Cheetah: ସିଂହ-ଚିତା-କଲରାପତରିଆ-ତେନ୍ଦୁଆ ବାଘ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ? ଜାଣନ୍ତୁ ଏହି ରିପୋର୍ଟରୁ
Advertisement

Cheetah: ସିଂହ-ଚିତା-କଲରାପତରିଆ-ତେନ୍ଦୁଆ ବାଘ ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ? ଜାଣନ୍ତୁ ଏହି ରିପୋର୍ଟରୁ

Cheetah: ନିକଟରେ ନାମ୍ବିଆରୁ ୮ଟି ଚିତା ବାଘ ଆଣିଛି ଭାରତ । ୮ଟି ଚିତା ମଧ୍ୟରେ ଅଛନ୍ତି ୩ଟି ବାଘ ଓ ୫ଟି ବାଘୁଣୀ । ଚିତା ବାଘଙ୍କ ବୟସ ୨ରୁ ୫ ବର୍ଷ ବୟସ ହୋଇଥିବା ବେଳେ ବାଘୁଣୀଙ୍କ ବୟସ ସାଢେ ୪ ବର୍ଷରୁ ସାଢେ ୫ ବର୍ଷ ଭିତରେ ରହିଛି । ତେବେ ଏହି ଚିତା ଗୁଡିକୁ ଦେଖିବାକୁ ପୁରା ଦେଶବାସୀଙ୍କ ଉତ୍ସାହ ବଢି ଯାଇଛି ।

ସୌଜନ୍ୟ- ସୋସିଆଲ ମିଡିଆ

Cheetah: ନିକଟରେ ନାମ୍ବିଆରୁ ୮ଟି ଚିତା ବାଘ ଆଣିଛି ଭାରତ ।  ୮ଟି ଚିତା ମଧ୍ୟରେ ଅଛନ୍ତି ୩ଟି ବାଘ ଓ ୫ଟି ବାଘୁଣୀ । ଚିତା ବାଘଙ୍କ ବୟସ ୨ରୁ ୫ ବର୍ଷ ବୟସ ହୋଇଥିବା ବେଳେ ବାଘୁଣୀଙ୍କ ବୟସ ସାଢେ ୪ ବର୍ଷରୁ ସାଢେ ୫ ବର୍ଷ ଭିତରେ ରହିଛି । ତେବେ ଏହି ଚିତା ଗୁଡିକୁ ଦେଖିବାକୁ ପୁରା ଦେଶବାସୀଙ୍କ ଉତ୍ସାହ ବଢି ଯାଇଛି । 

ଆମ ଦେଶ ଭାରତରେ ଜଙ୍ଗଲର ରାଜା ହେଉଛି ସିଂହ। କିନ୍ତୁ ଅଧିକାଂଶ ଜଙ୍ଗଲରେ ଚିତାଙ୍କ ସଂଖ୍ୟା କମିବାରେ ଲାଗିଛି ବୋଲି କୁହାଯାଉଛି । ଶେଷ ଥର ପାଇଁ ୧୯୪୭ ମସିହାରେ ଭାରତରେ ଏକ ଚିତା ଦେଖାଦେଇଥିଲା ।  ଏହା ପରେ ଭାରତ ସରକାର ୧୯୫୨ ମସିହାରେ ଭାରତରେ ଚିତା ବିଲୁପ୍ତ ଘୋଷଣା କରିଥିଲେ, କିନ୍ତୁ ବର୍ତ୍ତମାନ ଦୀର୍ଘ ସମୟ ପରେ ଭାରତରେ ସିଂହ, ବାଘ, ଚିତା ଏବଂ ଚିତାବାଘଙ୍କୁ କିଛି ପରିମାଣରେ ଦେଖିବାକୁ ମିଳୁଛି । ଏହି ଚାରୋଟି ପ୍ରାଣୀ ବହୁତ ଶକ୍ତିଶାଳୀ, କିନ୍ତୁ ଏହି ଚାରିଟି ମଧ୍ୟରେ ପାର୍ଥକ୍ୟ କ’ଣ ରହିଛି । ଆମେ ଆପଣଙ୍କୁ ଏହି ରିପୋର୍ଟରେ କହିବୁ।

ସର୍ବପ୍ରଥମେ ଜଙ୍ଗଲର ରାଜା,ସିଂହ ବିଷୟରେ କହିବୁ। ଏହି ଚାରି ପ୍ରାଣୀ ମଧ୍ୟରେ ସିଂହକୁ ଚିହ୍ନିବା ଅତି ସହଜ । ସିଂହର ବେକ ଏବଂ ମୁହଁରେ ବହୁତ କେଶ ଥାଏ । ସିଂହମାନେ ଅଳସୁଆ ପ୍ରକୃତିର ହୋଇଥାନ୍ତି। ସେମାନଙ୍କର ଲମ୍ବ ପ୍ରାୟ ୭ ଫୁଟ ଥାଏ । ସିଂହମାନଙ୍କୁ ବଡ ବଲେଇ ବୋଲି ଆଖ୍ୟା ଦିଆଯାଇଛି । ଯିଏ ସବୁବେଳେ ଶିକାର କରି ଏକାକୀ ଖାଇଥାନ୍ତି । 

