Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା! ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ
Advertisement
Article Detail0/zeeodisha/odisha1790352

Weather Update: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା! ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

Weather Update: ରାଜ୍ୟରେ ଜାରି ରହିଛି ବର୍ଷା (Rain)। ମୌସୁମୀର (Monsoon) ଆଗମନ ପରେ କମିଛି ଗରମ ଆଉ ଗୁଳୁଗୁଳି । ଗତକିଛି ଦିନ ହେଲାଣୀ ରାଜ୍ୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିବାରୁ  କୃତ୍ରିମ ବନ୍ୟା(Flood) ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ବଙ୍ଗୋପସାଗରରେ ସକ୍ରିୟ ଅଛି ଲଘୁଚାପ । ଫଳରେ ଆଜି ରାଜ୍ୟରେ ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Weather Update: ରାଜ୍ୟରେ ଜାରି ରହିଛି ବର୍ଷା (Rain)। ମୌସୁମୀର (Monsoon) ଆଗମନ ପରେ କମିଛି ଗରମ ଆଉ ଗୁଳୁଗୁଳି । ଗତକିଛି ଦିନ ହେଲାଣୀ ରାଜ୍ୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିବାରୁ  କୃତ୍ରିମ ବନ୍ୟା(Flood) ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ବଙ୍ଗୋପସାଗରରେ ସକ୍ରିୟ ଅଛି ଲଘୁଚାପ । ଆଗକୁ ଆହୁରି ବର୍ଷିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (imd)। ୨୪ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ୨୬ରୁ ରାଜ୍ୟରେ ଭାରି ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ ।  ଆଜି ପ୍ରବଳ ବର୍ଷା (heavy rain) ନେଇ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି (yellow warning) କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ସେହି ଜିଲ୍ଲା ଗୁଡିକ ହେଲା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, କନ୍ଧମାଳ, ଗଞ୍ଜାମ, ଦେବଗଡ଼ ଓ ବୌଦ୍ଧ । ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ୭ ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ହେବାର ସମ୍ଭାବନା ରହିଛି । 

Also Read: Ganjam News: ଦୋକାନରେ ବସି ଚା'ପିଉଥିଲେ ଦୁଇ ଭାଇ, ଇନୋଭାରେ ଆସି ଉଠାଇ ନେଲେ ଦୁବୃର୍ତ୍ତ, ଆଉ ତା'ପରେ...

Also Read: Mangal Gochar 2023: ସିଂହ ରାଶିରେ ମଙ୍ଗଳଙ୍କ ଚଳନ, ଧନବାନ୍ ହେବେ ଏହି ଚାରି ରାଶି!

 

ଏବେ ଦକ୍ଷିଣ ଓଡ଼ିଶା ପାଖ ଉତ୍ତର ଆନ୍ଧ୍ର ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଆସନ୍ତା ୪ ଦିନ ଯାଏ ଲାଗି ରହିବ ବର୍ଷା । କାଲି ଓ ତାପରଦିନ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ୨୪ରେ ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଫଳରେ ମହାନଦୀ ଓ ଦକ୍ଷିଣ ଓଡ଼ିଶାର ଅନେକ ନଦୀ ଫୁଲିବା ସମ୍ଭାବନା ରହିଛି । ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ହୀରାକୁଦ ଡ୍ୟାମ୍‍ରୁ ଆସନ୍ତା ରବିବାର ଦିନ ସକାଳ ୯ଟାରେ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ଜଳସ୍ତରକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ବନ୍ୟାଜଳ ନିଷ୍କାସନ ଯୋଗୁଁ ମହାନଦୀ ଓ ଶାଖାନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏହି ବାବଦରେ ଜନସାଧାରଣ ସତର୍କ ରହିବା ଲାଗି ମହାନଦୀ ଦେଇ ଯାଇଥିବା ଜିଲ୍ଲାଗୁଡ଼ିକୁ ଡ୍ୟାମ କର୍ତ୍ତୃପକ୍ଷ ଆଗୁଆ ସତର୍କ କରିଛନ୍ତି । ସୂଚନାଯୋଗ୍ୟ, ୧୯୮୦ ମସିହାରେ ହୀରାକୁଦ ଡ୍ୟାମ୍‍ରୁ ସର୍ବାଧିକ ୮୫ଟି ଗେଟ୍‍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା ।

ସେପଟେ, ରାଜ୍ୟରେ ବର୍ଷା ଲାଗି ରହିଥିବାରୁ ମାଲକାନିଗିରେ ବନ୍ୟା ଭଳି ଭ୍ରମ ମଧ୍ୟ ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ଗତକାଲି ମୋଟୁ ସୀମା ନିକଟ ଆନ୍ଧ୍ର-କୋୟାଗିରି ପୋଲ ଉପରେ ୫ ଫୁଟର ପାଣି ଚାଲୁଥିଲା। ଫଳରେ ଉଭୟ ପଟରେ ଜାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଆଗକୁ ବର୍ଷା ସମ୍ଭାବନା ଯୋଗୁଁ ଜଳ ସମ୍ପଦ ବିଭାଗର ଗ୍ରାଉଣ୍ଡରେ ଥିବା ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖିବାକୁ କୁହାଯାଇଛି। ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଛି। କୌଣସି ସ୍ଥାନରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।