Sahara India Money Refund: ଆପଣଙ୍କୁ କେବେ ମିଳିବ ସାହାରା ଟଙ୍କା? ତୁରନ୍ତ କରନ୍ତୁ ଯାଞ୍ଚ
Advertisement
Article Detail0/zeeodisha/odisha2388739

Sahara India Money Refund: ଆପଣଙ୍କୁ କେବେ ମିଳିବ ସାହାରା ଟଙ୍କା? ତୁରନ୍ତ କରନ୍ତୁ ଯାଞ୍ଚ

Sahara India Money Refund: ସାହାରା କମ୍ପାନୀ ଦ୍ୱାରା ଖୁବ୍ ଶୀଘ୍ର ଟଙ୍କା ଫେରସ୍ତ ହେବ । ଯଦି ଆପଣଙ୍କର ଟଙ୍କା ସାହାରା ଇଣ୍ଡିଆ କମ୍ପାନୀରେ ଅଟକି ରହିଛି ତେବେ ଆପଣଙ୍କୁ ଏହାକୁ ଫେରାଇ ଆଣିବା ନେଇ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଏହା ଖୁବ୍ ଶୀଘ୍ର ଆପଣଙ୍କ ନିକଟକୁ ଫେରିଆସି ପାରେ । ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ନିବେଶକଙ୍କ ଟଙ୍କା ଯଥାଶୀଘ୍ର ଫେରସ୍ତ କରିବାକୁ ସରକାରଙ୍କ ପକ୍ଷରୁ ଲଗାତାର ଉଦ୍ୟମ କରାଯାଉଛି 

Sahara India Money Refund: ଆପଣଙ୍କୁ କେବେ ମିଳିବ ସାହାରା ଟଙ୍କା? ତୁରନ୍ତ କରନ୍ତୁ ଯାଞ୍ଚ

Sahara India Money Refund: ସାହାରା ଇଣ୍ଡିଆ ହେଉଛି ଏପରି ଏକ କମ୍ପାନୀ ଯେଉଁଥିରେ ଦେଶର ଅନେକ ନିବେଶକଙ୍କ ଝାଳବୁହା ଟଙ୍କା ଅଟକି ରହିଛି । ଏହି ଅଟକି ରହିଥିବା ଟଙ୍କା ମନ୍ଥର ଗତିରେ ଗ୍ରାହକଙ୍କୁ ଫେରସ୍ତ କରାଯାଉଛି । କମ୍ପାନୀ କହିଛି ଯେ, ଧୀରେ ଧୀରେ ସମସ୍ତ ନିବେଶକଙ୍କ ଟଙ୍କା ଫେରସ୍ତ କରାଯାଉଛି । କିନ୍ତୁ ନିବେଶକମାନଙ୍କୁ କିଛି ଦିନ ପାଇଁ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ପଡିବ ।

ସାହାରା କମ୍ପାନୀ ଦ୍ୱାରା ଖୁବ୍ ଶୀଘ୍ର ଟଙ୍କା ଫେରସ୍ତ ହେବ । ଯଦି ଆପଣଙ୍କର ଟଙ୍କା ସାହାରା ଇଣ୍ଡିଆ କମ୍ପାନୀରେ ଅଟକି ରହିଛି ତେବେ ଆପଣଙ୍କୁ ଏହାକୁ ଫେରାଇ ଆଣିବା ନେଇ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଏହା ଖୁବ୍ ଶୀଘ୍ର ଆପଣଙ୍କ ନିକଟକୁ ଫେରିଆସି ପାରେ । ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ନିବେଶକଙ୍କ ଟଙ୍କା ଯଥାଶୀଘ୍ର ଫେରସ୍ତ କରିବାକୁ ସରକାରଙ୍କ ପକ୍ଷରୁ ଲଗାତାର ଉଦ୍ୟମ କରାଯାଉଛି ।

ନିବେଶକଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ସାହାରା ଇଣ୍ଡିଆ କମ୍ପାନୀ ଦ୍ୱାରା ତ୍ୱରାନ୍ୱିତ ହୋଇଛି । ଅର୍ଥାତ୍ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଟଙ୍କା ନିବେଶକଙ୍କୁ ଫେରସ୍ତ କରାଯାଉଛି । ଏହିପରି ସୂଚନା ମଧ୍ୟ ସାମ୍ନାକୁ ଆସୁଛି ଯେ, ବର୍ତ୍ତମାନ ନିବେଶକମାନଙ୍କୁ ଆଶାଠାରୁ ଅଧିକ ଟଙ୍କା ଫେରସ୍ତ କରାଯିବ । ସମସ୍ତ ନିବେଶକ ଜାଣିଥିବେ ଯେ, ଦୀର୍ଘ ସମୟ ଧରି ସାହାରା କମ୍ପାନୀ ଦ୍ୱାରା ନିବେଶକଙ୍କୁ କେବଳ ମାତ୍ର ୧୦ ହଜାର ଟଙ୍କା ଫେରସ୍ତ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହା ହେବ ନାହିଁ ବରଂ ଫେରସ୍ତ ଟଙ୍କାର ପରିମାଣ ସାହାରା ଇଣ୍ଡିଆ ଦ୍ୱାରା ବୃଦ୍ଧି କରାହେବ । ତେବେ ପ୍ରାୟ ୨୦ ହଜାର ଟଙ୍କା ଅର୍ଥାତ ଦ୍ୱିଗୁଣିତ ଟଙ୍କା ନିବେଶକଙ୍କୁ ଫେରସ୍ତ କରାଯିବ ବୋଲି ସୂଚନା ମିଳିଛି ।

ସାହାରା ଇଣ୍ଡିଆ ଅଧୀନରେ, କେବଳ ସେହି ନିବେଶକମାନଙ୍କୁ ଟଙ୍କା ଫେରସ୍ତ କରାଯାଉଛି, ଯେଉଁମାନେ ସାହାରା ଇଣ୍ଡିଆ ଅଧୀନରେ ନିଜର ଟଙ୍କା ବିନିଯୋଗ କରିଥିଲେ ଏବଂ ସେମାନେ ସାହାରା ଇଣ୍ଡିଆ ରିଫଣ୍ଡ ପୋର୍ଟାଲରେ ସଠିକ ଭାବେ ପଞ୍ଚିକରଣ କରିଥିଲେ । ଆପଣ ସମସ୍ତେ ଭଲ ଭାବରେ ଜାଣିଛନ୍ତି ଯେ, ସାହାରା ଇଣ୍ଡିଆରେ ଅନେକ ନିବେଶକ ନିଜର ଟଙ୍କା ହରାଇଛନ୍ତି ଏବଂ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ, ସେମାନଙ୍କର ଟଙ୍କା କେବେ ଫେରସ୍ତ କରାଯିବ । ଆପଣଙ୍କ ଜାଣିବା ପାଇଁ ଆମେ ଆପଣଙ୍କୁ କହିରଖୁଛୁ ଯେ, ବର୍ତ୍ତମାନ କମ୍ପାନୀର ଆର୍ଥିକ ସ୍ଥିତି ଏତେ ସୁଦୃଢ ନୁହେଁ ଯେ, ଏହା ସମସ୍ତ ନିବେଶକଙ୍କ ସମୁଦାୟ ଟଙ୍କାକୁ ଥରକରେ ଫେରସ୍ତ କରାଯାଇପାରିବ । ତେଣୁ ଟଙ୍କା ଫେରସ୍ତ ପାଇଁ କିଛି ସମୟ ଲାଗିବ ବୋଲି କୁହାଯାଉଛି ।

