Tata-Airbus Joint Venture: ଟାଟା ସମୂହ ଦ୍ୱାରା ପରିଚାଳିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ୍ କମ୍ପାନୀ ଏବଂ ବିଶ୍ୱର ଅନ୍ୟତମ ପ୍ରମୁଖ ବିମାନ ନିର୍ମାଣକାରୀ ସଂସ୍ଥା ଏୟାରବସ୍ ଦ୍ୱାରା ନିର୍ମିତ ହେବ ସବୁଠାରୁ ଶକ୍ତିଶାଳୀ ହେଲିକ୍ୟାପ୍ଟର।
Trending Photos
Tata and Airbus Collaboration: ଦେଶରେ ନିର୍ମିତ ହେବ ସବୁଠାରୁ ଶକ୍ତିଶାଳୀ ହେଲିକ୍ୟାପ୍ଟର କୁହାଯାଉଥିବା ଏଚ୧୨୫। ଏହି ହେଲିକ୍ୟାପ୍ଟର ଟାଟା-ଏୟାରବସ୍ ମିଳିତ ସହଭାଗୀତାରେ ନିର୍ମାଣ କରାଯିବ। ନିକଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଭାରତ ଗସ୍ତ ସମୟରେ ଏ ସମ୍ପର୍କରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଥିବାର କୁହାଯାଉଛି। ଭାରତୀୟ ବୈଦେଶିକ ସଚିବ ବିନୟ କ୍ୱାତ୍ରା ଜୟପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଷୟରେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଟାଟା-ଏୟାରବସ୍ ଗୁରୁତର ସ୍ୱଦେଶୀ ଉପାଦାନ ସହିତ ଏଚ୧୨୫ ଉତ୍ପାଦନ ପାଇଁ ଏକ ସହଭାଗୀତା କରିଛନ୍ତି।
ଟାଟା ଫ୍ରାନ୍ସ କମ୍ପାନୀ ଏୟାରବସ୍ ଏଚ୧୨୫ ହେଲିକ୍ୟାପ୍ଟର ଉତ୍ପାଦନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ। ଯାହାର ଉତ୍ପାଦନ ଗୁଜୁରାଟ ଭଦୋଦରା ଠାରେ କରାଯିବ। ଏୟାରବସ୍ ଏବଂ ଟାଟା ଗ୍ରୁପ୍ ମିଳିତ ଭାବରେ ଏକକ ଇଞ୍ଜିନ୍ ବିଶିଷ୍ଟ ଏଚ୧୨୫ ହେଲିକ୍ୟାପ୍ଟର ଉତ୍ପାଦନ ପାଇଁ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ଭାରତର ଆତ୍ମନିର୍ଭରଶୀଳ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ଏହା ସହିତ ଭାରତ ବର୍ଷରେ ବିମାନ ଚଳାଚଳ ଶିଳ୍ପକୁ ମଧ୍ୟ ସମୃଦ୍ଧ କରିବ।
ଏଚ୧୨୫ ହେଲିକ୍ୟାପ୍ଟର ବ୍ୟବସାୟିକ ବ୍ୟବହାର ପାଇଁ ନିର୍ମାଣ କରାଯିବ। ଟାଟା ସମୂହ ଦ୍ୱାରା ପରିଚାଳିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ୍ କମ୍ପାନୀ ଏଚ୧୨୫ ହେଲିକ୍ୟାପ୍ଟର ପାଇଁ ଆସେମ୍ବଲି ଲାଇନ୍ ପରିଚାଳନା କରିବ। ଏଚ୧୨୫ ହେଉଛି ଏକକ ଇଞ୍ଜିନ୍ ବିଶିଷ୍ଟ ହେଲିକ୍ୟାପ୍ଟର। ଯେଉଁଥିରେ ୬ ସିଟ୍ ରହିଛି। ଏହି ହେଲିକପ୍ଟର ବିଶ୍ୱର ଅନ୍ୟତମ ପ୍ରମୁଖ ବିମାନ ନିର୍ମାଣକାରୀ ସଂସ୍ଥା ଏୟାରବସ୍ ଦ୍ୱାରା ନିର୍ମିତ ହୋଇଥାଏ। ଏୟାରବସ୍ ଦ୍ୱାରା ନିର୍ମିତ ଏଚ୧୨୫ ବିଶ୍ୱର ସବୁଠାରୁ ଲୋକପ୍ରିୟ ସିଙ୍ଗଲ୍ ଇଞ୍ଜିନ୍ ହେଲିକ୍ୟାପ୍ଟର ଭାବେ ବିବେଚନା କରାଯାଏ। ଯାହାକୁ ବିଶ୍ୱର ଅନେକ ଦେଶରେ ବ୍ୟବହାରସ କରାଯାଇଥାଏ।