ବଜ୍ରପାତ ସାଜିଲା କାଳ, ୩ ଚାଷୀଙ୍କ ଗଲା ଜୀବନ
Advertisement
Article Detail0/zeeodisha/odisha2388658

ବଜ୍ରପାତ ସାଜିଲା କାଳ, ୩ ଚାଷୀଙ୍କ ଗଲା ଜୀବନ

 ମୟୂରଭଞ୍ଜ ସିଙ୍ଗାରାପୁରା ଗାଁରେ ଦମ୍ପତି ପ୍ରାଣ ହରାଇଥିବା ସମୟରେ ଭଦ୍ରକ ଆଗରପଡ଼ାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ବଜ୍ରପାତ ସାଜିଲା କାଳ, ୩ ଚାଷୀଙ୍କ ଗଲା ଜୀବନ

Lightning Strike: ବଜ୍ରପାତ ହେଲା କାଳ କ୍ଷେତରେ ଟଳି ପଡିଲେ ଚାଷୀ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହୋଇଥିବା ସମୟରେ ବଜ୍ରପାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି ।  ମୟୂରଭଞ୍ଜ ସିଙ୍ଗାରାପୁରା ଗାଁରେ ଦମ୍ପତି ପ୍ରାଣ ହରାଇଥିବା ସମୟରେ ଭଦ୍ରକ ଆଗରପଡ଼ାରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଖବର ମୁତାବକ, ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ସିଙ୍ଗାରାପୁରା ଗାଁର ବାସିନ୍ଦା ଲକ୍ଷ୍ମଣ ମୁର୍ମୁ ନିଜ ପତ୍ନୀ ସାକର ମୁର୍ମୁଙ୍କ ସହ ବିଲରେ ଧାନ ରୁଆ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଫଳରେ ବିଲରେ ଟଳି ପଡିଥିଲେ ଦମ୍ପତ୍ତି । ନିକଟ ବିଲରେ ଚାଷ କରୁଥିବା ଚାଷୀମାନେ ଏହା ଦେଖି ଧାଇଁ ଆସିଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା । ସେମାନଙ୍କୁ ତୁରନ୍ତ ବିଲରୁ ଉଦ୍ଧାର କରି ବେତନଟୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ଦମ୍ପତ୍ତିଙ୍କୁ ମୃତ ଘୋଷଣା କରିଥିଲେ ।

ସେହିପରି, ଭଦ୍ରକ ଜିଲ୍ଲା ଆଗରପଡ଼ା ଅନ୍ତର୍ଗତ ସାହୁପଡ଼ା ଗାଁରେ ଜଣେ ବ୍ୟକ୍ତି ବଜ୍ରପାତର ଶିକାର ହୋଇ ମୃତ୍ୟୁବରଣ କରିବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ଚକ୍ରଧର ଦାସ ବୋଲି ଜଣାପଡିଛି । ସାହୁପଡ଼ା କେନାଲ ବ୍ରିଜ୍‌ ନିକଟରେ ଚାଷ କାର୍ଯ୍ୟ କରୁଥିବା ସମୟରେ ବଜ୍ରପାତ ହୋଇଥିଲା ଫଳରେ ସେଠାରେ ହିଁ ସେ ଟଳିପଡିଥିଲେ । ସେହି ସମୟରେ ପାଖ ବିଲରେ ଅମର ସେଠୀ ନାମକ ଜଣେ ବ୍ୟକ୍ତି ବଜ୍ରପାତର ଶିକାର ହୋଇଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣାପଡିଛି । ଆଗରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତବ୍ୟକ୍ତିଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

Also Read- Cheapest Recharge Plan: ଗୋଟିଏ ରିଚାର୍ଜରେ ଚାଲିବ ୪ଟି ମୋବାଇଲ୍, ଜାଣନ୍ତୁ କ'ଣ ଏହି ପ୍ଲାନ

Also Read- Guru Gochar 2024: ଶ୍ରାବଣ ମାସ ସରିବା ମାତ୍ରେ ବଦଳିଯିବ ୫ଟି ରାଶିର ଭାଗ୍ୟ