World Lungs Cancer Day 2022: ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ
Advertisement

World Lungs Cancer Day 2022: ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ

ପ୍ରଦୂଷିତ ପରିବେଶ କାରଣରୁ ଫୁସଫୁସରେ ବିଷାକ୍ତ ପଦାର୍ଥ ଜମିଯାଇଥାଏ । ଏହାଫଳରେ ଫୁସଫୁସ ଧୀରେଧୀରେ ଦୁର୍ବଳ ହୋଇଯାଇଥାଏ । ଏପରି ସମସ୍ୟା ସମୟରେ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରଭାବୀ ଉପାୟ ମଧ୍ୟ ରହିଛି ।

World Lungs Cancer Day 2022: ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ

ମଣିଷ ଶରୀରର ପ୍ରତ୍ୟେକ ଅଙ୍ଗ କୋଷରେ ଗଠିତ ହୋଇଥାଏ, ଏବଂ ପ୍ରତି କୋଷ ପାଇଁ ଆବଶ୍ୟକ ଥାଏ ଅମ୍ଳଜାନ । ସହଜ ଶ୍ୱାସକ୍ରିୟା ପାଇଁ ଫୁସଫୁସ ସୁସ୍ଥ ରହିବା ଜରୁରୀ । ଏବଂ ଫୁସଫୁସର କାର୍ଯ୍ୟ ଉପରେ ହିଁ ମଣିଷ ଜୀବନ ନିର୍ଭର କରିଥାଏ । ବର୍ତ୍ତମାନ ସମୟରେ ବାୟୁ ପ୍ରଦୂଷଣ ଫୁସଫୁସକୁ ଗଭୀର ପ୍ରଭାବିତ କରୁଥିବାବେଳେ, ଧୂମପାନ, ଧୂଳି-ମାଟିରେ ଥିବା ବିଷାକ୍ତ ପଦାର୍ଥ ଫୁସଫୁସକୁ ଦୁର୍ବଳ କରୁଛି । ଏହି କାରଣରୁ ଫୁସଫୁସର ଓଜନିଆ ହେବା ସହ କଠିନ ହେଉଛି । ବିଷାକ୍ତ ବାୟୁ ପ୍ରଭାବରେ ଫୁସଫୁସ ପ୍ରଭାବିତ ହେବାଦ୍ୱାରା ଶ୍ୱାସକ୍ରିୟାରେ କଷ୍ଟ ହୋଇଥାଏ ।  ପରବର୍ତ୍ତୀ ସମୟରେ ଏହି ସମସ୍ୟା କର୍କଟ ଭଳି ଗମ୍ଭୀର ରୋଗ ଆଶଙ୍କା ବୃଦ୍ଧି କରିଥାଏ । ଏତିପାଇଁ ଫୁସଫୁସ କର୍କଟ ରୋଗକୁ ନେଇ ଲୋକଙ୍କୁ ସଚେତନ କରିବା ପାଇ ପ୍ରତିବର୍ଷ ଅଗଷ୍ଟ ୧ ତାରିଖରେ ବିଶ୍ୱ ଫୁସଫୁସ କର୍କଟ ଦିବସ (World Lungs Cancer Day) ପାଳନ କରାଯାଉଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଫୁସଫୁସ ସ୍ୱୟଂ ଏକ ସଫା କରୁଥିବା ଅଙ୍ଗ । କିନ୍ତୁ ପ୍ରଦୂଷିତ ପରିବେଶ କାରଣରୁ ଫୁସଫୁସରେ ବିଷାକ୍ତ ପଦାର୍ଥ ଜମିଯାଇଥାଏ । ଏହାଫଳରେ ଫୁସଫୁସ ଧୀରେଧୀରେ ଦୁର୍ବଳ ହୋଇଯାଇଥାଏ । ବର୍ତ୍ତମାନ ସମୟରେ ଫୁସଫୁସକୁ ସୁସ୍ଥ ରଖିବା ପାଇଁ ଅନେକ ଉପାୟ ରହିଛି, ଯେଉଁ ଉପାୟରେ ଛାତିରେ ଯନ୍ତ୍ରଣା, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ପରି ସମସ୍ୟାରୁ ମୁକ୍ତି ମିଳିଥାଏ । 

ଷ୍ଟିମ ଥେରାପୀ 

ଫୁସଫୁସ ସମସ୍ୟାରୁ ବର୍ତ୍ତିବା ପାଇଁ ଷ୍ଟିମ ଥେରାପୀ ଏକ ଉତ୍କୃଷ୍ଟ ଉପାୟ । ଏହି ଉପାୟରେ ଫୁସଫୁସକୁ ବିଷାକ୍ତ ପଦାର୍ଥରୁ ମୁକ୍ତ କରାଯାଇପାରିବ । ଏହି ପଦ୍ଧତିରେ ଜଳୀୟ ବାଷ୍ପକୁ ଆଘ୍ରାଣ କରାଯାଇଥାଏ । ଯାହାଫଳରେ ବାୟୁପଥରେ ଜମିଥିବା କଫ ଓ ଅନ୍ୟ ବିଷାକ୍ତ ପଦାର୍ଥ ଜନିତ ଯନ୍ତ୍ରଣାରୁ ତତକ୍ଷଣାତ୍ ଆରାମ ମିଳିଥାଏ । 

ନିୟନ୍ତ୍ରିତ କାଶ

ଆୟୁର୍ବେଦ ଅନୁସାରେ ନିୟନ୍ତ୍ରିତ କାଶ, ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାର ଏକ ପ୍ରାକୃତିକ ଉପାୟ । ଏହି ଉପାୟରେ ଫୁସଫୁସରେ ଜମିଥିବା ବର୍ଜ୍ୟବସ୍ତୁକୁ ବାହାର କରାଯାଇଥାଏ । ଫୁସଫୁସରେ ଯନ୍ତ୍ରଣା ଅନୁଭବ ସମୟରେ ପ୍ରାକୃତିକ କାଶ ପାଇଁ ଉପଯୁକ୍ତ ବିଧି ପାଳନ କରିବା ଆବଶ୍ୟକ ରହିଛି । 

- ପ୍ରଥମେ ଚେୟାରରେ ଆରାମରେ ବସନ୍ତୁ
- ଦୁଇ ହାତମୁଠା ପେଟ ଉପରେ ଚାପି ରଖିନ୍ତୁ
- ଧୀରେଧୀରେ ଶ୍ୱାସ ଗ୍ରହଣ କରନ୍ତୁ 
- ପେଟକୁ ଚାପିବା ସହିତ ଆଗକୁ ଝୁଙ୍କି ଶ୍ୱାସ ତ୍ୟାଗ କରନ୍ତୁ 
- ପାଟି ଖୋଲା ରଖିବା ସହ ସଚେଚନ ଭାବେ ୨ରୁ ୩ ଥର କାଶନ୍ତୁ   
- ଅତିକମ୍ ରେ ୧୦ ମିନିଟ ପାଇଁ ଏହି କ୍ରିୟା କରନ୍ତୁ  

ଯୋଗ, ପ୍ରାଣାୟାମ

ଫୁସଫୁସକୁ ପ୍ରାକୃତିକ ଉପାୟରେ ସୁସ୍ଥ ରଖିବାର ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ପ୍ରାଣାୟାମ । ନିୟମିତ ପ୍ରାଣାୟାମ ଦ୍ୱାରା ଫୁସଫସ ସୁସ୍ଥ ରହିଥାଏ । ଏହି ଉପାୟରେ ଶରୀରରୁ ପ୍ରଭାବୀ ଢଙ୍ଗରେ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । 

ଧୂମପାନ ତ୍ୟାଗ

ଫୁସଫୁସ ପାଇଁ ସବୁଠାରୁ ବିପଦପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଥାଏ ଧୂମପାନ । ଧୂମପାନ ଫଳରେ, ଧୂଆଁ ତୁରନ୍ତ ଫୁସଫୁସକୁ ଆଘାତ କରିଥାଏ । ନିକୋଟିନ ପରି ବିଷାକ୍ତ ରାସାୟନିକ ପଦାର୍ଥ ରକ୍ତରେ ମିଶି ଶରୀରରେ ପହଞ୍ଚିଯାଇଥାଏ । ଧୂମପାନ ଯୋଗୁ କର୍କଟ ରୋଗ ସହିତ ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା ଥାଏ । 

ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଖାଦ୍ୟ

ଫୁସଫୁସ ଜନିତ ଯନ୍ତ୍ରଣାରୁ ବର୍ତ୍ତିବା ପାଇଁ ଖାଦ୍ୟ ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ । ବିଶେଷଭାବେ ଫୁସଫୁସକୁ ସୁସ୍ଥ ରଖିବାକୁ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଥିବା ଖାଦ୍ୟ ଖାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦିଅନ୍ତି ।