BMC: ରାଜଧାନୀରେ ରାତିରେ ଅସୁରକ୍ଷିତ ସଫେଇ କର୍ମଚାରୀ
Advertisement
Article Detail0/zeeodisha/odisha1420601

BMC: ରାଜଧାନୀରେ ରାତିରେ ଅସୁରକ୍ଷିତ ସଫେଇ କର୍ମଚାରୀ

ରାତ୍ରୀକାଳୀନ ସଫେଇ ସମୟରେ ଦୁର୍ଘଟଣା ଘଟିବା ସହ ମହିଳା ସଫେଇ କର୍ମଚାରୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। କାରଣ ରାତିରେ ବ୍ରାଉନସୁଗାର ମଦ ଓ ଗଂଜେଇ ଖାଇ ନିଶାସକ୍ତ ଅବସ୍ଥାରେ ମହିଳା କର୍ମଚାରୀଙ୍କୁ ହଇରାଣ କରୁଛନ୍ତି। 

BMC: ରାଜଧାନୀରେ ରାତିରେ ଅସୁରକ୍ଷିତ ସଫେଇ କର୍ମଚାରୀ

BMCଭୁବନେଶ୍ୱର (ଦେବବ୍ରତ ରାୟ): ରାତି ହେଲେ ଭୁବନେଶ୍ୱର (Bhubaneswar) ନିଜକୁ ଅସୁରକ୍ଷିତ ମନେ କରିଛନ୍ତି ମହିଳା। କମିଶନରେଟ ପୋଲିସର (commissionerate police bhubaneswar) ପାରିବାପଣିଆ ପ୍ରଶ୍ନ ଉଠାଇଲେ ରାଜଧନୀର ଶହଶହ ମହିଳା ସଫେଇ କର୍ମଚାରୀ। BMC ଓ କମିଶନରେଟ ପୋଲିସ ସଫେଇ କର୍ମଚାରୀଙ୍କୁ ସୁରକ୍ଷା ଦେଇ ପାରୁନି। ଯାହାକୁ ନେଇ ରାତି ହେଲେ କାମ କରିବୁ ନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି ସଫେଇ କର୍ମଚାରୀ (Cleaning Employee)।

ରାଜ୍ୟ ରାଜଧାନୀ ଭୁବନେଶ୍ବର (State Capital Bhubaneswar)। ଏହାର ଲୋକସଂଖ୍ୟା ୧୨ ଲକ୍ଷରୁ ଊର୍ଦ୍ଧ୍ବ। ପ୍ରତିଦିନ ଏହି ଲୋକମାନେ ଅପରିଷ୍କାର କରୁଥିବା ରାସ୍ତା ଘାଟକୁ ସଫା କରିଥାନ୍ତି ଏହି ସଫେଇ କର୍ମଚାରୀମାନେ। କିନ୍ତୁ ଯିଏ ରାତିଦିନ ଭୁବନେଶ୍ୱରକୁ ସ୍ୱଚ୍ଛ ଓ ପରିଷ୍କାର ରଖିଥାନ୍ତି ସେମାନେ ରାତି ହେଲେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ରାତିରେ BMC ସଫେଇ କାମ କରିବା ପାଇଁ କର୍ମଚାରୀମାନଙ୍କୁ ଚାପ ପକାଉଥିବା ବେଳେ ରାତିରେ କାମ କରିବେନାହିଁ ବୋଲି ମନା କରିଛନ୍ତି ସଫେଇ କର୍ମଚାରୀ। ଏହାକୁ ପ୍ରତିବାଦ କରି ଆଜି ଶହଶହ ସଂଖ୍ୟାରେ ପୁରୁଷ ଓ ମହିଳା ସଫେଇ କର୍ମଚାରୀ ବିଏମସି ଅଫିସ ଘେରାଉ କରିଥିଲେ। ବିଏମସିର ଉଭୟ ମୁଖ୍ୟ ଫାଟକରେ ପକାଇଥିଲେ ତାଲା। କାହିଁକି ନା ଅନେକ ସମୟରେ ରାତିରେ ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ମହିଳା ସଫେଇ କର୍ମଚାରୀ ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ଏଥିସହ ରାତ୍ରୀକାଳୀନ ସଫେଇ ସମୟରେ ଦୁର୍ଘଟଣା ଘଟିବା ସହ ମହିଳା ସଫେଇ କର୍ମଚାରୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। କାରଣ ରାତିରେ ବ୍ରାଉନସୁଗାର ମଦ ଓ ଗଂଜେଇ ଖାଇ ନିଶାସକ୍ତ ଅବସ୍ଥାରେ ମହିଳା କର୍ମଚାରୀଙ୍କୁ ହଇରାଣ କରୁଛନ୍ତି। ଖାଲି ସେତିକି ନୁହେଁ ଠିକ ସଂସ୍ଥା ଓ କର୍ପୋରେଟରମାନେ ବି ହଇରାଣ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସଫେଇ କର୍ମଚାରୀ। ତେଣୁ ରାତ୍ରୀକାଳୀନ ସଫେଇ ତୁରନ୍ତ ବନ୍ଦ କରିବାକୁ ସଙ୍ଘ ଦାବି କରିଛି। ଅନ୍ୟପଟେ ବିଏମସି ଗେଟରେ ତାଲା ପକାଇବା ପରେ ଭୁବନେଶ୍ଵର ମହାନଗର ନିଗମ ସଫେଇ ମଜଦୁର ସଙ୍ଘ ସହ ଆଲୋଚନା କରିଛନ୍ତି ବିଏମସି କମିସନର। କିନ୍ତୁ ବାରମ୍ବାର ଏହି ସମସ୍ୟା ଉପୁଜୁଥିବା ବେଳେ ବିଏମସି ପାଇଁ ବଢୁଛି ଅଳିଆ ଚିନ୍ତା।

we care we dareର କଥା କହୁଥିଲେ କମିଶନରେଟ ପୋଲିସ ଉପରେ କାହିଁକି ରାତିର ସୁରକ୍ଷା ପାଇଁ ଭରସା ପାଉନି ଏହି ସଫେଇ କର୍ମଚାରୀମାନଙ୍କର। ମହିଳାଙ୍କ ସୁରକ୍ଷା କଥା କହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କାହିଁକି ରାତି ହେଲେ ସୁରକ୍ଷିତ ନୁହେଁ ମହିଳା।

ଅଧିକ ପଢନ୍ତୁ: Sukesh Chandrashekhar Chanda: ସୁକେଶର 'ଚିଠି' ପାଇବା ପରେ ଅଡ଼ୁଆରେ କେଜରିଓ୍ୱାଲ, ଜେଲରେ ସୁରକ୍ଷା ପାଇଁ ଦେଇଥିଲା ମୋଟା ଅଙ୍କର ଚାନ୍ଦା

ଅଧିକ ପଢନ୍ତୁ: IND vs BAN: ବ୍ୟାଟିଂ ଅର୍ଡରକୁ ନେଇ ଭାରତକୁ ଉପଦେଶ ଦେଲେ ଇଂଲଣ୍ଡର ପୂର୍ବତନ କ୍ରିକେଟର

ଅଧିକ ପଢନ୍ତୁ: Bharat Jodo Yatra: ଭାରତ ଯୋଡ଼ୋ କାର୍ଯ୍ୟକ୍ରମରେ ବଦଳିଲା ପ୍ଲାନ, ଜାଣନ୍ତୁ କଣ ରହିଛି ନୂଆ ଯୋଜନା