World No Tobacco Day : ସାଇଲେଣ୍ଟ କିଲର୍ କବଜାରେ ରାଜ୍ୟର ଅଧା ପୁରୁଷ, ଏକ ଚତୁର୍ଥାଂଶ ମହିଳା
Advertisement

World No Tobacco Day : ସାଇଲେଣ୍ଟ କିଲର୍ କବଜାରେ ରାଜ୍ୟର ଅଧା ପୁରୁଷ, ଏକ ଚତୁର୍ଥାଂଶ ମହିଳା

ଜାତୀୟ ପରିବାର ସର୍ଭେ-୫ର ରିପୋର୍ଟରେ ଅନେକ ଚିନ୍ତାଜନକ ତଥ୍ୟ ସାମନକୁ ଆସିଛି। ଜାତୀୟ ସ୍ତରରେ ୩୮ ପ୍ରତିଶତ ପୁରୁଷ ଓ ୯ ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି। ଜାତୀୟ ହାର ତୁଳନାରେ ଓଡିଶାରେ ଏହାର ପରିମାଣ ଯଥେଷ୍ଟ ଅଧିକ ରହିଛି। ରାଜ୍ୟରେ ୪୨.୭ ପ୍ରତିଶତ ଲୋକ କୌଣସି ନା କୌଣସି ପ୍ରକାରର ତମାଖୁ ଜାତୀୟ ଦ୍ରବ୍ୟ ସେବନରେ ଅଭ୍ୟସ୍ତ। 

 

 

ସୌ- ସୋସିଆଲ ମିଡିଆ

World No Tobacco Day : ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ତମାଖୁ ସମାଜରେ ବ୍ଯାପକ କ୍ଷତି ଘଟାଉଛି। ତମାଖୁର ଅପବ୍ୟବହାର ଯୋଗୁଁ ଅନେକ କର୍କଟ ରୋଗରେ ପୀଡିତ ହୋଇ ମୃତ୍ଯୁବରଣ କରୁଛନ୍ତି। ଆଉ କେନ୍ଦ୍ରୀୟ ରିପୋର୍ଟ ଯାହା କହୁଛି, ତାହା ସମସ୍ତଙ୍କୁ ଚକିତ କରିଦେଇଛି। ଏଣୁ ଆଜିର ଏହି ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକୃତି ମାଧ୍ୟମରେ ସମାଜକୁ ସଚେତନତାର ବାର୍ତ୍ତା ଦେଇଛନ୍ତି। ସିଗାରେଟ ଟାଣୁଥିବା ବ୍ଯକ୍ତିର ଶେଷ ପରିଣାମ କଣ ହୋଇଥାଏ ତାକୁ ସୁନ୍ଦର ଭାବେ ପଦ୍ମଶ୍ରୀ ସୁଦର୍ଶନ ପ୍ରଦର୍ଶିତ କରିଛନ୍ତି।

ତମାଖୁ ସେବନ ମୁଖ କର୍କଟ ରୋଗର ପ୍ରଧାନ କାରଣ ହୋଇଥାଏ ବୋଲି ଏହି ବାଲୁକାକୃତି ବିଶ୍ୱବାସୀଙ୍କୁ ସଚେତନ କରାଉଛି। ଗତବର୍ଷ ତମାଖୁ ବର୍ଜନ ଦିବସରେ ସୁଦର୍ଶନ ପଟ୍ଟନାୟକ ତମାଖୁ ସେବନ କରୁଥିବା ଜଣେ ବ୍ଯକ୍ତିର ଫୁସଫୁସ କିଭଳି କ୍ଷତିଗ୍ରସ୍ତ ହୋଇଥାଏ ତାହାର ନିଖୁଣ ପ୍ରଦର୍ଶନ କରିଥିଲେ। ଚଳିତବର୍ଷ ସିଗାରେଟ ଗଦା ଉପରେ ନରକଙ୍କାଳର ଚିତ୍ର ପ୍ରଦର୍ଶନ କରି ସେ ତମାଖୁ ସେବନକାରୀଙ୍କ ଉଦ୍ଦେଶ୍ୟରେ ଏକ କଠୋର ସଚେତନତାର ବାର୍ତ୍ତା ଦେଇଛନ୍ତି। ବାଲୁକାକୃତିରେ ବିଶ୍ୱ ନୋ ଟୋବାକୋ ଦିବସ ଅବସରରେ ତମାଖୁ ସେବନକାରୀଙ୍କୁ ଏଥିରୁ ନିବୃତ୍ତ ରହିବାକୁ ସୁଦର୍ଶନ ପରାମର୍ଶ ଦେଇଛନ୍ତି।

