Shocking News: ରାତାରାତି କୋଟିପତି ହୋଇଗଲେ ଦିନ ମଜୁରିଆ, ଜାଣନ୍ତୁ କେମିତି...
Advertisement

Shocking News: ରାତାରାତି କୋଟିପତି ହୋଇଗଲେ ଦିନ ମଜୁରିଆ, ଜାଣନ୍ତୁ କେମିତି...

Shocking News: କୁହାଯାଏ, ଭାଗ୍ୟ କାହାକୁ ବି ରଙ୍କରୁ ରାଜା ଓ ରାଜାକୁ ରଙ୍କ ବନିପାରିବ। ନିକଟରେ ପଶ୍ଚିମବଙ୍ଗର ଏକ ଦିନ ମଜୁରିଆଙ୍କ ସହ ଘଟିଛି ସମାନ ଘଟଣା । ଗୋଟିଏ ରାତିରେ କୋଟି କୋଟି ଟଙ୍କାର ମାଲିକ ବନିଥିଲେ ଏହି ଶ୍ରମିକ ।

 

ସୌ(ସୋସିଆଲ ମିଡିଆ)

Shocking News: ଭାଗ୍ୟ କେତେବେଳେ ଯେ ଯାହା କାହାକୁ କେଉଁ ପରିସ୍ଥିତିରେ ଛିଡ଼ା କରିବ ତାହା କେହି ମଧ୍ଯ କହିପାରିବେ ନାହିଁ । କୁହାଯାଏ, ଯେତେବେଳେ ଭାଗ୍ୟ ଉଦୟ ହୁଏ ସେତେବେଳେ ରଙ୍କ ବି ରାଜା ହୋଇପାରେ ଏହି କଥା ତ ପ୍ରାୟ ସମସ୍ତଙ୍କୁ । ନିକଟରେ ପଶ୍ଚିମବଙ୍ଗର ଏକ ଦିନ ମଜୁରିଆଙ୍କ ସହ ଘଟିଛି ସମାନ ଘଟଣା । ଗୋଟିଏ ରାତିରେ କୋଟି କୋଟି ଟଙ୍କାର ମାଲିକ ବନିଥିଲେ ଏହି ଶ୍ରମିକ । ବଡ଼ ଲୋକ ହେବା ପରେ ଶ୍ରମିକଙ୍କ (Daily wages) ହୋସ ଉଡ଼ିଯାଇଥିଲା । ପୂର୍ବରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୭ ଟଙ୍କା ଥିଲା, କିନ୍ତୁ ପରେ ୧୦୦ କୋଟି (100 core )ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ କ୍ରେଟିଟ୍ ହୋଇଥିଲା । ଶୁଣିବାକୁ ଅଜବ ଗଜବ ଲାଗୁଥିବା ଏହି ଘଟଣାଟି କିନ୍ତୁ ବାସ୍ତବରେ ଘଟିଛି ।  