ଟଙ୍କା ଫେରସ୍ତ ପାଇଁ, ସର୍ବପ୍ରଥମେ ଆପଣ ପଞ୍ଜୀକରଣ କରିବା ଆବଶ୍ୟକ । ଯଦି ଆପଣଙ୍କର ପଞ୍ଜୀକରଣ ସଠିକ ଭାବେ ଶେଷ ନହୁଏ ତେବେ ଆପଣ ସାହାରା ଟଙ୍କା ଫେରି ପାଇବାରୁ ବଞ୍ଚିତ ହେବେ । ଯଦି ଆପଣ ସଠିକ ଭାବେ ପଞ୍ଚିକରଣ କରନ୍ତି ଏବଂ ଆପଣ ଯୋଗ୍ୟ ବିବେଚିତ ହୁଅନ୍ତି ତେବେ ଆପଣଙ୍କ ଦ୍ୱାରା ବିନିଯୋଗ ହୋଇଥିବା ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ୪୫ରୁ ୫୦ ଦିନ ମଧ୍ୟରେ ଉପଲବ୍ଧ ହେବ । କିସ୍ତି ଆକାରରେ ଆପଣଙ୍କୁ ଆପଣଙ୍କ ଟଙ୍କା ଫେରସ୍ତ କରାଯିବ ।

ଯଦି ଆପଣ ଫେରସ୍ତ ତାଲିକା ଯାଞ୍ଚ କରିବାକୁ ଚାହୁଁଛନ୍ତି ତେବେ, ଆପଣଙ୍କୁ ପ୍ରଥମେ https://mocrefund.crcs.gov.in/ ଭିଜିଟ୍ କରିବାକୁ ପଡିବ । ଏହାର ମେନ୍ ପେଜରେ ଆପଣ ସାହାରା ଫେରସ୍ତ ତାଲିକା ସହ ଜଡିତ ଏକ ଲିଙ୍କ୍ ପାଇବେ । ଏହା ପରେ ଆପଣଙ୍କୁ ସଂପୃକ୍ତ ଲିଙ୍କରେ କ୍ଲିକ୍ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ସାହାରା ଇଣ୍ଡିଆ ନୂଆ ଫେରସ୍ତ ତାଲିକାର ବିକଳ୍ପ ଉପରେ କ୍ଲିକ୍ କରିବେ । ତାପରେ ଆପଣଙ୍କ ସାମ୍ନାରେ ଏକ ନୂଆ ପେଜ୍ ଖୋଲିବ ଯେଉଁଥିରେ ଆପଣ ନିଜ ପଞ୍ଜୀକରଣ ନମ୍ବର ପ୍ରବେଶ କରିପାରିବେ ଏବଂ ପାସୱାର୍ଡ ମଧ୍ୟ ଦେଇପାରିବେ । ଏହା ପରେ ଆପଣ ଦାଖଲ ବଟନ୍ ଉପରେ କ୍ଲିକ୍ କରିବେ । ଏହାପରେ ସାହାରା ଇଣ୍ଡିଆ ରିଫଣ୍ଡ ତାଲିକା ଆପଣ ଦେଖିପାରିବେ । ଏଥିସହ ତାଲିକାରେ ନିଜ ନାମ ଯାଞ୍ଚ କରିପାରିବେ । ଯଦି ଉକ୍ତ ତାଲିକାରେ ଆପଣଙ୍କ ନାମ ଥାଏ ତେବେ ନିଶ୍ଚିତ ଭାବେ ଆପଣ ନିଜ ଟଙ୍କା ଫେରିପାଇବେ ।

ବିଦ୍ର- ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଇପାରିବେ ।

Also Read- ବଜ୍ରପାତ ସାଜିଲା କାଳ, ୩ ଚାଷୀଙ୍କ ଗଲା ଜୀବନ

Also Read- Cheapest Recharge Plan: ଗୋଟିଏ ରିଚାର୍ଜରେ ଚାଲିବ ୪ଟି ମୋବାଇଲ୍, ଜାଣନ୍ତୁ କ'ଣ ଏହି ପ୍ଲାନ