Also Read: ଜୁନ୍ ୧ରୁ ବ୍ୟାଙ୍କିଂ ଓ ସୁନା ହଲମାର୍କିଂ ସମେତ ହେବ ଏହି ୬ଟି ବଡ଼ ପରିବର୍ତ୍ତନ

ସେପଟେ ଜାତୀୟ ପରିବାର ସର୍ଭେ-୫ର ରିପୋର୍ଟରେ ଅନେକ ଚିନ୍ତାଜନକ ତଥ୍ୟ ସାମନକୁ ଆସିଛି। ଜାତୀୟ ସ୍ତରରେ ୩୮ ପ୍ରତିଶତ ପୁରୁଷ ଓ ୯ ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି। ଜାତୀୟ ହାର ତୁଳନାରେ ଓଡିଶାରେ ଏହାର ପରିମାଣ ଯଥେଷ୍ଟ ଅଧିକ ରହିଛି। ରାଜ୍ୟରେ ୪୨.୭ ପ୍ରତିଶତ ଲୋକ କୌଣସି ନା କୌଣସି ପ୍ରକାରର ତମାଖୁ ଜାତୀୟ ଦ୍ରବ୍ୟ ସେବନରେ ଅଭ୍ୟସ୍ତ। ଅର୍ଦ୍ଧାଧିକ ପୁରୁଷ ତମାଖୁ ସେବନ କରୁଛନ୍ତି। ୧୫ ବର୍ଷ ବୟସରୁ ଅଧିକ ବୟସର ଧୂମ୍ରପାନ କରୁଥିବା ପୁରୁଷଙ୍କ ସଂଖ୍ୟା ୫୧ ପ୍ରତିଶତ ଓ ବୋଲି ଜଣାପଡିଛି। ସମାନ ବୟସର ୨୬ ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି।

ଜିଏଟିଏସର ସର୍ଭେ ଅନୁସାରେ ରାଜ୍ୟର ୪୨.୭ ପ୍ରତିଶତ ଲୋକ କୌଣସି ନା କୌଣସି ତମାଖୁ ବ୍ୟବହାର କରନ୍ତି। ୪୨.୯ ପ୍ରତିଶତ ଲୋକ ଧୂମହୀନ ତମାଖୁ (ଗୁଟଖା, ନାସ, ଗୁଡାଖୁ, ଭାଙ୍ଗ, ପାନ, ଇତ୍ୟାଦି) ସେବନ କରୁଥିବା ବେଳେ ୭ ପ୍ରତିଶତ ଧୂମ୍ରପାନ (ବିଡି, ସିଗାରେଟ୍, ସିଗାର, ଗଞ୍ଜେଇ ଇତ୍ୟାଦି) କରନ୍ତି। ମାତ୍ର ୧୦ ବର୍ଷରୁ ପିଲାମାନେ ତମାଖୁ ସେବନ କରୁଥିବା ସର୍ଭେରୁ ଜଣାପଡିଛି। ରାଜ୍ୟ ସରକାର ୨୦୧୩ ମସିହାରୁ ଗୁଟଖା ନିଷେଧ ଘୋଷଣା କରିଛନ୍ତି କିନ୍ତୁ ବର୍ତ୍ତମାନ ମଧ୍ୟ ଦୋକାନ ବଜାରରେ ମାଳମାଳ ଗୁଟଖା ଉତ୍ପାଦ ଦେଖିବାକୁ ମିଳୁଛି।

Also Read: ୩୭,୫୦୦ ଟଙ୍କା ପାଇଁ ମାଆ ଛେଉଣ୍ଡ ନବଜାତକୁ ବିକିଦେଲେ ଡାକ୍ତର!

