Weather Update: କାଳବୈଶାଖୀ ପ୍ରଭାବରେ ଆଜି ବି ବର୍ଷା! ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
Advertisement

Weather Update: କାଳବୈଶାଖୀ ପ୍ରଭାବରେ ଆଜି ବି ବର୍ଷା! ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

Weather Update: କିଛିଦିନଠାରୁ ପାଗରେ ପରିବର୍ତ୍ତନ ଆସିଥିଲା, ଥଣ୍ତା ପବନ ସହ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ଯ ହୋଇଥିଲା । ଫଳରେ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ତଳେ ରହିଛି । ତେବେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ସୌ(ସୋସିଆଲ ମିଡିଆ)

Weather Update News in odia: ଅସହ୍ୟ ତାତରୁ ଆଶ୍ବସ୍ତି ଦେଇଛି କାଳବୈଶାଖୀ । ଏହା ପ୍ରଭାବରେ ରାଜ୍ୟରେ ଶୁକ୍ରାବାର ଦିନରୁ ବଦଳିଛି ପାଗ । ଅସହ୍ୟ ଗରମରୁ ମୁକ୍ତି ପାଇଛନ୍ତି ରାଜ୍ୟବାସୀ । ଗଲା କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଯୋଗୁଁ କଲବଲ ହେଉଥିଲେ ଲୋକେ । ଅସହ୍ୟ ତାତି (Heat Wave) ସହ ପ୍ରବଳ ଖରାରେ ପଦାକୁ ଗୋଡ଼ କାଢିବା ମୁସ୍କିଲ ହୋଇପଡ଼ିଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ଦିନ ୧୦ଟା ବେଳକୁ ଖାଁ ଖାଁ ହୋଇଯାଉଥିଲା ରାସ୍ତାଘାଟ । ତାପମାତ୍ରାରେ ଅହେତୁକ ବୃଦ୍ଧି ହେତୁ କଲବଲ ହେଉଥିଲେ ଲୋକେ । ତେବେ କିଛି ଦିନଠାରୁ ପାଗରେ ପରିବର୍ତ୍ତନ ଆସିଥିଲା, ଥଣ୍ତା ପବନ ସହ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ଯ ହୋଇଥିଲା । ଫଳରେ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ତଳେ ରହିଛି । ତେବେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ (Bhubaneswar Metrology Department) ପକ୍ଷରୁ ଆକଳନ କରାଯାଇଛି ।

କାଳବୈଶାଖୀ ପ୍ରଭାବରେ ଯୋଗୁଁ ବିଭାଗ ପକ୍ଷରୁ ୧୨ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ (Orange Alert) ଜାରି କରାଯାଇଛି । ଆଜି ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି ।  ଏହି ସମୟରେ ୪୦ରୁ ୫୦ କିମି ବେଗରେ ପବନ ବୋହିପାରେ । ସେପେଟେ ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା, କଳାହାଣ୍ତି, ନୂଆପଡ଼ା, ସୁନ୍ଦରଗଡ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ସୋନପୁର, ବୌଦ୍ଧ, କନ୍ଧମାଳ,  ଦେବଗଡ଼, ରାୟଗଡ଼ା, ଢେଙ୍କାନାଳ, କୋରାପୁଟ, ମାଲକାନଗିରି, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ କଟକ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ୧୩ଟି ଜିଲ୍ଲାକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ (yellow alert) ଜାରି କରାଯାଇଛି । ତେବେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା କମ୍ ରହିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ଆଜି ପାଗ ଆଂଶିକ ମେଘୁଆ ରହିବ । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ମଧ୍ଯ ହୋଇପାରେ । ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୩ ଡ଼ିଗ୍ରୀ ରହିବ ।

ସେପଟେ, ମେ ୨ ପରେ (May 2) ରାଜ୍ୟରେ ତାତି ଅଧିକ ଅନୁଭୁତ(Heat wave) ହେବ । ଏପରିକି ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ଗରମ ହେବ । ଆଇଏମଡିର (imd)ପୂର୍ବାନୁମାନ ଅନୁସାରେ ପୂର୍ବ ଭାରତ ଓ କେନ୍ଦ୍ରୀୟ ପୂର୍ବ ଭାରତରେ ଦିନ ତାପମାତ୍ରା (Temperature) ସ୍ୱାଭାବିକଠାରୁ ଅଧିକ ରହିବ । ଉତ୍ତର ପଶ୍ଚିମ ଭାରତ ଓ ପଶ୍ଚିମ କେନ୍ଦ୍ରୀୟ ଭାରତରେ ଦିନ ତାପମାତ୍ରା(Temperature) ସ୍ୱାଭାବିକ ବା ସ୍ୱାଭାବିକଠାରୁ କମ୍ ରହିବ । ଉତ୍ତର ପଶ୍ଚିମ ଓ ପୂର୍ବ ଭାରତର କିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଉତରପ୍ରଦେଶର ପୂର୍ବଭାଗ, ଉପକୂଳ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ର ଉତର ଭାଗ , ପୂର୍ବ ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଗୁଜରାଟର ଉତ୍ତର ଭାଗରେ ଗ୍ରୀଷ୍ମଲହରୀ ଅନୁଭୂତ ହେବ । ହେଲେ ମେ’ ମାସରେ ବର୍ଷା ପରିମାଣ ସ୍ୱାଭାବିକ ରହିବ ।

ଏହା ମଧ୍ଯ ପଢନ୍ତୁ-JEE Result 2023: ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ, ପ୍ରିୟଙ୍କା ସର ଓଡ଼ିଶା ଟପ୍ପର