Weather Update: ଏହି ଦିନ ବଙ୍ଗୋପସାଗରେ ଲଘୁଚାପ ସମ୍ଭାବନା, ଜୁଲାଇରେ ହେବ ଭଲ ବର୍ଷା!
Advertisement
Article Detail0/zeeodisha/odisha1761457

Weather Update: ଏହି ଦିନ ବଙ୍ଗୋପସାଗରେ ଲଘୁଚାପ ସମ୍ଭାବନା, ଜୁଲାଇରେ ହେବ ଭଲ ବର୍ଷା!

Weather Update: ଏନେଇ ରବିବାର ଦିନ ପାଇଁ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଉଛି । ତେବେ ଆଗକୁ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସୌ(ସୋସିଆଲ ମିଡିଆ)

Weather Update: ବର୍ଷା ଯୋଗୁଁ ତାତିରୁ ଆଶ୍ବସ୍ତି ପାଇଛନ୍ତି ରାଜ୍ୟବାସୀ । ଚଳିତ ବର୍ଷ ମୌସୁମୀ (Monsoon) ଆସିବା ବିଳମ୍ବ ହେବା ଯୋଗୁଁ ଜୁନ୍ ମାସରେ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଆସନ୍ତା ୪ ତାରିଖ ବେଳକୁ ବଙ୍ଗୋପସାଗରେ (Bay of Bengal) ଲଘୁଚାପ (Low pressure) ଓ ୯ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ଯାହା ଫଳରେ ରାଜ୍ୟରେ ବର୍ଷାର (Rain) ପରିମାଣ ବଢିପାରେ ବୋଲି ବିଭାଗ (Bhubaneswar Meteorological Department) ପକ୍ଷରୁ ଆକଳନ କରାଯାଇଛି । ଏନେଇ ରବିବାର ଦିନ ପାଇଁ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow alert) ଜାରି କରାଯାଉଛି । ତେବେ ଆଗକୁ ରାଜ୍ୟରେ ବର୍ଷାର ପରିମାଣ ବଢିବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଏହି ବର୍ଷା ଜୁନ୍ ମାସରେ ହୋଇଥିବା ନିଅଣ୍ଟିଆ ବର୍ଷାର ପରିମାଣ ଭରଣା କରିପାରେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।

 

ସୂଚନାଯୋଗ୍ୟ, ଜୁଲାଇ ମାସରେ ରାଜ୍ୟ ତଥା ଦେଶରେ ସ୍ବାଭାବିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପୂର୍ବାନୁମାନ କରାଯାଇଛି । କେନ୍ଦ୍ରୀୟ ଭାରତର ଅଧିକାଂଶ ସ୍ଥାନ ସହ ସଂଲଗ୍ନ ଅଞ୍ଚଳ, ପୂର୍ବ ଭାରତ ସହ ଉତ୍ତର-ପୂର୍ବ ଓ ଉତ୍ତର- ପଶ୍ଚିମ ଭାରତର କିଛି କିଛି ଅଞ୍ଚଳରେ ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ଏହାସହ ଏଥର ଜୁଲାଇ (July) ମାସରେ ଦେଶ ତଥା ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା (temperature) ସ୍ବାଭାବିକଠାରୁ ଅଧି୍କ ରହିବ । ତେବେ ରାଜ୍ୟର କିଛି କିଛି ଅଞ୍ଚଳରେ ଜୁଲାଇରେ ନିଅଣ୍ଟିଆ ବର୍ଷା ସମ୍ଭାବନା ରହୁଥିବାରୁ ଜୁନ୍ ର ନିଅଣ୍ଟିଆ ସ୍ଥିତି ଜୁଲାଇରେ ଭରଣା ହେବ ବୋଲି କୁହାଯାଇଛି । ତେବେ ଏହି ଖବର ଚାଷୀ କୂଳକୁ ଆଶ୍ବସ୍ତି ଦେଇଛି । ସେପଟେ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଛି । ଆସନ୍ତା ୪ ଦିନ ମଧ୍ଯରେ କାଁ ଭାଁ ସ୍ଥାନରେ ହାଲୁକା ବର୍ଷା ହେବା ନେଇ ସମ୍ଭାବନା ରହିଛି । ଜୁନ୍ ମାସରେ କଳାହାଣ୍ତି, କେନ୍ଦ୍ରାପଡ଼ା, ରାୟଗଡ଼ା, କନ୍ଧମାଳ ଜିଲ୍ଲାରେ ସମୁଦାୟ ବର୍ଷା ୧୦୦ ମି.ମିରୁ କମ୍ ବର୍ଷା ହୋଇଛି । ସେହିପରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଆଦି ଜିଲ୍ଲାରେ ୧୦୦ରୁ ୫୦୦ ମିମି ବର୍ଷା ହୋଇଛି । 

 

ଜୁନ୍ ରେ ମୌସୁମୀ ବର୍ଷା ଯେତିକି ହେବା କଥା ସେତିକି ହୋଇନାହିଁ । ୨୧ ଜିଲ୍ଲାରେ ବର୍ଷା ଅଭାବ ରହିଥିବା ବେଳେ ୯ଟି ଜିଲ୍ଲାରେ ଶୁଖିଲା ପଡ଼ିଛି । ବର୍ଷା ପରିମାଣ ୪୦ ପ୍ରତିଶତରୁ ୭୩ ପ୍ରତିଶତ ନିଅଣ୍ଟିଆ ରହିଛି । ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଚାଷୀକୂଳ । ତେବେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଜୁଲାଇ ମାସରେ ସାରା ଦେଶରେ ଭଳ ବର୍ଷା ହେବ ।

Also Read-Rasagola Dibasa 2023: ଆଜି ରସଗୋଲା ଦିବସ, ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନ ଭଞ୍ଜନ କରିବେ କାଳିଆ ସାଆନ୍ତ

Also Read-Road Accident: ଅଶୁଭ ଶନିବାର! OSRTC ବସ୍ ଦୁର୍ଘଟଣାରେ ୫ ଆହତ, ୩ ଜଣଙ୍କ ଅବସ୍ଥା ଗୁରୁତର

Also Read-Maharashtra Bus Fire: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