Weather Update: ରାଜ୍ୟରେ ଜାରି ରହିଛି ବର୍ଷା । ରବିବାର ସୃଷ୍ଟ ଲଘୁଚାପ କ୍ଷେତ୍ର ସୋମବାର ଦୁର୍ବଳ ହୋଇଛି। ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇ ପଶ୍ଚିମ ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଛତିଶଗଡ଼ ଏବଂ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଆଭ୍ୟଣ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା (rain) ଜାରି ରହିଛି।
Trending Photos
Weather Update: ରାଜ୍ୟରେ ବର୍ତ୍ତମାନ ସକ୍ରିୟ ରହିଛି ମୌସୁମୀ(Monsoon)। ଫଳରେ ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା(rain) । ପାଣିପାଗ ବିଭାଗର (Monsoon)ସୂଚନା ଅନୁଯାୟୀ, ଆଗକୁ ଆସୁଛି ଆଉ ଏକ ବଡ଼ ବର୍ଷା । ଆସନ୍ତା ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ କାଲିଠୁ ପୁଣି ବର୍ଷା (rain) ହେବ । ୨୨ ତାରିଖ ଯାଏ ପ୍ରବଳ ବର୍ଷିବ । ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି
ପ୍ରଭାବରେ ରାଜ୍ୟରେ ୧୯ ରୁ ୨୨ ଯାଏଁ ବିସ୍ତୃତି ବର୍ଷା ତଥା କେତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା
— Meteorological Centre, Bhubaneswar (@mcbbsr) July 18, 2023
ଗତ କାଲିର ଘୁର୍ଣ୍ଣିବଳୟ ଆଜି ମଧ୍ୟ ପଶ୍ଚିମ ଝଡ଼ଖଣ୍ଡ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳରେ ୭.୬ କିମି ଯାଏଁ ବ୍ୟାପିଛି |
ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର କେତକ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ଲାଗିରହିଛି pic.twitter.com/lCdLUm5zdU
— Meteorological Centre, Bhubaneswar (@mcbbsr) July 18, 2023
ଆଜି ପୁରୀ ସମେତ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାକୁ (yellow warning) ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ। ସେହିଭଳି ୧୯ ତାରିଖ ଦିନ ମାଲକାନଗିରି,କୋରାପୁଟ,ନବରଙ୍ଗପୁର,ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୦ ତାରିଖ ଦିନ ରାଜ୍ୟରେ ବର୍ଷାର ପ୍ରଭାବ ବଢ଼ିବ। ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ୨୧ ତାରିଖ ଦିନ ବି ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷିପାରେ ।
Also Read: Odisha Train Accident: ବାଲେଶ୍ୱର ଟ୍ରେନ ଦୁର୍ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀକୁ ଧରିବାରେ ବିଫଳ ହୋଇଛି CBI!
Also Read: Bhadrak News: ଆରଡ଼ି ପୀଠରେ ବୋଲବମ ଭକ୍ତଙ୍କୁ ମାଡ଼ ମାରିଲା ପୋଲିସ
ସୋମବାର ଦିନ ଚାନ୍ଦବାଲିରେ ସବୁଠୁ ଅଧିକ ୫୧.୨ମି.ମି,ବଲାଙ୍ଗୀରରେ ୫୦ମି.ମି ବର୍ଷା ହୋଇଥିବା ବେଳେ ଭୁବନେଶ୍ବର,ଗୋପାଳପୁର,ପୁରୀ, ଅନୁଗୋଳ, ଝାରସୁଗୁଡ଼ା, ତାଳଚେର, ସମ୍ବଲପୁର, ଭବାନୀପାଟଣା, କୋରାପୁଟ, ଟିଟିଲାଗଡ଼, ମାଲକାନଗିରି, ସୁବର୍ଣ୍ଣପୁର, ବୌଦ୍ଧ, ରାୟଗଡ଼ା ଏବଂ ନବରଙ୍ଗପୁର ଆଦି ଅଞ୍ଚଳରେ ବର୍ଷା ହୋଇଛି। ରାଜ୍ୟରେ ଚଳିତ ମୌସୁମୀ ଋତୁରେ ଜୁନ ୧ରୁ ଜୁଲାଇ ୧୭ ସୁଦ୍ଧା ୩୦୭.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୩୮୨.୮ ମି.ମି ତୁଳନାରେ ୨୦% କମ୍ ଅଟେ । ପାଣିପାଗ ବିଶେଷଜ୍ଞ ଶରତଚନ୍ଦ୍ର ସାହୁ କହିଛନ୍ତି,ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ କି ନାହିଁ ତାହା ସ୍ପଷ୍ଟ ଜଣାପଡୁନାହିଁ। କିନ୍ତୁ ଭଲ ବର୍ଷା ହେବ। ଆସନ୍ତା ୨୪ କିମ୍ବା ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ୨୯ ତାରିଖ ପର୍ଯ୍ୟନ୍ତ ଭଲ ବର୍ଷା ହେବ। ଲଘୁଚାପ ଦୁର୍ବଳ ହୋଇଥିଲେ ମଧ୍ୟ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି।