ପେଟ୍ରୋଲ, ଡିଜେଲ୍‍ ଜିଏସ୍‍ଟି ପରିଧିରେ ଆସିବ କି? ଜାଣନ୍ତୁ କ’ଣ କହିଲେ ଅର୍ଥମନ୍ତ୍ରୀ
Advertisement
Article Detail0/zeeodisha/odisha2304031

ପେଟ୍ରୋଲ, ଡିଜେଲ୍‍ ଜିଏସ୍‍ଟି ପରିଧିରେ ଆସିବ କି? ଜାଣନ୍ତୁ କ’ଣ କହିଲେ ଅର୍ଥମନ୍ତ୍ରୀ

ଗୋଟିଏ ମୂଲ୍ୟଯୁକ୍ତ କର ବା ଭ୍ୟାଟ୍‍ ହୋଇଥିବା ବେଳେ ଅନ୍ୟ ଦୁଇଟି ରହିଛି କେନ୍ଦ୍ରୀୟ ଏକ୍ସାଇଜ୍‍ ଡ୍ୟୁଟି ଏବଂ କେନ୍ଦ୍ରୀୟ ସେଲ୍ସ ଟ୍ୟାକ୍ସ ଲାଗୁ ହେଉଛି। ଏହାଦ୍ୱାରା ପ୍ରତି ରାଜ୍ୟରେ ଏହି ପ୍ରକାର ଉତ୍ପାଦ ଗୁଡ଼ିକର ଦର ଅଲଗା ଅଲଗା ରହୁଛି। ଅନେକ ସମୟରେ ଦର ବୃଦ୍ଧି ହେଲେ ସେଥିରୁ ରାଜ୍ୟ ଓ କେନ୍ଦ୍ର ସରକାର ଫାଇଦା ପାଉଛନ୍ତି କିନ୍ତୁ ଗ୍ରାହକ ହନ୍ତସନ୍ତ ହେଉଛନ୍ତି। 

ପେଟ୍ରୋଲ, ଡିଜେଲ୍‍ ଜିଏସ୍‍ଟି ପରିଧିରେ ଆସିବ କି? ଜାଣନ୍ତୁ କ’ଣ କହିଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ଅସ୍ଥିର ରହୁଥିବା ପେଟ୍ରୋଲ, ଡିଜେଲ, ଏଲପିଜି ଏବଂ ବିମାନ ଇନ୍ଧନ ଜିଏସ୍‍ଟି ପରିସରଭୁକ୍ତ ହେବ କି? ଦୀର୍ଘ ଦିନ ଧରି ଏ ପ୍ରଶ୍ନ ପ୍ରତିଟି ଭାରତୀୟଙ୍କ ମନକୁ ଆକ୍ରାନ୍ତ କରିଛି। ତେବେ କେନ୍ଦ୍ର ସରକାର ଏଥିରେ ସହମତ ରହିଛନ୍ତି କିନ୍ତୁ ରାଜ୍ୟଗୁଡ଼ିକ ଉପରେ ନିର୍ଭର କରୁଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥାତ୍‍ ରାଜ୍ୟ ସଦରକାରମାନେ ଏକମତ ହେଲେ ପେଟ୍ରୋଲ ଡିଜୋଲ୍‍, ରନ୍ଧନ ଗ୍ୟାସ ଏବଂ ବିମାନ ଇନ୍ଧନ ସବୁକିଛି ଏକକ ଦ୍ରବ୍ୟ ଓ ସେବାକର ଅନ୍ତର୍ଭୁକ୍ତ ହେବ। 

