (bjp leader Jaynarayan Mishra)। 

VSSUT student Death Case: 'ଭିସୁଟ୍‌ ଛାତ୍ରୀଙ୍କ ମୃତ୍ୟୁରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅର ହାତ ରହିଛି '

(ସମ୍ବଲପୁର , ଅଜୟ କୁମାର ନାଥ) Chinmayi Priyadarshini Sahu Death Case: ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ (Chinmayi Priyadarshini Sahu Death Case)ମୃତ୍ୟୁ ଘଟଣା ଏବେ ରହସ୍ୟଘେରରେ। ସେ ପାଓ୍ବାର ଚ୍ୟାନେଲକୁ ଡେଇଁ  ଜୀବନ ହାରିଥିବା କୁହାଯାଇଥିବା ବେଳେ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।  ଝିଅକୁ କେହି ହତ୍ୟା କରି ପାଓ୍ବାର ଚ୍ୟାନେଲକୁ ଠେଲି ଦେଇଥିବା ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । କିନ୍ତୁ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଚ ହୋଇ ନାହିଁ । ସେପଟେ, ଏହି ଘଟଣା ନେଇ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର (bjp leader Jaynarayan Mishra)।  ସେ କହିଛନ୍ତି , 'ଯଦି ଉପଯୁକ୍ତ ତଦନ୍ତ ନ ହେବ ତା ହେଲେ ପାୱାର ଚ୍ୟାନେଲ ଚିନ୍ମୟୀ ମୃତ୍ୟୁ(Chinmayi Priyadarshini Sahu) ଘଟଣା କଥା ବିଧାନସଭାରେ ଉଠିବ । ରାଜ୍ୟର ଜଣେ ପ୍ରତିପତ୍ତିଶାଳୀ ଅଧିକାରୀଙ୍କର ପୁଅଙ୍କ ସମୃକ୍ତି ଏହି ଘଟଣାରେ ରହିଛି , ସେହି ପ୍ରଭାବଶାଳୀ ବ୍ୟକ୍ତି ପ୍ରଭାବ ପକାଇ ତଦନ୍ତକୁ ବାଟବଣା କରୁଛନ୍ତି । ଆଜି ପର୍ଯ୍ୟନ୍ତ ଚିନ୍ମୟୀର ପୋଷ୍ଟ ମର୍ଟମ ରିପୋର୍ଟ ପୋଲିସ ପାଖରେ ପହଞ୍ଚି ସାରିଥିବା ବେଳେ ତଦନ୍ତ ସମ୍ପୂର୍ଣ ହୋଇ ନ ଥିବା କୁହାଯାଇଛି । ଏହି ଘଟଣାକୁ ତିନି ଦିନ ବିତି ଯାଇଥିବା ବେଳେ ପୋଲିସର  ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଖୋଜି ପାଇନି । 

ଗୁରୁବାର ବ୍ୟବଚ୍ଛେଦ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। ତଦନ୍ତ ପାଇଁ ଦୁଇଟି ଟିମ୍‌ ଗଠନ କରାଯାଇଛି। ଗୋଟିଏ ଟିମ୍‌ ଭୁବନେଶ୍ୱର ଯାଇ ତଦନ୍ତ କରିବେ ବୋଲି ପୋଲିସ ପକ୍ଷରୁ ଜଣାପଡିଛି। ଅନ୍ୟପଟେ ପାଣିରେ ବୁଡିଯିବାରୁ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ପୋଲିସ କହୁଛି। ଏହା ଯଦି ସତ୍ୟ, ତା’ହେଲେ ଚିନ୍ମୟୀ ରାତି ପ୍ରାୟ ସାଢେ ୯ଟାରେ ପିସି ବ୍ରିଜ୍‌କୁ କାହା ସାଥିରେ ଓ କ’ଣ ପାଇଁ ଯାଇଥିଲେ। ତାଙ୍କ ସହିତ ଝିଅ ସାଙ୍ଗ ରହିଥିଲେ ନା କେବଳ ପୁରୁଷବନ୍ଧୁ ପ୍ରତିମାନ ଦେ ଥିଲେ। ଚିନ୍ମୟୀ ପାୱାର ଚ୍ୟାନେଲକୁ (chinmayi priyadarshani)ନିଜ ଇଚ୍ଛାରେ ଡେଇଁଥିଲେ ନା ଅଚେତ ଅବସ୍ଥାରେ କିଏ ପାଣିକୁ ଫିଙ୍ଗି ଦେଇଥିଲା। ଏଭଳି ଅନେକ ପ୍ରଶ୍ନ ଏବେ ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି।