ବାଘ : ବିରାଡି ପ୍ରଜାତିର ସର୍ବବୃହତ ଜୀବପ୍ରଜାତି । ଏହାର ଈଷତ୍ ହଳଦିଆ ବା କମଳା ରଙ୍ଗର ଚମଡ଼ାରେ କଳା ରଙ୍ଗର ପଟା ପଟା ଦାଗ ଥାଏ ଓ ପେଟଟି ଧଳା ରଙ୍ଗର ହୋଇଥାଏ । ବାଘକୁ ଚିହ୍ନିବା ବହୁତ ସହଜ। ବାଘମାନେ ଲମ୍ବା ଏବଂ ସିଂହ ଅପେକ୍ଷା ସାଧାରଣତଃ ଭାରୀ ହୋଇଥାନ୍ତି । ବାଘମାନଙ୍କର ଗୋଡ ଗୁଡିକ ଅଧିକ ଶକ୍ତିଶାଳୀ ହୋଇଥାଏ । ସିଂହ ଅପେକ୍ଷା ଅଧିକ ସକ୍ରିୟ ଏବଂ ଚତୁର ହୋଇଥାନ୍ତି। ସେମାନେ ପ୍ରାୟତଃ  ଏକାକୀ ଶିକାର କରିବାକୁ ପସନ୍ଦ କରନ୍ତି। ବାଘମାନେ ମଧ୍ୟ  ପହଁରି ପାରନ୍ତି । ଦକ୍ଷିଣ ପୂର୍ବ ଏସିଆ, ଚୀନ୍ ଏବଂ ଭାରତରେ ବାଘମାନଙ୍କୁ ଅଧିକ ଦେଖିବାକୁ ମିଳେ।

Also Read: Weird Funeral Tradition: ଅନ୍ତିମ ସଂସ୍କାରର ପାଉଁଶ ବି ଛାଡ଼ନ୍ତିନି, ସୁପ୍ ତିଆରି କରି ପିଅନ୍ତି ଏଠାକାର ଲୋକ!

ଚିତା: ଚିତା ବିଷୟରେ ଆମେ ସମସ୍ତେ ଜାଣୁ ଯେ, ଏହା ଦୁନିଆର ଦ୍ରୁତତମ ଚାଲୁଥିବା ପଶୁ ଅଟେ । ଗତି ଦୃଷ୍ଟିରୁ,ସେମାନେ କିଛି ସେକେଣ୍ଡରେ ଘଣ୍ଟା ପ୍ରତି ୭୨ ମାଇଲ୍ ବେଗରେ ପହଞ୍ଚିପାରନ୍ତି, କିନ୍ତୁ ସେମାନେ ଅଧିକ ସମୟ ଚାଲିପାରିବେ ନାହିଁ।  ସିଂହ ଏବଂ ବାଘ ତୁଳନାରେ ଚିତା ବହୁତ ପତଳା ହୋଇଥାଏ । ସେମାନଙ୍କର ମୁଣ୍ଡ ମଧ୍ୟ ବହୁତ ଛୋଟ ଥାଏ।  ଏହା ବ୍ୟତୀତ ସେମାନଙ୍କର ଅଣ୍ଟା ପତଳା ହୋଇଥାଏ। ସେମାନଙ୍କ ଶରୀରରେ କଳା ଦାଗ ଥାଏ । ଚିତାଙ୍କ ଆଖି ମୁହଁର ଅଧିକ ଭିତରକୁ ପଶି ଯାଇଥାଏ । ଯେତେବେଳେ ଜଙ୍ଗଲରେ ସିଂହମାନେ ନ ଥାନ୍ତି  ବା ଶୋଇଥାନ୍ତି ,ସେହି ସମୟରେ ସାଧାରଣତଃ ଦିନରେ ଚିତା ଶିକାର କରେ । 

ଚିତାବାଘ: ଚିତାବାଘ ଭାରତର ଅନେକ ଅଞ୍ଚଳରେ ଦେଖିବାକୁ ମିଳେ। ଚିତାବାଘ ଗୋରୁ ଶିକାର କରୁଥିବା ଖବର ମଧ୍ୟ ରହିଛି। ସେମାନେ ଚିତା ପରି କିଛି ଦେଖାଯାଉଛନ୍ତି, କିନ୍ତୁ ଦୁଇ ପ୍ରାଣୀ ମଧ୍ୟରେ ଅନେକ ପାର୍ଥକ୍ୟ ଅଛି । ଚିତାଙ୍କ ଶରୀରରେ ଗୋଲାକାର ଦାଗ ଥିବାବେଳେ ଚିତାବାଘର ଶରୀରରେ ରୋଜେଟ୍ ଷ୍ଟାଇଲର ଦାଗ(rosette-style marking) ଥାଏ । ଚିତାବାଘ ଚିତାଠାରୁ ବଡ ଏବଂ ଅଧିକ ମାଂସପେଶୀ ମଧ୍ୟ ଅଧିକ ବଡ ଥାଏ । ହରିଣ ପରି ପଶୁ ଶିକାର କରିବା ପରେ, ଏହାକୁ ଗଛରେ ଉଠାଇବାର ଶକ୍ତି ଚିତାବାଘ ଠାରେ ରହିଛି । ଚିତା ତୁଳନାରେ,ଚିତାବାଘର ମୁଣ୍ଡ ବଡ଼ ଏବଂ ଲମ୍ବା ଅଟେ । ଚିତାବାଘ ଅଧିକ ଶଦ୍ଧ ଓ ଗର୍ଜନ କରେ।