Bihar Liqour Ban: ଶେଷ ହୋଇପାରେ ମଦ ଉପରେ ଜାରି ହୋଇଥିବା ନିଷେଧାଦେଶ! ନିଷେଧ ଆଇନରେ ପରିବର୍ତ୍ତନକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
Advertisement

Bihar Liqour Ban: ଶେଷ ହୋଇପାରେ ମଦ ଉପରେ ଜାରି ହୋଇଥିବା ନିଷେଧାଦେଶ! ନିଷେଧ ଆଇନରେ ପରିବର୍ତ୍ତନକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

Liquor Ban in Bihar: ରାଜ୍ୟରେ ମଦ ଉପରେ ଜାରି ହୋଇଥିବା ନିଷେଧାଦେଶ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ବିହାର ସରକାର। ଏ ସମ୍ପର୍କରେ ଜଣାଇଛନ୍ତି ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ।

Bihar Liqour Ban: ଶେଷ ହୋଇପାରେ ମଦ ଉପରେ ଜାରି ହୋଇଥିବା ନିଷେଧାଦେଶ! ନିଷେଧ ଆଇନରେ ପରିବର୍ତ୍ତନକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

Bihar Cabinet Approves Change in Liquor Prohibition Law: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍ ୨୦୨୨ ବିହାର ମଦ୍ୟ ନିଷେଧ ଏବଂ ଉତ୍ପାଦ (ସଂଶୋଧନ) ଅଧିନିୟମରେ ସଂଶୋଧନକୁ ଅନୁମୋଦନ କରିଛି। ଏହା ଅଧୀନରେ ସମ୍ପୃକ୍ତ କର୍ତ୍ତୃପକ୍ଷ ନ୍ୟାୟିକ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ ପରେ ସେମାନଙ୍କ ବୀମା ମୂଲ୍ୟର ୧୦ ପ୍ରତିଶତ କିମ୍ବା ୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରିବା ପରେ ରାଜ୍ୟରେ ମଦ୍ୟ ନିଷେଧାଦେଶ ଉଲ୍ଲଂଘନ କରିବା ଅଭିଯୋଗରେ ଜବତ ହୋଇଥିବା ଗାଡି ମୁକ୍ତ କରିପାରିବେ।

ଖୁବ ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି  
ସଂଶୋଧିତ ଧାରାକୁ ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ପକ୍ଷରୁ ସୂଚିତ କରାଯିବ। ଅଦ୍ୟାବଧି ଜବତ ଗାଡିର ମାଲିକଙ୍କୁ କୋର୍ଟ ଅନୁମତି ପରେ ଗାଡି ମୁକ୍ତ କରିବାକୁ ବୀମା ମୂଲ୍ୟର ୫୦ ପ୍ରତିଶତ ଦେବାକୁ ପଡିବ। ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଏହି ପ୍ରସ୍ତାବକୁ ମଦ୍ୟ ନିଷେଧ, ଅବକାରୀ ଏବଂ ପଞ୍ଜୀକରଣ ବିଭାଗ (ଅବକାରୀ) ଦ୍ୱାରା  କ୍ୟାବିନେଟ୍ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା।

କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନେଲେ ସରକାର
କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ (କ୍ୟାବିନେଟ୍ ସଚିବାଳୟ) ଏସ୍ ସିଦ୍ଧାର୍ଥ କହିଛନ୍ତି ଯେ କେତେକ କ୍ଷେତ୍ରରେ ମାଲିକ ନୂତନ ଜବତ ହୋଇଥିବା ଗାଡିର ବୀମା ମୂଲ୍ୟର ୫୦ ପ୍ରତିଶତ ପୈଠ କରିବାରେ ଅସମର୍ଥ ବୋଲି ଜଣାପଡିଛି। ଅଧିକନ୍ତୁ କେତେକ କ୍ଷେତ୍ରରେ ଏହା ମଧ୍ୟ ହୃଦୟଙ୍ଗମ ହୋଇଛି ଯେ ଯାନବାହନ ମାଲିକ ନିଷେଧାଦେଶ ଉଲ୍ଲଂଘନ ସହିତ ଜଡିତ ନୁହଁନ୍ତି। ସେଥିପାଇଁ ସରକାର ବିହାର ୨୦୨୨ ମଦ୍ୟ ନିଷେଧ ଏବଂ ଉତ୍ପାଦ ଶୁଳ୍କ (ସଂଶୋଧନ) ଅଧିନିୟମର ଏକ ସ୍ୱତନ୍ତ୍ର ବ୍ୟବସ୍ଥାରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଅଧୀନରେ ବର୍ତ୍ତମାନ ଗାଡି ମାଲିକ ଜବତ ହୋଇଥିବା ଯାନ ପାଇଁ ବୀମା ମୂଲ୍ୟର ୧୦ ପ୍ରତିଶତ କିମ୍ବା ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ସକ୍ଷମ ହେବେ। ମୁଖ୍ୟ ଶାସନ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସକ୍ଷମ ଅଦାଲତର ଉପଯୁକ୍ତ ଅନୁମତି ପରେ ଯାଇ ଗାଡି ମୁକ୍ତ କରାଯାଇପାରିବ। ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲପାଳଙ୍କ ଆଗରେ ଏକ ଆବେଦନ କରିବାକୁ ହେବ।

Also Read: Bihar: ମଦ ମୃତ୍ୟୁ ଘଟଣାରେ କ୍ଷତିପୂରଣ ଦେବେ ବିହାର ସରକାର, ହେଲେ କରିବାକୁ ଏହି କାମ

ଗତ ବର୍ଷ ରାଜ୍ୟରେ ହୋଇଥିବା ବିଷାକ୍ତ ମଦ ମୃତ୍ୟୁ ମାମଲାରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ ବିହାର ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ ଯେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ମଦ୍ୟପାନ କାରଣରୁ ହୁଏ, ତାହେଲେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ରାଜ୍ୟ ସରକାର। ଗତ ୨୦୧୬ ବର୍ଷରେ ରାଜ୍ୟରେ ମଦ ଉପରେ ନିଷେଧାଦେଶ ଜାରି କରିଥିଲେ ବିହାର ସରକାର। ବିହାର ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେରେ କହିଛନ୍ତି ଯେ, ଗତ ୨୦୧୬ ବର୍ଷରୁ ଚଳିତ ବର୍ଷ ପର୍ଯ୍ୟନ୍ତ ମଦପ୍ୟାନ କାରଣରୁ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। 

ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କାର କ୍ଷତିପୂରଣ 
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, ବିଷାକ୍ତ ମଦ୍ୟ ପାନ କରି ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ସିଧାସଳଖ କହିଛନ୍ତି ଯେ ମଦ୍ୟପାନ କରିବା ପରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ସାମ୍ନାକୁ ଆସି ଏହି ଘଟଣା ସମ୍ପର୍କରେ ଜଣାଇବା ଆବଶ୍ୟକ। ସେତେବେଳେ ବିହାର ମୁଖ୍ୟମନ୍ତ୍ରୀ କହିଥିଲେ ଲୋକେ କେଉଁଠାରୁ ବିଷାକ୍ତ ମଦ କିଣୁଛନ୍ତି ଯଦି ତାହା କହିଦିଅନ୍ତି, ତାହେଲେ ରାଜ୍ୟ ସରକାର ସେମାନଙ୍କୁ ସାହାଯ୍ୟ ସହଯୋଗ ପ୍ରଦାନ କରିବେ।