ଡାକ୍ତରଙ୍କ କହିବା ଅନୁସାରେ, ନିୟମିତ ଗୁଟଖା ବ୍ୟବହାର କରିବା ଯୋଗୁଁ ପ୍ରତି ୮ ସେକେଣ୍ଡରେ ଜଣେ କ୍ୟାନସରେ ଆକ୍ରାନ୍ତ ହୋଇଥାନ୍ତି। ବୂର୍ତ୍ତମାନ ଭାରତରେ ୨୫ ଲକ୍ଷରୁ ଊର୍ଦ୍ଧ୍ୱ କ୍ୟାନସର ରୋଗୀ ଅଛନ୍ତି। ପ୍ରତିବର୍ଷ ୮ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତମାଖୁରେ ନିକୋଟିନ, ଆମେନିଆ, ଆର୍ସେନିକ, କାର୍ବନ ମନୋକସାଇଡ, ହାଇଡ୍ରୋଜେନ ସାଇନାଇଟ ଭାଳି ପ୍ରାୟ ୪ ହଜାର ମାରାତ୍ମକ କ୍ୟାମିକାଲ ଥାଏ। ନିୟମିତ ତମାଖୁ ସେବନ କରିବା ଦ୍ୱାରା ମୁହଁ, ଗାଲ, ଓଠ, ଜିଭ ଓ ଗଳା ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ଅଛି।

ତମାଖୁରେ ୬୦ ପ୍ରକାରର ଉପାଦାନ ଅଛି, ଯାହା କର୍କଟ ରୋଗର କାରକ। ନିୟମିତ ତମାଖୁ ସେବନ କଲେ ୧୭ ପ୍ରକାରର କ୍ୟାନସର ହୋଇଥାଏ। କେବଳ କ୍ୟାନସର ନୁହଁ, ହୃଦଘାତ, ମସ୍ତିଷ୍କାଘାତ, ରକ୍ତଚାପ, ମାନସିକ ଚାପ, ଅନିଦ୍ରା, ଦୃଷ୍ଟିଶକ୍ତି ହ୍ରାସ, ଚର୍ମରୋଗ, ବନ୍ଧ୍ୟାଦୋଷ ଓ ଯୌନକ୍ରୀୟା ଭଳି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ ଥାଏ। ଯେଉଁମାନେ ତମାଖୁ ଅଭ୍ୟାସ ଛାଡିବାକୁ ଚାହୁଁଛନ୍ତି, ସେମାନେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। 

ଆଜିର ଏହି ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ସମ୍ବଲପୁରସ୍ଥିତ ଏଚ.ସି.ଜି ପଣ୍ଡା କ୍ୟାନସର ହସ୍ପିଟାଲ ଓ ବିକାଶ ହସ୍ପିଟାଲର ମିଳିତ ସହଯୋଗରେ ସମ୍ବଲପୁର ଅଇଁଠାପାଲି ଛକ ଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପଦଯାତ୍ରାରେ ଉପସ୍ଥିତ ଥିବା ସମସ୍ତ କାର୍ଯ୍ୟକର୍ତ୍ତାମାନେ ଆଜିଠାରୁ ଜୀବନ ସାରା ତମାଖୁ ସେବନ କରିବେ ନାହିଁ ବୋଲି ଶପଥ ପାଠ କରିଥିଲେ। ପଦଯାତ୍ରା ସମାପ୍ତି ପରେ ସମସ୍ତ କାର୍ଯ୍ୟକର୍ତ୍ତା ଓ ସଭାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ଼ ଓ ବ୍ୟାନର ଧରି ଅଇଁଠାପାଲି  ଟ୍ରାଫିକ ଛକ ଠାରୁ ବୁଢ଼ାରଜା ହାଇସ୍କୁଲ ପର୍ଯ୍ୟନ୍ତ ସଚେତନତା ରେଲି  କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ୍ ସମ୍ବଲପୁର ଗ୍ରେଟର ଓ ଗାୟତ୍ରୀ କଲେଜ ଅଫ୍ ଫର୍ମାସି ସହଯୋଗ କରିଥିଲେ।