ଏବେ ଏହିସବୁ ଉତ୍ପାଦ ଉପରେ ତିନି ପ୍ରକାର କାର ବା ଟିକସ ସରକାର ଲାଗୁ କରୁଛନ୍ତି। ଗୋଟିଏ ମୂଲ୍ୟଯୁକ୍ତ କର ବା ଭ୍ୟାଟ୍‍ ହୋଇଥିବା ବେଳେ ଅନ୍ୟ ଦୁଇଟି ରହିଛି କେନ୍ଦ୍ରୀୟ ଏକ୍ସାଇଜ୍‍ ଡ୍ୟୁଟି ଏବଂ କେନ୍ଦ୍ରୀୟ ସେଲ୍ସ ଟ୍ୟାକ୍ସ ଲାଗୁ ହେଉଛି। ଏହାଦ୍ୱାରା ପ୍ରତି ରାଜ୍ୟରେ ଏହି ପ୍ରକାର ଉତ୍ପାଦ ଗୁଡ଼ିକର ଦର ଅଲଗା ଅଲଗା ରହୁଛି। ଅନେକ ସମୟରେ ଦର ବୃଦ୍ଧି ହେଲେ ସେଥିରୁ ରାଜ୍ୟ ଓ କେନ୍ଦ୍ର ସରକାର ଫାଇଦା ପାଉଛନ୍ତି କିନ୍ତୁ ଗ୍ରାହକ ହନ୍ତସନ୍ତ ହେଉଛନ୍ତି। ଏହି ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଦେଶରେ ପ୍ରଟ୍ରୋଲ ଏବଂ ଡିଜେଲକୁ ଜିଏସ୍‍ଟି ଅନ୍ତର୍ଭୁକ୍ତ କରିବା ଲାଗି ଦାବି ହୋଇ ଆସୁଛି। ହେଲେ ସରକାର ଏଥିପ୍ରତି ଧ୍ୟାଦ ଦେଇ ନାହାନ୍ତି। 

ଆଜି ୫୨ ତମ ଜିଏସ୍‍ଟି ବୈଠକରେ ଏହି ଭଳି ଆଲୋଚନା ହୋଇଥିଲା। ରାଜ୍ୟଗୁଡ଼ିକୁ ଏଥିରେ ସହମତ ହେବ ପାଇଁ ଦ୍ୱାର ଉନ୍ମୁକ୍ତ କରାଯାଇଛି। 

ରନ୍ଧନ ଗ୍ୟାସ ଓ ପେଟ୍ରୋଲ, ଡିଜେଲ ସହ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ରାଜ୍ୟମାନେ ଉଲ୍ଲଖ କରିଥିଲେ। ପରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା ତାହାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଗଣମାଧ୍ୟମକୁ ଜଣାଇଥିଲା। ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବାବଦରେ

୧. ଏଣୁକି କାର୍ଟୁନରେ ଆସୁଥିବା ବିଭିନ୍ନ ଉତ୍ପାଦ ଉପରେ ଜିଏସ୍‍ଟି ୧୮ ପ୍ରତିଶତରୁ ୧୨ ପ୍ରତିଶତ ଲାଗୁ ହେବ । ଏହାଦ୍ୱାରା  ଫଳ ବ୍ୟବସାୟୀଙ୍କୁ ଯଥେଷ୍ଟ ଫାଇଦା ମିଳିବ। 

୨. ରାଜ୍ୟସରକାରମାନେ ଏହି ଅସରରେ କେନ୍ଦ୍ର ସରକାରଙ୍କୁ ଜିଏସ୍‍ଟି ବ୍ୟବସ୍ଥାରେ ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାକୁ ସହଜ କରନ୍ତୁ ବୋଲି ଦାବି କରିଛନ୍ତି। 

୩. ଟିକସ ବାବଦୀୟ ଅଭିଯୋଗ ଶୁଣାଣି ପାଇଁ ସ୍ତର ବିଭକ୍ତ କରାଯାଇଛି। ୫୨ତମ ଜିଏସ୍‍ଟି ବୈଠକ ପରେ ଅର୍ଥମନ୍ତ୍ରୀ କହିଛନ୍ତି, ୨୦ ଲକ୍ଷ ଟଙ୍କା ଯାଏ ମାମଲା ଏଣିକି ଜିଏସ୍‍ଟି ଟ୍ରିବ୍ୟୁନାଲରେ ବିଜଚାର ହେବ। ଟିକସ ପରିମାଣ ୧ କୋଟି ହେଲେ ତାଙ୍କୁ ହାଇକୋର୍ଟ ଏବଂ ୨ କୋଟିରୁ ଅଧିକ ହେଲେ ତାହା ସୁପ୍ରିମକୋର୍ଟରେ ବିଚାର ହୋଇପାରିବ ବୋଲି ଏହି ପରିଷଦ ବୈଠକରେ କୁହାଯାଇଛି।

Also Read- Lucky Zodiac Sign: ଜୁନ ୨୩ରେ ତ୍ରିପୁଷ୍କର ଯୋଗର ଶୁଭ ସମକକ୍ଷ, ୫ରାଶିର ଭାଗ୍ୟ ଉଜ୍ୱଳ

Also Read-  ବିଭିନ୍ନ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷ ମାନଙ୍କୁ ଦାୟିତ୍ଵରୁ ଅବ୍ୟାହତି ଦିଆଗଲା