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର (West Bengal) ଏହି ବ୍ୟକ୍ତିଙ୍କ ନାମ ମହମ୍ମଦ ନାସିରୁଲ୍ଲା ମଣ୍ଡଳ ଅଟେ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ନାସିରୁଲ୍ଲାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୦୦ କୋଟି ଟଙ୍କା ଥିବା ତାଙ୍କୁ ଜଣାନଥିଲା । ଏକଥା ସେ ସେତେବେଳେ ଜାଣିଲେ ଯେଉଁ ସମୟରେ ତାଙ୍କ ନିକଟକୁ ସାଇବର ସେଲ୍ (Cyber cell) ଏକ ନୋଟିସ୍ ପଠାଇଥିଲା । ସାଇବର ସେଲ୍ ନିକଟରୁ ନୋଟିସ୍ ପାଇବା ପରେ ତାଙ୍କ ଆକାଉଣ୍ଟରେ ୧୦୦ କୋଟି ଟଙ୍କା ଥିବା ସେ ଜାଣିବାକୁ ପାଇଥିଲେ । ସୂଚନାନୁସାରେ, ଡେଗାନା ସାଇବର ସେଲ୍ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ହଠାତ୍ ଆସିଥିବା ଟଙ୍କା ସମ୍ପର୍କରେ ଜାଣିବା ପରେ ମହମ୍ମଦ ନାସିରୁଲ୍ଲା ମଣ୍ଡଳଙ୍କୁ ଏନେଇ ପଚରାଉଚରା ପାଇଁ ଡ଼କାଇଥିଲେ । ଏନେଇ ମୁର୍ସିଦାବାଦ ଜିଲ୍ଲା ବାସୁଦେବପୁର ଗ୍ରାମରେ ଦିନ ମଜୁରିଆ ମହମ୍ମଦ ନାସିରୁଲ୍ଲା ମଣ୍ଡଳ କହିଛନ୍ତି ଯେ, ଯେତେବେଳେ ପୋଲିସ ନିକଟରୁ ମୋ ପାଖକୁ ଫୋନ କଲ୍ ଆସି୍ଥିଲା ସେତବେଳେ ମୁଁ ଡ଼ରି ଯାଇଥିଲି । ଏମିତିକି ମୋତେ ନିଦ ହୋଇନଥିଲା । ମୁଁ ଜାଣିପାରୁନଥିଲି ମୋର ଭୁଲ କଣ । ସେ ଆଉ ମଧ୍ଯ କହିଥିଲେ ଯେ, ମୋ ବ୍ୟାଙ୍କ ଆକାଉଣ୍ଟରେ ୧୦୦ କୋଟି (100 core) ଟଙ୍କା ଥିବା ପ୍ରଥମେ ମୁଁ ବିଶ୍ବାସ କରିପାରିନଥିଲି । ପରେ ବାରମ୍ବାର ଖାତା ଯାଞ୍ଚ କରିବା ପରେ ମୋ ଆକାଉଣ୍ଟରେ ଏତେ କୋଟି ଟଙ୍କା ଥିବା ମୁଁ ଜାଣିବାକୁ ପାଇଥିଲି । ସେ ଆଉ ମଧ୍ଯ କହିଛନ୍ତି ଯେ, ତାଙ୍କ ବ୍ୟାଙ୍କ ଆକାଉଣ୍ଟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ (Punjab national bank) ଅଛି। ଏହି ଟଙ୍କା ବିଷୟରେ ଜାଣିବା ପରେ ସେ ଏନେଇ ପଚାଉଚରା କରିବା ଲାଗି ବ୍ୟାଙ୍କ ଶାଖାରେ ପହଞ୍ଚିଥିଲେ । ସେଠାରେ ବ୍ୟାଙ୍କ ଅଧିକାରୀ କହିଥିଲେ ଯେ, ଟଙ୍କା ଆସିବା ପୂର୍ବରୁ ଶ୍ରମିକଙ୍କ ଆକାଉଣ୍ଟରେ ମାତ୍ର ୧୭ ଟଙ୍କା ଥିଲା। ଏନେଇ ବ୍ୟକ୍ତି ଜଣକ କହିଛନ୍ତି ଯେ, ମୁଁ ଯେତେବେଳେ ଗୁଗୁଲ୍ ପେ ଚେକ୍ କରିଥିଲେ, ସେ ସମୟରେ ସାତ ଅଙ୍କ ବିଶିଷ୍ଟ ସଂଖ୍ୟା ଦେଖିବାକୁ ପାଇଥିଲି । ଏହି ଟଙ୍କା ମୋ ଆକାଉଣ୍ଟକୁ କିପରି ଆସିଲା ମୁଁ କହିପାରିବିନାହିଁ। ମୁଁ ଦିନ ମଜୁରିଆ ଭାବେ କାମ କରେ ।  ଏନେଇ ପୋଲିସ ମୋତେ ମାଡ଼ ମାରିବା ସହ ଗିରଫ କରି କୋର୍ଟ ଚାଲାଣ କରିବା ନେଇ ଭୟ ରହିଛି । ଏଥିଲାଗି ମୋ ପରିବାର ଲୋକେ ମଧ୍ଯ ଚିନ୍ତିତ ଅଛନ୍ତି  ।

ପ୍ରକାଶ ଥାଉ କି, ନାସିରୁଲ୍ଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି । ବ୍ୟାଙ୍କ ଅଧିକାରୀମାନେ କହିଛନ୍ତି ଯେ, ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଚାନକ କ୍ରେଡ଼ିଟ୍ ହୋଇଥିବା ଟଙ୍କା ନେଇ ପୋଲିସ ନିକଟରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଏନେଇ ଖୋଲତାଡ଼ ଜାରି ରଖିଛି ।

Also Read-Jodhpur Famous Temple: ଏପରି ଏକ ମନ୍ଦିର, ଯେଉଁଠାରେ ପୂରଣ ହୋଇଥାଏ ପ୍ରେମୀଯୁଗଳ ସମସ୍ତ ମନୋକାମନା