Uttar Pradesh: ଚର୍ଚ୍ଚାରେ ସାପର କାରନାମ, ଶୁଣିଲେ ଉଡ଼ିଯିବ ହୋସ
Advertisement
Article Detail0/zeeodisha/odisha1364704

Uttar Pradesh: ଚର୍ଚ୍ଚାରେ ସାପର କାରନାମ, ଶୁଣିଲେ ଉଡ଼ିଯିବ ହୋସ

strange work of snake: ଉତ୍ତର ପ୍ରଦେଶ ଆଗ୍ରା ଜିଲ୍ଲାରେ ଗୋଟିଏ ସାପ ଦ୍ୱାରା କରା ଯାଉଥିବା କାରନାମା ଚର୍ଚ୍ଚାର ବିଷୟ ପାଲଟିବା ସହ ଲୋକଙ୍କ ମଧ୍ୟରେ ସୃଷ୍ଟି କରିଛି ଭୟର ବାତାବରଣ। 

Uttar Pradesh: ଚର୍ଚ୍ଚାରେ ସାପର କାରନାମ, ଶୁଣିଲେ ଉଡ଼ିଯିବ ହୋସ

strange deed of snake: ଉତ୍ତର ପ୍ରଦେଶ ଆଗ୍ରା ଜିଲ୍ଲାରୁ ଆସିଛି ଏକ ଚକିତ କରିବା ଭଳି ଖବର।  ଯାହାକୁ ଶୁଣିଲେ ଆପଣ ସହଜେ ବିଶ୍ୱାସ କରି ପାରିପାରିବେ ନାହିଁ। ଏଠାରେ  ଗୋଟିଏ ସାପ ଦ୍ୱାରା କରା ଯାଉଥିବା କାରନାମା ଚର୍ଚ୍ଚାର ବିଷୟ ପାଲଟିବା ସହ ଲୋକଙ୍କ ମଧ୍ୟରେ ସୃଷ୍ଟି କରିଛି ଭୟର ବାତାବରଣ। ଏଠାରେ ଜଣେ ୨୦ ବର୍ଷୀୟ ଯୁବକ ରଜତ ଚହରଙ୍କ ପଛରେ ପଡ଼ିଯାଇଛି ଏକ ସାପ। ବିଗତ ୧୫ ଦିନ ମଧ୍ୟରେ ସାପ ଏବଂ ରଜତଙ୍କ ମଧ୍ୟରେ ଅନେକ ଥର ମୁହାଁମୁହିଁ ହୋଇସାରିଛି। 

ବିଗତ ୧୫ ଦିନ ମଧ୍ୟରେ ଏହି ସାପ ରଜତ ଚହରଙ୍କ ଉପରେ ୮ ଥର ଆକ୍ରମଣ କରିଛି। ରଜତଙ୍କୁ କାମୁଡ଼ିବା ମାତ୍ରେ ଏହି ସାପ ହଠାତ୍ ଅଦୃଶ୍ୟ ହୋଇଯାଉଛି। ଏପରିକି ଗୋଟିଏ ରାତି ପୂର୍ବରୁ ଯେତେବେଳେ ରଜତ ଶୋଇଥିଲେ, ସେତେବେଳେ ସାପ ତାଙ୍କୁ ଗୋଡକୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ମାତ୍ରେ ରଜତ ତାଙ୍କ ଶରୀରକୁ କରେଣ୍ଟ ଝଟକା ମିଳିବା ଭଳି ଅନୁଭବ କରିଥଲେ। ସାମ କାମୁଡିବା ମାତ୍ରେ ସେ ଜୋରରେ ଚିତ୍କାର କରିବାକୁ ଲାଗିଲେ। ତାଙ୍କ ସ୍ୱର ଶୁଣି ପରିବାର ସଦସ୍ୟ ତାଙ୍କ ପାଖରେ ପହଞ୍ଚି ଦେଖିଲେ ଯେ ତାଙ୍କ ଗୋଡରୁ ରକ୍ତ ବାହାରୁଛି।

Also Read: Cobra Viral Video: ଯେବେ ତିନୋଟି ନାଗ ଆଗରେ ବସି ପଡିଲେ ଯୁବକ,ଆଉ ତାପରେ...

ଏହା ପରେ ପରିବାର ଲୋକ ତୁରନ୍ତ ତାଙ୍କର ଚିକିତ୍ସା ପାଇଁ ସ୍ଥାନୀୟ ବୈଦ୍ୟଙ୍କୁ ଡାକିଥିଲେ। ତୁରନ୍ତ ଚିକିତ୍ସା ହେତୁ ରଜତଙ୍କ ଜୀବନ ବଞ୍ଚି ଯାଇଥିଲା। ହେଲେ ବର୍ତ୍ତମାନ ତାଙ୍କ ପରିବାର ଲୋକଙ୍କୁ ଏକ ଅଦ୍ଭୂତ ଭୟ ଘାରୁଛି। ପୁଅକୁ ଏହି ସାପ କବଳରୁ ରକ୍ଷା କରିବା ପାଇଁ ପରିବାର ସଦସ୍ୟ ତାନ୍ତ୍ରିକ ସାହାଯ୍ୟ ନେଉଛନ୍ତି।

Also Read: Indian Railway: ସାପ ପାଇଁ ଅଟକିଲା ଟ୍ରେନ, ଲୋକ ପାଇଲଟ ନେଲେ ଏହି ନିଷ୍ପତ୍ତି

ଏନେଇ ରଜତଙ୍କ ପରିବାର ଲୋକଙ୍କ କହିବା କଥା ଗତ ୬ ତାରିଖ ପର ଠାରୁ ପ୍ରତି ୨-୩ ଦିନରେ ଥରେ ସାପ ରାତିରେ ଶୋଇବା ସମୟରେ ତାଙ୍କ କୋଠରୀକୁ ଆସି ତାଙ୍କୁ କାମୁଡ଼ି ଦେଇ ପଳାଇଥାଏ। ସେହି ସାପର କାମୁଡ଼ିବା ଚିହ୍ନ ରାଜତଙ୍କ ଶରୀରରେ ରହିଯାଏ।  ସାପ କାମୁଡି଼ବା ମାତ୍ରେ ରଜତ ଚିତ୍କାର କରି ଉଠିବା ସହ ପରିବାର ଲୋକଙ୍କୁ ଡାକିଥାନ୍ତି। ଏହା ପରେ ପରିବାର ଲୋକେ ତାଙ୍କୁ ପ୍ରତ୍ୟେକ ଥର ସାପ କାମୁଡିବା ପରେ ବୈଦ୍ୟଙ୍କ ପାଖକୁ ନେଇ ତାଙ୍କର ଚିକିତ୍ସା କରିଥାନ୍ତି। ଏହି ସାପ କାମୁଡା ଏତେ ସାଧାରଣ ହୋଇଗଲାଣି ଯେ ବିଗତ  ୧୫ ଦିନ ମଧ୍ୟରେ ଏହି ପ୍ରାୟ 8 ଥର ରଜତଙ୍କୁ କାମୁଡି଼ ସାରିଛି।