 

Also Read : Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ୧୭ ଜଣଙ୍କ ମୃତ୍ୟୁ ସହ ୨୦ ଆହତ

Also Read : Medicine In Hot Water: ଗରମ ପାଣି ସହ ଔଷଧ ସେବନ କରିବା ଉଚିତ୍ କି ନୁହେଁ? ରିସର୍ଚ୍ଚରୁ ମିଳିଲା ଏଭଳି ତଥ୍ୟ

ଚିନ୍ମୟୀଙ୍କ ମାଆ ଲବଙ୍ଗ ସାହୁ ପୁଣି ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ଯେ,ଚିନ୍ମୟୀର ଦୃଢ ମନୋବଳ ଥିଲା। ସେ ଆତ୍ମହତ୍ୟା କରିନାହିଁ। ପୋଲିସ ତଦନ୍ତ ଉପରେ ସନ୍ଦେହ ହେଉଛି। କାରଣ ପ୍ରତିମାନଙ୍କ ବାପା ପ୍ରଣବ ଦେ ଗୃହ ବିଭାଗର ଯୁଗ୍ମ ସଚିବ ଅଛନ୍ତି। ସେ ବ୍ୟବଚ୍ଛେଦ କେନ୍ଦ୍ରକୁ ମଧ୍ୟ ଯାଇଥିଲେ। ତେଣୁ ବ୍ୟବଚ୍ଛେଦ ରିପୋର୍ଟରେ ବ୍ୟତିକ୍ରମ ଦେଖାଦେବା ସମ୍ଭାବନା ରହିଛି। ଚିନ୍ମୟୀଙ୍କ ବାପା ଜଣେ ଡାକ୍ତର। ବ୍ୟବଚ୍ଛେଦ ଉପରେ ତାଙ୍କର ଅଭିଜ୍ଞତା ରହିଛି। ମୋ ଝିଅ ବଲାଙ୍ଗୀର ଘରକୁ ଆସିବାକୁ କହିଥିଲା। ହେଲେ ସନ୍ଧ୍ୟା ୬ଟାରେ ତା’ ସହ କ’ଣ ଘଟିଲା ଯେ ସେ ଘରକୁ ଆସିବାକୁ ମନା କରିଦେଇଥିଲା। ମୋ ଝିଅକୁ ଷଡଯନ୍ତ୍ର କରି ହତ୍ୟା କରିଦେଲେ। ଆମ ପରିବାରକୁ ନ୍ୟାୟ ଦରକାର ବୋଲି ସେ କହିଛନ୍ତି। ଅନ୍ୟପଟେ ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇ କହିଛି, ତଦନ୍ତ ଚାଲିଛି। 

ଅଟକ ଥିବା ପୁରୁଷବନ୍ଧୁ ପ୍ରତିମାନଙ୍କୁ ତାଙ୍କ ବାପାଙ୍କ ଜିମା ଦିଆଯାଇଛି। ସବୁ ତଥ୍ୟ ପ୍ରମାଣ ସଂଗ୍ରହ କରିବାକୁ ପୋଲିସ ଟିମ୍‌ ଲାଗିପଡିଛନ୍ତି। ତଦନ୍ତ ସରିବା ପରେ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ପୋଲିସ କହିଛି। ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦୀପକ କୁମାର କହିଛନ୍ତି, ଏହି ଘଟଣାର ତଦନ୍ତ କରାଯାଉଛି। ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ବୁର୍ଲା ଥାନା ପିସି ବ୍ରିଜ ଉପରୁ ଡେଇଁ ନିଖୋଜ ଥିବା ଭିସୁଟ୍‌ ଆଇଟି ବିଭାଗ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ ଅଗ୍ନିଶମ ବିଭାଗ ବୁଧବାର ସକାଳେ ପାୱାର ଚ୍ୟାନେଲ ଭିତରୁ ଉଦ୍ଧାର କରିଥିଲା। ଚିନ୍ମୟୀଙ୍କ ମାଆ ଲବଙ୍ଗଙ୍କ ଅଭିଯୋଗ କ୍ରମେ ପୋଲିସ ଆଇପିସି ଦଫା ୩୦୨, ୨୦୧, ୩୪ରେ ହତ୍ୟା ମାମଲା (ନଂ. ୯୬/୨୩) ରୁଜୁ କରିଛି। ଘଟଣାରେ ପୁରୁଷବନ୍ଧୁ ପ୍ରତିମାନ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା।